Posted inଫୁରସତ

ମାଲିକଙ୍କୁ ଏମିତି ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଲା ହାତୀ, ଦେଖିଲେ ଆଖିରେ ରହିବନି ଲୁହ

ହାତୀ ଏବଂ ମଣିଷ ମଧ୍ୟରେ ବନ୍ଧୁତା ଫିଲ୍ମ ‘ହାଥୀ ମେରା ସାଥୀ’ରେ ନିଶ୍ଚିତ ଦେଖିଥିବେ। ଫିଲ୍ମରେ ହାତୀ ମରିବା ପରେ ଅଭିନେତା ହାତୀକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମାତ୍ର କେରଳର କୋଟାୟମ ଜିଲାରେ ଏକ ହାତୀ ତା’ର ମାଲିକ ମରିଯିବା ପରେ କେମିତି ଶ୍ରଦ୍ଧାଞ୍ଜଳି ଦେଉଛି ତାହା ଭିଡିଓରେ ଦେଖିବାକୁ ମିଳିଛି। ଏହା ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଭାବୁକ ହୋଇଯାଇଥିଲେ। ହାତୀ ତା’ର ମାଲିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭିଡିଓରେ ଦେଖିବାକୁ ମିଳିଛି ହାତୀ ତା’ର ମାଲିକଙ୍କୁ ଶେଷକାଳୀନ ବିଦାୟ ଦେଉଛି। ଅନ୍ତିମ ସଂସ୍କାର ପାାଇଁ ଯିବା ପୂର୍ବରୁ ମାଲିକଙ୍କ ଶରୀର ନିକଟରେ ହାତୀ ପହଞ୍ଚି ଯାଉଛି। ଏହି ହାତୀର ନାମ ବ୍ରହ୍ମାଦଥନ। ହାତୀ ବାରଣ୍ଡା ନିକଟରେ ଠିଆ ହୋଇ ତା’ର ମାଲିକ କୁନକକ୍କଡ ଦାମୋଦରନ ନାୟାରଙ୍କ ମୃତଦେହରେ ଦୁଇଥର ଶୁଣ୍ଢ ମାରୁଛି। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଆଖିରେ ଲୁହ ରହିଲାନି। ଶୁଣ୍ଢ ଟେକି ହାତୀ ମାଲିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲା।

ଏହି ଭିଡିଓକୁ ଫେସ୍‌ବୁକ୍‌ରେ ଜଣେ ୟୁଜର ଶେୟାର କରିଥିଲେ। ଏହା ପରେ ଭିଡିଓଟି ଖୁବ୍‌ ଭାଇରାଲ ହେଉଛି। ଏଥିରେ କ୍ୟାପଶନ ଲେଖାହୋଇଛି, ଏହା ସେତେବେଳେ ଘଟିଥିଲା ଯେତେବେଳେ ବ୍ରହ୍ମାଦଥନ ତା’ର ମାଲିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିଲା। ଯାହାଙ୍କର ଆଜି ଅର୍ଥାତ ଶନିବାର ମୃତ୍ୟୁ ଘଟିଛି। ୨୪ ଘଣ୍ଟା ପୂରଣ ନ ହେଉଣୁ ଏହି ଭିଡିଓଟିକୁ ୭.୯୬ରୁ ଅଧିକ ଲୋକ ଦେଖିସାରିଲେଣି। ୨୪୦୦୦ରୁ ଅଧିକ ଲୋକ ପ୍ରତିକ୍ରିୟା ରଖିଥିବା ବେଳେ ୧୦୦୦୦ରୁ ଅଧିକ ଲୋକ କମେଣ୍ଟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri