ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ ଫଟୋ ସେୟାର କରି ନିଜର ପ୍ରେମ ସମ୍ପର୍କ ବିଷୟରେ ସୂଚନା ଦେବା ପରେ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି।

ଏଲଭିଶ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଜଣେ ଯୁବତୀଙ୍କ ହାତ ଧରିଥିବା ନଜର ଆସୁଛନ୍ତି। ସେହି ଯୁବତୀଙ୍କ ହାତରେ ଏକ ବଡ଼ ହୀରା ମୁଦି ମଧ୍ୟ ରହିଛି। ଏହି ଫଟୋ ସହିତ ଏଲଭିଶ କ୍ୟାପସନରେ ଲେଖିଛନ୍ତି, “ଭଲପାଇବାକୁ ଆଉ ଏକ ସୁଯୋଗ ଦେଲି ଏବଂ ମୁଁ ମୋର ପ୍ରେମକୁ ପାଇଗଲି।”

एल्विश यादव ने एक्ट्रेस जिया शंकर संग कर ली सगाई? फोटो शेयर कर बोले- मुझे मेरा प्यार मिल गया

 

ଏଲଭିଶ ଏହି ପୋଷ୍ଟରେ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ଟ୍ୟାଗ୍ କରିଛନ୍ତି। ବିଶେଷ କଥା ହେଉଛି, ଜିଆ ମଧ୍ୟ ଏହି ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମରେ ରି-ପୋଷ୍ଟ କରିଛନ୍ତି, ଯାହା ପରେ ଉଭୟଙ୍କ ନିର୍ବନ୍ଧ ହୋଇଯାଇଥିବା ନେଇ ଗୁଜବ ସୃଷ୍ଟି ହୋଇଛି।

ଏହି ପୋଷ୍ଟକୁ ଦେଖି ଅନେକ ପ୍ରଶଂସକ ଶୁଭେଚ୍ଛା ଜଣାଉଥିବା ବେଳେ ଅନ୍ୟ କିଛି ୟୁଜର୍ସ ଏହାକୁ ଏକ ପ୍ରମୋସନାଲ୍ ଆକ୍ଟିଭିଟି ବୋଲି କହୁଛନ୍ତି। ପୂର୍ବରୁ ଏଲଭିଶଙ୍କ ନାମ ଜନ୍ନତ ଜୁବେରଙ୍କ ସହ ମଧ୍ୟ ଯୋଡ଼ା ଯାଇଥିଲା, କିନ୍ତୁ ପରେ ତାହା ଏକ ମ୍ୟୁଜିକ ଭିଡିଓର ପ୍ରମୋସନ ବୋଲି ଜଣାପଡ଼ିଥିଲା। ସେହିପରି କିଛି ଦିନ ପୂର୍ବରୁ ଜିଆ ଶଙ୍କର ଏବଂ ଅଭିଷେକ ମଲ୍ଲାନଙ୍କ ନିର୍ବନ୍ଧ ଖବର ମଧ୍ୟ ଚର୍ଚ୍ଚାକୁ ଆସିଥିଲା, ଯାହାକୁ ଅଭିଷେକ ଖଣ୍ଡନ କରିଥିଲେ।

ସୂଚନାଯୋଗ୍ୟ ଯେ, ଏଲଭିଶ ଯାଦବ ଏବଂ ଜିଆ ଶଙ୍କରଙ୍କୁ ‘ବିଗ୍ ବସ୍ OTT ୨’ରେ ଏକାଠି ଦେଖିବାକୁ ମିଳିଥିଲା। ଏଲଭିଶ ଏହି ସୋ’ର ବିଜେତା ହୋଇଥିବା ବେଳେ ଜିଆ ଶୀଘ୍ର ଏଭିକ୍ଟ ହୋଇଯାଇଥିଲେ। ବର୍ତ୍ତମାନ ଏଲଭିଶ ‘ଲାଫ୍ଟର ସେଫ୍ ସିଜନ ୩’ରେ ନଜର ଆସୁଛନ୍ତି, ଯେଉଁଠାରେ ସେ ପୂର୍ବରୁ ଇଶା ମାଲଭିୟାଙ୍କ ସହ ପାର୍ଟନର ଥିଲେ ଏବଂ ଏବେ କରଣ କୁନ୍ଦ୍ରାଙ୍କ ସହ ନଜର ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାକୁ ଜଙ୍ଗଲକୁ ନେଇ କରିଥିଲେ ବଳାତ୍କାର, ଏବେ କୋର୍ଟ ଶୁଣାଇଲେ ସଜା, ଅଭିଯୁକ୍ତଙ୍କୁ…

କଟକ,୨୨।୬(ପ୍ରଭୁ କଲ୍ୟାଣ ପାଲ୍‌): ନୃଶଂସତାର ସୀମା ପାର୍‌ । ଗାଁ ଟିୱେଲ ମୂଳରୁ ଟେକି ନେଇ ଜଙ୍ଗଲରେ ବଳାତ୍କାର। ନାବାଳିକାକୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ସଜା ଶୁଣାଇଲେ…

ଲାଲୁ ଜଣେ ବଡ଼ ଖଳନାୟକ: କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ

ପାଟନା,୨୨।୬:ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପୁଣି ଥରେ ରାଷ୍ଟ୍ରୀୟ ଜନତା ଦଳ (RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରକୁ ଟାର୍ଗେଟ୍‌ କରିଛନ୍ତି। ଲାଲୁ…

ଟେଷ୍ଟ କ୍ରିକେଟ୍‌କୁ ଫେରିବେ କି ବିରାଟ କୋହଲି, ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୬: ପ୍ରଖ୍ୟାତ ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଆଘାତ ଯୋଗୁ ପଡ଼ିଆରୁ ବାଦ୍‌ ପଡ଼ିଛନ୍ତି। ଏଥିପାଇଁ ସେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ…

ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୨।୬: ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଙ୍ଗଳବାର ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି,…

କେନ୍ଦ୍ର ସରକାରଙ୍କ ୧୨ ବର୍ଷ , ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ: ଏହି ବିଷୟ ଉପରେ କଲେ ଆଲୋଚନା

ରାଇକିଆ,୨୨।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ହରି ଓମ କଲ୍ୟାଣ ମଣ୍ଡପ ଠାରେ ସୋମବାର କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ ବର୍ଷ…

ପ୍ରକାଶ ପାଇଲା UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ, ରେଭେନ୍ସା ଆଗରେ

କଟକ,୨୨।୬: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ଏଥିରେ ରେଭେନ୍‌ଶା ବିଶ୍ବବିଦ୍ୟାଳୟ ଆଗରେ ରହିଛି। ରେଭେନ୍‌ଶାରେ କଳା(ରାଜନୀତି ବିଜ୍ଞାନ)…

‘ଅଧିକ ଚିନ୍ତା କର ନାହିଁ’, କିଏ ଆଉ କାହିଁକି ଏମିତି କହିଲେ ବୈଭବ ସୂର୍ଯ୍ୟବଂଶୀଙ୍କୁ? ତା’ପରେ ଆସିଲା ଝଡ଼…

ନୂଆଦିଲ୍ଲୀ,୨୨।୬: ବୈଭବ ସୂର୍ଯ୍ୟବଂଶୀ ଜାଣିଥିଲେ ଯେ ଶ୍ରୀଲଙ୍କାରେ ତ୍ରି-ସିରିଜରେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ। ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଭାରତ ଏ ପାଇଁ ଜଣେ ପ୍ରମୁଖ…

ଜିଅନ୍ତା ଜଳିଗଲେ ସ୍ତ୍ରୀ, ସ୍ବାମୀ ଗୁରୁତର, ହତ୍ୟା ଅଭିଯୋଗ ଆଣି ବାପଘର ଲୋକେ କହିଲେ…

ଖଲ୍ଲିକୋଟ,୨୨।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ମଥୁରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ସ୍ତ୍ରୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri