ଟପ୍‌ଲେସ୍‌ ହେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ଗର୍ଲଫେଣ୍ଡ

ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଭାବେ ପରିଚିତ ଏଲନ ମସ୍କଙ୍କ ଗର୍ଲଫ୍ରେଣ୍ଡ ଗ୍ରାଇମ୍ସ ଟପ୍‌ଲେସ୍‌ ହୋଇ ଚର୍ଚ୍ଚାକୁ ଆସିଛନ୍ତି। ଗ୍ରାଇମ୍ସ ଟପ୍‌ଲେସ୍‌ ହୋଇ ନିଜ ନୂଆ ଟାଟୁ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। କାନାଡାରେ ରହୁଥିବା ୩୩ ବର୍ଷୀୟା ଗାୟିକା ଗ୍ରାଇମ୍ସ ଏହି ଫଟୋ ଏବେ ଭାଇରାଲ ହୋଇଛି। ଫଟୋରେ ତାଙ୍କ ପିଠିରେ ସମ୍ପୂର୍ଣ୍ଣ ଟାଟୁ ହୋଇଥିବା ଦେଖାଯାଇଛି। ଏହି ଟାଟୁ କରିବା ସମୟରେ ହୋଇଥିବା ଯନ୍ତ୍ରଣା ବିଷୟରେ ମଧ୍ୟ ସେ ବର୍ଣ୍ଣନା କରିଛନ୍ତି। ଗ୍ରାଇମ୍ସଙ୍କ ଏହି ଟାଟୁ ଏଲିଅନ ଥିମ୍‌ ଉପରେ ଆଧାରିତ ବୋଲି ଜଣାପଡିଛି। ଏହି ଫଟୋ କ୍ୟାପସନରେ, ଗ୍ରାଇମ୍ସ ଲେଖିଛନ୍ତି – ମୋ ପାଖରେ ଏବେ ଏହାଠାରୁ ଭଲ ଫଟୋ ନାହିଁ କାରଣ ଏହି ଟାଟୁ ତିଆରି କରିବାରେ ମୋର ବହୁତ ଯନ୍ତ୍ରଣା ହୋଇଛି ଏବଂ ମୋତେ ଏବେ ନିଦ ମଧ୍ୟ ମାଡୁଛି। ଏହି ଟାଟୁ କିଛି ସପ୍ତାହ ପର୍ଯ୍ୟନ୍ତ ଲାଲ ରହିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗ୍ରାଇମ୍ସଙ୍କ ଅସଲ ନାମ କ୍ଲେୟର ଏଲିସ ବାଉଚର। ତାଙ୍କୁ ଏଲିଅନ୍ସରେ ବହୁତ ରୁଚି ଅଛି। ସେ ପୂର୍ବରୁ ମଧ୍ୟ କହିସାରିଛନ୍ତି ମଙ୍ଗଳଗ୍ରହରେ ବାସ କରିବା ତାଙ୍କ ସ୍ବପ୍ନ ରହିଛି। ୫୦ ବର୍ଷରେ ସେଠାକୁ ଯାଇ ମାନବ ସମାଜ ସ୍ଥାପପ କରିବାକୁ ଚାହୁଁଛନ୍ତି। ନିଜ ସ୍ବପ୍ନ ପୂରଣ କରିବା ପାଇଁ ସେ କଠିନ ପରିଶ୍ରମ କରୁଛନ୍ତି ବୋଲି ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ କହିଛନ୍ତି। ଏଲନ ମସ୍କଙ୍କ କମ୍ପାନୀ ମଧ୍ୟ ମଙ୍ଗଳ ଗ୍ରହରେ ମାନବ ସଭ୍ୟତା ସ୍ଥାପନା ପାଇଁ ଲଗାତର ପ୍ରୟାସ ଜାରି ରଖିଛି। ୨୦୨୦ରେ ଗ୍ରାଇମ୍ସ ଏବଂ ଏଲନ ପୁତ୍ର ସନ୍ତାନର ମାତାପିତା ହୋଇଥିଲେ। ଦୁହେଁ ପୁଅଙ୍କ ନାମ X A-12। ଏହି ଅଜବ ନାମ ସେସମୟରେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଗୋଇନ୍ଦା ବେଲୁନ୍‌କୁ ଖସାଇବା ସହଜ ନୁହେଁ

ଓ୍ବାଶିଂଟନ,୫।୨: ଆମେରିକାର ସମ୍ବେଦନଶୀଳ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଗଚ୍ଛିତ ରହିଥିବା ସ୍ଥାନ ଉପରେ ଚାଇନାର ପ୍ରଥମ ଗୋଇନ୍ଦା ବେଲୁନ୍‌ ଉଡ଼ୁଥିବା ପେଣ୍ଟାଗନ ଠାବ କରିଛି। ଏହା ଅତ୍ୟାଧୁନିକ...

ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅବିକଳ ଚେହେରା, ଚାଟ୍‌ ବିକି ପ୍ରସିଦ୍ଧ ହେଲେ ଏହି ବ୍ୟକ୍ତି

ଭୋପାଳ,୨୦ା୧୦: ମଧ୍ୟପ୍ରଦେଶର ଗ୍ବାଲିଅରରେ ଗୁପ୍ତା ଜୀ ଚାଟ୍‌ ବିକାଳି ବେଶ୍‌ ପ୍ରସିଦ୍ଧ। ତାଙ୍କ ଚେହେରା ଅବିକଳ ଆମ୍‌ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ...

ଗୁଗଲ୍‌ ମ୍ୟାପ୍‌ରେ ସର୍ଚ୍ଚ କରୁଥିଲେ ଶ୍ମଶାନ, ଦେଖିବାକୁ ମିଳିଲା ଭୟଙ୍କର ଦୃଶ୍ୟ

ଲୋକେ ସହଜରେ କୌଣସି ସ୍ଥାନ ବିଷୟରେ ସୂଚନା ପାଇବା ପାଇଁ ଗୁଗଲ୍‌ ମ୍ୟାପ୍‌ର ସାହାରା ନେଇଥାନ୍ତି। ବେଳେବେଳେ ଏହି ମ୍ୟାପ୍‌ ସର୍ଚ୍ଚ କରୁକରୁ କିଛି ଅଦ୍ଭୁତ...

ହ୍ୱାଇଟ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଆଣ୍ଟୋନି ଫୌସି କରୋନା ପିଜିଟିଭ

ୱାଶିଂଟନ,୧୬ ।୬: କରୋନା ମହାମାରୀ ବିଶ୍ୱର ଅଧିକାଂଶ ଦେଶରୁ କମି ଆସିଥିବା ବେଳେ ଏବେ ପୁଣି ଥରେ କିଛି ଦେଶରେ ମୁଣ୍ଡ ଟେକିଲାଣି । ଆମେରିକାରେ...

ସ୍କୁଲରେ ଫୁଟିଲା ଗୁଳି, ଜଣେ ଛାତ୍ରୀ ଆହତ

ବର୍ଲିନ,୧୯ା୫: ଜର୍ମାନୀର ଏକ ସ୍କୁଲରେ ଗୁଳି ଫୁଟିଛି। ଉତ୍ତର ଜର୍ମାନୀର ଏକ ସ୍କୁଲରେ ଗୁଳି ଫୁଟିବାରୁ ଜଣେ ଛାତ୍ରୀ ଆହତ ହୋଇଛନ୍ତି। ଏଥିସହ ପୋଲିସ ଟିମ୍‌...

ଭାବନାକୁ ଟାଇପ୍‌ କରିବ ଫେସ୍‌ବୁକ ଏଆର୍‌ ଡିଭାଇସ୍‌

ସାନ୍‌ଫ୍ରନସିସ୍କୋ:ଫେସ୍‌ବୁକ ଏକ ବ୍ରେନ୍‌ କମ୍ପ୍ୟୁଟର ଆଗ୍ୟୁମେଣ୍ଟେଡ ରିୟଲିଟି(ଏଆର) ଇଣ୍ଟରଫେସ ଡିଭାଇସ ବିକାଶ କରୁଛି ଯାହା ଆପଣଙ୍କ ଭାବନାକୁ ଟାଇପ କରିପାରିବ। ୨୦୧୮ରେ କମ୍ପାନୀ ତା’ର ବ୍ରେନ୍‌...

ମା’ଙ୍କ ଦ୍ୱିତୀୟ ବିବାହରେ ରାଜି ନ ଥିଲା ଏହି କୁନି ଝିଅ, ରଚିଲା ଏମିତି ନାଟକ, ଆଉ ତା’ ପରେ…

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିବେ। ଭିଡିଓଟି ଏକ ବିବାହ ବେଳର। ଯେଉଁଠି ଛୋଟ...

ଲଦାଖ ପ୍ରସଙ୍ଗରେ ଚାଇନାର ବିରୋଧ

ବେଜିଂ/ନୂଆଦିଲ୍ଲୀ,୭ା୮(ପି.ଟି.): ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରି ସ୍ବତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ଭାରତର ନିଷ୍ପତ୍ତିକୁ ନେଇ ମଙ୍ଗଳବାର ଆପତ୍ତି ଉଠାଇଛି ଚାଇନା। ଏହା...

Advertisement
Archives

Model This Week