ଫସଲ ଦଳିଚକଟି ନଷ୍ଟ କଲେ ହାତୀପଲ

ବୁଗୁଡ଼ା,୨୫।୩(କାଳୀଚରଣ ଦାଶ): ଦକ୍ଷିଣ ଘୁମୁସର ବନଖଣ୍ତ ଅଧିନସ୍ଥ ବୁଗୁଡ଼ା ବନାଞ୍ଚଳରେ ସାତ ଟିକିଆ ବଣୁଆ ହାତୀପଲର ଉପଦ୍ରବ ଘଟାଇ ବ୍ୟାପକ ଫସଲ ହାନି ଯୋଗୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି।

ଶନିବାର ବିଲମ୍ବିତ ରାତିରେ ଶଙ୍କୁରୁ ପଞ୍ଚାୟତର ଚକାବଟ, ଚିଲିଖମା ଓ ଭାଲୁଆସାହି ଗ୍ରାମାଞ୍ଚଳରେ ଓ ରବିବାର ରାତିରେ ତାକରଡା ଗ୍ରାମର ୧୨ ଜଣ ଚାଷୀଙ୍କ ପନିପରିବା କିଆରୀରେ ପଶି କଦଳୀ,ଟମାଟୋ, ମକା ଆଦି ପନିପରିବା ଦଳଚକଟି ନଷ୍ଟ କରିଥିବା ଦେଖିବାକୁ ମିଳିଛି। ହାତୀପଲ ଚାଷୀଙ୍କ କଦଳୀ ବଗିଚାରେ ପଶି ଖାଇବା ସହ ଭଙ୍ଗାରୁଜା କରିଛନ୍ତି। ଚକାବଟ ଅଞ୍ଚଳର ଚାଷୀଙ୍କ ଲଙ୍କା ଓ ବାଇଗଣ ଫସଲ ନଷ୍ଟ କରିଛନ୍ତି। ଏଥିସହ ଚାଷୀ ଭାବଗ୍ରାହୀ ମହାନ୍ତିଙ୍କ ଫାର୍ମ ହାଉସ୍‌ରେ ସେହି ୭ ଟିକିଆ ହାତୀପଲ ପଶି ପୋଟଳ ଓ ତୋରଡ଼ା ଆଦି ପରିବା ଫସଲ ଖାଇବା ସହ ଦଳାଚକଟା କରିଛନ୍ତି। ସେହି ଅଞ୍ଚଳରେ ପ୍ରତିଦିନ ବାର୍‌ହା ଉପଦ୍ରବ ଲାଗିରହିଥିବା ବେଳେ ଏବେ ବଣୁଆ ହାତୀପଲଙ୍କ ଉପଦ୍ରବ ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ବର୍ତ୍ତମାନ ବୁଗୁଡ଼ା ବନ ବିଭାଗ କର୍ମଚାରୀମାନେ ଚାଷୀଙ୍କ ପାଖରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିବା ବେଳେ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

ଚାଲାଣ ସମୟରେ ଜବତ ହୋଇଥିବା ଗୋରୁମାନଙ୍କୁ ଅଭିଯୁକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ: ଓଡ଼ିଶା ହାଇକୋର୍ଟ

କଟକ,୨୭।୪: ନିର୍ଦୟ ଭାବେ ଚାଲାଣ ହେବା ସମୟରେ ଜବତ ହୋଇଥିବା ଗୋରୁ ମାନଙ୍କୁ ସେମାନଙ୍କର ମାଲିକଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଗୋରୁ ମାନଙ୍କ ପ୍ରତି କରାଯାଉଥିବା...

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଠାରୁ ପ୍ରାର୍ଥୀ କଲା ଭାଜପା

ଖୋର୍ଦ୍ଧା,୨୭ା୪: ଶନିବାର ଭାଜପା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଦେଇଛି ଭାଜପା। ତେଲକୋଇରୁ ଫକୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri