ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ ଶିକାରୀମାନେ ବିଭିନ୍ନ ଫନ୍ଦିଫିକର କରି ହାତୀଙ୍କୁ ମାରୁଛନ୍ତି। ଏହାବାଦ୍‌ ହାତୀଙ୍କ ଲାଗି ସୁରକ୍ଷିତ କରିଡର ନ ଥିବାରୁ ରେଳ ଦୁର୍ଘଟଣା, ସଡ଼କ ଦୁର୍ଘଟଣା, ଆକସ୍ମିକ ଦୁର୍ଘଟଣା ଓ ବିଦ୍ୟୁତ୍‌ ଆଘାତରେ ହାତୀଙ୍କ ମୃତ୍ୟୁ ଘଟୁଛି। ଗତ ୧୧ ବର୍ଷ ତଳେ ହାତୀ ମୃତ୍ୟୁ ବର୍ଷକୁ ହାରାହାରି ୮୦ ସଂଖ୍ୟା ଭିତରେ ରହିଥିବାବେଳେ ଏବେ ଏହି ସଂଖ୍ୟା ୮୫କୁ ଟପିିଲାଣି। ସରକାରଙ୍କ ତଥ୍ୟ ଅନୁଯାୟୀ, ୨୦୧୫ରୁ ୨୦୨୩ ଅକ୍ଟୋବର ମଧ୍ୟରେ ୬୯୮ ହାତୀଙ୍କ ମୃତ୍ୟୁ ହୋଇଥିଲା। ମାତ୍ର ଗତ ୩ ବର୍ଷ(୨୩-୨୪, ୨୪-୨୫ ଏବଂ ୨୫-୨୬)ରେ ରାଜ୍ୟରେ ୨୫୬ ହାତୀଙ୍କ ମୃତ୍ୟୁ ଘଟିଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ୍‌ ସିଂ ଖୁଣ୍ଟିଆ ଗୃହକୁ ଜଣାଇଛନ୍ତି।
ବିଧାନସଭାର ମୌସୁମୀକାଳୀନ ଅଧିବେଶନ କାଳରେ ମଙ୍ଗଳବାର ବିଧାୟକ ଦୁର୍ଗାପ୍ରସନ୍ନ ନାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଖୁଣ୍ଟିଆ ଗୃହକୁ ଦେଇଥିବା ଉତ୍ତର ଅନୁଯାୟୀ, ୨୫୬ ହାତୀ ମୃତ୍ୟୁ ମଧ୍ୟରେ ସର୍ବାଧିକ ୬୫ ହାତୀଙ୍କ ମୃତ୍ୟୁ କେବଳ ବିଦ୍ୟୁତ୍‌ ଆଘାତରେ ହୋଇଥିବାବେଳେ ୫୯ ହାତୀ କେବଳ ରୋଗରେ ପଡ଼ି ମୃତ୍ୟୁବରଣ କରିଛନ୍ତି। ସେଥିମଧ୍ୟରୁ ୪ଟି ହାତୀଙ୍କ ମୃତ୍ୟୁ ହର୍ପିସ୍‌ କାରଣରୁ ହୋଇଥିବାବେଳେ ୫୫ ହାତୀଙ୍କର ଅନ୍ୟାନ୍ୟ ରୋଗରେ ମୃତ୍ୟୁ ହୋଇଛି। ସେହିପରି ବାର୍ଦ୍ଧକ୍ୟ ଓ ଅନ୍ତଃକନ୍ଦଳ ଯୋଗୁ ୪୨ ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ଶିକାରୀଙ୍କ ଦ୍ୱାରା ୧୩ଟି ହାତୀ ମୃତ୍ୟୁବରଣ କରିଛନ୍ତି। ତେବେ ୧୨ଟି ହାତୀ କେବଳ ପ୍ରତିଷେଧମୂଳକ ହତ୍ୟାର ସମ୍ମୁଖୀନ ହୋଇଛନ୍ତି ବୋଲି ମନ୍ତ୍ରୀ ଗୃହକୁ ଦର୍ଶାଇଛନ୍ତି। ଏହାବାଦ୍‌ ରେଳ ଦୁର୍ଘଟଣାରେ ୧୦ ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟାନ୍ୟ ଦୁର୍ଘଟଣାରେ ୨୪ଟି ହାତୀଙ୍କ ମୃତ୍ୟୁ ହୋଇଛି। ଏହି ଅବଧି ମଧ୍ୟରେ ଢେଙ୍କାନାଳରେ ସର୍ବାଧିକ ୩୮ ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ଆଠଗଡ଼ ୩୨, କେନ୍ଦୁଝର ବନଖଣ୍ଡରେ ୨୦ଟି ହାତୀ ମୃତ୍ୟୁବରଣ କରିଛନ୍ତି। ଏହାବାଦ୍‌ ଅନ୍ୟ ୨୯ଟି ବନଖଣ୍ଡରେ ଅବଶିଷ୍ଟ ହାତୀଙ୍କ ମୃତ୍ୟୁ ହୋଇଛି।
ଉଲ୍ଲେଖଯୋଗ୍ୟ, ୨୦୨୩ ଅକ୍ଟୋବର ୩ରେ ତତ୍କାଳୀନ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ୍‌ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟରେ ୨୦୧୫-୧୬ରୁ ୨୦୨୩-୨୪ ମଧ୍ୟରେ ରାଜ୍ୟରେ ୬୯୮ଟି ହାତୀ, ୪୮ଟି କଲରାପତରିଆ ବାଘ, ୭ ଗୋଟି ମହାବଳ ବାଘଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇଥିଲେ। ଅନ୍ୟପକ୍ଷରେ ବିଭାଗୀୟ ସୂଚନା ଅନୁଯାୟୀ, ଓଡ଼ିଶାରେ ୨୦୧୫-୧୬ରେ ୮୬ ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୬-୧୭ରେ ୭୬, ୧୭-୧୮ରେ ୭୮, ୧୮-୧୯ରେ ୯୩, ୧୯-୨୦ରେ ୮୨ଟି, ୨୦-୨୧ରେ ୭୭ଟି, ୨୧-୨୨ରେ ୮୬ଟି, ୨୨-୨୩ରେ ୯୨ ହାତୀଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦୨୩-୨୪ରେ ୬୬ଟି ହାତୀ ମୃତ୍ୟୁବରଣ କରିଥିବାବେଳେ ୨୪-୨୫ରେ ସର୍ବାଧିକ ୧୦୬ ଏବଂ ୨୫-୨୬ ବର୍ଷରେ ୮୫ରୁ ଊର୍ଦ୍ଧ୍ୱ ହାତୀଙ୍କ ମୃତ୍ୟୁ ହୋଇଛି।
ଏ ସମ୍ପର୍କରେ ପୂର୍ବତନ ପିସିସିଏଫ୍‌ (ବନ୍ୟପ୍ରାଣୀ) ଦେବବ୍ରତ ସ୍ବାଇଁ କହିଛନ୍ତି, ହାତୀ ମୃତ୍ୟୁ ବଢ଼ିବା ଏକ ଚିନ୍ତାଜନକ ବିଷୟ। ୨୦୨୫-୨୬ରେ ହାତୀ ଓ ମଣିଷ ସଂଘର୍ଷରେ ୯୦ଟି ହାତୀ ଏବଂ ପ୍ରାୟ ୧୬୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ତଥ୍ୟ କହୁଛି ଯେତେ ଅଧିକ ଲୋକ ମରିବେ ସେତେ ଅଧିକ ହାତୀ ମରିବେ। ତେଣୁ ମଣିଷ ମରିବା କମିଲେ ହିଁ ହାତୀ ମୃତ୍ୟୁରେ ରୋକ୍‌ ଲାଗି ପାରିବ। ସେହିପରି ହାତୀଙ୍କ ପାଇଁ ବର୍ଷକୁ ପ୍ରାୟ ୧୭ହଜାର ଏକର ଧାନ ଫସଲ ନଷ୍ଟ ହେଉଛି। ସରକାର ଏଥିପାଇଁ ୨୦ହଜାର ଟଙ୍କା ଏକର ପିଛା ଅନୁକମ୍ପା ଦେଉଥିବାବେଳେ ଚାଷୀଟିଏ ୩୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛି। ହାତୀ କ୍ଷେତକୁ ଆସିଲେ ଲୋକମାନେ ସେମାନଙ୍କୁ ଘଉଡ଼ାଉଛନ୍ତି, ଫଳରେ ସେମାନେ କମ୍‌ ଖାଉଛନ୍ତି ଏବଂ ଅଧିକ ନଷ୍ଟ କରୁଛନ୍ତି। ଏହାକୁ ନେଇ ମଣିଷଙ୍କ ମନରେ ହାତୀ ପ୍ରତି ରାଗ ବଢୁଛି। ତେଣୁ ସରକାର ଯେତେ ସଚେତନ କଲେ ବି ହାତୀ ପ୍ରତି ଲୋକଙ୍କର ମନରେ ସହାନୁଭୂତି ଆସିପାରୁ ନାହିଁ। ସରକାର ୨୦ ହଜାର ଟଙ୍କା ଅନୁକମ୍ପା ବଦଳରେ ଉଚିତ କ୍ଷତିପୂରଣ ଦେଲେ ଲୋକମାନେ ହାତୀ ପ୍ରତି ଅସହିଷ୍ଣୁ ହେବେ ନାହିଁ।
ସେହିପରି ପୂର୍ବତନ ଅନରାରୀ ଓ୍ବାଇଲ୍ଡ୍‌ ଲାଇଫ୍‌ ଓ୍ବାର୍ଡନ, ବାଲେଶ୍ୱର ତଥା ଆଇୟୁସିଏନ୍‌-ଏସ୍‌ଏସ୍‌ସି ସ୍ବତନ୍ତ୍ର ସଦସ୍ୟ ଡ. ପ୍ରକାଶ ମର୍ଦ୍ଦରାଜ କହିଛନ୍ତି, ହାତୀ ମୃତ୍ୟୁ ବଢ଼ିବା କାରଣରୁ ସେମାନଙ୍କ ସଂଖ୍ୟା କମିବା ସହିତ ରେସିଓ ଖରାପ ହେଉଛି। ବିଶେଷତଃ ରାସ୍ତା, କେନାଲ, ରେଳଧାରଣା ପାର୍‌ ଏବଂ ବିଦ୍ୟୁତ୍‌ ଆଘାତରେ ସେମାନଙ୍କ ମୃତ୍ୟୁ ହେଉଛି। ଓଡ଼ିଶାରେ ଥିବା ଏଲିଫ୍ୟାଣ୍ଟ କରିଡରଗୁଡ଼ିକ ନଷ୍ଟ ହେବାରେ ଲାଗିଲାଣି। ତେଣୁ ଏଗୁଡ଼ିକର ପୁନରୁଦ୍ଧାର ପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି ମର୍ଦ୍ଦରାଜ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୬ ରନ୍‌ କରି ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍‌କୁ…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?