ଘର ବାରଣ୍ଡାରେ ଶୋଇଥିବାବେଳେ ମୋହନଙ୍କୁ କାମୁଡିଲା ସାପ, ଅବସ୍ଥା ସଙ୍କଟାପନ୍ନ ପରେ…

ପାଟଣା,୩।୬(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଏରେଇଣ୍ଡେଇ ପଞ୍ଚାୟତ ଅନ୍ତର୍ଗତ ଗିଲିରିଦୁମା ଗ୍ରାମର ଜଣେ ୨୫ବର୍ଷୀୟ ଯୁବକଙ୍କ ମଙ୍ଗଳବାର ସାପ କାମୁଡାରେ ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି
ସାଂଘାଇ ମାଝୀଙ୍କ ପୁଅ ମୋହନ ମାଝୀ ।

ସୂଚନା ଅନୁଯାୟୀ ସୋମବାର ରାତ୍ରୀରେ ମୋହନ ମାଝୀ ଘର ବାରଣ୍ଡାରେ ଶୋଇଥିବା ସମୟରେ ଉଇ ହୁଙ୍କା ଗାତରୁ ବିଷ ଧର ଚିତି ସାପ ବାହାରି ମୋହନ ମାଝୀଙ୍କ ଡାହାଣ ହାତ କାନି ଆଙ୍ଗୁଳିରେ ଚୋଟ ମାରିଥିଲା । ଯାହାଫଳରେ ମୋହନ ମାଝୀ ଗୁରୁତର ହେବାରୁ ପରିବାର ଲୋକମାନେ ଦେଖି ମୋହନ ମାଝୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିପରିବାର ଲୋକେ ପ୍ରଥମେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିଥିଲେ ସେଠାର ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଭୋର ୫ଟାରେ ମୃତ୍ୟୁ ଘଟିଛି। ଏନେଇ ପାଟଣା ଥାନାରେ ୨୬/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଏଏସଆଇ ଗୌର ହରି ଗର୍ଡିଆ କହିଛନ୍ତି।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଛରେ ପଡ଼ିଲା ଭାରତ

ନୂଆଦିଲ୍ଲୀ,୩ା୬: ବିଶ୍ୱର ପ୍ରମୁଖ ଶେୟାର ବଜାରଗୁଡ଼ିକ ମଧ୍ୟରେ ଭାରତ ପଛରେ ପଡ଼ିଛି। ଦକ୍ଷିଣ କୋରିଆ ଭାରତକୁ ପଛରେ ପକାଇ ବିଶ୍ୱର ୬ଷ୍ଠ ବୃହତ୍‌ ଶେୟାର ବଜାର ଭାବେ…

କୋଲକାତାରେ ମମତାଙ୍କ ଧାରଣା: ୮୦ ବିଧାୟକଙ୍କ ମଧ୍ୟରୁ ମାତ୍ର ଆସିଲେ ଏତିକି…

କୋଲକାତା,୩ା୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜିତ ହେବା ପରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ମଙ୍ଗଳବାର ରାଜଧାନୀ କୋଲକାତାରେ ବିଶାଳ ଧାରଣାରେ ଯୋଗଦେଇଛନ୍ତି। ତାଙ୍କ…

ବୈଭବଙ୍କୁ ମିଳିବା ଉଚିତ୍‌ ନୁହେଁ ଅନ୍ତର୍ଜାତୀୟ ଡେବ୍ୟୁ, ଏମିତି କାହିିଁକି କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ, ୩।୬: ବୈଭବ ସୂର୍ଯ୍ୟବଂଶୀଙ୍କ IPL ୨୦୨୬ଏକ ଚମତ୍କାର ପ୍ରଦର୍ଶନ ଥିଲା। ସେ IPL ଇତିହାସରେ ୭୭୬ ରନ ସହିତ ଅରେଞ୍ଜ କ୍ୟାପ ଜିତିଥିବା ସବୁଠାରୁ କମ…

ଥମୁନି ଧାନ ବିକ୍ରି ଟୋକନ ତାତି: ଚୋରି ଅଭିଯୋଗ ଆଣିଲେ ଚାଷୀ

ବରଗଡ଼,୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ୩ ସପ୍ତାହ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଧାନ କିଣାବିକା ସମସ୍ୟା ଲାଗି ରହିଛି। ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ…

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ! ଆମେରିକା ଶିବିର ଉପରେ ଇରାନର ମିସାଇଲ ବର୍ଷା, ପାଲଟା ଜବାବରେ ଆମେରିକା…

ନୂଆଦିଲ୍ଲୀ, ୩।୬: ଶାନ୍ତି ଚୁକ୍ତିନାମା ପାଇଁ ପ୍ରୟାସ ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ବୁଧବାର ଇରାନ କୁଏତ ଏବଂ…

ଶିକ୍ଷକ ସମସ୍ୟା, ପାଠପଢ଼ା ବ୍ୟାହତ: ଲାଗି ରହିଛି ସମସ୍ୟା

ଲୋଇସିଂହା,୩।୬(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କନ୍ଦାଜୁରୀ ବ୍ଲକ୍‌ ଗ୍ରାଣ୍ଟ ହାଇସ୍କୁଲରେ ଶିକ୍ଷକ ସମସ୍ୟା ଲାଗି ରହିଛି। ଗତ ମେ ୩୧ରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ…

ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ଏଲ୍‌ନିନୋ ଆଶଙ୍କା ୮୦%, ସତର୍କ ସୂଚନା ଜାରି କଲା…

ଜେନେଭା,୩ା୬: ଚଳିତ ଜୁନ୍‌ରୁ ଆଗାମୀ ଅଗଷ୍ଟ ମାସ ମଧ୍ୟରେ ଏଲ୍‌ନିନୋ ସୃଷ୍ଟି ହେବାର ୮୦ ପ୍ରତିଶତ ଆଶଙ୍କା ରହିଛି ବୋଲି ମଙ୍ଗଳବାର ବିଶ୍ୱ ପାଣିପାଗ ସଙ୍ଗଠନ(ଡବ୍ଲ୍ୟୁଏମ୍‌ଓ) ସୂଚିତ…

ଇଣ୍ଡୋନେସିଆ ଗୁମ୍ଫାରେ ୬୭,୮୦୦ ବର୍ଷ ପୁରୁଣା ଚିତ୍ରକଳା: ବିଶ୍ୱର ସବୁଠାରୁ ପୁରାତନ…

ଜାକର୍ତ୍ତ,୩ା୬:ଇଣ୍ଡୋନେସିଆର ଦକ୍ଷିଣ-ପୂର୍ବ ସୁଲାୱେସି ଅନ୍ତର୍ଗତ ମୁନା ଦ୍ୱୀପର ‘ଲିଆଙ୍ଗ୍‌ ମେଟାଣ୍ଡୁନୋ’ ଗୁମ୍ଫାରୁ ଆବିଷ୍କୃତ ହୋଇଥିବା ଏକ ହାତର ଛାପ (ଷ୍ଟେନ୍‌ସିଲ୍ଡ ହ୍ୟାଣ୍ଡ୍‌)କୁ ବିଶ୍ୱର ସବୁଠାରୁ ପୁରାତନ ‘ଅଣ-ଆକୃତିଜନିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri