Posted inଫୁରସତ

ଇଲେକ୍‌ଟ୍ରିକ୍‌ ମସ୍‌ରୁମ୍‌

ପୁଷ୍ଟିକର ଖାଦ୍ୟ ତାଲିକାରେ ଛତୁ ବା ମସ୍‌ରୁମ୍‌ର ସ୍ଥାନ ସ୍ବତନ୍ତ୍ର। ଭୋଜିଭାତ, ପାର୍ଟି, ଫଙ୍କସନ୍‌ରେ ଖାଇବା ଥାଳିରେ ପ୍ରଥମେ ଖୋଜା ପଡ଼ିଥାଏ ସ୍ବାଦିଷ୍ଠ ଛତୁ ବ୍ୟଞ୍ଜନ। ତେବେ ପୂର୍ବ ଭାରତୀୟ ରାଜ୍ୟ ମେଘାଳୟର ବାଉଁଶ ବଣରେ ଏକ ଆଶ୍ଚର୍ଯ୍ୟଜନକ ଛତୁର ସନ୍ଧାନ କରିଛନ୍ତି ବିଶେଷଜ୍ଞ । ରାତିରେ ଏହି ଛତୁରୁ ବାଇଗଣି ରଙ୍ଗର ଆଲୋକ ବିଚ୍ଛୁରିତ ହୁଏ, ଯାହା ବେଶ୍‌ ଆକର୍ଷଣୀୟ। ଖାସ୍‌ ଏହି କାରଣରୁ ସ୍ଥାନୀୟ ବାସିନ୍ଦା ଏହାକୁ ‘ଇଲେକ୍‌ଟ୍ରିକ୍‌ ମସ୍‌ରୁମ୍‌’ ନାମରେ ନାମିତ କରିଛନ୍ତି।

ନୂଆଦିଲ୍ଲୀ: ଫାଇଭର, ମିନେରାଲ ସମେତ ୧୨ରୁ ଊର୍ଦ୍ଧ୍ୱ ଉପାଦେୟ ଖଣିଜରେ ଭରପୂର ଛତୁ ସ୍ବାସ୍ଥ୍ୟପକ୍ଷେ ବେଶ୍‌ ଉପାଦେୟ। ହେଲେ ମେଘାଳୟରେ ଠାବ କରାଯାଇଥିବା ‘ଲାଇଟ୍‌ ଏମିଟିଂ ମସ୍‌ରୁମ୍‌’କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବୈଜ୍ଞାନିକମାନେ ଏହାର ନାମ ଦେଇଛନ୍ତି ‘ରୋରିଡୋମାଇସେସ୍‌ ଫାଇଲୋଷ୍ଟେଚିଡିସ୍‌’। ମେଘାଳୟର ଘଞ୍ଚ ଜଙ୍ଗଲରେ ଫଙ୍ଗଲ ବାୟୋଡାଇଭର୍ସିଟି ଉପରେ ଗବେଷଣା ଚାଲିଥିବାବେଳେ ଏଭଳି ଆଶ୍ଚର୍ଯ୍ୟଜନକ ଛତୁ ବିଶେଷଜ୍ଞଙ୍କ ନଜରକୁ ଆସିଥିଲା। ଦିନରେ ସାଧାରଣ ଦେଖାଯାଉଥିବା ଏହି ଛତୁର ରଙ୍ଗ ରାତି ହେଲେ ବଦଳିଯାଏ। ସେଥିରୁ ନୀଳ, ସବୁଜ ରଙ୍ଗର ମିଶ୍ରିତ ରଶ୍ମି ବାହାରିଥାଏ, ଯାହା ଚକ୍‌ଚକ୍‌ କରେ। ଜଣେ ଦୂରରୁ ଦେଖିଲେ ଏହାକୁ ସହଜରେ ଚିହ୍ନି ପାରିବ। ଚାଇନିଜ୍‌ ଏକାଡେମୀ ଅଫ୍‌ ସାଇନ୍ସ ଏବଂ ଆସାମର ଏକ ଏନ୍‌ଜିଓର ମିଳିତ ସହଯୋଗରେ ଚାଲିଥିବା ଅଭିଯାନରେ ଜଇନ୍ତିଆ ଏବଂ ଖାସି ଜଙ୍ଗଲରୁ ଏହି ପ୍ରଜାତିର ଛତୁ ଠାବ କରାଯାଇଛି।
ଦୀର୍ଘ ୧୫ବର୍ଷ ଧରି ବିଭିନ୍ନ ପ୍ରଜାତିର ଛତୁ ଉପରେ ଅଧ୍ୟୟନ କରୁଥିବା ଫଟୋଗ୍ରାଫର ତଥା ଉକ୍ତ ବିଶେଷଜ୍ଞ ଦଳର ସଦସ୍ୟ ଷ୍ଟିଫେନ୍‌ ଏକ୍ସଫୋର୍ଡ କହିଛନ୍ତି, ମେଘାଳୟରେ ଏଭଳି ଆଶ୍ଚର୍ଯ୍ୟଜନକ ଛତୁ ସମ୍ପର୍କରେ ଆଲୋଚନା ହେଉଥିଲା। ତେବେ ଏହାକୁ ଠାବ କରିବା ଏତେ ସହଜ ନ ଥିଲା। ଏଥିଲାଗି ସ୍ଥାନୀୟ ଲୋକଙ୍କ ସହାୟତା ନିଆଯାଇଥିଲା। ସେମାନଙ୍କ ସୂଚନା ଆଧାରରେ ଜଙ୍ଗଲରେ ଖୋଜାଖୋଜି କରିବା ପରେ ଏହି ଛତୁ ମିଳିଥିଲା।
ଅଧ୍ୟୟନରେ ସାମିଲ ହୋଇଥିବା ବୈଜ୍ଞାନିକ ସାମନ୍ଥା କରୁଣାରତ୍ନ କହିଛନ୍ତି, ସାରା ପୃଥିବୀରୁ ୯୬ ପ୍ରଜାତିର ଇଲେକ୍‌ଟ୍ରିକ୍‌ ମସ୍‌ରୁମ୍‌ ଠାବ ହୋଇସାରିଥିଲା। ମେଘାଳୟରୁ ଚିହ୍ନଟ ଏହି ପ୍ରଜାତିର ଛତୁ ୯୭ତମ ସ୍ଥାନ ଅଧିକାର କରିଛି। ସାଧାରଣତଃ ସାମୁଦ୍ରିକ ଜଳବାୟୁରେ ଏହି ଛତୁ ଭଲ ବଢ଼ିପାରନ୍ତି। ପାହାଡ଼ ପର୍ବତରେ ମଧ୍ୟ ଏହାର ଅନେକ ପ୍ରଜାତି ରହିଛି। ଛତୁରେ ସୃଷ୍ଟି ହେଉଥିବା ରାସାୟନିକ ପ୍ରତିକ୍ରିୟା ଅନୁଯାୟୀ ଏଥିରୁ ବିଭିନ୍ନ ରଙ୍ଗର ଆଲୋକ ବାହାରିଥାଏ। ମେଘାଳୟରୁ ମିଳିଥିବା ଛତୁ ସାଧାରଣତଃ ବାଉଁଶ ବୁଦା ମୂଳରେ ଫୁଟିଥାଏ। ଏଥିରୁ ସ୍ବତନ୍ତ୍ର ଧରଣର ଏନ୍‌ଜାଇମ୍‌ ନିର୍ଗତ ହୋଇଥାଏ। ଅକ୍ସିଜେନ ସହ ପ୍ରତିକ୍ରିୟା ପରେ ସେଥିରୁ ରଙ୍ଗବେରଙ୍ଗ ଆଲୋକ ଉତ୍ପନ୍ନ ହୋଇଥାଏ। ହାରାହାରି ୨୧ ଡିଗ୍ରୀରୁ ୨୭ ଡିଗ୍ରୀ ତାପମାତ୍ରା ଏଥିଲାଗି ଉତ୍କୃଷ୍ଟ। ମେଘାଳୟ, କେରଳ, ଗୋଆରେ ବର୍ଷା ଦିନେ ଏହି ଛତୁ ପ୍ରଚୁର ମାତ୍ରାରେ ଫୁଟିଥାଏ, ଯାହା ସହ ସମ୍ପୃକ୍ତ ଅଞ୍ଚଳବାସୀ ବେଶ୍‌ ପରିଚିତ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri