Advertisement

ଟୁଇଟର କିଣିବା ପଛର କାରଣ କହିଲେ ମସ୍କ

ଓ୍ବାଶିଂଟନ୍‌, ୨୭ା୧୦: ଟେସ୍‌ଲା ସିଇଓ ଏଲନ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଟୁଇଟର କିଣିଥିବା ସ୍ପଷ୍ଟ କରିଛନ୍ତି। ଗୁରୁବାର ସେ ଏକ ଟୁଇଟ କରି ସୋସିଆଲ ମିଡିଆ ଜାଏଣ୍ଟକୁ କିଣିବା ପଛର କାରଣ ମଧ୍ୟ ବର୍ଣ୍ଣନା କରିଛନ୍ତି। ଅଧିକ ଅର୍ଥ ପାଇଁ ନୁହେଁ ବରଂ ମାନବୀୟ ସହାୟତା ପାଇଁ ସେ ଏହି ଫାର୍ମ କିଣିଥିବା କହିଛନ୍ତି।

ଗତ ମେ’ରେ ମସ୍କ ଟୁଇଟର କିଣିବା ପାଇଁ କରିଥିବା ୪୪ ବିଲିୟନ ଡିଲ୍‌ ଚୂଡ଼ାନ୍ତ କରିବା ନିମନ୍ତେ ତାଙ୍କ ପାଖରେ ଶୁକ୍ରବାର ପର୍ଯ୍ୟନ୍ତ ସମୟ ଥିଲା। ଏଥିରେ ବହୁସଂଖ୍ୟାରେ ଫେକ୍‌ ଆକାଉଣ୍ଟ ଥିବା ଅଭିଯୋଗ କରି ଜୁଲାଇରେ ମସ୍କ ଏହି ଚୁକ୍ତିରୁ ଓହରିବା ପାଇଁ ଘୋଷଣା କରିବା ପରେ ଟୁଇଟର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏ ନେଇ ଅଧିକ ଚିନ୍ତା କରିବା ପାଇଁ କୋର୍ଟ ଅକ୍ଟୋବର ୨୭ ପର୍ଯ୍ୟନ୍ତ ସମୟ ଦେଇଥିଲେ। ତେବେ ମସ୍କ ଏହି ପ୍ଲାଟଫର୍ମ କିଣିଥିବା ନେଇ ଟୁଇଟର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦ ବର୍ଷ ଯୁଦ୍ଧ ପରେ ଖାଲିହାତରେ ଫେରୁଛନ୍ତି ଆମେରିକା ସୈନ୍ୟବାହିନୀ, ୬,୩୮୪ ସୈନ୍ୟଙ୍କ ଯାଇଛି ଜୀବନ…

କାବୁଲ/ଓ୍ବାଶିଂଟନ,୧୨।୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ସ୍ବଦେଶ ବାହୁଡ଼ିବା ଜାରି ରହିଛି। ଏପରିସ୍ଥଳେ ଦେଶର ୮୫ ପ୍ରତିଶତ ଅଞ୍ଚଳକୁ ତାଲିବାନ ଆତଙ୍କବାଦୀ ନିଜ କବ୍‌ଜାକୁ ମଧ୍ୟ ନେଇ...

ଆତଙ୍କବାଦୀଙ୍କ ଶତ୍ରୁଙ୍କୁ ମାରିବାକୁ କରୋନାକୁ ଈଶ୍ୱର ପଠାଇଛନ୍ତି: ଆଇଏସ୍‌

ବାଗଦାଦ,୩୦।୫: ସାରା ବିଶ୍ୱ କରୋନା ଭାଇରସ କବଳରେ ପଡି ଛଟପଟ ହେଉଥିବା ବେଳେ ଏବେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛି ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ...

ଶ୍ରୀଲଙ୍କା ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ୱିକ୍ରମସିଂଘେ

କଲମ୍ବୋ,୨୧।୭: ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଭାବରେ ରାନିଲ ୱିକ୍ରମସିଂଘେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ମୁଖ୍ୟ ବିଚାରପତି ଶପଥ ପାଠ କରାଇଥିଲେ। ଦେଶରେ ନୂତନ...

ଚାଇନାକୁ ପଛରେ ପକାଇଲା ଇଟାଲି: ମୃତଦେହ ସଂସ୍କାର ପାଇଁ ନେବାକୁ ପଡୁଛି ସେନାର ସହାୟତା

ରୋମ,୨୦।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଇଟାଲିରେ କାୟା ବିସ୍ତାର କରି ଚାଲିଛି। ଏବେ ପର୍ଯ୍ୟନ୍ତ ଇଟାଲିରେ କରୋନା...

ଚୁପ୍‌ ବସିଥିବା ଶିଶୁଙ୍କୁ ଦେଖି ଚମକି ପଡିଲେ ମା’

କୁଆଲାଲମପୁର,୫।୧୦: ମାଲେସିଆ ମିଡିଆର ସୂଚନା ଅନୁଯାୟୀ, ଦୁଇଟି ଶିଶୁକନ୍ୟା କିଛି ସମୟ ଧରି ଚୁପ୍‌ ହୋଇ ବସିଥିବା ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପିଲାଙ୍କ ମା’...

ଜାତିସଂଘରେ ଗାନ୍ଧିଜୀଙ୍କ ହଲୋଗ୍ରାମ

ଜାତିସଂଘ, ୨ା୧୦: ଅହିଂସା ଓ ଶାନ୍ତିର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ଅବସରରେ ଜାତିସଂଘରେ ଗାନ୍ଧିଜୀଙ୍କୁ ସ୍ବତନ୍ତ୍ର ଭାବେ ଉପସ୍ଥାପନ କରାଯାଇଛି। ଅକ୍ଟୋବର ୨କୁ...

ପାକିସ୍ତାନରେ ଟ୍ରେଣ୍ଡ କରୁଛି ‘#ଇଣ୍ଡିଆ ନିଡ୍ସ ଅକ୍ସିଜେନ୍‌’; ଲୋକେ କହିଲେ…

ଇସଲାମାବାଦ,୨୩।୪: କରୋନା ମହାମାରୀର ଦ୍ୱିତୀୟ ଲହରକୁ ସାମ୍ନା କରୁଛି ଭାରତ। ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ଡାକ୍ତରଖାନାରେ ଅକ୍ସିଜେନ୍‌ର ଅଭାବ...

ହ୍ବାଇଟ୍‌ ହାଉସରେ ଟ୍ରମ୍ପ ପାଳିଲେ ଦୀପାବଳି

ଓ୍ବାଶିଂଟନ,୨୬।୧୦: ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ରାଷ୍ଟ୍ରପତି ଡୋନାଡ ଟ୍ରମ୍ପ ଶୁକ୍ରବାର ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଭାରତରେ ପାଳନ କରାଯାଉଥିବା ଦୀପାବଳିର ୩...

Advertisement
Archives

Model This Week