Posted inଫୁରସତ

ମାସକୁ ଶହେ ଟଙ୍କାରେ ମିଳୁଛି ବିଜୁଳି

ଲକ୍ଷ୍ନୌ: ଗ୍ରାମାଞ୍ଚଳରେ ସବୁବେଳେ ବିଦ୍ୟୁତ ସଙ୍କଟ ଲାଗି ରହିଥାଏ। କେତେବେଳେ ଟ୍ରାନ୍ସଫର୍ମର ପୋଡ଼ି ତ ଆଉ କେତେବେଳେ ବର୍ଷା ଦାଉ ସାଧିଥାଏ। ଫଳରେ ଲୋକଙ୍କୁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବା ସହ ପିଲାଙ୍କୁ ରାତିରେ ପାଠ ପଢ଼ିବାକୁ ସମସ୍ୟା ହୋଇଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ଅକ୍ଷୟ ଶକ୍ତି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ତେବେ ଏହି ଅକ୍ଷୟ ଶକ୍ତି ଉତ୍ତରପ୍ରଦେଶ ହରଦୋଇ ବ୍ଲକର କଥୋଁଲିଆ ଗ୍ରାମବାସୀଙ୍କ ପାଇଁ ବରଦାନ ପାଲଟିଛି। ଏଠାରେ ଅକ୍ଷୟ ଶକ୍ତି ଘରକୁ ଘର ପହଞ୍ଚୁଛି। ଆଉ ଏଥିପାଇଁ ଖର୍ଚ୍ଚ କରିବା ପଡ଼ୁଛି ମାସକୁ ମାତ୍ର ଶହେ ଟଙ୍କା। ଏହି ଗାଁର ଭାନୁ ପ୍ରତାପ ସିଂ ନାମକ ଜଣେ ବ୍ୟକ୍ତି ନିଜ ଘରେ ପ୍ରାୟ ୬୦ଟି ସୌର ଶକ୍ତି ଦ୍ୱାରା ଚାର୍ଜ ହେଉଥିବା ଲଣ୍ଠନ ରଖିଛନ୍ତି। ଆଉ ଏହି ଲଣ୍ଠନଗୁଡ଼ିକୁ ଘରେ ହିଁ ସୌର ଶକ୍ତିରେ ଲାଗିଥିବା ପ୍ୟାନେଲ ଦ୍ୱାରା ଚାର୍ଜ କରିଥାନ୍ତି। ଚାର୍ଜ ହେବା ପରେ ସନ୍ଧ୍ୟାରେ ଗାଁର ଲୋକମାନେ ଏହି ଲଣ୍ଠନକୁ ନେଇଯାଇଥାନ୍ତି। ରାତିସାରା ଘରେ ଜଳାଇବା ପରେ ସକାଳକୁ ପୁଣି ଫେରେଇ ଦିଅନ୍ତି। ଏହି ଲଣ୍ଠନ ପ୍ରାୟ ୮ ଘଣ୍ଟା ଧରି ଜଳୁଥିବା ବେଳେ ପ୍ରତିଦିନ ଏଭଳି ଚାଲେ। ସୂଚନା ମୁତାବକ, ଏହି ଯୋଜନା ୟୁନିୟନ ବ୍ୟାଙ୍କ ଓ ଏଫ୍‌ ଦାର୍ପୁରର। ଏହାର ପ୍ରତିବଦଳରେ ଲୋକଙ୍କୁ ମାସକୁ ଶହେ ଟଙ୍କା ଦେବାକୁ ପଡ଼ିଥାଏ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଗୋଟିଏ ମାସ ପାଇଁ ଲଣ୍ଠନ ଜଳାଇ ପୁଣି ସକାଳେ ଗ୍ରାମବାସୀ ଫେରାଇ ଦିଅନ୍ତି ବୋଲି ଭାନୁ ପ୍ରତାପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୟଫ୍ରେଣ୍ଡଙ୍କ ଫୋନ ଅନ୍ୟଜଣେ ଯୁବତୀ ଉଠାଇବାରୁ ଗର୍ଲଫ୍ରେଣ୍ଡ ନେଲେ ଏମିତି ନିଷ୍ପତ୍ତି

ଆମେରିକାର ଟେକ୍ସାସରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବୟଫ୍ରେଣ୍ଡଙ୍କ ଫୋନ ଆଉ ଜଣେ ଯୁବତୀ ଉଠାଇବାରୁ ରାଗରେ ଗର୍ଲଫ୍ରେଣ୍ଡ ତାଙ୍କ ଘରେ ନିଆଁ ଲଗାଇଦେଇଛନ୍ତି। ପୋଳିସ...

୨୭ ବର୍ଷ ଚାକିରି ଜୀବନରେ ଗୋଟିଏ ଛୁଟି ନେଇନାହାନ୍ତି ଏହି ବ୍ୟକ୍ତି: କମ୍ପାନୀ ଦେଲା ଉପହାର

ସାଧାରଣତଃ ଜଣେ ବ୍ୟକ୍ତି ଯଦି ନିଜ କାମ ପ୍ରତି ବିଶ୍ୱସ୍ତ ଥାନ୍ତି, ତେବେ ସେ ଛୁଟି ନେବା କଥା ଆଦୌ ଭାବନ୍ତି ନାହିଁ। ଯେଉଁ କାମ...

ଜଙ୍ଗଲରେ ୬ ସିଂହୀଙ୍କ ସହ ଆରାମ୍‌ରେ ବୁଲୁଥିଲେ ଯୁବତୀ; ତା’ ପରେ ଯାହା ହେଲା ଦେଖିଲେ…

ଜଙ୍ଗଲର ରାଜା ସିଂହକୁ କିଏ ବା ନ ଡ଼ରେ। ହେଲେ ଯଦି ସିଂହମାନଙ୍କ ଲାଞ୍ଜ ଧରି ଟାଣିବା, ତାଙ୍କ ସହ ବେଶ ଆରାମରେ ବୁଲିବା କଥା...

ଭଡ଼ାଟିଆ କନ୍ୟା ବାନ୍ଧବୀ

ବାହାଘରେ କନ୍ୟାଙ୍କ ଭଉଣୀ ଓ ବାନ୍ଧବୀମାନଙ୍କର ଏକ ଅଲଗା ସ୍ଥାନ ଥାଏ। ବାହାଘରକୁ ମଜାଦାର ଓ ମସ୍ତିଭରା କରିବାରେ ଏମାନଙ୍କ ଭୂମିକା ଅଧିକ। ବର ଓ...

ଅନ୍‌ଲାଇନ୍‌ ଶିକ୍ଷାଦାନକୁ ନେଇ ଶିକ୍ଷୟିତ୍ରୀଙ୍କ ଅଭିନବ ପ୍ରୟାସ, ଲୋକେ କରୁଛନ୍ତି ପ୍ରଶଂସା

କରୋନା ମହାମାରୀ ଯୋଗୁ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ବନ୍ଦ ରହିଛି। ତେଣୁ ଶିକ୍ଷୟିତ୍ରୀ/ଶିକ୍ଷକମାନେ ପିଲାମାନଙ୍କୁ ଅନ୍‌ଲାଇନ୍‌ ଶିକ୍ଷା ଦେଉଛନ୍ତି। କେଉଁଠି ଇଣ୍ଟର୍‌ନେଟ୍‌ ଗତି କମ୍‌ ରହୁଛି ତ...

୧୩ ମାସ ମଧ୍ୟରେ ଏହି ଗାଁରୁ ବାହାରି ନାହାନ୍ତି ଗୋଟିଏ ବି କରୋନା ପଜିଟିଭ୍‌

ବର୍ତ୍ତମାନ ଆମ ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଛି। ଏପରି ସ୍ଥିତିରେ କେତେକ ରାଜ୍ୟରେ ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇଛି। ରୋଗୀମାନଙ୍କୁ ବେଡ୍‌ ବି ମିଳୁନି।...

ଟଙ୍କା-ମୋବାଇଲ ସ୍କ୍ରିନ୍‌ରେ ୨୮ ଦିନ ଜୀବିତ ରୁହେ କରୋନା ଭୂତାଣୁ

ସିଡ୍‌ନୀ, ୧୨।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ସଂକ୍ରମିତଙ୍କଠାରୁ ଭିନ୍ନ ଭିିନ୍ନ ମାଧ୍ୟମରେ କରୋନା ଭୂତାଣୁ ସୁସ୍ଥ ଲୋକଙ୍କ ପାଖକୁ ଆସିଥାଏ।...

କାହିଁକି ପାଳନ ହୁଏ ପ୍ରେମ ଦିବସ

ପ୍ରେମ ଶାଶ୍ୱତ ଚିରନ୍ତନ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବୃୟାରୀ ୧୪ରେ ପାଳନ କରାଯାଇଥାଏ ଭାଲେଣ୍ଟାଇନ୍‌ ଡେ’ବା ପ୍ରେମ ଦିବସ। ବିଶେଷକରି ଯୁବପିଢ଼ି ଏହି ଦିନଟିକୁ...

Advertisement
Archives

Model This Week