ହାତୀ-ମଣିଷ ଲଢେଇ

କେନ୍ଦୁଝର, ୨୯ା୬(ଡି.ଏନ.ଏ.): କେନ୍ଦୁଝର ଜିଲାରେ ହାତୀ ଆତଙ୍କ କମିବାର ନାଁ ଧରୁନାହିଁ ା ଗତ ଦୁଇ ବର୍ଷରେ ହାତୀ ଆକ୍ରମଣରେ ୧୫ ଜଣ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥିବାବେଳେ ୯୨ ଜଣ ବ୍ୟକ୍ତି ବିକଳାଙ୍ଗ ହୋଇଥିବା ସରକାରୀ ଭାବେ ଜଣାପଡିଛି ା ଏହି ଦୁଇ ବର୍ଷ ମଧ୍ୟରେ ୧୩ ହାତୀଙ୍କ ଜୀବନ ଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ୨୦୧୯-୨୦ ବର୍ଷରେ ହାତୀ ଆକ୍ରମଣରେ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ୩୮ ଜଣ ଶାରିରୀକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ା ଏହି ବର୍ଷରେ ୩୧୫ଟି ବାସଗୃହ ନଷ୍ଟ ହୋଇଥିବା ଜଣାପଡିଛି। ୩୫୮୧ ଜଣ ବ୍ୟକ୍ତି, ହାତୀର ଉପଦ୍ରବରେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଏହି ଆର୍ଥିକ ବର୍ଷରେ ୯୦୪.୭୧ ଏକର ଚାଷଜମି ନଷ୍ଟ ହୋଇଛି। ଭିନ୍ନ ଭିନ୍ନ କାରଣ ପାଇଁ ୬ଟି ହାତୀ ମୃତ୍ୟୁମୁଖରେ ପଡିଛନ୍ତି। ସେହିପରି ୨୦୨୦-୨୧ ବର୍ଷରେ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ୫୪ ଜଣ ଲୋକ ଶାରିରୀକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ା ଗତ ବର୍ଷରେ ୧୩୯ଟି ବାସଗୃହ ନଷ୍ଟ ହୋଇଛି। କରୋନା ମହାମାରୀ ସମୟରେ ଲୋକେ କାମଧନ୍ଦା ନ ପାଇ ଘରେ ମୁଣ୍ଡରେ ହାତ ଦେଇ ବସିଥିବାବେଳେ ୩୮୫୯ଜଣ ବ୍ୟକ୍ତି ହାତୀର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛନ୍ତି। ୨୦୨୦-୨୧ ବର୍ଷରେ ୮୩୬.୪୯ ଏକର ଚାଷଜମି ନଷ୍ଟ ହୋଇଛି। ହାତୀ-ମଣିଷର ଏହି ଲଢେଇରେ ୭ଟି ହାତୀ ମୃତ୍ୟୁମୁଖରେ ପଡିଛନ୍ତି ଯାହାକି ପରିବେଶପ୍ରେମୀଙ୍କୁ ଚିନ୍ତିତ କରି ପକାଇଛି ା ସାଧାରଣ ଲୋକେ ଏବେ ଜୀବନ-ଜୀବିକାର ଦୋ ଛକିରେ ସଂଘର୍ଷ କରୁଥିବାବେଳେ ହାତୀ ଆକ୍ରମଣ ସାଧାରଣ ଲୋକଙ୍କୁ ଆହୁରି ଦୁର୍ଦ୍ଦଶାକୁ ଠେଲି ଦେଇଛି। କେନ୍ଦୁଝର ଜିଲାରେ ଏହି ହାତୀ-ମଣିଷର ଲଢେଇ ତିନି ଦଶନ୍ଧି ତଳର ନିରବଚ୍ଛିନ୍ନ ଯନ୍ତ୍ରଣା ହୋଇଥିବାବେଳେ ଏହା କମିବା ବଦଳରେ ବଢିବାରେ ଲାଗିଛି ା ହାତୀ-ମଣିଷର ଏହି ଲଢେଇର ଅନ୍ତ କେବେ ତାହାକୁ ନେଇ ସାଧାରଣରେ ଚିନ୍ତା ପ୍ରକଟ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଇଲାଣି ଟମାଟୋ ଫ୍ଲୁ’: ସତର୍କତା ଜାରି କଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର, ୨୪।୫ (ବ୍ୟୁରୋ)- ଟମାଟୋ ଫ୍ଲୁ ଭୂତାଣୁ ସଂକ୍ରମଣକୁ ନେଇ ଚାରିଆଡେ ଭୟର ବାତାବରଣ ଦେଖିବାକୁ ମିଳୁଛି। ଏହି ରୋଗ ଛୋଟ ପିଲାଙ୍କୁ ଆକ୍ରାନ୍ତ କରୁଥିବାରୁ...

କୋର୍ଟ ପରିସରରୁ ଦୋଷୀ ସାବ୍ୟସ୍ତ ନିଶାବେପାରୀ ଚମ୍ପଟ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ନିଶା କାରବାର ମାମଲାରେ ଦଣ୍ଡିତ ହେବାପରେ ଜଣେ ଅଭିଯୁକ୍ତ ଭୁବନେଶ୍ୱର କୋର୍ଟ ପରିସରରୁ ଫେରାର ହୋଇଯାଇଛନ୍ତି। ଶନିବାର ଅପରାହ୍ନରେ ଏହି ଘଟଣା ଘଟିଛି। ସେ...

କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀଛାତ୍ର ଚୟନ ପ୍ରକ୍ରିୟାରେ ଚଞ୍ଚକତା ଅଭିଯୋଗ

ଆନନ୍ଦପୁର,୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରରେ ନୂତନ ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଛି। ଚଳିତ ୨୧୦୯-୨୦ ଶିକ୍ଷାବର୍ଷରେ ଛାତ୍ରୀଛାତ୍ରଙ୍କର ନାମଲେଖା କରାଯାଇ ପାଠ୍ୟକ୍ରମ ଅନୁଯାୟୀ ପାଠପଢ଼ା ଆରମ୍ଭ...

ଅଣବସ୍ତିରୁ ବାହାରୁଛନ୍ତି ଅଧିକ ଆକ୍ରାନ୍ତ

ଭୁବନେଶ୍ୱର, ୨୬ା୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରୁ ମଙ୍ଗଳବାର ୩୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ବିଏମ୍‌ସି ଅଞ୍ଚଳରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୯୩୧ରେ...

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌: ମହିଳା ଉଦ୍ୟୋଗୀ ଅଧିବେଶନରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ଜନତା ମଇଦାନରେ ଚାଲିଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ଶନିବାର ଚତୁର୍ଥ ଦିନ। ଏହି ଅବସରରେ ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି...

ରୋଜ୍‌ ଭ୍ୟାଲି ଓଡ଼ିଶା ମୁଖ୍ୟ ଭୌମିକ ଗିରଫ

ଭୁବନେଶ୍ୱର(ବ୍ୟୁରୋ)/ ବାଲେଶ୍ୱର ଅଫିସ,୪।୮: ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥାର ଓଡ଼ିଶା ମୁଖ୍ୟ ବିକ୍ରମଜିତ୍‌ ଭୌମିକଙ୍କୁ ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ଏକ ଟିମ୍‌ ସୋମବାର ରାତିରେ...

ଜାନୁୟାରୀରେ ପିସିସି ସଭାପତି ଘୋଷଣା ହେବ: ନିରଞ୍ଜନ

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ଆସନ୍ତା ଜାନୁଆରୀରେ ପିସିସି ସଭାପତି ଏବଂ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।...

ଆଜି ରାଜ୍ୟରୁ ୧୦୩୨ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨ା୮(ବ୍ୟୁରୋ): ସୋମବାର ରାଜ୍ୟରୁ ୧୦୩୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୭୯,୭୩୭ରେ ପହଞ୍ଚିଥିବା ରାଜ୍ୟ ସୂଚନା...

Advertisement
Archives

Model This Week