Posted inଜାତୀୟ

ଛତିଶଗଡରେ ନିର୍ବାଚନକୁ ନେଇ ସରଗରମ ରାଜନୀତି: ରାଜ୍ୟ ଗସ୍ତରେ ଶାହା, ଖାର୍ଗେ ଓ ରାହୁଲ

ରାୟପୁର, ୨୫।୮: ଛତିଶଗଡରେ ବିଧାନସଭା ନିର୍ବାଚନ ନେଇ ଅଣ୍ଟା ଭିଡିଲେଣି ଭାଜପା, କଂଗ୍ରେସ। ନିର୍ବାଚନ ରଣନୀତି ପ୍ରସ୍ତୁତି ପାଇଁ ରାଜ୍ୟରେ ଡେରା ପକାଇଲେଣି ଶୀର୍ଷ ନେତା। ତେବେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କଂଗ୍ରେସ ରାଷ୍ଟ୍ରିୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ସେପ୍ଟେମ୍ବର ୮ରେ ରାଜନନ୍ଦଗାଓଁରେ ପହଞ୍ଚିବେ। ସେଠାରେ ପହଞ୍ଚି ସେ କୃଷକ ଏବଂ ମହିଳାଙ୍କ ସହ କଥାବାର୍ତ୍ତା ହେବେ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସେପ୍ଟେମ୍ବର ମାସରେ ରାଜ୍ୟ ଗସ୍ତ କରିପାରନ୍ତି।  ସେପ୍ଟେମ୍ବର ୨ରେ ରାହୁଲ ଗାନ୍ଧୀ ଏବଂ ସେପ୍ଟେମ୍ବର ୧୯ରେ କେ ସି ଭେଣୁଗୋପାଳ ରାଜ୍ୟ ଗସ୍ତ କରିପାରନ୍ତି ବୋଲି ପାର୍ଟିର ଶୀର୍ଷ ନେତାମାନେ ସୂଚନା ଦେଇଛନ୍ତି।

ରାଜ୍ୟର ସମସ୍ତ ନିର୍ବାନମଣ୍ଡଳୀ ତୃଣମୂଳ ସ୍ତରରେ ଦୃଢ କରିବାକୁ ଦଳ ଉଭୟ ଦଳ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ସେପ୍ଟେମ୍ବରରେ ଶାହା ଛତିଶଗଡ ଆସି ଦଳର ନେତାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ସହ ନେତାଙ୍କ କାନରେ ଗୁରୁମନ୍ତ୍ର ଫୁଙ୍ଖିବେ ବୋଲି ପାର୍ଟି ପକ୍ଷରୁ ଶୁଣିବାକୁ ମିଳୁଛି। ଏହା ବ୍ୟତୀତ ଏକ ରାଲିକୁ ମଧ୍ୟ ସମ୍ବୋଧିତ କରିବେ। କିନ୍ତୁ କେଉଁଠାରେ ରାଲି ଅନୁଷ୍ଠିତ ହେବ ସେନେଇ ଚର୍ଚ୍ଚା ଚାଲିଥିଲେ ମଧ୍ୟ କୌଣସି ସୂଚନା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ଟ୍ରମ୍ପଙ୍କୁ ବଡ଼ ଝଟ୍‌କା: ଜନ୍ମଗତ ନାଗରିକତା ଉପରେ ରୋକ ଲଗାଇବା ଆବେଦନକୁ ଖାରଜ କଲେ US ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୬: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟ୍‌କା ଦେଇ ଆମେରିକା (US) ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ୟୁନାଇଟେଡ୍ ଷ୍ଟେଟ୍ସରେ ‘ଜନ୍ମଗତ ନାଗରିକତା’ (ବର୍ଥରାଇଟ୍ ସିଟିଜନସିପ୍) ଉପରେ…

ହ୍ୱାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର! ଏଣିକି ଚାଟ୍‌ ପାଇଁ ଦେବାକୁ ପଡ଼ିବନି ମୋବାଇଲ୍ ନମ୍ବର

ନୂଆଦିଲ୍ଲୀ,୩୦।୬: ହ୍ୱାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ବହୁତ ବଡ଼ ଖବର ସାମ୍ନାକୁ ଆସିଛି! ଏଣିକି କାହା ସହିତ ଚାଟ୍‌ କରିବା ପାଇଁ ଆପଣଙ୍କୁ ନିଜର ବ୍ୟକ୍ତିଗତ ମୋବାଇଲ୍…

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ବଡ଼ ଅଘଟଣ:  ସ୍କୁଲ ବସ୍‌ ଉପରେ ଭାଙ୍ଗି ପଡ଼ିଲା ବିଶାଳ ଗଛ, ଜଣେ ଛାତ୍ର ମୃତ, ୪ ଗୁରୁତର…

ମୁମ୍ବାଇ,୩୦।୬: ମୁମ୍ବାଇରେ କ୍ରମାଗତ ଭାବେ ହେଉଥିବା ପ୍ରବଳ ବର୍ଷା ମଧ୍ୟରେ ମଙ୍ଗଳବାର ମଧ୍ୟାହ୍ନରେ ଚେମ୍ବୁର ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଚେମ୍ବୁରର ରୋଡ ନମ୍ବର…

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲାସ୍ତରୀୟ ସ୍ୱନିଧି ମହୋତ୍ସବ: ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼…

ଛତ୍ରପୁର, ୩୦।୬ (ଦିଲ୍ଲୀପି ସାମଲ): ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି (ପିଏମ୍ ସ୍ୱନିଧି) ଯୋଜନାର ୬ ବର୍ଷ ପୂର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri