Posted inଜାତୀୟ

ନିର୍ବାଚନୀ ପ୍ରତିଶ୍ରୁତି: ଆର୍ଥିକ ଦକ୍ଷତା ବିଷୟରେ ଭୋଟରଙ୍କୁ ଅବଗତ କରାଇବାକୁ ସମସ୍ତ ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୪।୧୦ : ନିର୍ବାଚନୀ ପ୍ରତିଶ୍ରୁତି ସମ୍ପର୍କରେ ସମସ୍ତ ରାଜନୈତିକ ଦଳକୁ ନିର୍ବାଚନ ଆୟୋଗ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ମାଗଣା ଉପହାର କିମ୍ବା ପ୍ରତିଶ୍ରୁତି ବନ୍ଦକୁ ନେଇ ଚାଲିଥିବା ବିତର୍କ ମଧ୍ୟରେ ଆୟୋଗ ଦଳମାନଙ୍କୁ ଭୋଟରଙ୍କୁ ସେମାନଙ୍କ ନିର୍ବାଚନ ପ୍ରତିଶ୍ରୁତିର ଆର୍ଥିକ ଦକ୍ଷତା ବିଷୟରେ ଅବଗତ କରାଇବାକୁ କହିଛନ୍ତି। ଏହି ପ୍ରସଙ୍ଗରେ ଆୟୋଗ ସମସ୍ତ ପକ୍ଷଙ୍କ ମତାମତ ଲୋଡିଛନ୍ତି।

ଆୟୋଗ କହିଛନ୍ତି ଯେ ଯେତେବେଳେ ଦଳମାନେ ଭୋଟରଙ୍କୁ ସେମାନଙ୍କ ପ୍ରତିଶ୍ରୁତିର ଆର୍ଥିକ ଦକ୍ଷତାର ଯଥାର୍ଥତା ବିଷୟରେ ପ୍ରାମାଣିକ ସୂଚନା ଦେବେ ସେତେବେଳେ ଭୋଟରମାନେ ଏହାର ମୂଲ୍ୟାଙ୍କନ କରିପାରିବେ। ନିର୍ବାଚନ ପ୍ରତିଶ୍ରୁତି ଏବଂ ଏହାର ଆର୍ଥିକ ସ୍ଥିରତା ଉପରେ ପୂର୍ଣ୍ଣ ସୂଚନା ନଦେବା ପାଇଁ ଅବାଞ୍ଛିତ ପ୍ରଭାବକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଆୟୋଗ କହିଛନ୍ତି। ମିଥ୍ୟା ନିର୍ବାଚନ ପ୍ରତିଶ୍ରୁତିର ସୁଦୂରପ୍ରସାରୀ ପ୍ରଭାବ ରହିଛି। ଭୋଟରଙ୍କୁ ନିର୍ବାଚନ ପ୍ରତିଶ୍ରୁତି ବିଷୟରେ ସମ୍ପୂର୍ଣ୍ଣ ସୂଚନା ନ ଦେଇ ଦେଶର ଆର୍ଥିକ ସ୍ଥିରତା ଉପରେ ଅନୁଭୁତ ହେଉଥିବା ଅଯଥା ପ୍ରଭାବକୁ ଅଣଦେଖା କରା ଯାଇପାରିବ ନାହିଁ ବୋଲି ଆୟୋଗ କହିଛନ୍ତି।

ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳ ଦ୍ୱାରା ମାଗଣାରେ ସୁବିଧା ଯୋଗାଇଦେବା ପାଇଁ ପ୍ରତିଶୃତି ଦିଆଯାଇଥାଏ। ଏସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିଶନ ମଧ୍ୟ ଦାଖଲ କରାଯାଇଛି। ଏଭଳି ପରିସ୍ଥିତିରେ ମାଗଣା ନିର୍ବାଚନ ଉପହାର ସମ୍ପର୍କରେ ଆୟୋଗଙ୍କର ସର୍ବଶେଷ ନିର୍ଦ୍ଦେଶାବଳୀ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରତିଶ୍ରୁତି ଯୋଗୁ ରାଜକୋଷ ଉପରେ ପଡୁଥିବା ବୋଝ ପ୍ରସଙ୍ଗ ମଧ୍ୟ ବିଚାରକୁ ନିଆଯାଉଛି।

ଏହା ଅଧାରରେ ରାଜନୈତିକ ଦଳଗୁଡିକ ଦ୍ୱାରା ଦିଆଯାଇଥିବା ପ୍ରତିଶ୍ରୁତି ପାଇଁ ନିର୍ବାଚନ ଆୟୋଗ ଏକ ସମାନ ଫର୍ମାଟ ପ୍ରସ୍ତୁତ କରିପାରନ୍ତି। ଦାବିଗୁଡିକ ବିଷୟରେ ସମସ୍ତ ସୂଚନା ଦେବା ବାଧ୍ୟତାମୂଳକ ହୋଇପାରେ। ଏହା ମୋକଦ୍ଦମା ପାଇଁ ମାନକ ପ୍ରଣାଳୀ ସ୍ଥିର କରିବ। ଏହି ପ୍ରକାଶ ପ୍ରୋଫର୍ମାରେ, ପ୍ରତିଶ୍ରୁତି କେତେ ଲୋକଙ୍କୁ ପ୍ରଭାବିତ କରିବେ, ଏହାର ଆର୍ଥିକ ପ୍ରଭାବ କ’ଣ ହେବ, ପ୍ରତିଶ୍ରୁତି ପୂରଣ କରିବା ପାଇଁ ଆର୍ଥିକ ସମ୍ବଳର ଉପଲବ୍ଧତା ଘୋଷଣା କରିବା ବାଧ୍ୟତାମୂଳକ ହେବ କି ? ଦଳଗୁଡିକ ଏହା ମଧ୍ୟ କହିବା ଆବଶ୍ୟକ ଯେ ସେମାନେ ଦେଇଥିବା ପ୍ରତିଶୃତି ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଆର୍ଥିକ ଢାଞ୍ଚା ଉପରେ ପ୍ରଭାବ ପକାଇବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?