ଏଲନ ମସ୍କଙ୍କ ଫଟୋ ବିକିଲେ ଏକ୍ସ-ଗର୍ଲଫ୍ରେଣ୍ଡ, ରାତାରାତି ହୋଇଗଲେ କୋଟିପତି

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସ୍‌ଲା ସିଇଓ ଏଲନ ମସ୍କ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ତାଙ୍କର ଏକ୍ସ-ଗର୍ଲଫ୍ରେଣ୍ଡ ଜେନିଫର ଗ୍ବେନେ ଏଲନଙ୍କ ପୁରୁଣା ଫଟୋ ବିକ୍ରି କରିଛନ୍ତି। ସେ ଏଲନଙ୍କ କଲେଜ ସମୟର ଫଟୋ ଏବଂ ନିଜ ସ୍ମରଣୀୟ ଫଟୋ ୧,୬୫,୦୦୦ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧ କୋଟି ୩୧ ଲକ୍ଷ ୪୮ ହଜାର ଟଙ୍କାରେ ନିଲାମ କରାଯାଇଛି। ଏଲନଙ୍କ ଏହି ଫଟୋ ଯାହା ଆଜି ପର୍ଯ୍ୟନ୍ତ ଦୁନିଆକୁ ଆସି ନ ଥିଲା। ଏହି ଫଟୋଗୁଡ଼ିକ ବୋଷ୍ଟନରେ ନିଲାମ କରାଯାଇଥିଲା।

ବୋଷ୍ଟନସ୍ଥିତ ଆରଆର ଆକ୍ସନ ନିଲାମ ସଂସ୍ଥା କହିଛି ଯେ,ଜେନିଫର ଏହି ଫଟୋକୁ ଉପହାର ସ୍ବରୂପ ରଖିଥିଲେ। ୧୯୯୪ରୁ ୯୫ ମଧ୍ୟରେ ମସ୍କ ଏବଂ ଜେନିଫର୍‌ ଯେତେବେଳେ ଉଭୟେ ପେନ୍‌ସିଲଭାନିଆ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ମସ୍କ କାଲିଫର୍ନିଆକୁ ଯିବା ପରେ ଦୁହେଁ ଅଲଗା ହୋଇଯାଇଥିଲେ।

ନିଲାମରେ ଏକ ଛୋଟ ଏମ୍ରାଲ୍ଡ ପଥର ସହିତ ଏକ ସୁନା ହାର ଥିଲା ଯାହା ମସ୍କ ଜେନିଫରଙ୍କୁ ତାଙ୍କ ଜନ୍ମଦିନରେ ଉପହାର ଦେଇଥିଲେ। ଏହି ହାରଟି ୫୧,୦୦୦ ଡଲାରରେ (୪୦ ଲକ୍ଷରୁ ଅଧିକ)ରେ ବିକ୍ରି ହୋଇଥିଲା। ଏହା ପରେ ଜନ୍ମଦିନ କାର୍ଡ ଥିଲା, ଯାହା ମସ୍କ ଦ୍ୱାରା ଦସ୍ତଖତ କରାଯାଇଥିଲା। ଏହାକୁ ପ୍ରାୟ ୧୭,୦୦୦ ଡଲାରରେ ବିକ୍ରି କରାଯାଇଛି (ପ୍ରାୟ ୧୪ ଲକ୍ଷ ଟଙ୍କା)। ୧୮ଟି ଫଟୋ ମଧ୍ୟ ପୃଥକ୍‌ ଭାବରେ ବିକ୍ରି ହୋଇଥିଲା ଏବଂ ସେଥିମଧ୍ୟରୁ ଜେନିଫର୍‌ ଏବଂ ମସ୍କ ଅନ୍ୟ ୪ ଜଣଙ୍କ ସହିତ ୧,୭୬୫ ଡଲାରରେ ବିକ୍ରି ହୋଇଥିଲା (ପ୍ରାୟ ୧.୪୦ ଲକ୍ଷ)।।

କୁହାଯାଉଛି, ଏଲନଙ୍କର ଜଣେ ପୂର୍ବତନ ଗର୍ଲଫ୍ରେଣ୍ଡ ତାଙ୍କ ପୁଅର ଶିକ୍ଷା ପାଇଁ ମସ୍କ ସହିତ ତାଙ୍କ ଫଟୋ ନିଲାମ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଫଟୋଗୁଡ଼ିକ ନିଲାମ ହାଉସ ଓ୍ବେବ୍‌ସାଇଟରେ ରଖାଯାଇଥିଲା। ଏହି ଫଟୋଗୁଡ଼ିକ ପାଇଁ ଟେଣ୍ଡର ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

୩୮ ବର୍ଷ ବୟସରେ ଟିମ୍‌ ବଦଳାଇଲେ ଏହି କ୍ରିକେଟର୍‌: ପ୍ରଥମ ମ୍ୟାଚ୍‌ରେ କଲେ ଚମତ୍କାର

ଚଣ୍ଡିଗଡ଼,୧୩।୧୦: ଭାରତୀୟ କ୍ରିକେଟ ଦଳରୁ ଦୀର୍ଘଦିନ ଧରି ବାହାରେ ଥିବା ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ରଣଜୀ ଟ୍ରଫି ୨୦୨୬-୨୭ ସରିଜ୍‌ରେ ଜବରଦସ୍ତ ଆରମ୍ଭ କରିଛନ୍ତି।…

ଦିଲ୍ଲୀରେ ସକାଳୁ ସକାଳୁ CJPର ବିକ୍ଷୋଭ; ଆଶୁତୋଷ ରଙ୍କା ଅଟକ, ସୌରଭ ଦାସ ପୋଲିସ ହେପାଜତରେ

ନୂଆଦିଲ୍ଲୀ,୧୩।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ସକାଳେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?