ହିଞ୍ଜିଳିକାଟୁ,୧୬।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଧୀନ ରାଳବ ଗ୍ରାମର ଜଣେ ବୃଦ୍ଧା ଜୟମଙ୍ଗଳ କେନାଲରେ ଭାସିଯାଇ ପ୍ରାଣ ହରାଇଛନ୍ତି। ମୃତକ ହେଲେ ହେମ୍ ପାଣ୍ଡି (୮୪)।
ହେମ୍ ଶୌଚ ପାଇଁ ଗ୍ରାମ ନିକଟସ୍ଥ ଜୟମଙ୍ଗଳ କେନାଲକୁ ଯାଇଥିଲେ। ହେଲେ ସେ ଅସାବଧାନବଶତଃ ପାଣିରେ ଭାସିଯାଇଥିଲେ। ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଅଗ୍ନିଶମ କର୍ମଚାରୀମାନେ ନନ୍ଦିକ ନିକଟସ୍ଥ କେନାଲ କୂଳରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ହିଞ୍ଜିଳି ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ ୨୮/୨୬) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇବା ସହ ତଦନ୍ତ ଜାରି ରଖିଛି।

