ନେପାଳ ବନ୍ୟା ପରେ ଭାରତର ସହାୟତାକୁ ପ୍ରଶଂସା, ପ୍ରଧାନମନ୍ତ୍ରୀ କହିଲେ…

କାଠମାଣ୍ଡୁ,୨ା୯: ନେପାଳରେ ଭୟଙ୍କର ବନ୍ୟା ପରେ ଭାରତ ପକ୍ଷରୁ ମିଳୁଥିବା ଲଗାତାର ସହାୟତାକୁ ନେଇ ଭାରତ ଓ ଚାଇନାକୁ ଧନ୍ୟବାଦ ଜଣାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହା। ବୁଧବାର, ସଂସଦରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ, ଏଭଳି ବଡ଼ ବିପର୍ଯ୍ୟୟ ସମୟରେ ଅନ୍ତର୍ଜାତୀୟ ସହଯୋଗ ନେବାରେ କୌଣସି ଦ୍ୱିଧା ରହିବା ଉଚିତ ନୁହେଁ।

ପ୍ରଧାନମନ୍ତ୍ରୀ ଶାହା କହିଛନ୍ତି, ବିପର୍ଯ୍ୟୟର ପ୍ରଥମ ଦିନରୁ ହିଁ ନେପାଳ ସରକାର ଡିଜାଷ୍ଟର ମ୍ୟାନେଜମେଣ୍ଟ ପାଇଁ ଅନ୍ତର୍ଜାତୀୟ ସହଯୋଗ ନେଉଛି। ବିଦେଶୀ ସହାୟତା ନେବାରେ ସରକାର ହେଜିଟେସନ୍ କରୁଥିବା ନେଇ ପ୍ରଶ୍ନ ଉଠିବା ପରେ ସେ କହିଛନ୍ତି, “ଏତେ ବଡ଼ ବିପର୍ଯ୍ୟୟରେ ଅନ୍ତର୍ଜାତୀୟ ସହଯୋଗ ନନେବାର ପ୍ରଶ୍ନ ହିଁ ଉଠୁନାହିଁ।” ଅଗଷ୍ଟ ୨୬ ତାରିଖରେ ନେପାଳରେ ହଠାତ୍ ଆସିଥିବା ଭୟଙ୍କର ବନ୍ୟା ପରେ ଏବେ ବି ୪ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏପର୍ଯ୍ୟନ୍ତ ୧,୧୨୭ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବା ଜଣାପଡ଼ିଛି। ବନ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ ଶାହାଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ଏବଂ ଭାରତ ପକ୍ଷରୁ ସମସ୍ତ ପ୍ରକାର ସହଯୋଗର ଆଶ୍ୱାସନ ଦେଇଥିଲେ।

ଏହାପରେ ଭାରତ ପକ୍ଷରୁ ଲଗାତାର ନେପାଳକୁ ରିଲିଫ୍ ସାମଗ୍ରୀ ପଠାଯାଉଛି। ଏଥିରେ ଖାଦ୍ୟ, ଔଷଧ, ବ୍ରିଜ୍ ନିର୍ମାଣ ସାମଗ୍ରୀ ସହ ଡିଏନ୍‌ଏ ବିଶେଷଜ୍ଞଙ୍କ ଟିମ୍ ମଧ୍ୟ ସାମିଲ ଅଛି। ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଠିକ୍ ସମୟରେ ସୂଚନା ଦିଆଯାଇନଥିବା ଅଭିଯୋଗ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଶାହା ମୁହଁ ଖୋଲିଛନ୍ତି ।

ସେ କହିଛନ୍ତି ଯେ, ସରକାର ପକ୍ଷରୁ ପ୍ରାୟ ୧୧ ଲକ୍ଷ SMS ପଠାଇ ନାଗରିକଙ୍କୁ ବିପର୍ଯ୍ୟୟ ସମ୍ପର୍କରେ ସୂଚନା ଦିଆଯାଇଥିଲା। ତାଙ୍କ କହିବା ଅନୁସାରେ, ଏହି ବିପର୍ଯ୍ୟୟ ଆଶା କରାଯାଇଥିବା ସ୍ତରଠାରୁ ବହୁତ ବଡ଼ ଥିଲା। ସରକାର ଘଟଣା ସମ୍ପର୍କରେ ଜାଣିବା ମାତ୍ରେ ୧୧ ଲକ୍ଷ ଲୋକଙ୍କୁ SMS ଜରିଆରେ ସୂଚନା ପଠାଯାଇଥିବା ସେ କହିଛନ୍ତି। ରାଜ୍ୟ ଓ ସ୍ଥାନୀୟ ସ୍ତରରେ ସରକାର ମଧ୍ୟରେ ସମନ୍ୱୟର ଅଭାବ ଥିବା ଅଭିଯୋଗ ଉପରେ ମଧ୍ୟ ଶାହା ଜବାବ ରଖିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ଓ ସ୍ଥାନୀୟ ସ୍ତରର ଅଧିକାରୀଙ୍କ ସହ ଲଗାତାର ଆଲୋଚନା ଚାଲିଛି। ସମନ୍ୱୟ ମାଧ୍ୟମରେ ରିଲିଫ୍ ଓ ରେସ୍କ୍ୟୁ କାର୍ଯ୍ୟ ଜାରି ରହିଥିବା ସେ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?