ବ୍ରହ୍ମପୁର,୨।୯(ସୁବାସ ଚନ୍ଦ୍ର ପାଢ଼ୀ) : ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ଭେଷଜ ମହାବିଦ୍ୟାଳୟର ଜଣେ ଛାତ୍ର ନିଖୋଜ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା କ୍ରମେ ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କପାଳି ଗ୍ରାମର ସାଗର ସାହୁ (୨୧) ଅଗଷ୍ଟ ୩୧ ରୁ ନିଖୋଜ ହୋଇଯାଇଛନ୍ତି। ଗତ ରବିବାର ଦିନ ତାଙ୍କ ମୋବାଇଲ ଫୋନ ବ୍ରହ୍ମପୁର ରେଳ ଷ୍ଟେଶନର ଏକ ନମ୍ବର ପ୍ଲାଟଫର୍ମରୁ ମିଳିଛି ।
ଏମବିବିଏସ ପ୍ରଥମ ବର୍ଷ ଛାତ୍ର ସାଗର ବିନା କୋଚିଂରେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏମକେସିଜିରେ ନାମ ଲେଖାଇଥିଲେ। ସେ ପ୍ରଥମ ବର୍ଷର ପଢୁଥିବା ମାମୁ କୁଳମନି ସାହୁ ସୂଚନା ଦେଇଛନ୍ତି । ସାଗରଙ୍କ ନିଖୋଜ ନେଇ ବିଏନପୁର ଥାନା ଓ ଜିଆରପି ଥାନା ଷ୍ଟେଶନ ପରିସରରେ ଲାଗିଥିବା ସିସିଟିଭି ଯାଞ୍ଚ ଓ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଅନ୍ୟପକ୍ଷେ ସାଗର ପଶ୍ଚିମବଙ୍ଗ ଖଡଗପୁର ଠାରେ ଥିବା ନେଇ ପରିବାର ଲୋକଙ୍କୁ ଜଣେ ବ୍ୟକ୍ତି ଯୋଗାଯୋଗ କରିଥିବା ସାଗରଙ୍କ ଅଭିଭାବକ କହିଛନ୍ତି ।

