Posted inଫୁରସତ

ସମୁଦ୍ରର ଜୁଆର ମଧ୍ୟରେ ରୋମାଣ୍ଟିକ ଗୀତରେ ଝୁମିଲେ ବୃଦ୍ଧ ଦମ୍ପତି: ଭିଡିଓ ଭାଇରାଲ

ସମଗ୍ର ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହି ସମୟରେ ଲୋକମାନେ ନିଜର ଚାକିରି, ଖୁସି ଓ ସମସ୍ତ ପ୍ରକାରର ମନୋରଞ୍ଜନଠାରୁ ଦୂରେଇ ରହିଛନ୍ତି। ସବୁ ଲୋକଙ୍କ ମନରେ ଗୋଟିଏ କଥା କରୋନାଠାରୁ କେବେ ମୁକ୍ତି ମିଳିବ। ଇତିମଧ୍ୟରେ ସମୁଦ୍ରର ପ୍ରବଳ ଜୁଆର ମଧ୍ୟରେ ରୋମାଣ୍ଟିକ ଗୀତରେ ଜଣେ ବୃଦ୍ଧ ଦମ୍ପତି ଡ୍ୟାନ୍ସ କରି ସମସ୍ତଙ୍କୁ ଜୀବନ ଜିଇଁବାର କଳା ଶିଖାଇଛନ୍ତି। ଦୁଃଖ ହେଉ କି କଷ୍ଟ ସବୁ ପରିସ୍ଥିତିରେ କିଭଳି ହସିଖେଳି ନିଜ ଜୀବନ ବିତାଇବା ତାହା ଏହି ଭିଡିଓରୁ ଜଣାପଡ଼ୁଛି। କାରଣ ଜୀବନ ଆଜି ଅଛି କାଲି କି ନାହିଁ।

ତେବେ ବୃଦ୍ଧ ଦମ୍ପତିଙ୍କ ଏହି ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବୃଦ୍ଧ ଦମ୍ପତି ଜଣଙ୍କ ଡ୍ୟାନ୍ସ କରୁଥିବା ବେଳେ ବ୍ରେକ୍‌ଗ୍ରାଉଣ୍ଡରେ ଏକ ରୋମାଣ୍ଟିକ ଗୀତ ବାଜୁଛି। ଗୋଟିଏ ପଟେ ରୋମାଣ୍ଟିକ ଗୀତର ତାଳେ ତାଳେ ବୃଦ୍ଧ ଦମ୍ପତି ଝୁମୁଥିବା ବେଳେ ଅନ୍ୟପଟେ ସମୁଦ୍ରର ଜୁଆର ବେଶ ଆକର୍ଷଣୀୟ ହୋଇଛି। ଏହାକୁ ଦେଖିଲେ ଯେକେହିବି ପ୍ରଫୁଲ୍ଲିତ ହୋଇପଡ଼ିବେ। ସବୁଠାରୁ ବଡ଼ କଥା ହେଲା ଏହି ଭିଡିଓକୁ ଆମେରିକାର ଜଣେ ଅଭିନେତ୍ରୀ ଶେୟାର କରିଛନ୍ତି। ହଲିଉଡ୍‌ର ପପୁଲାର ଅଭିନେତ୍ରୀ ଜେସିକା ଚାଷ୍ଟେନ୍‌ ନିଜ ଇନ୍‌ଷ୍ଟଗ୍ରାମରେ ଏହି ଭିଡିଓକୁ ଶେୟାର କରି କ୍ୟାପଶନ୍‌ରେ ଲେଖିଛନ୍ତି, ଆଇ ଲଭ୍‌। ଭିଡିଓଟି ଶେୟାର ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାକୁ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ଏଥିସହ ୟୁଜର୍ସମାନେ ଲକ୍ଷାଧିକ ଲାଇକ୍‌ ଓ କମେଣ୍ଟ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିତାଙ୍କ ଆଫେୟାର୍ସକୁ ନେଇ ଇନ୍ଦିରାଙ୍କୁ ଅଭିଯୋଗ କରୁଥିଲେ ଏହି ରାଜନେତାଙ୍କ ପୁଅ !

ନୂଆଦିଲ୍ଲୀ,୨୮।୬: ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପନେ ପକାଇଛନ୍ତି। ଦେଶରେ ଆର୍ଥିକ ସୁଧାର କଥା ଆସିଲେ...

ବ୍ୟକ୍ତି ଜଣକ ମାଙ୍କଡ଼କୁ ଦେଖାଇଲେ ଏମିତି ଯାଦୁ, ଦେଖିକି ବୁଲାଇଲା ମୁଣ୍ଡ, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଏହି ଭାରତୀୟଙ୍କୁ ଭଗବାନ ପରି ମାନେ ଚାଇନା, ଜାଣନ୍ତୁ କାହିଁକି

ଭାରତ ଏବଂ ଚାଇନା ମଧ୍ୟରେ ବର୍ତ୍ତମାନ ସୀମା ବିବାଦ ଲାଗିରହିଛି। ତେବେ ଏମିତି ଏକ ସମୟ ଥିଲା ଯେତେବେଳେ ଚାଇନାବାସୀ ଭାରତୀୟମାନଙ୍କୁ ବହୁତ ସମ୍ମାନ କରୁଥିଲେ।...

ରେନ୍‌ବୋ ଭିଲେଜ୍‌

ପୃଥିବୀରେ ଏଭଳି ଅନେକ ସ୍ଥାନ ରହିଛି, ଯାହା ଦେଖିବାକୁ ଅନ୍ୟ ସ୍ଥାନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ନିଆରା। ସେହିଭଳି ଏକ ସ୍ଥାନ ହେଉଛି ତାଇଓ୍ବାନର ନାନ୍‌ଟୁନ୍‌...

ମଣିଷଠାରେ ପ୍ରତିରୋପଣ ହେଲା ଘୁଷୁରି ହାର୍ଟ, ଚିକିତ୍ସା ବିଜ୍ଞାନରେ ପ୍ରଥମ ଘଟଣା…

ଓ୍ବାଶିଂଟନ, ୧୧।୧ : ଆମେରିକୀୟ ସର୍ଜନମାନେ ବଡ଼ ସଫଳତା ହାସଲ କରିଛନ୍ତି। ୫୭ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ ଶରୀରରେ ଏକ ଜେନେଟିକ ରୂପାନ୍ତରିତ ଘୁଷୁରୀର...

ସର୍ଭେରୁ ସାମ୍ନାକୁ ଆସିଲା ତଥ୍ୟ; ପୋଷ୍ଟ ଗ୍ରାଜୁଏଟ୍‌ ମାଗୁଛନ୍ତି ଭିକ, ୧୯୨ ଜଣ ପଢ଼ିଛନ୍ତି ଯୁକ୍ତ ୨

ଜୟପୁର, ୨୪।୮: ଖୁବ୍‌ ଶୀଘ୍ର ଭିକାରୀମୁକ୍ତ ହେବାକୁ ଯାଉଛି ରାଜସ୍ଥାନର ରାଜଧାନୀ ଜୟପୁର। ନିକଟରେ ଭିକାରୀଙ୍କ ଥଇଥାନ ଲାଗି ଜୟପୁର କମିସନରେଟ୍‌ ପୋଲିସ ଥାନାସ୍ତରରେ ସର୍ଭେ...

ଆଳୁରେ ନିର୍ମିତ ହୋଟେଲ

ଆଳୁରେ ନିର୍ମିତ ହୋଟେଲ। ପଢିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆମେରିକାର ଇଦାହେ ରାଜ୍ୟରେ ଆଳୁରେ ତିଆରି ଏକ ହୋଟେଲ ରହିଛି। ଏହି ଆଳୁର ଓଜନ...

କନଷ୍ଟେବଳ ପଦବୀରୁ ଇସ୍ତଫା ଦେବା ପରେ ସୋସିଆଲ ମିଡିଆରେ ହିଟ୍‌ ପ୍ରିୟଙ୍କା, ବେଳକୁ ବେଳ ବଢୁଛି…

ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ କନଷ୍ଟେବଳ ପଦରୁ ଇସ୍ତଫା ଦେଇଥିବା ପ୍ରିୟଙ୍କା ମିଶ୍ର ଚର୍ଚ୍ଚାରେ ରହିଆସୁଛନ୍ତି। ପ୍ରିୟଙ୍କା ପୋଲିସ ବିଭାଗରେ ୧.୫୨ ଲକ୍ଷ ଟଙ୍କା...

Advertisement
Archives

Model This Week