ବ୍ରେନରେ ଚିପ ଲଗାଇ ବୁଲିବେ ମନୁଷ୍ୟ, ଦୃଷ୍ଟିବାଧିତଙ୍କୁ ବି ମିଳିବ ଆଲୋକ, ହେବ ନ୍ୟୁରାଲିଂକ ଟେକନିକ: ମସ୍କ

ୱାଶିଂଟନ,୨ ।୧୨: ଖୁବଶୀଘ୍ର ମନୁଷ୍ୟ ବ୍ରେନ୍ ଚିପ ଲଗାଇ ବୁଲିବାକୁ ବାହାରିବ । ଏହାସହ ଏହି ଚିପ ଦ୍ୱାରା ଦୃଷ୍ଟିବାଧିତଙ୍କୁ ଆଲୋକ ମିଳିବ । ଟେଲସା ସିଇଓ ଏଲନ ମସ୍କ ଦାବି କରିଛିନ୍ତି କି ତାଙ୍କ କମ୍ପାନୀ ନ୍ୟୁରାଲିଂକ ଆସନ୍ତା ୬ ମାସ ମଧ୍ୟରେ ମନୁଷ୍ୟର ବ୍ରେନରେ ଚିପ ଲଗାଇବାକୁ ଯାଉଛି ।

ଦ ଷ୍ଟ୍ରିଟର ଏକ ରିପୋର୍ଟ ଅନୁଯାୟୀ, ମସ୍କ କହିଛନ୍ତି କମ୍ପାନୀର ମୂଳ ଲକ୍ଷ୍ୟ ହେଉଛି ଦୃଷ୍ଟି ଓ ପାରାଲିସିସକୁ ଠିକ୍ କରିବା । ଜନ୍ମରୁ ଯେଉଁମାନେ ଦୃଷ୍ଟି ବାଧିତ ସେମାନଙ୍କ ଆଖିରେ ନ୍ୟୁରାଲିଂକ ସାହାଯ୍ୟରେ ଆଲୋକ ଆସିପାରିବ । ଶରୀରର ହାଡ ଭାଙ୍ଗିଯିବାରୁ ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ଅକ୍ଷମ ହୋଇଯାଇଛନ୍ତି ସେମାନେ ପୁଣିଥରେ ହୃଷ୍ଟପୁଷ୍ଟ ହେବାକୁ ନ୍ୟୁରାଲିଂକ ଟେକନିକ ବି ସାହାଯ୍ୟ କରିବ ।
ମସ୍କ ନ୍ୟୁରାଲିଂକ ଶୋ’ରେ କହିଛନ୍ତି, ବ୍ରେନରେ ଚିପ ଲଗାଇବାକୁ ନେଇ କମ୍ପାନୀ କଠିନ ପରିଶ୍ରମ କରୁଛି । ଅଧିକାଂଶ କାଗଜପତ୍ର କାର୍ଯ୍ୟ ୟୁଏସ ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେଶନ(ଏଫଡିଏ)କୁ ଦିଆଯାଇଛି । ଏହାପରେ ମାନବ ବ୍ରେନରେ ନ୍ୟୁରାଲିଂକ ସ୍ଥାପନ କରିବାରେ ସଫଳତା ମିଳିବ ।
ମସ୍କ କହିଛନ୍ତି ଏବେ ମାନବ ପାଇଁ ଅର୍ଟିଫିସିୟାଲ ଇଣ୍ଟଲିଜେନ୍ସର ମୁକାବିଲା କରିବା ଜରୁରୀ ହୋଇପଡିଛି । ଏହାର କଠିନତାକୁ କମ କରିବାକୁ ଚେଷ୍ଟା କରିବାକୁ ପଡିବ । ସେ କହିଛନ୍ତି ଲ୍ୟାପଟପ ଓ ଫୋନ ସହ ଇଣ୍ଟରାକ୍ଟ କରିବା ଲୋକଙ୍କ କ୍ଷମତା ଖୁବ୍ କମ ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri