Posted inଫୁରସତ

ଇଲେକ୍‌ଟ୍ରିକ୍‌ ମସ୍‌ରୁମ୍‌

ପୁଷ୍ଟିକର ଖାଦ୍ୟ ତାଲିକାରେ ଛତୁ ବା ମସ୍‌ରୁମ୍‌ର ସ୍ଥାନ ସ୍ବତନ୍ତ୍ର। ଭୋଜିଭାତ, ପାର୍ଟି, ଫଙ୍କସନ୍‌ରେ ଖାଇବା ଥାଳିରେ ପ୍ରଥମେ ଖୋଜା ପଡ଼ିଥାଏ ସ୍ବାଦିଷ୍ଠ ଛତୁ ବ୍ୟଞ୍ଜନ। ତେବେ ପୂର୍ବ ଭାରତୀୟ ରାଜ୍ୟ ମେଘାଳୟର ବାଉଁଶ ବଣରେ ଏକ ଆଶ୍ଚର୍ଯ୍ୟଜନକ ଛତୁର ସନ୍ଧାନ କରିଛନ୍ତି ବିଶେଷଜ୍ଞ । ରାତିରେ ଏହି ଛତୁରୁ ବାଇଗଣି ରଙ୍ଗର ଆଲୋକ ବିଚ୍ଛୁରିତ ହୁଏ, ଯାହା ବେଶ୍‌ ଆକର୍ଷଣୀୟ। ଖାସ୍‌ ଏହି କାରଣରୁ ସ୍ଥାନୀୟ ବାସିନ୍ଦା ଏହାକୁ ‘ଇଲେକ୍‌ଟ୍ରିକ୍‌ ମସ୍‌ରୁମ୍‌’ ନାମରେ ନାମିତ କରିଛନ୍ତି।

ନୂଆଦିଲ୍ଲୀ: ଫାଇଭର, ମିନେରାଲ ସମେତ ୧୨ରୁ ଊର୍ଦ୍ଧ୍ୱ ଉପାଦେୟ ଖଣିଜରେ ଭରପୂର ଛତୁ ସ୍ବାସ୍ଥ୍ୟପକ୍ଷେ ବେଶ୍‌ ଉପାଦେୟ। ହେଲେ ମେଘାଳୟରେ ଠାବ କରାଯାଇଥିବା ‘ଲାଇଟ୍‌ ଏମିଟିଂ ମସ୍‌ରୁମ୍‌’କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବୈଜ୍ଞାନିକମାନେ ଏହାର ନାମ ଦେଇଛନ୍ତି ‘ରୋରିଡୋମାଇସେସ୍‌ ଫାଇଲୋଷ୍ଟେଚିଡିସ୍‌’। ମେଘାଳୟର ଘଞ୍ଚ ଜଙ୍ଗଲରେ ଫଙ୍ଗଲ ବାୟୋଡାଇଭର୍ସିଟି ଉପରେ ଗବେଷଣା ଚାଲିଥିବାବେଳେ ଏଭଳି ଆଶ୍ଚର୍ଯ୍ୟଜନକ ଛତୁ ବିଶେଷଜ୍ଞଙ୍କ ନଜରକୁ ଆସିଥିଲା। ଦିନରେ ସାଧାରଣ ଦେଖାଯାଉଥିବା ଏହି ଛତୁର ରଙ୍ଗ ରାତି ହେଲେ ବଦଳିଯାଏ। ସେଥିରୁ ନୀଳ, ସବୁଜ ରଙ୍ଗର ମିଶ୍ରିତ ରଶ୍ମି ବାହାରିଥାଏ, ଯାହା ଚକ୍‌ଚକ୍‌ କରେ। ଜଣେ ଦୂରରୁ ଦେଖିଲେ ଏହାକୁ ସହଜରେ ଚିହ୍ନି ପାରିବ। ଚାଇନିଜ୍‌ ଏକାଡେମୀ ଅଫ୍‌ ସାଇନ୍ସ ଏବଂ ଆସାମର ଏକ ଏନ୍‌ଜିଓର ମିଳିତ ସହଯୋଗରେ ଚାଲିଥିବା ଅଭିଯାନରେ ଜଇନ୍ତିଆ ଏବଂ ଖାସି ଜଙ୍ଗଲରୁ ଏହି ପ୍ରଜାତିର ଛତୁ ଠାବ କରାଯାଇଛି।
ଦୀର୍ଘ ୧୫ବର୍ଷ ଧରି ବିଭିନ୍ନ ପ୍ରଜାତିର ଛତୁ ଉପରେ ଅଧ୍ୟୟନ କରୁଥିବା ଫଟୋଗ୍ରାଫର ତଥା ଉକ୍ତ ବିଶେଷଜ୍ଞ ଦଳର ସଦସ୍ୟ ଷ୍ଟିଫେନ୍‌ ଏକ୍ସଫୋର୍ଡ କହିଛନ୍ତି, ମେଘାଳୟରେ ଏଭଳି ଆଶ୍ଚର୍ଯ୍ୟଜନକ ଛତୁ ସମ୍ପର୍କରେ ଆଲୋଚନା ହେଉଥିଲା। ତେବେ ଏହାକୁ ଠାବ କରିବା ଏତେ ସହଜ ନ ଥିଲା। ଏଥିଲାଗି ସ୍ଥାନୀୟ ଲୋକଙ୍କ ସହାୟତା ନିଆଯାଇଥିଲା। ସେମାନଙ୍କ ସୂଚନା ଆଧାରରେ ଜଙ୍ଗଲରେ ଖୋଜାଖୋଜି କରିବା ପରେ ଏହି ଛତୁ ମିଳିଥିଲା।
ଅଧ୍ୟୟନରେ ସାମିଲ ହୋଇଥିବା ବୈଜ୍ଞାନିକ ସାମନ୍ଥା କରୁଣାରତ୍ନ କହିଛନ୍ତି, ସାରା ପୃଥିବୀରୁ ୯୬ ପ୍ରଜାତିର ଇଲେକ୍‌ଟ୍ରିକ୍‌ ମସ୍‌ରୁମ୍‌ ଠାବ ହୋଇସାରିଥିଲା। ମେଘାଳୟରୁ ଚିହ୍ନଟ ଏହି ପ୍ରଜାତିର ଛତୁ ୯୭ତମ ସ୍ଥାନ ଅଧିକାର କରିଛି। ସାଧାରଣତଃ ସାମୁଦ୍ରିକ ଜଳବାୟୁରେ ଏହି ଛତୁ ଭଲ ବଢ଼ିପାରନ୍ତି। ପାହାଡ଼ ପର୍ବତରେ ମଧ୍ୟ ଏହାର ଅନେକ ପ୍ରଜାତି ରହିଛି। ଛତୁରେ ସୃଷ୍ଟି ହେଉଥିବା ରାସାୟନିକ ପ୍ରତିକ୍ରିୟା ଅନୁଯାୟୀ ଏଥିରୁ ବିଭିନ୍ନ ରଙ୍ଗର ଆଲୋକ ବାହାରିଥାଏ। ମେଘାଳୟରୁ ମିଳିଥିବା ଛତୁ ସାଧାରଣତଃ ବାଉଁଶ ବୁଦା ମୂଳରେ ଫୁଟିଥାଏ। ଏଥିରୁ ସ୍ବତନ୍ତ୍ର ଧରଣର ଏନ୍‌ଜାଇମ୍‌ ନିର୍ଗତ ହୋଇଥାଏ। ଅକ୍ସିଜେନ ସହ ପ୍ରତିକ୍ରିୟା ପରେ ସେଥିରୁ ରଙ୍ଗବେରଙ୍ଗ ଆଲୋକ ଉତ୍ପନ୍ନ ହୋଇଥାଏ। ହାରାହାରି ୨୧ ଡିଗ୍ରୀରୁ ୨୭ ଡିଗ୍ରୀ ତାପମାତ୍ରା ଏଥିଲାଗି ଉତ୍କୃଷ୍ଟ। ମେଘାଳୟ, କେରଳ, ଗୋଆରେ ବର୍ଷା ଦିନେ ଏହି ଛତୁ ପ୍ରଚୁର ମାତ୍ରାରେ ଫୁଟିଥାଏ, ଯାହା ସହ ସମ୍ପୃକ୍ତ ଅଞ୍ଚଳବାସୀ ବେଶ୍‌ ପରିଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri