ଏଲ୍‌ପିଜି ନିଆଁରେ କାଜାଖସ୍ତାନ

ନୂର୍‌ ସୁଲତାନ, ୭ା୧:୧୯୯୧ରେ ସୋଭିଏଟ୍‌ ସଂଘରୁ ଅଲଗା ହୋଇଥିବା କାଜାଖସ୍ତାନ ବିଶ୍ୱର ନବମ ବୃହତ୍ତମ ଦେଶ। ଏହାର ଉତ୍ତରରେ ରୁଷିଆ ଓ ପୂର୍ବରେ ରହିଛି ଚାଇନା ସୀମା। ଭରପୂର ତୈଳ ଉତ୍ସ ରଣନୈତିକ ଓ ଆର୍ଥିକ କ୍ଷେତ୍ରରେ କେନ୍ଦ୍ରୀୟ ଏସିଆରେ କାଜାଖସ୍ତାନର ଗୁରୁତ୍ୱ ବଢ଼ାଇଥିବାବେଳେ ରନ୍ଧନ ଗ୍ୟାସ୍‌ ମୂଲ୍ୟକୁ ନେଇ ଦେଶରେ ଦେଖାଦେଇଛି ବଡ଼ ଧରଣର ବିଭ୍ରାଟ। ଏଲ୍‌ପିଜି ଦର ବୃଦ୍ଧିକୁ ବିରୋଧ କରି ଆନ୍ଦୋଳନକାରୀ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି। ସ୍ବାଧୀନତା ପରେ କାଜାଖସ୍ତାନରେ ଏଭଳି ସ୍ଥିତି କେବେ ସୃଷ୍ଟି ହୋଇ ନ ଥିଲା। ରବିବାରଠାରୁ ହଜାର ହଜାର ସଂଖ୍ୟାରେ ଲୋକ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଛନ୍ତି। ରାଷ୍ଟ୍ରପତିଙ୍କ ବାସଭବନ ସମେତ ବହୁ ସରକାରୀ ଅଫିସ୍‌ରେ ପଶି ନିଆଁ ଲଗାଇ ଦେଇଛନ୍ତି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ପୋଲିସ ଫାୟାରିଂ କରିଛି। ଏଥିରେ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଆନ୍ଦୋଳନକାରୀଙ୍କ ଆକ୍ରମଣରେ ୧୨ରୁ ଊର୍ଦ୍ଧ୍ୱ ପୋଲିସ ଅଧିକାରୀ ନିହତ ହୋଇଛନ୍ତି। ୧ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅଲ୍‌ମାଟି ସହରରେ ହିଂସା ଉଗ୍ରରୂପ ନେଇଛି। ପ୍ରଧାନମନ୍ତ୍ରୀ ଅସ୍‌କାର ମାମିନ୍‌ ତାଙ୍କ ପଦରୁ ଇସ୍ତଫା ଦେବା ପରେ ରାଷ୍ଟ୍ରପତି କାସ୍ୟମ ଜୋମାର୍ଟ ତୋକାୟେବ୍‌ ତାହାକୁ ଗ୍ରହଣ କରିଛନ୍ତି। ଅଲିଖାନ୍‌ ସ୍ମାଇଲୋଭ୍‌ଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କରିବା ସହ ରାଷ୍ଟ୍ରପତି ଦେଶରେ ୨ ସପ୍ତାହ ପାଇଁ ଜରୁରିକାଳୀନ ସ୍ଥିତି ଲାଗୁ କରିଛନ୍ତି।

ହିଂସାକାଣ୍ଡର କାରଣ

କାଜାଖସ୍ତାନରେ ଏଲ୍‌ପିଜିକୁ କାର୍‌ ଇନ୍ଧନ ଭାବେ ବ୍ୟବହାର କରାଯାଏ। ସରକାର ଏହାର ମୂଲ୍ୟ ଦୁଇ ଗୁଣା କରିଦେବା ପରେ ଗତ ୨ ତାରିଖରେ ଝାନାଓଜେନ୍‌ର ମାଙ୍ଗ୍ୟସ୍ତାଉ ଅଏଲ ହବ୍‌ରେ ଶତାଧିକ ସଂଖ୍ୟାରେ ଲୋକ ବିକ୍ଷୋଭକୁ ଓହ୍ଲାଇଥିଲେ। କ୍ରମେ ଏହି ଆନ୍ଦୋଳନ କାଜାଖସ୍ତାନର ଅନ୍ୟାନ୍ୟ ସହରକୁ ବ୍ୟାପିଥିଲା। ଇନ୍ଧନ ଦର କମାଇବାକୁ ଗତ ମଙ୍ଗଳବାର ସରକାର ଘୋଷଣା କରିଥିଲେ। ହେଲେ ବୁଧବାର ରାଷ୍ଟ୍ରପତି ତୋକାଏଭ୍‌ ହଠାତ୍‌ ସରକାର ଭଙ୍ଗ କରିଥିଲେ। ଏହାପରେ ବିକ୍ଷୋଭ ହିଂସାର ରୂପ ନେଇଛି। ବିକ୍ଷୋଭକାରୀ ରାଷ୍ଟ୍ରପତି ଏବଂ ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ‘ବୃଦ୍ଧ ବ୍ୟକ୍ତି ବିଦା ହେବା ଜରୁରୀ’ ନାରା ଦେଉଛନ୍ତି। ହିଂସା ନିୟନ୍ତ୍ରଣ ବାହାରକୁ ଯିବାରୁ ରାଷ୍ଟ୍ରପତି ତୋକାୟେବ୍‌ ସାମରିକ ମେଣ୍ଟ କଲେକ୍ଟିଭ୍‌ ସିକ୍ୟୁରିଟି ଟ୍ରିଟି ଅର୍ଗାନାଇଜେଶନ (ସିଏସ୍‌ଟିଓ)କୁ ସାହାଯ୍ୟ ମାଗିଛନ୍ତି। ସିଏସ୍‌ଟିଓରେ ରୁଷିଆ, ଆର୍ମେନିଆ, ବେଲାରୁଷ୍‌, କାଜାଖସ୍ତାନ, କିର୍ଗିଜ୍‌ସ୍ତାନ ଏବଂ ତାଜିକିସ୍ତାନ ରହିଛନ୍ତି। ହିଂସା ଭିଆଉଥିବା ଲୋକଙ୍କୁ ଅନ୍ୟ ଦେଶରୁ ଆର୍ଥିକ ସହାୟତା ମିଳୁଥିବା ତୋକାୟେବ୍‌ ଅଭିଯୋଗ କରିଛନ୍ତି। ଏପରି କି ସେମାନଙ୍କୁ ସେ ଆତଙ୍କବାଦୀ ଆଖ୍ୟା ମଧ୍ୟ ଦେଇଛନ୍ତି। ସାରା ଦେଶରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି। ବ୍ୟାଙ୍କଗୁଡ଼ିକରେ ମଧ୍ୟ କାମ ବନ୍ଦ ରହିଛି। କାଜାଖସ୍ତାନରେ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।

ରୁଷିଆକୁ ଇୟୁର ଚେତାବନୀ

ରୁଷିଆ କାଜାଖସ୍ତାନର ଏକ ପ୍ରମୁଖ ରଣନୈତିକ ସହଯୋଗୀ। କାଜାଖସ୍ତାନ ରାଷ୍ଟ୍ରପତିଙ୍କ ଅନୁରୋଧକ୍ରମେ ରୁଷିଆ ହିଂସା ନିୟନ୍ତ୍ରଣ ପାଇଁ ସେଠାକୁ ସୈନ୍ୟ ପ୍ରେରଣ କରିଛି। ହିଂସାର ସୁଯୋଗ ନେଇ ରୁଷିଆ କାଜାଖସ୍ତାନର ସ୍ବାଧୀନତା ଏବଂ ସାର୍ବଭୌମତ୍ୱ ଉପରେ ଆଞ୍ଚ ନ ଆଣିବାକୁ ୟୁରୋପୀୟ ସଂଘ(ଇୟୁ) ଚେତାବନୀ ଦେଇଛି। ମସ୍କୋ ଦୀର୍ଘଦିନ ଧରି କାଜାଖସ୍ତାନରେ ସୈନ୍ୟ ମୁତୟନ କରିପାରେ ବୋଲି ଇୟୁ ଆଶଙ୍କା କରିଛି। ସେଠାରେ ଶାନ୍ତି ବଜାୟ ରହିବା ନିହାତି ଜରୁରୀ। ଆବଶ୍ୟକ ପଡ଼ିଲେ କାଜାଖସ୍ତାନକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଇୟୁର ଜଣେ ମୁଖପାତ୍ର କହିଛନ୍ତି। ତେବେ କାଜାଖସ୍ତାନ ନିଜ ସମସ୍ୟା ନିଜେ ସମାଧାନ କରିପାରିବ। ଏଥିପାଇଁ ବାହ୍ୟ ହସ୍ତକ୍ଷେପ ଅନାବଶ୍ୟକ ବୋଲି ରୁଷିଆ କହିଛି।

ବିଶ୍ୱ ତୈଳ ଭଣ୍ଡାରର ୩ ପ୍ରତିଶତ କାଜାଖସ୍ତାନରେ ରହିଛି। ଏଠାରେ କୋଇଲା, ପ୍ରାକୃତିକ ଗ୍ୟାସ୍‌, ୟୁରାନିୟମ, ମୂଲ୍ୟବାନ୍‌ ଧାତୁ ସମେତ ବିପୁଳ ପରିମାଣର ଖଣିଜ ସମ୍ପଦ ଗଚ୍ଛିତ ରହିଛି।
କାଜାଖସ୍ତାନ ଫାର୍ମ କାଜାତୋମ୍‌ପ୍ରୋମ୍‌ ବିଶ୍ୱର ବୃହତ୍ତମ ୟୁରାନିୟମ ଉତ୍ପାଦକ। ହିଂସାଯୋଗୁ ୟୁରାନିୟମ ଦରଦାମ୍‌ରେ ବୃଦ୍ଧି ଘଟିବାର ଆଶଙ୍କା ରହିଛି।
ସରକାର ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ଲୋକଙ୍କୁ ଦମନ କରାଯିବା ସେଠାରେ ସାଧାରଣ ଘଟଣା। ତେଣୁ ଏବେ ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଥିଲେ ହେଁ କେହି ଆନ୍ଦୋଳନର ନେତୃତ୍ୱ ନେଇନାହାନ୍ତି।
ପୋଲିସ ପ୍ରାୟ ୨ ହଜାର ଲୋକଙ୍କୁ ଗିରଫ କରିଛି।
୨୦୧୯ରେ ପୂର୍ବତନ ରାଷ୍ଟ୍ରପତି ନୂରସୁଲ୍‌ତାନ ନଜରବୟେବ୍‌ (୮୧) ତାଙ୍କ ସହଯୋଗୀ ତୋକାୟେବ୍‌ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ନଜରବୟେବ୍‌ ଜାତୀୟ ସିକ୍ୟୁରିଟି କାଉନସିଲ୍‌ ଅଧ୍ୟକ୍ଷ ପଦବୀ ନିଜ ହାତରେ ରଖିଥିବାବେଳେ ଗତ ବୁଧବାର ତୋକାୟେବ୍‌ ଏହି ଦାୟିତ୍ୱ ନିଜ ହାତକୁ ନେଇଥିବା ଘୋଷଣା କରିଥିଲେ।
ନଜରବୟେବ ଏପରି ଭାବେ ତୋକାୟେବ୍‌ଙ୍କୁ ବଡ଼ ପଦବୀ ହସ୍ତାନ୍ତର କରିବା ଲୋକଙ୍କ ମନରେ କ୍ରୋଧ ଜାଗ୍ରତ କରିଛି, ଯାହା ବିକ୍ଷୋଭକୁ ଆହୁରି ତୀବ୍ର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri