Posted inଜାତୀୟ

୨୦୨୨ ନିର୍ବାଚନ: ଗୋଟିଏ ବୁଥରେ ସର୍ବାଧିକ ୧୨୫୦ଜଣ କରିପାରିବେ ମତଦାନ

ନୂଆଦିଲ୍ଲୀ,୭ ।୧: ଦେଶରେ କରୋନା ମହାମାରୀର ପ୍ରକୋପକୁ ଦେଖି ଦେଶରେ ୫ ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନକୁ ଶୀଘ୍ର ଶେଷ କରିବାକୁ ନିର୍ବାଚନ କମିଶନ ଚିନ୍ତା କରୁଛନ୍ତି । ଏହାକୁ ନେଇ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଗୃହ ସଚିବ ଯୋଗ ଦେଇଥିବା ବେଳେ ଏଥିରେ କରୋନାର ସ୍ଥିତି ଓ ଆଇନ ବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଥିଲା । ସେହି ସମିକ୍ଷା ବୈଠକରେ କରୋନା ଯୋଗୁ ପ୍ରତି ବୁଥରେ କେବଳ ୧୨୫୦ ମତଦାତା ମତଦାନ କରିପାରିବେ ବୋଲି ସ୍ଥିର କରାଯାଇଛି ।
ଏହା ବ୍ୟତୀତ ଉତ୍ତର ପ୍ରଦେଶରେ ୫-୮ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବା ସହ ପଞ୍ଜାବରେ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇପାରେ । ଆଗାମୀ କିଛିଦିନ ମଧ୍ୟରେ ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା କରାଯାଇପାରେ । ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଗୃହ ସଚିବ ଅଜୟ ଭଲ୍ଲା, ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିୟା ଓ ଆସିଏମ୍‌ଆର୍‌ର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ସାମିଲ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ସହାୟତାର ହାତ ବଢାଇଲେ ସୁଷମା

ନୂଆଦିଲ୍ଲୀ,୨୭।୪: ସୁଦୂର କାନାଡାରେ ଜଣେ ଯୁବ ଇଞ୍ଜିନିୟର ଓ ତାଙ୍କ ପୁଅ ସୁଇମିଂ ପୁଲରେ ବୁଡି ଯିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ବୈଦେଶିକ...

ପିଟିଶନରେ ସ୍ବାକ୍ଷର କଲେ ୧୦୦୦ରୁ ଊର୍ଦ୍ଧ୍ୱ ବୈଜ୍ଞାନିକ, ବିଦ୍ୱାନ: ନାଗରିକତ୍ୱ ବିଲ୍‌ ପ୍ରତ୍ୟାହାର କର

ନୂଆଦିଲ୍ଲୀ,୧୧ା୧୨(ପି.ଟି.): ବିବାଦୀୟ ନାଗରିକତ୍ୱ ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ ହୋଇ ରାଜ୍ୟ ସଭାରେ ଉପସ୍ଥାପିତ ହେବାକୁ ଯାଉଥିବାବେଳେ ଏହା ବିରୋଧରେ ୧୦୦୦ରୁ ଊର୍ଦ୍ଧ୍ୱ ବୈଜ୍ଞାନିକ...

ବିଷାକ୍ତ ଖାଦ୍ୟ ଖାଇ ୩ ମୃତ, ୧୧ ଗୁରୁତର

ତିରୁପୁର,୬।୧୦: ତାମିଲନୁଡୁର ତିରୁପୁର ଅଞ୍ଚଳରେ ବିଷାକ୍ତ ଖାଦ୍ୟ ଖାଇ ୩ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୧ଜଣ ଅସୁସ୍ଥ ହୋଇ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।...

ପ୍ରାର୍ଥୀ ଘୋଷଣାର ୪୮ ଘଣ୍ଟା ମଧ୍ୟରେ ଦାଖଲ କରିବାକୁ ପଡ଼ିବ ଅପରାଧିକ ମାମଲା ସୂଚନା…

ନୂଆଦିଲ୍ଲୀ,୧୦।୮: ରାଜନୈତିକ ଅପରାଧୀକରଣ ସହ ଜଡିତ ଥିବା ଏକ ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ପ୍ରାର୍ଥୀ ଘୋଷଣା...

ପ୍ରତିରକ୍ଷା ବିଭାଗ ସମ୍ଭାଳିବା ପୂର୍ବରୁ ଓ୍ବାର ମେମୋରିୟାଲ ପହଞ୍ଚିଲେ ରାଜନାଥ

ନୂଆଦିଲ୍ଲୀ,୧।୬: ମୋଦି ସରକାରରେ ପ୍ରତିରକ୍ଷା ବିଭାଗ ମିଳିଛି ବରିଷ୍ଠ ନେତା ରାଜନାଥ ସିଂଙ୍କୁ। ଶୁକ୍ରବାର ତାଙ୍କୁ ଏହି ଦାୟିତ୍ୱ ମିଳିଛି। ଶନିବାର ଦାୟିତ୍ୱ ଗ୍ରହଣ ପୂର୍ବରୁ...

ଭୋଟ ଦେବା ପାଇଁ ଖଟିଆରେ ବୁହା ହୋଇ ଆସିଲେ ଶତାୟୁ: ଭିଡିଓ ଭାଇରାଲ

କାଟିହାର,୭।୧୧-ବିହାର ବିଧାନସଭା ନିର୍ବାଚନ ପାଇଁ ଶନିବାର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି। ଏପରିସ୍ଥିତିରେ ନିଜର ମତଦାନ ସାବ୍ୟସ୍ତ କରିବା  ପାଇଁ କାଟିହର ଜିଲାର ସୁଖଦେବ...

ଦେଶରେ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ, ୪୯.୨୧ ପ୍ରତିଶତ ରହିଛି ସୁସ୍ଥତା ହାର

ନୂଆଦିଲ୍ଲୀ,୧୧।୬: କରୋନା ସଂକ୍ରମଣକୁ ନେଇ ଏକ ମିଳିତ ଖବରଦାତା ସମ୍ମିଳନୀରେ ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆ ତଥ୍ୟ ପ୍ରଦାନ କରାଯାଇଛି। ମନ୍ତ୍ରଣାଳୟର ଯୁଗ୍ମ ସଚିବ...

ପ୍ରଶ୍ନ କଲେ ତେଜସ୍ବୀ: ଭାଜପା ବିହାରରେ ୧୯ ଲକ୍ଷ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲା, ୧୯ଟି ଦେଇଛି କି…

ନୂଆଦିଲ୍ଲୀ,୧୨।୮: ବିହାରରେ ଭାଜପା ସରକାର ୧୯ ଲକ୍ଷ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ କ’ଣ ସେ ୧୯ଜଣଙ୍କୁ ଚାକିରି ଦେଇଛନ୍ତି କି ବୋଲି ଶୁକ୍ରବାର...

Advertisement
Archives

Model This Week