Posted inଜାତୀୟ

ମାନେକା ଗାନ୍ଧୀଙ୍କୁ ଧମକ ଦେଲେ ଏଲଭିଶ ଯାଦବ

ନୂଆଦିଲ୍ଲୀ,୫।୧୧: ୟୁଟ୍ୟୁବର୍‌ ଏଲଭିଶ ଯାଦବ ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ମାନେକା ଗାନ୍ଧୀଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିବେ ବୋଲି ଧମକ ଦେଇଥିଲେ। ଏଲଭିସଙ୍କ ନାଁରେ ଉତ୍ତରପ୍ରଦେଶର ନୋଏଡାଠାରେ ସାପ ବିଷ ଯୋଗାଣ ମାମଲାରେ ମାମଲା ରଜୁ ହେବା ପରେ ସେ ଏହି ଧମକ ଦେଇଛନ୍ତି।
ଏକ ବ୍ଲଗ ପୋଷ୍ଟରେ ଏଲଭିଶ୍‌ ମାନେକା ଗାନ୍ଧୀଙ୍କୁ ତାଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଥିବା ଅଭିଯୋଗ କରିଛନ୍ତି ଏବଂ ଖୁବ ଶୀଘ୍ର ସତ୍ୟ ପ୍ରକାଶ ପାଇବ ବୋଲି କହିଛନ୍ତି। ସେ କହିଛନ୍ତି, ମାନେକା ଗାନ୍ଧୀ ମୋତେ ସାପ ଯୋଗାଣକାରୀଙ୍କ ମୁଖ୍ୟ ବୋଲି କହିଥିଲେ। ମୁଁ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିବି। ମୁଁ ତାଙ୍କୁ ଛାଡିବି ନାହିଁ। ବର୍ତ୍ତମାନ ମୁଁ ଏହି ସବୁ ବିଷୟରେ ସକ୍ରିୟ ହୋଇସାରିଛି। ପୂର୍ବରୁ ମୁଁ ଭାବୁଥିଲି ଯେ ମୋର ସମୟ ନଷ୍ଟ କରିବା ଉଚିତ୍‌ ନୁହେଁ, କିନ୍ତୁ ବର୍ତ୍ତମାନ ମୋର ଭାବମୂର୍ତ୍ତି ପ୍ରଭାବିତ ହେଉଛି।
ବିଗ ବସ ଓଟିଟି ୨ ବିଜେତା ଏଲଭିଶ ଯାଦବ କହିଛନ୍ତି, ଯେତେବେଳେ ପୋଲିସ ତଦନ୍ତ ଆରମ୍ଭ କରିବ, ମୁଁ ମଧ୍ୟ ମୁଖ୍ୟ ଭିଡିଓ ଶେୟାର କରିବି। ମୁଁ ଆପଣଙ୍କୁ ସବୁକିଛି ଦେଖାଇବି। ଖୁବ ଶୀଘ୍ର ଏକ ପ୍ରେସ ବିବୃତ୍ତି ମଧ୍ୟ ଜାରି କରାଯିବ ଯେ ଏଲଭିଶ ଯାଦବଙ୍କର ଏହି ମାମଲାରେ କୌଣସି ସମ୍ପୃକ୍ତି ନାହିଁ। ମୁଁ ଅତ୍ୟଧିକ ଆତ୍ମବିଶ୍ୱାସରେ ଏହା କହୁଛି। ଦୟାକରି ସେହି ଭିଡିଓ ଦେଖିବେ ଏବଂ ଏହାକୁ ଶେୟାର ବି କରିବେ।
ସୂଚନାଯୋଗ୍ୟ, ସେକ୍ଟର ୪୯ରେ ଏକ ରେଭ ପାର୍ଟି ସଂପର୍କରେ ନୋଏଡା ପୋଲିସ ଏଲଭିଶ ଯାଦବଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ରେଭ ପାର୍ଟିରେ ସାପ ବିଷ ବ୍ୟବହାର କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?