ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ଏଲ୍‌ନିନୋ ଆଶଙ୍କା ୮୦%, ସତର୍କ ସୂଚନା ଜାରି କଲା…

ଜେନେଭା,୩ା୬: ଚଳିତ ଜୁନ୍‌ରୁ ଆଗାମୀ ଅଗଷ୍ଟ ମାସ ମଧ୍ୟରେ ଏଲ୍‌ନିନୋ ସୃଷ୍ଟି ହେବାର ୮୦ ପ୍ରତିଶତ ଆଶଙ୍କା ରହିଛି ବୋଲି ମଙ୍ଗଳବାର ବିଶ୍ୱ ପାଣିପାଗ ସଙ୍ଗଠନ(ଡବ୍ଲ୍ୟୁଏମ୍‌ଓ) ସୂଚିତ କରିଛି। ଏହାର ପ୍ରଭାବରେ ସାଧାରଣ ପାଣିପାଗ ବିଗିଡ଼ିଯିବ। ଫଳରେ ଅତ୍ୟଧିକ ଉତ୍ତାପ ଓ ବର୍ଷାର ଆଶଙ୍କା ରହିଛି। ‘ଏଲ୍‌ନିନୋ ପାଇଁ ପ୍ରସ୍ତୁତ ରୁହନ୍ତୁ’ ଶୀର୍ଷକ ଏକ ସଦ୍ୟତମ ସୂଚନାରେ ଡବ୍ଲ୍ୟୁଏମ୍‌ଓ ପକ୍ଷରୁ ଏଭଳି କୁହାଯାଇଛି। ଏଲ୍‌ନିନୋ ଏକ ସମୁଦ୍ର-ବାୟୁମଣ୍ଡଳୀୟ ପ୍ରକ୍ରିୟା, ଯେଉଁଠାରେ ବିଷୁବରେଖା ଏବଂ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରର ପୃଷ୍ଠଭାଗର ଜଳ ସାଧାରଣ ଅପେକ୍ଷା ଅଧିକ ଉତ୍ତପ୍ତ ରହିଥାଏ। ଏହି ପ୍ରକ୍ରିୟା ବିଶ୍ୱର ତାପମାତ୍ରା ଏବଂ ବର୍ଷାକୁ ପ୍ରଭାବିତ କରିବ। ଏଲ୍‌ନିନୋ ସ୍ଥିତି ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ରହିପାରେ ଏବଂ ସାଧାରଣତଃ ଶୀତ ମାସଗୁଡ଼ିକରେ ଏହା ଶୀର୍ଷକୁ ଛୁଇଁଥାଏ। ଜଙ୍ଗଲ ଭଳି ମହାସାଗରଗୁଡ଼ିକ ମଧ୍ୟ ବଡ଼ ଉତ୍ତାପ ଶୋଷକ ଅଟନ୍ତି। କିନ୍ତୁ ଯେତେବେଳେ ଉତ୍ତାପ ଅତ୍ୟଧିକ ହୋଇଯାଏ, ଏହା ଲାଭ ଅପେକ୍ଷା ଅଧିକ କ୍ଷତି କରିଥାଏ। ତେବେ ଏଭଳି ଉତ୍ତପ୍ତ ହେବାର ମୁଖ୍ୟ କାରଣଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛି କ୍ରାନ୍ତୀୟ ପ୍ରଶାନ୍ତ ମହାସାଗରରେ ଅସ୍ବାଭାବିକ ଭାବେ ଗରମ ଥିବା ସମୁଦ୍ର ଭିତରର ସ୍ଥିତି। ସାଧାରଣ ଅପେକ୍ଷା ୬ ଡିଗ୍ରୀ ସେଲ୍‌ସିୟସ୍‌ରୁ ଅଧିକ ତାପମାତ୍ରା ଏକ ବଡ଼ ଧରଣର ଉତ୍ତାପର ଭଣ୍ଡାର ସୃଷ୍ଟି କରୁଥିଲା,ଫଳରେ ସମୁଦ୍ର ପୃଷ୍ଠ ଗରମ ହେଉଥିବା ଦେଖିବାକୁ ମିଳୁଛି। ବିକଶିତ ହେଉଥିବା ଏଲ୍‌ନିନୋ ଏବଂ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ବିଶ୍ୱକୁ ଦେଇଥିବା ନିଜ ବାର୍ତ୍ତାରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି, ‘ଏଲ୍‌ନିନୋ ଆସନ୍ତା ମାସଗୁଡ଼ିକରେ ୯୦% ନିଶ୍ଚିତତା ସହ ଆମ ଦୁଆର ମୁହଁରେ ପହଞ୍ଚୁଛି। ବିଶ୍ୱ ଏହାକୁ ଏକ ଜରୁରିକାଳୀନ ଜଳବାୟୁ ଚେତାବନୀ ଭାବରେ ଗ୍ରହଣ କରିବା ଉଚିତ। ଏଲ୍‌ନିନୋ ସ୍ଥିତି ଉତ୍ତପ୍ତ ହେଉଥିବା ବିଶ୍ୱର ନିଆଁରେ ଘିଅ ଢାଳିବ। ଏଲ୍‌ନିନୋ ସଦର୍ନ ଅସିଲେଶନ(ଇଏନ୍‌ଏସ୍‌ଓ)ର ପର୍ଯ୍ୟାୟ, ଯାହା କ୍ରାନ୍ତୀୟ ପ୍ରଶାନ୍ତ ମହାସାଗରରେ ସମୁଦ୍ରର ତାପମାତ୍ରା ଏବଂ ବାୟୁମଣ୍ଡଳୀୟ ଚାପ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କକୁ ଦର୍ଶାଇଥାଏ, ତାହା ରିଲେଟିଭ ଓସେନିକ ନିନୋ ଇଣ୍ଡେକ୍ସର ମୂଲ୍ୟ ଦ୍ୱାରା ନିର୍ଦ୍ଧାରିତ ହୁଏ। ଏହି ସୂଚକାଙ୍କ ହେଉଛି ସାଧାରଣ ତାପମାତ୍ରା ତୁଳନାରେ ସମୁଦ୍ର ପୃଷ୍ଠର ତାପମାତ୍ରାର ପରିବର୍ତ୍ତନ ମୂଲ୍ୟ, ଯାହା ବିଷୁବରେଖା ପ୍ରଶାନ୍ତ ମହାସାଗରରେ ଥିବା ନିନୋ ୩.୪ ଅଞ୍ଚଳ (୫୦ ଉତ୍ତର-୫୦ ଦକ୍ଷିଣ, ୧୨୦୦-୧୭୦୦ ପଶ୍ଚିମ) ରେ ମପାଯାଏ। ଯେତେବେଳେ ଏହି ମୂଲ୍ୟ ଶୂନ(ଜିରୋ) ଡିଗ୍ରୀ ସେଲ୍‌ସିୟସ୍‌ ହୁଏ, ଏହାକୁ ଇଏନ୍‌ଏସ୍‌ଓ ନିରପେକ୍ଷ (ନ୍ୟୁଟ୍ରାଲ) କୁହାଯାଏ। ଅଧିକ ଗରମ ତାପମାତ୍ରା ଏବଂ +୦.୫୦ରୁ ଅଧିକ ମୂଲ୍ୟ ଏଲ୍‌ନିନୋ ସ୍ଥିତିକୁ ଦର୍ଶାଉଥିବାବେଳେ -୦.୫୦ସେଲସିୟସ୍‌ରୁ କମ୍‌ ଥଣ୍ଡା ସମୁଦ୍ର ପୃଷ୍ଠର ତାପମାତ୍ରାର ଅର୍ଥ ହେଉଛି ଲାନିନା। ଫେବୃଆରୀ-ଏପ୍ରିଲ ମାସ ପାଇଁ ସର୍ବଶେଷ ସୂଚକାଙ୍କ ମୂଲ୍ୟ -୦.୫୦ସେଲ୍‌ସିୟସ୍‌ । ଏପ୍ରିଲ ମାସ ଶେଷରୁ ମେ’ ମାସ ମଧ୍ୟଭାଗ ପର୍ଯ୍ୟନ୍ତ ମପାଯାଇଥିବା ସମୁଦ୍ର ପୃଷ୍ଠର ତାପମାତ୍ରାରେ ବୃଦ୍ଧି ପରିଲକ୍ଷିତ ହୋଇଛି, ଏଥିଯୋଗୁ ଏଲ୍‌ନିନୋର ସୀମା ପାଖେଇ ଆସୁଥିବା ବିଶ୍ୱ ପାଣିପାଗ ସଙ୍ଗଠନ କହିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋହନା ଅଞ୍ଚଳରେ କାଳବୈଶାଖି ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ

ମୋହନା, ୧୨।୬( ମନ୍ମଥ ମିଶ୍ର ): ମୋହନା ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖି ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ  ଶୁକ୍ରବାର  ସନ୍ଧ୍ୟା ସମୟରେ ବର୍ଷା…

୧୭ ଡ୍ରମ୍‌ ମଦ ପୋଚ ନଷ୍ଟକଲେ ଗ୍ରାମବାସୀ

ନନ୍ଦପୁର,୧୨ା୬(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକ ବନମାଳିପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମବାସୀ ଲୁଚାଇ ରଖାଯାଇଥିବା ୧୭ ଡ୍ରମ୍‌ ମଦ ପୋଚ ନଷ୍ଟ…

ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

ଲାଞ୍ଜିଗଡ଼,୧୨ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଦାରପଟା ଗ୍ରାମର କନକ ବେହେରା (୪୫)ଙ୍କ ଶୁକ୍ରବାର ବଜ୍ରପାତରେ ମୃତ୍ୟୁ ଘଟିଛି। ସୂଚନାନୁସାରେ ଅପରାହ୍ନ ସାଢେ…

ବଜ୍ରପାତରେ ୨୦ ଛେଳିମେଣ୍ଢା ମୃତ

ପାତ୍ରପୁର,୧୨ା୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜିଲୁଣ୍ଡା ନିକଟସ୍ଥ ପାହାଡ ଅଞ୍ଚଳର ଏକ ଜମିରେ ଶୁକ୍ରବାର ବଜ୍ରପାତରେ ଗୋଟିଏ ଛେଳି ଓ ୧୯ ମେଣ୍ଢାଙ୍କ…

ମଣ୍ଡି ଅଭାବ: ଥୁଆମୂଳ ରାମପୁରରେ ଦଲାଲଙ୍କ କବ୍‌ଜାରେ ଆମ୍ବ ଚାଷୀ

ଥୁଆମୂଳ ରାମପୁର, ୧୨/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ସରକାରୀ ବଜାର ବ୍ୟବସ୍ଥା ନଥିବାରୁ ଆମ୍ବ ଚାଷୀ ବ୍ୟାପକ ଶୋଷଣର ଶିକାର ହେଉଛନ୍ତି।…

ଭାରତ ପାଇଁ ବାହାରିଲେ ଟ୍ରମ୍ପ, ଇରାନକୁ ସିଧା କହିଦେଲେ…

ଓ୍ୱାଶିଂଟନ,୧୨ା୬: ଉପସାଗରୀୟ ଅଞ୍ଚଳରେ ଯୁଦ୍ଧ ବନ୍ଦ ପାଇଁ ରବିବାର ସୁଦ୍ଧା ଆମେରିକା ଏବଂ ଇରାନ ମଧ୍ୟରେ ବହୁପ୍ରତୀକ୍ଷିତ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର ହୋଇପାରେ। ଏକ ପାଶ୍ଚାତ୍ୟ ସୂତ୍ର…

ଧରିତ୍ରୀ ପ୍ରଭାବ: କାଳବୈଶାଖୀ ବିପନ୍ନ ଗଜେନ୍ଦ୍ରଙ୍କୁ ମିଳିଲା ସରକାରୀ ଗୃହ କାର୍ଯ୍ୟାଦେଶ

ଥୁଆମୂଳ ରାମପୁର, ୧୨/୦୬ (କୀର୍ତ୍ତି ଚନ୍ଦ୍ର ଦୁର୍ଗା): ଗରିବର ଅଶ୍ରୁ ପୋଛିଲା ପ୍ରଶାସନ, ସାର୍ଥକ ହେଲା ‘ଧରିତ୍ରୀ’ର ସମ୍ବାଦ। କାଳବୈଶାଖୀ ଝଡ଼ରେ ଭାଙ୍ଗି ଚୁରମାର୍ ହୋଇଯାଇଥିବା ଗୁଣୁପୁର…

ଦିଗପହଣ୍ଡି କୋର୍ଟରେ ଆଇନ ସଚେତନତା

ଦିଗପହଣ୍ଡି, ୧୨|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ବୃଦ୍ଧ ମାତା ପିତା ଓ ବରିଷ୍ଠ ନାଗରିକଙ୍କ ପାଇଁ ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri