ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ଏଲ୍‌ନିନୋ ଆଶଙ୍କା ୮୦%, ସତର୍କ ସୂଚନା ଜାରି କଲା…

ଜେନେଭା,୩ା୬: ଚଳିତ ଜୁନ୍‌ରୁ ଆଗାମୀ ଅଗଷ୍ଟ ମାସ ମଧ୍ୟରେ ଏଲ୍‌ନିନୋ ସୃଷ୍ଟି ହେବାର ୮୦ ପ୍ରତିଶତ ଆଶଙ୍କା ରହିଛି ବୋଲି ମଙ୍ଗଳବାର ବିଶ୍ୱ ପାଣିପାଗ ସଙ୍ଗଠନ(ଡବ୍ଲ୍ୟୁଏମ୍‌ଓ) ସୂଚିତ କରିଛି। ଏହାର ପ୍ରଭାବରେ ସାଧାରଣ ପାଣିପାଗ ବିଗିଡ଼ିଯିବ। ଫଳରେ ଅତ୍ୟଧିକ ଉତ୍ତାପ ଓ ବର୍ଷାର ଆଶଙ୍କା ରହିଛି। ‘ଏଲ୍‌ନିନୋ ପାଇଁ ପ୍ରସ୍ତୁତ ରୁହନ୍ତୁ’ ଶୀର୍ଷକ ଏକ ସଦ୍ୟତମ ସୂଚନାରେ ଡବ୍ଲ୍ୟୁଏମ୍‌ଓ ପକ୍ଷରୁ ଏଭଳି କୁହାଯାଇଛି। ଏଲ୍‌ନିନୋ ଏକ ସମୁଦ୍ର-ବାୟୁମଣ୍ଡଳୀୟ ପ୍ରକ୍ରିୟା, ଯେଉଁଠାରେ ବିଷୁବରେଖା ଏବଂ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରର ପୃଷ୍ଠଭାଗର ଜଳ ସାଧାରଣ ଅପେକ୍ଷା ଅଧିକ ଉତ୍ତପ୍ତ ରହିଥାଏ। ଏହି ପ୍ରକ୍ରିୟା ବିଶ୍ୱର ତାପମାତ୍ରା ଏବଂ ବର୍ଷାକୁ ପ୍ରଭାବିତ କରିବ। ଏଲ୍‌ନିନୋ ସ୍ଥିତି ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ରହିପାରେ ଏବଂ ସାଧାରଣତଃ ଶୀତ ମାସଗୁଡ଼ିକରେ ଏହା ଶୀର୍ଷକୁ ଛୁଇଁଥାଏ। ଜଙ୍ଗଲ ଭଳି ମହାସାଗରଗୁଡ଼ିକ ମଧ୍ୟ ବଡ଼ ଉତ୍ତାପ ଶୋଷକ ଅଟନ୍ତି। କିନ୍ତୁ ଯେତେବେଳେ ଉତ୍ତାପ ଅତ୍ୟଧିକ ହୋଇଯାଏ, ଏହା ଲାଭ ଅପେକ୍ଷା ଅଧିକ କ୍ଷତି କରିଥାଏ। ତେବେ ଏଭଳି ଉତ୍ତପ୍ତ ହେବାର ମୁଖ୍ୟ କାରଣଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛି କ୍ରାନ୍ତୀୟ ପ୍ରଶାନ୍ତ ମହାସାଗରରେ ଅସ୍ବାଭାବିକ ଭାବେ ଗରମ ଥିବା ସମୁଦ୍ର ଭିତରର ସ୍ଥିତି। ସାଧାରଣ ଅପେକ୍ଷା ୬ ଡିଗ୍ରୀ ସେଲ୍‌ସିୟସ୍‌ରୁ ଅଧିକ ତାପମାତ୍ରା ଏକ ବଡ଼ ଧରଣର ଉତ୍ତାପର ଭଣ୍ଡାର ସୃଷ୍ଟି କରୁଥିଲା,ଫଳରେ ସମୁଦ୍ର ପୃଷ୍ଠ ଗରମ ହେଉଥିବା ଦେଖିବାକୁ ମିଳୁଛି। ବିକଶିତ ହେଉଥିବା ଏଲ୍‌ନିନୋ ଏବଂ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ବିଶ୍ୱକୁ ଦେଇଥିବା ନିଜ ବାର୍ତ୍ତାରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି, ‘ଏଲ୍‌ନିନୋ ଆସନ୍ତା ମାସଗୁଡ଼ିକରେ ୯୦% ନିଶ୍ଚିତତା ସହ ଆମ ଦୁଆର ମୁହଁରେ ପହଞ୍ଚୁଛି। ବିଶ୍ୱ ଏହାକୁ ଏକ ଜରୁରିକାଳୀନ ଜଳବାୟୁ ଚେତାବନୀ ଭାବରେ ଗ୍ରହଣ କରିବା ଉଚିତ। ଏଲ୍‌ନିନୋ ସ୍ଥିତି ଉତ୍ତପ୍ତ ହେଉଥିବା ବିଶ୍ୱର ନିଆଁରେ ଘିଅ ଢାଳିବ। ଏଲ୍‌ନିନୋ ସଦର୍ନ ଅସିଲେଶନ(ଇଏନ୍‌ଏସ୍‌ଓ)ର ପର୍ଯ୍ୟାୟ, ଯାହା କ୍ରାନ୍ତୀୟ ପ୍ରଶାନ୍ତ ମହାସାଗରରେ ସମୁଦ୍ରର ତାପମାତ୍ରା ଏବଂ ବାୟୁମଣ୍ଡଳୀୟ ଚାପ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କକୁ ଦର୍ଶାଇଥାଏ, ତାହା ରିଲେଟିଭ ଓସେନିକ ନିନୋ ଇଣ୍ଡେକ୍ସର ମୂଲ୍ୟ ଦ୍ୱାରା ନିର୍ଦ୍ଧାରିତ ହୁଏ। ଏହି ସୂଚକାଙ୍କ ହେଉଛି ସାଧାରଣ ତାପମାତ୍ରା ତୁଳନାରେ ସମୁଦ୍ର ପୃଷ୍ଠର ତାପମାତ୍ରାର ପରିବର୍ତ୍ତନ ମୂଲ୍ୟ, ଯାହା ବିଷୁବରେଖା ପ୍ରଶାନ୍ତ ମହାସାଗରରେ ଥିବା ନିନୋ ୩.୪ ଅଞ୍ଚଳ (୫୦ ଉତ୍ତର-୫୦ ଦକ୍ଷିଣ, ୧୨୦୦-୧୭୦୦ ପଶ୍ଚିମ) ରେ ମପାଯାଏ। ଯେତେବେଳେ ଏହି ମୂଲ୍ୟ ଶୂନ(ଜିରୋ) ଡିଗ୍ରୀ ସେଲ୍‌ସିୟସ୍‌ ହୁଏ, ଏହାକୁ ଇଏନ୍‌ଏସ୍‌ଓ ନିରପେକ୍ଷ (ନ୍ୟୁଟ୍ରାଲ) କୁହାଯାଏ। ଅଧିକ ଗରମ ତାପମାତ୍ରା ଏବଂ +୦.୫୦ରୁ ଅଧିକ ମୂଲ୍ୟ ଏଲ୍‌ନିନୋ ସ୍ଥିତିକୁ ଦର୍ଶାଉଥିବାବେଳେ -୦.୫୦ସେଲସିୟସ୍‌ରୁ କମ୍‌ ଥଣ୍ଡା ସମୁଦ୍ର ପୃଷ୍ଠର ତାପମାତ୍ରାର ଅର୍ଥ ହେଉଛି ଲାନିନା। ଫେବୃଆରୀ-ଏପ୍ରିଲ ମାସ ପାଇଁ ସର୍ବଶେଷ ସୂଚକାଙ୍କ ମୂଲ୍ୟ -୦.୫୦ସେଲ୍‌ସିୟସ୍‌ । ଏପ୍ରିଲ ମାସ ଶେଷରୁ ମେ’ ମାସ ମଧ୍ୟଭାଗ ପର୍ଯ୍ୟନ୍ତ ମପାଯାଇଥିବା ସମୁଦ୍ର ପୃଷ୍ଠର ତାପମାତ୍ରାରେ ବୃଦ୍ଧି ପରିଲକ୍ଷିତ ହୋଇଛି, ଏଥିଯୋଗୁ ଏଲ୍‌ନିନୋର ସୀମା ପାଖେଇ ଆସୁଥିବା ବିଶ୍ୱ ପାଣିପାଗ ସଙ୍ଗଠନ କହିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ୱର ୪ରେ କାମ କରିବନି UPI, ଜାଣନ୍ତୁ କେତେ ସମୟ ବନ୍ଦ ରହିବ?

ନୂଆଦିଲ୍‌ଲୀ,୨।୯: ଯଦି ଆପଣ ପ୍ରତିଦିନ SBI ର UPI ମାଧ୍ୟମରେ ପେମେଣ୍ଟ କରୁଛନ୍ତି, ତେବେ ୪ ସେପ୍ଟେମ୍ୱର ରାତିରେ ଟିକେ ସତର୍କ ରହିବାକୁ ପଡ଼ିବ। ବ୍ୟାଙ୍କ ସୂଚନା…

ମୁହଁ ଉପରେ ହିଁ ଶୁଣାଇ ଦିଅନ୍ତି ଏହି ୩ ରାଶି; ହେଲେ ପଛରେ ଖେଳନ୍ତି ଭୟଙ୍କର ଗେମ୍‌

‘ମୁହଁରେ ରାମ, କାଖରେ ଛୁରୀ’ ଏହା କୌଣସି ନୂଆ ଢଗ ନୁହେଁ, ଏହାକୁ ଆମେ ସମସ୍ତେ ବହୁବାର ଶୁଣିଥିବା। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ରାଶି…

କାର୍ଗିଲ୍ ଯୁଦ୍ଧର ଯୋଦ୍ଧା ଏବେ ରାମ ମନ୍ଦିରର CEO! ଜିତେନ୍ଦ୍ର ମିଶ୍ରାଙ୍କ ନାଁରେ ଲାଗିଲା ମୋହର

ନୂଆଦିଲ୍ଲୀ,୨।୯: ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓଙ୍କ ନାମ ଘୋଷଣା କରାଯାଇଛି । ସୂଚନା ଅନୁସାରେ, ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କ ନାଁରେ ମୋହର ଲାଗିଛି…

ଦୈନିକ ରାଜ୍ୟ ବାହାରକୁ ଚାଲାଣ ହେଉଛି ଗଞ୍ଜେଇ, ପାଟ୍ରୋଲିଂବେଳେ ୨ ଜଣଙ୍କୁ ଅଟକାଇବାରୁ ମିଳିଲା…

ଭଞ୍ଜନଗର,୨ା୯(ବାବୁଲା ପ୍ରଧାନ): ଗଞ୍ଜେଇ ଚାଲାଣବେଳେ ଭଞ୍ଜନଗର ପୋଲିସ ଦୁଇଜଣଙ୍କୁ ଗିରଫ କରିବା ସହ ୨୪ କେଜି ୭୯୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ଏକ ମୋଟରସାଇକେଲ…

ଜନ୍ମାଷ୍ଟମୀରେ ୪ଟି ବଡ଼ ରାଜଯୋଗ: ଚମକିବ ୫ ରାଶିର ଭାଗ୍ୟ, ପ୍ରଚୁର ଧନଲାଭକୁ ମିଳିବ ବଡ଼ ସଫଳତା

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ପର୍ୱ ‘ଜନ୍ମାଷ୍ଟମୀ’ ସେପ୍ଟେମ୍ୱର ୪ ତାରିଖରେ ପାଳିତ ହେବ। ଧାର୍ମିକ ଦୃଷ୍ଟିକୋଣରୁ ଜନ୍ମାଷ୍ଟମୀ ଦିନଟି ବେଶ ସ୍ୱତନ୍ତ୍ର ହୋଇଥିବା ବେଳେ ଏଥର ଗ୍ରହମାନଙ୍କ…

ଠେଙ୍ଗାରେ ପିଟିପିଟି ବୃଦ୍ଧ ବାପାଙ୍କୁ ହତ୍ୟା: ପୁଅ-ବୋହୂ ଗିରଫ

କୁଆଁରମୁଣ୍ଡା,୨ା୯(ମହେନ୍ଦ୍ର କୁମାର ସାହୁ): ଠେଙ୍ଗାରେ ପିଟି ନିଜର ଜନ୍ମ କଲା ବୃଦ୍ଧ ବାପାଙ୍କୁ ହତ୍ୟା କରାଯାଇଛି। ଏଭଳି ହତ୍ୟାକାଣ୍ଡ କରିଛନ୍ତି ପୁଅ ଓ ବୋହୂ। ଏହି ଘଟଣା…

MKCG ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଖୋଜ, ରେଲ୍‌ୱେ ଷ୍ଟେଶନରୁ ମିଳିଲା ମୋବାଇଲ

ବ୍ରହ୍ମପୁର,୨।୯(ସୁବାସ ଚନ୍ଦ୍ର ପାଢ଼ୀ) : ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ଭେଷଜ ମହାବିଦ୍ୟାଳୟର ଜଣେ ଛାତ୍ର ନିଖୋଜ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା କ୍ରମେ…

ନେପାଳ ବନ୍ୟା ପରେ ଭାରତର ସହାୟତାକୁ ପ୍ରଶଂସା, ପ୍ରଧାନମନ୍ତ୍ରୀ କହିଲେ…

କାଠମାଣ୍ଡୁ,୨ା୯: ନେପାଳରେ ଭୟଙ୍କର ବନ୍ୟା ପରେ ଭାରତ ପକ୍ଷରୁ ମିଳୁଥିବା ଲଗାତାର ସହାୟତାକୁ ନେଇ ଭାରତ ଓ ଚାଇନାକୁ ଧନ୍ୟବାଦ ଜଣାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri