ନେପାଳ ବନ୍ୟା ପରେ ଭାରତର ସହାୟତାକୁ ପ୍ରଶଂସା, ପ୍ରଧାନମନ୍ତ୍ରୀ କହିଲେ…

କାଠମାଣ୍ଡୁ,୨ା୯: ନେପାଳରେ ଭୟଙ୍କର ବନ୍ୟା ପରେ ଭାରତ ପକ୍ଷରୁ ମିଳୁଥିବା ଲଗାତାର ସହାୟତାକୁ ନେଇ ଭାରତ ଓ ଚାଇନାକୁ ଧନ୍ୟବାଦ ଜଣାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହା। ବୁଧବାର, ସଂସଦରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ, ଏଭଳି ବଡ଼ ବିପର୍ଯ୍ୟୟ ସମୟରେ ଅନ୍ତର୍ଜାତୀୟ ସହଯୋଗ ନେବାରେ କୌଣସି ଦ୍ୱିଧା ରହିବା ଉଚିତ ନୁହେଁ।

ପ୍ରଧାନମନ୍ତ୍ରୀ ଶାହା କହିଛନ୍ତି, ବିପର୍ଯ୍ୟୟର ପ୍ରଥମ ଦିନରୁ ହିଁ ନେପାଳ ସରକାର ଡିଜାଷ୍ଟର ମ୍ୟାନେଜମେଣ୍ଟ ପାଇଁ ଅନ୍ତର୍ଜାତୀୟ ସହଯୋଗ ନେଉଛି। ବିଦେଶୀ ସହାୟତା ନେବାରେ ସରକାର ହେଜିଟେସନ୍ କରୁଥିବା ନେଇ ପ୍ରଶ୍ନ ଉଠିବା ପରେ ସେ କହିଛନ୍ତି, “ଏତେ ବଡ଼ ବିପର୍ଯ୍ୟୟରେ ଅନ୍ତର୍ଜାତୀୟ ସହଯୋଗ ନନେବାର ପ୍ରଶ୍ନ ହିଁ ଉଠୁନାହିଁ।” ଅଗଷ୍ଟ ୨୬ ତାରିଖରେ ନେପାଳରେ ହଠାତ୍ ଆସିଥିବା ଭୟଙ୍କର ବନ୍ୟା ପରେ ଏବେ ବି ୪ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏପର୍ଯ୍ୟନ୍ତ ୧,୧୨୭ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବା ଜଣାପଡ଼ିଛି। ବନ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ ଶାହାଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ଏବଂ ଭାରତ ପକ୍ଷରୁ ସମସ୍ତ ପ୍ରକାର ସହଯୋଗର ଆଶ୍ୱାସନ ଦେଇଥିଲେ।

ଏହାପରେ ଭାରତ ପକ୍ଷରୁ ଲଗାତାର ନେପାଳକୁ ରିଲିଫ୍ ସାମଗ୍ରୀ ପଠାଯାଉଛି। ଏଥିରେ ଖାଦ୍ୟ, ଔଷଧ, ବ୍ରିଜ୍ ନିର୍ମାଣ ସାମଗ୍ରୀ ସହ ଡିଏନ୍‌ଏ ବିଶେଷଜ୍ଞଙ୍କ ଟିମ୍ ମଧ୍ୟ ସାମିଲ ଅଛି। ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଠିକ୍ ସମୟରେ ସୂଚନା ଦିଆଯାଇନଥିବା ଅଭିଯୋଗ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଶାହା ମୁହଁ ଖୋଲିଛନ୍ତି ।

ସେ କହିଛନ୍ତି ଯେ, ସରକାର ପକ୍ଷରୁ ପ୍ରାୟ ୧୧ ଲକ୍ଷ SMS ପଠାଇ ନାଗରିକଙ୍କୁ ବିପର୍ଯ୍ୟୟ ସମ୍ପର୍କରେ ସୂଚନା ଦିଆଯାଇଥିଲା। ତାଙ୍କ କହିବା ଅନୁସାରେ, ଏହି ବିପର୍ଯ୍ୟୟ ଆଶା କରାଯାଇଥିବା ସ୍ତରଠାରୁ ବହୁତ ବଡ଼ ଥିଲା। ସରକାର ଘଟଣା ସମ୍ପର୍କରେ ଜାଣିବା ମାତ୍ରେ ୧୧ ଲକ୍ଷ ଲୋକଙ୍କୁ SMS ଜରିଆରେ ସୂଚନା ପଠାଯାଇଥିବା ସେ କହିଛନ୍ତି। ରାଜ୍ୟ ଓ ସ୍ଥାନୀୟ ସ୍ତରରେ ସରକାର ମଧ୍ୟରେ ସମନ୍ୱୟର ଅଭାବ ଥିବା ଅଭିଯୋଗ ଉପରେ ମଧ୍ୟ ଶାହା ଜବାବ ରଖିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ଓ ସ୍ଥାନୀୟ ସ୍ତରର ଅଧିକାରୀଙ୍କ ସହ ଲଗାତାର ଆଲୋଚନା ଚାଲିଛି। ସମନ୍ୱୟ ମାଧ୍ୟମରେ ରିଲିଫ୍ ଓ ରେସ୍କ୍ୟୁ କାର୍ଯ୍ୟ ଜାରି ରହିଥିବା ସେ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ

ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri