Odisha Elections 2024

ଗାଜାକୁ ସହଯୋଗ କରିବା ପାଇଁ ଆଗେଇ ଆସିଲେ ଏଲନ୍‌

ନ୍ୟୁୟର୍କ,୨୮ା୧୦: ଇସ୍ରାଏଲ-ହମାସ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବାରୁ ଗାଜାରେ ଅନେକ କ୍ଷତି ଘଟିଛି। ତେବେ ଗାଜାକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଏଲନ୍‌ ମସ୍କ ଆଗେଇ ଆସିଛନ୍ତି। ଶନିବାର ଏଲନ୍‌ କହିଛନ୍ତି, ତାଙ୍କ କମ୍ପାନୀ ଷ୍ଟାର୍‌ ଲିଙ୍କ୍‌ ଗାଜାରେ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତିପ୍ରାପ୍ତ ମାନବିକ ସଂଗଠନକୁ ଯୋଗାଯୋଗ ସୁବିଧା ଯୋଗାଇବ। ଏଲନ୍‌ ତାଙ୍କ ‘X ’ହ୍ୟାଣ୍ଡେଲରେ ଏହା ଘୋଷଣା କରିଛନ୍ତି। ଇସ୍ରାଏଲ ଗାଜାରେ ବୋମାମାଡ଼ କରୁଥିବାରୁ ଫୋନ୍‌ ଏବଂ ଇଣ୍ଟରନେଟ୍‌ ସେବା ବ୍ୟାହତ ହୋଇଛି। ଫଳରେ ଗାଜାରେ ଥିବା ତାଙ୍କ ଟିମ୍‌ ସହ ଯୋଗାଯୋଗ କରିପାରୁନାହିଁ ବୋଲି ବିଶ୍ୱ ସଂଗଠନ କହିଛି।

ଆମେରିକାର ପ୍ରତିନିଧି ଆଲେକ୍‌ଜାଣ୍ଡ୍ରିଆ ଓକାସିଓ-କର୍ଟେଜ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ପ୍ରାୟ ୨୨ ଲକ୍ଷ ଲୋକଙ୍କ ପାଇଁ ଯୋଗାଯୋଗ ସେବା ବନ୍ଦ କରିବା ଗ୍ରହଣୀୟ ନୁହେଁ। ସେ କହିଛନ୍ତି, ସାମ୍ବାଦିକ, ଡାକ୍ତର, ସାମାଜିକ କର୍ମୀ ଏବଂ ନିରୀହ ଲୋକ ସମସ୍ତେ ବିପଦରେ ଅଛନ୍ତି। ଏହି ପୋଷ୍ଟରେ, ଏଲନ୍‌ ଆମେରିକାର ପ୍ରତିନିଧିଙ୍କୁ ଉତ୍ତର ଦେଇଛନ୍ତି ଏବଂ ସଂଯୋଗ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ଈଶ୍ୱର ଦେଲେ ଦଣ୍ଡ, ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଇସ୍ରାଏଲ୍‌ରେ ଖୁସିର ମାହୋଲ

ଜେରୁଜେଲମ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାୟାନଙ୍କ ପରଲୋକ ଘଟିଛି। ଏଥି ସହିତ ଇସ୍ରାଏଲର ଧାର୍ମିକ ନେତାମାନେ...

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଠାବ, ଇରାନ ରାଷ୍ଟ୍ରପତି ମୃତ

ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି।ଆଜରବଇଜାନରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ହେଲିକପ୍ଟରର ଏକ ଦୁର୍ଘଟଣାର ସମ୍ମୁଖୀନ...

୧୭ ଘଣ୍ଟା ପରେ ମିଳିଲା ଇରାନ ରାଷ୍ଟ୍ରପତି ରଇସିଙ୍କ ହେଲିକପ୍ଟର ଠାବ, ମିଳିନି ରାଷ୍ଟ୍ରପତିଙ୍କ ସନ୍ଧାନ

ନୂଆଦିଲ୍ଲୀ,୨୦।୫: ଇରାନର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଉଦ୍ଧାରକାରୀ ଦଳ ପାଇଛନ୍ତି। ତେବେ ରାଷ୍ଟ୍ରପତି ରଇସି ଏବଂ ହେଲିକପ୍ଟରରେ ତାଙ୍କ ସହ ଯାତ୍ରା...

କେଉଁଠି ଅଛନ୍ତି ଇରାନ ରାଷ୍ଟ୍ରପତି? ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟର ସହ ହୋଇ ପାରୁନାହିଁ ସମ୍ପର୍କ

ତେହେରାନ,୧୯।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା, ଏହା ପରେ ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ଅବତରଣ...

ୟୁକ୍ରେନ୍‌ର ୧୦୩ ଡ୍ରୋନ୍‌, ୧୨ ମିଶାଇଲ୍‌କୁ ଖସାଇଲା ରୁଷିଆ

ମସ୍କୋ,୧୯ା୫: ରୁଷିଆର ଏୟାର ଡିଫେନ୍ସ ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ୍‌ର ୧୦୩ଟି ଡ୍ରୋନ୍‌ ଓ ୧୨ଟି ଆମେରିକା ନିର୍ମିତ ଏଟିଏସିଏମ୍‌ଏସ ମିଶାଇଲ ଖସାଇଥିବା ରବିବାର...

ବ୍ରିଟେନରେ ଶୁଭିଲା ‘ଅବକି ବାର ୪୦୦ ପାର୍‌’

ଲଣ୍ଡନ,୧୯।୫: ଏଥର ବ୍ରିଟେନର ସଂସଦ ମଇଦାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଲୋଗାନ ‘ଅବକି ବାର୍‌ ୪୦୦ ପାର୍‌’ ଶୁଣଇବାକୁ ମିଳିଛି। ଭାରତୀୟ ମହିଳାମାନେ ଶନିବାର ବ୍ରିଟିଶ ସଂସଦ...

ଇରାନ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ତେହେରାନ,୧୯।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରାଯାଇଥିଲା।...

ମହିଳା ସଂସଦୀୟ ପ୍ରତିନିଧିତ୍ୱ କ୍ଷେତ୍ରରେ ପାକିସ୍ତାନ-ବାଂଲାଦେଶଠାରୁ ବି ପଛରେ ଭାରତ

ନୂଆଦିଲ୍ଲୀ,୧୯ା୫: ଲୋକ ସଭା ନିର୍ବାଚନ ପ୍ରାୟ ଶେଷ ପର୍ଯ୍ୟାୟରେ। ଫଳାଫଳ ପାଇଁ ଆଉ ୧୫ ଦିନ ବାକି ଅଛି। ସମସ୍ତ ଦଳ ସେମାନଙ୍କର ବିଜୟ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri