Posted inଜାତୀୟ

ରାଜ୍ୟପାଳଙ୍କ ପାଇଁ ଯୋଗ୍ୟତା ମାନଦଣ୍ଡ ହେବା ଜରୁରୀ : ଉଦ୍ଧବ…

ମୁମ୍ବାଇ,୩।୧୨ : ଅନେକ ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦ ବନ୍ଦ ହେବାର ନା ଧରୁନି। ତାମିଲନାଡୁରୁ ରାଜ୍ୟପାଳଙ୍କୁ ହଟାଇବାକୁ ଦାବି ହେଉଛି ଏବଂ କେରଳ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠିଛି। ଏଥି ସହିତ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବେ ଏହି ବିବାଦରେ ମୁହଁ ଖୋଲିଛନ୍ତି। ରାଜ୍ୟପାଳ ପଦବୀ ପାଇଁ ଚୟନ ପାଇଁ କିଛି ଯୋଗ୍ୟତା ମାନଦଣ୍ଡ ସ୍ଥିର କରାଯିବା ଉଚିତ ବୋଲି ସେ ଶନିବାର କହିଛନ୍ତି।

ଉଦ୍ଧବ ଠାକରେ କହିଛନ୍ତି ଯେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରି ଛତ୍ରପତି ଶିବାଜୀ ମହାରାଜ ତଥା ସାମାଜିକ ସଂସ୍କାରକ ଜ୍ୟୋତିବା ଫୁଲେ ଏବଂ ସାବିତ୍ରୀବାଈ ଫୁଲେଙ୍କ ପରି ସମ୍ମାନିତ ବ୍ୟକ୍ତିତ୍ୱଙ୍କୁ ଅପମାନ କରୁଛନ୍ତି। ଏହା ସତ୍ତ୍ୱେ ଏଭଳି ଲୋକମାନେ ଏବେବି ନିଜ ପଦବୀରେ ଅଛନ୍ତି । ଏହା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସେ କହିଛନ୍ତି।

ଉଦ୍ଧବ କହିଛନ୍ତି ଯେ ରାଜ୍ୟପାଳ ହେଉଛନ୍ତି ଭାରତର ରାଷ୍ଟ୍ରପତିଙ୍କ ପ୍ରତିନିଧୀ ଏବଂ ଏପରି ପଦବୀରେ କାହାକୁ ନିଯୁକ୍ତ କରାଯାଇପାରିବ ସେଥିପାଇଁ କିଛି ମାନଦଣ୍ଡ ରହିବା ଉଚିତ। ମୁଁ ଦାବି କରୁଛି ଯେ ଏହିପରି ନିୟମ ପ୍ରସ୍ତୁତ କରାଯାଉ। ଯାହାଫଳରେ ସଠିକ ବ୍ୟକ୍ତି ଏହି ପଦବୀରେ ବସିପାରିବେ। ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ସୀମା ରେଖା ବିଷୟରେ ସେ କହିଛନ୍ତି ଯେ ବେଲଗାମରେ ଏଠାକାର ମନ୍ତ୍ରୀମାନଙ୍କୁ ସ୍ବାଗତ କରାଯାଇନଥିବା ନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତାଙ୍କ ପ୍ରତିପକ୍ଷ ବାସଭରାଜ ବୋମ୍ମାଇଙ୍କ ବିବୃତ୍ତିରେ ଚୁପ ରହିଛନ୍ତି।

ଉଦ୍ଧବ କହିଛନ୍ତି ଯେ ମହାରାଷ୍ଟ୍ର ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ଏବଂ ଶମ୍ଭୁରଜ ଦେଶାଇଙ୍କ ଶୁକ୍ରବାର ବେଲାଗାଭି ଗସ୍ତ ନେଇ ବୋମ୍ମାଇ ଆପତ୍ତି କରିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ ସିନ୍ଦେ ଏବଂ ତାଙ୍କ ବିଧାୟକମାନେ ଆସାମର ଗୁଆହାଟି ଯାଇ କାମାକ୍ଷୀ ଦେବୀଙ୍କୁ କର୍ନାଟକର ବେଲଗାମ ଏବଂ ମରାଠୀ ଭାଷାଭାଷୀ ଅଞ୍ଚଳକୁ ମହାରାଷ୍ଟ୍ରକୁ ଆଣିବା ପାଇଁ ପ୍ରାର୍ଥନା କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି

ନୂଆଦିଲ୍ଲୀ,୧୮ା୪: ଦ୍ୱିତୀୟ ପର୍ଯ୍ୟାୟରେ ୧୧ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅନ୍ତର୍ଗତ ୯୫ଟି ଲୋକ ସଭା ନିର୍ବାଚନମଣ୍ଡଳୀରେ ଗୁରୁବାର ମତଦାନ ସକାଳ ୭ଟାଠାରୁ ଆରମ୍ଭ...

ବିହାର ପୋଲିସକୁ ସହଯୋଗ କରୁନି ମୁମ୍ବାଇ ପୋଲିସ : ମୋଦି

ପାଟନା,୧।୮-ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଏହି ମାମଲାରେ ମୁମ୍ବାଇ ପୋଲିସ ବିହାର ପୋଲିସକୁ ସହଯୋଗ...

କର୍ନାଟକ ଉପନିର୍ବାଚନ: ମତଦାନ ହାର ୬୦ ପ୍ରତିଶତ; ଇଭିଏମ୍‌ରେ ୧୬୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌

ବେଙ୍ଗାଲୁରୁ,୫।୧୨: କର୍ନାଟକରେ ୧୫ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଗୁରୁବାର ଶେଷ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ଏଠାରେ ମତଦାନ ହାର ୬୦ ପ୍ରତିଶତ ରହିଛି।...

ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଚିରାଗ: କହିଲେ ଦଳ ମା’ ପରି…

ପାଟନା,୧୫।୬: କରୋନା ସଂକ୍ରମଣ ପରେ ଏବେ ବିହାର ରାଜନୀତି ପୁରା ସରଗରମ ରହିଛି। ମଙ୍ଗଳବାର ଚିରାଗ ପାସଓ୍ବାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ଏହାପରେ...

ଭାରତ ବାୟୋଟେକ୍‌ରେ ସେନା ଛାଉଣୀ…

ହାଇଦ୍ରାବାଦ୍‌,୯।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ଭାକ୍ସିନ୍‌ ପ୍ରସ୍ତୁତ କରିଥିବା ଭାରତ ବାୟୋଟେକ୍‌ର ହାଇଦ୍ରାବାଦ୍‌ ସ୍ଥିତ କ୍ୟାମ୍ପସ୍‌ ଏବେ କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କ ଛାଉଣୀରେ ପରିଣତ ହୋଇଛି।...

ମଡେଲଙ୍କୁ ଅସଦାଚରଣ: ୭ ଗିରଫ

କୋଲକାତା,୧୯ା୬(ପି.ଟି.): ମଡେଲରୁ ଅଭିନେତ୍ରୀ ପାଲଟିଥିବା ଉଷଶୀ ସେନଗୁପ୍ତାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ୭ ଯୁବକଙ୍କୁ କୋଲକାତା ପୋଲିସ ଗିରଫ କରିଛି। ପୂର୍ବତନ ମିସ୍‌ ଇଣ୍ଡିଆ ୟୁନିଭର୍ସ...

ରାଜ୍ୟପାଳଙ୍କ ଟୁଇଟର ଆକାଉଣ୍ଟ୍‌ ହ୍ୟାକ୍‌…

ଜୟପୁର, ୨୩।୧ : ରବିବାର ସକାଳେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ରଙ୍କ ଟୁଇଟର ଆକାଉଣ୍ଟକୁ ହ୍ୟାକ କରାଯାଇଥିଲା। ରବିବାର ସକାଳ ୧୧ଟା ୨୮ରେ ରାଜ୍ୟପାଳଙ୍କ ଟୁଇଟର...

ଖୋଲିବ ଶ୍ରୀନଗର- ଲେହ ଜାତୀୟ ରାଜପଥ

ଶ୍ରୀନଗର,୨୨।୨: ଲଦାଖକୁ ସଂଯୋଗ କରୁଥିବା ୪୩୪ କି.ମି ବିଶିଷ୍ଟ ଏକମାତ୍ରା ଶ୍ରୀନଗର-ଲେହ ଜାତୀୟ ରାଜପଥ ଖୁବ୍‌ଶୀଘ୍ର ଖୋଲିବାକୁ ଯାଉଛି। ଭିଷଣ ବରଫପାତ କାରଣରୁ ଚଳିତବର୍ଷ ଜାନୁୟାରୀରୁ...

Advertisement
Archives

Model This Week