Posted inଫୁରସତ

ମାସକୁ ଶହେ ଟଙ୍କାରେ ମିଳୁଛି ବିଜୁଳି

ଲକ୍ଷ୍ନୌ: ଗ୍ରାମାଞ୍ଚଳରେ ସବୁବେଳେ ବିଦ୍ୟୁତ ସଙ୍କଟ ଲାଗି ରହିଥାଏ। କେତେବେଳେ ଟ୍ରାନ୍ସଫର୍ମର ପୋଡ଼ି ତ ଆଉ କେତେବେଳେ ବର୍ଷା ଦାଉ ସାଧିଥାଏ। ଫଳରେ ଲୋକଙ୍କୁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବା ସହ ପିଲାଙ୍କୁ ରାତିରେ ପାଠ ପଢ଼ିବାକୁ ସମସ୍ୟା ହୋଇଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ଅକ୍ଷୟ ଶକ୍ତି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ତେବେ ଏହି ଅକ୍ଷୟ ଶକ୍ତି ଉତ୍ତରପ୍ରଦେଶ ହରଦୋଇ ବ୍ଲକର କଥୋଁଲିଆ ଗ୍ରାମବାସୀଙ୍କ ପାଇଁ ବରଦାନ ପାଲଟିଛି। ଏଠାରେ ଅକ୍ଷୟ ଶକ୍ତି ଘରକୁ ଘର ପହଞ୍ଚୁଛି। ଆଉ ଏଥିପାଇଁ ଖର୍ଚ୍ଚ କରିବା ପଡ଼ୁଛି ମାସକୁ ମାତ୍ର ଶହେ ଟଙ୍କା। ଏହି ଗାଁର ଭାନୁ ପ୍ରତାପ ସିଂ ନାମକ ଜଣେ ବ୍ୟକ୍ତି ନିଜ ଘରେ ପ୍ରାୟ ୬୦ଟି ସୌର ଶକ୍ତି ଦ୍ୱାରା ଚାର୍ଜ ହେଉଥିବା ଲଣ୍ଠନ ରଖିଛନ୍ତି। ଆଉ ଏହି ଲଣ୍ଠନଗୁଡ଼ିକୁ ଘରେ ହିଁ ସୌର ଶକ୍ତିରେ ଲାଗିଥିବା ପ୍ୟାନେଲ ଦ୍ୱାରା ଚାର୍ଜ କରିଥାନ୍ତି। ଚାର୍ଜ ହେବା ପରେ ସନ୍ଧ୍ୟାରେ ଗାଁର ଲୋକମାନେ ଏହି ଲଣ୍ଠନକୁ ନେଇଯାଇଥାନ୍ତି। ରାତିସାରା ଘରେ ଜଳାଇବା ପରେ ସକାଳକୁ ପୁଣି ଫେରେଇ ଦିଅନ୍ତି। ଏହି ଲଣ୍ଠନ ପ୍ରାୟ ୮ ଘଣ୍ଟା ଧରି ଜଳୁଥିବା ବେଳେ ପ୍ରତିଦିନ ଏଭଳି ଚାଲେ। ସୂଚନା ମୁତାବକ, ଏହି ଯୋଜନା ୟୁନିୟନ ବ୍ୟାଙ୍କ ଓ ଏଫ୍‌ ଦାର୍ପୁରର। ଏହାର ପ୍ରତିବଦଳରେ ଲୋକଙ୍କୁ ମାସକୁ ଶହେ ଟଙ୍କା ଦେବାକୁ ପଡ଼ିଥାଏ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଗୋଟିଏ ମାସ ପାଇଁ ଲଣ୍ଠନ ଜଳାଇ ପୁଣି ସକାଳେ ଗ୍ରାମବାସୀ ଫେରାଇ ଦିଅନ୍ତି ବୋଲି ଭାନୁ ପ୍ରତାପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

ସେପ୍ଟେମ୍ୱର ୧୭ରେ ବଦଳିବ ବୁଧଙ୍କ ଚଳନ, ୪ ରାଶିର ଭାଗ୍ୟ ଚମକିବ, ଆଲମାରୀରେ ଭର୍ତ୍ତି ହୋଇଯିବ ଟଙ୍କା!

୨୦୨୬ ମସିହା ସେପ୍ଟେମ୍ୱର ୧୭ ତାରିଖରେ ବିଶ୍ୱକର୍ମା ପୂଜା ପାଳନ କରାଯିବ। ଏହି ଦିନ ବୁଧ ଗ୍ରହ ନିଜର ଦିଗ ପରିବର୍ତ୍ତନ କରୁଛନ୍ତି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ,…

ନିଟ୍‌ କୃତକାର୍ଯ୍ୟ ସୁଦାମଙ୍କୁ ସହାୟତା

ବଞ୍ଚୋ,୨୭ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ଶାମୁକାନେଣ୍ଡି ପଞ୍ଚାୟତର ନିଟ୍‌ରେ କୃତକାର୍ଯ୍ୟ ହୋଇଥିବା ସୁଦାମ ହାଁସଦାଙ୍କୁ ଭାଜପା ନେତା ସହାୟତା କରିଛନ୍ତି। ସୁଦାମ ଶୁକ୍ରବାର ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri