୩ ଇଞ୍ଜେକ୍ସନ ଦେବାରୁ ୨ ମାସର ଶିଶୁ ମୃତ

ଦଶମନ୍ତପୁର, ୨୭।୧୦(ଡି.ଏନ.ଏ.): ଏକା ସାଙ୍ଗରେ ୩ଟି ଇଞ୍ଜେକ୍ସନ ଦେବାରୁ ଏକ ୨ ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏ. ମାଲକାନଗିରି ପଞ୍ଚାୟତର କେ. ମାଳିଗୁଡା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମୃତ ଶିଶୁପୁତ୍ର ଜଣକ ହେଲେ ଗ୍ରାମର ବାଲି ଗୌଡଙ୍କ ପୁଅ ଧନେଶ। ଏନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ସ୍ବାସ୍ଥ୍ୟ ବିଭାଗର ଟିମ୍‌କୁ ଘେରାଉ କରିଥିଲେ।

ବ୍ଳକର ବିଭିନ୍ନ ଗ୍ରାମରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁଙ୍କୁ ବିଭିନ୍ନ ଟିକା ପ୍ରଦାନ କରାଯାଉଛି। ବୁଧବାର କେ. ମାଳିଗୁଡା ଗ୍ରାମରେ କେତେକ ଶିଶୁଙ୍କୁ ଟିକା ପ୍ରଦାନ କରାଯାଇଥିଲା। ବାଲିଙ୍କ ପୁଅ ଧନେଶ ମଧ୍ୟ ଟିକା ନେଇଥିଲେ। ତାଙ୍କୁ ସ୍ବାସ୍ଥ୍ୟକର୍ମୀମାନେ ୩ଟି ଟିକା ଦେଇଥିଲେ। ତେବେ ଟିକା ନେବାର କିଛି ସମୟ ପରେ ଧନେଶଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ମାଳିଗୁଡା ଗ୍ରାମରେ ପହଞ୍ଚି ଥିଲେ। ତାଙ୍କୁ ଉତ୍ତ୍ୟକ୍ତ ଲୋକେ ଘେରାଉ କରିଥିଲେ। ପରେ ସରପଞ୍ଚ ଓ ଅନ୍ୟ କେତେଜଣ ବ୍ୟକ୍ତି ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ସିଏଚ୍‌ଓ ସ୍ବାଗତିକା ନାୟକ ଶିଶୁକୁ ଦେଇଥିବା ଟିକା ସମ୍ପର୍କରେ ପରିବାର ଲୋକଙ୍କୁ ବୁଝାଇଥିଲେ। ସେ କହିଥିଲେ ଯେ, ଶିଶୁମାନଙ୍କ ସ୍ବାସ୍ଥ୍ୟ ଭଲ ରହିବା ନେଇ ରୋଗ ପ୍ରତିଷେଧକ ଟିକା ଦେଇଛୁ। ଦେଢ ବର୍ଷରୁ ସାଢ଼େ ଦୁଇ ବର୍ଷ ମଧ୍ୟରେ ଥିବା ଶିଶୁଙ୍କୁ ଓପିଭି-୧ , ରଟା-୧, ପେଣ୍ଟା-୧, ଆଇପିଭି ଏବଂ ପିସିଭି ଭଳି ଟିକା ଓ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଥାଏ। ଏହାଦ୍ବାରା ଶିଶୁମାନଙ୍କୁ ଆଉ କୌଣସି ରୋଗ ଆକ୍ରମଣ କରିବ ନାହିଁ। ମାତ୍ର ଇଞ୍ଜେକ୍ସନ ଦ୍ବାରା ଶିଶୁଙ୍କ ମୃତ୍ୟୁ ହୋଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଯଦି ଶିଶୁଙ୍କୁ ଶୁଆଇ ସ୍ତନ୍ୟପାନ କରାଇଲେ ହଠାତ୍‌ ଗଳାରେ କ୍ଷୀର ଲାଗିଯିବ, ସେଥିରେ ଶିଶୁମାନେ ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ହେବା ସମ୍ଭାବନା ରହିଛି ବୋଲି ସେ କହିଥିଲେ। ଏସମ୍ପର୍କରେ ପୋଡ଼ାଗଡ଼ ଡାକ୍ତର ପ୍ରିୟରଞ୍ଜନ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ବୁଧବାର କେ. ମାଳିଗୁଡା ଗ୍ରାମ ସହ ଗରଡାମୁଣ୍ଡ ଗ୍ରାମରେ ୧୪ ଜଣ ଶିଶୁ ଓ ୩ ଜଣ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଅନ୍ୟ କାହାର କିଛି ସମସ୍ୟା ହୋଇନାହିଁ। ସମ୍ପୃକ୍ତ ଗ୍ରାମର ଶିଶୁଟିର ଟିକା ନେବା ଦ୍ବାରା ମୃତ୍ୟୁ ହୋଇନାହିଁ। ଅନ୍ୟ କୌଣସି କାରଣ ହୋଇ ଥାଇପାରେ। ମୃତଦେହ ବ୍ୟବଚ୍ଛେଦ ପରେ ଘଟଣା ସ୍ପଷ୍ଟ ହେବ ବୋଲି ଡାକ୍ତର ମିଶ୍ର କହିଥିଲେ। ଅନ୍ୟ ପକ୍ଷରେ ଶିଶୁର ମା’ସୁକାନ୍ତି କହିଛନ୍ତି, ଏକାସଙ୍ଗେ ୩ଟି ଇଞ୍ଜେକ୍ସନ ଦେବାକୁ ମୁଁ ମନା କରୁଥିଲି। ସ୍ବାସ୍ଥ୍ୟକର୍ମୀ ମୋ କଥା ଶୁଣିଲେନାହିଁ। ବୟସ ଅନୁସାରେ ଶିଶୁମାନଙ୍କୁ ୩ଟି ଟିକା ଏକା ସାଙ୍ଗରେ ଦେବା ନିୟମ ରହିଛି କହି ଦେଲେ। ମୋ ଛୁଆ ଭଲ ଥିଲା, ଟିକା ନେବାରୁ ମୃତ୍ୟୁ ହେଲା। ଟିକା ନେବାରୁ ଯଦି ମୃତ୍ୟୁ ହୋଇନାହିଁ, ତେବେ କେଉଁ କାରଣରୁ ମୃତ୍ୟୁ ହେଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?