ହାତୀ-ମଣିଷ ଲଢେଇ

କେନ୍ଦୁଝର, ୨୯ା୬(ଡି.ଏନ.ଏ.): କେନ୍ଦୁଝର ଜିଲାରେ ହାତୀ ଆତଙ୍କ କମିବାର ନାଁ ଧରୁନାହିଁ ା ଗତ ଦୁଇ ବର୍ଷରେ ହାତୀ ଆକ୍ରମଣରେ ୧୫ ଜଣ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥିବାବେଳେ ୯୨ ଜଣ ବ୍ୟକ୍ତି ବିକଳାଙ୍ଗ ହୋଇଥିବା ସରକାରୀ ଭାବେ ଜଣାପଡିଛି ା ଏହି ଦୁଇ ବର୍ଷ ମଧ୍ୟରେ ୧୩ ହାତୀଙ୍କ ଜୀବନ ଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ୨୦୧୯-୨୦ ବର୍ଷରେ ହାତୀ ଆକ୍ରମଣରେ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ୩୮ ଜଣ ଶାରିରୀକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ା ଏହି ବର୍ଷରେ ୩୧୫ଟି ବାସଗୃହ ନଷ୍ଟ ହୋଇଥିବା ଜଣାପଡିଛି। ୩୫୮୧ ଜଣ ବ୍ୟକ୍ତି, ହାତୀର ଉପଦ୍ରବରେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଏହି ଆର୍ଥିକ ବର୍ଷରେ ୯୦୪.୭୧ ଏକର ଚାଷଜମି ନଷ୍ଟ ହୋଇଛି। ଭିନ୍ନ ଭିନ୍ନ କାରଣ ପାଇଁ ୬ଟି ହାତୀ ମୃତ୍ୟୁମୁଖରେ ପଡିଛନ୍ତି। ସେହିପରି ୨୦୨୦-୨୧ ବର୍ଷରେ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ୫୪ ଜଣ ଲୋକ ଶାରିରୀକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ା ଗତ ବର୍ଷରେ ୧୩୯ଟି ବାସଗୃହ ନଷ୍ଟ ହୋଇଛି। କରୋନା ମହାମାରୀ ସମୟରେ ଲୋକେ କାମଧନ୍ଦା ନ ପାଇ ଘରେ ମୁଣ୍ଡରେ ହାତ ଦେଇ ବସିଥିବାବେଳେ ୩୮୫୯ଜଣ ବ୍ୟକ୍ତି ହାତୀର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛନ୍ତି। ୨୦୨୦-୨୧ ବର୍ଷରେ ୮୩୬.୪୯ ଏକର ଚାଷଜମି ନଷ୍ଟ ହୋଇଛି। ହାତୀ-ମଣିଷର ଏହି ଲଢେଇରେ ୭ଟି ହାତୀ ମୃତ୍ୟୁମୁଖରେ ପଡିଛନ୍ତି ଯାହାକି ପରିବେଶପ୍ରେମୀଙ୍କୁ ଚିନ୍ତିତ କରି ପକାଇଛି ା ସାଧାରଣ ଲୋକେ ଏବେ ଜୀବନ-ଜୀବିକାର ଦୋ ଛକିରେ ସଂଘର୍ଷ କରୁଥିବାବେଳେ ହାତୀ ଆକ୍ରମଣ ସାଧାରଣ ଲୋକଙ୍କୁ ଆହୁରି ଦୁର୍ଦ୍ଦଶାକୁ ଠେଲି ଦେଇଛି। କେନ୍ଦୁଝର ଜିଲାରେ ଏହି ହାତୀ-ମଣିଷର ଲଢେଇ ତିନି ଦଶନ୍ଧି ତଳର ନିରବଚ୍ଛିନ୍ନ ଯନ୍ତ୍ରଣା ହୋଇଥିବାବେଳେ ଏହା କମିବା ବଦଳରେ ବଢିବାରେ ଲାଗିଛି ା ହାତୀ-ମଣିଷର ଏହି ଲଢେଇର ଅନ୍ତ କେବେ ତାହାକୁ ନେଇ ସାଧାରଣରେ ଚିନ୍ତା ପ୍ରକଟ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଗାଡ଼ିଚାଳକଙ୍କୁ ଗୋଲାପ ଦେଇ ସୁରକ୍ଷିତ ଯାତ୍ରାର ବାର୍ତ୍ତା ଦେଲା ପୁରୁଷୋତ୍ତମପୁର  ପୋଲିସ

ପୁରୁଷୋତ୍ତମପୁର, ୪।୮ (ସବିତା ମିଶ୍ର): ଗଞ୍ଜାମ ଜିଲ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଶୁକ୍ରବାର ସଡ଼କ ଦୁର୍ଘଟଣାଜନିତ ଶୂନ୍ୟ ମୃତାହତ ଲକ୍ଷ୍ୟରେ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଆଇଆଇସି…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗ, ଶେଷ ଦର୍ଶନ କଲେ ବିଧାୟକ

ଗଞ୍ଜାମ, ୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ସୁଧୀର ବିଶ୍ୱାଳ (୬୧)ଙ୍କ ବିୟୋଗ ଘଟିଛି। ତାଙ୍କ ବିୟୋଗରେ ସ୍ଥାନୀୟ…

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ହ୍ବାଟ୍ସଆପ୍ ହ୍ୟାକ୍

ଭୁବନେଶ୍ବର,୪।୯: ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଫୋନ୍ / ହ୍ୱାଟ୍ସଆପ୍ ହ୍ୟାକ୍ ହୋଇଯାଇଛି। ସୋସିଆଲ ମିଡିଆରେ ଆଚାର୍ଯ୍ୟ ଏ ନେଇ ଜଣାଇଛନ୍ତି।…

ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସରେ ହିନ୍ଦୁଧର୍ମର ଉଦାରତା ଉପରେ ଆଲୋକପାତ

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶୁକ୍ରବାର କୃଷ୍ଣ ଜନ୍ମାଷ୍ଟମୀ, ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ଓ ଲକ୍ଷ୍ମଣାନନ୍ଦ…

ଦୂରଶିକ୍ଷା ପାଇଁ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ଅନୁମତି

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ…

ଗଛରେ ପିଟହେଲା ଯାତ୍ରୀବାହୀ ବସ୍‌, ଚାଳକ ମୃତ, ୩୦ ଯାତ୍ରୀ ଆହତ, ୧୦ ଗୁରୁତର

ନୟାଗଡ଼,୪।୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକ ଇଟାମାଟି ଥାନା ବାଉଁଶିଆପଡ଼ା ଜହ୍ନିପଦା ଛକ ନିକଟ ୫୭ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri