ସେପ୍ଟେମ୍ୱର ୪ରେ କାମ କରିବନି UPI, ଜାଣନ୍ତୁ କେତେ ସମୟ ବନ୍ଦ ରହିବ?

ନୂଆଦିଲ୍‌ଲୀ,୨।୯: ଯଦି ଆପଣ ପ୍ରତିଦିନ SBI ର UPI ମାଧ୍ୟମରେ ପେମେଣ୍ଟ କରୁଛନ୍ତି, ତେବେ ୪ ସେପ୍ଟେମ୍ୱର ରାତିରେ ଟିକେ ସତର୍କ ରହିବାକୁ ପଡ଼ିବ। ବ୍ୟାଙ୍କ ସୂଚନା ଦେଇଛି ଯେ ରକ୍ଷଣାବେକ୍ଷଣ (maintenance) କାର୍ଯ୍ୟ ଯୋଗୁଁ କିଛି ସମୟ ପାଇଁ UPI ମାଧ୍ୟମରେ ପେମେଣ୍ଟ ହୋଇପାରିବ ନାହିଁ। ତେବେ ଏହି ସମୟ ମଧ୍ୟରେ UPI Lite ବ୍ୟବହାର କରାଯାଇ ପାରିବ, ତେଣୁ ଛୋଟ ପେମେଣ୍ଟ ପାଇଁ ଗ୍ରାହକଙ୍କ ପାଖରେ ବିକଳ୍ପ ରହିବ।

SBI ଅନୁଯାୟୀ, ୪ ସେପ୍ଟେମ୍ୱର ୨୦୨୬ ରାତି ୧୨:୧୫ ରୁ ୧:୦୦ ଟା ପର୍ଯ୍ୟନ୍ତ UPI ସେବା ଉପଲବ୍ଧ ହେବ ନାହିଁ। ଅର୍ଥାତ ଏହି ସେବା ପ୍ରାୟ ୪୫ ମିନିଟ ପର୍ଯ୍ୟନ୍ତ ପ୍ରଭାବିତ ରହିବ। ବ୍ୟାଙ୍କ ଏହା ମଧ୍ୟ କହିଛି ଯେ ମେଣ୍ଟେନାନ୍ସ କାମ ର୍ନିଦ୍ଧାରିତ ସମୟ ପୂର୍ୱରୁ ମଧ୍ୟ ଶେଷ ହୋଇପାରେ।

ଏହି ସମୟରେ ଗ୍ରାହକମାନେ ଛୋଟ ପେମେଣ୍ଟ ପାଇଁ UPI Lite ବ୍ୟବହାର କରିପାରିବେ। UPI Lite ମାଧ୍ୟମରେ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଛୋଟ କାରବାର (transaction) କରାଯାଇ ପାରିବ ଏବଂ ଏଥିପାଇଁ ପ୍ରତିଥର UPI PIN ଦେବାର ଆବଶ୍ୟକତା ପଡ଼ିନଥାଏ। ଏଥିରେ ସର୍ୱାଧିକ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ବାଲାନ୍ସ ରଖାଯାଇ ପାରିବ।

UPI ମାଧ୍ୟମରେ ଦିନକୁ ସର୍ୱମୋଟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରାଯାଇ ପାରିବ। ବ୍ୟକ୍ତିରୁ ବ୍ୟକ୍ତି (P2P) ପେମେଣ୍ଟ ମାଧ୍ୟମରେ ଦୈନିକ ୨୦ଟି ଟ୍ରାଞ୍ଜାକ୍ସନ କରିହେବ। ସେହିପରି କିଛି ଯାଞ୍ଚ ହୋଇଥିବା ମର୍ଚାଣ୍ଟ ବର୍ଗ (verified merchant categories) ପାଇଁ ଅଧିକ ଲିମିଟ ଉପଲବ୍ଧ ରହିଛି। ବୀମା (Insurance) ଏବଂ କ୍ୟାପିଟାଲ ମାର୍କେଟ୍ରେ ଏହି ସୀମା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବା ବେଳେ IPO, ଟ୍ୟାକ୍ସ ପେମେଣ୍ଟ, ହସ୍ପିଟାଲ ଏବଂ ସ୍କୁଲ-କଲେଜ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

ସରକାର UPI ର କିଛି ର୍ନିଦ୍ଦିଷ୍ଟ ମର୍ଚାଣ୍ଟ କାରବାର ଉପରେ MDR (Merchant Discount Rate) ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏ ସମ୍ପର୍କରେ ସେପ୍ଟେମ୍ୱର ମଧ୍ୟଭାଗ ସୁଦ୍ଧା ବିଜ୍ଞପ୍ତି ଜାରି ହେବାର ଆଶା କରାଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା MDR ର ହାର, କାରବାରର ସୀମା ଏବଂ ବାକି ନିୟମାବଳୀ ଆନୁଷ୍ଠାନିକ ଭାବେ ସ୍ଥିର ହୋଇନାହିଁ।

ସରକାର ସ୍ପଷ୍ଟ କରିଛନ୍ତି ଯେ ସାଧାରଣ ଜନତାଙ୍କ ଠାରୁ UPI ପେମେଣ୍ଟ କରିବା ପାଇଁ କୌଣସି ଶୁଳ୍କ (charge) ନିଆଯିବ ନାହିଁ। P2P କାରବାର ମଧ୍ୟ ମାଗଣା ରହିବ। ଯଦି MDR ଲାଗୁ ହୁଏ, ତେବେ ତାହା କେବଳ କିଛି ର୍ନିଦ୍ଦିଷ୍ଟ ବ୍ୟବସାୟିକ କାରବାର ଉପରେ ହିଁ ଲାଗୁ ହେବ। ବର୍ତ୍ତମାନ ସୁଦ୍ଧା UPI ଉପରେ କୌଣସି MDR ନିଆଯାଉ ନାହିଁ।

ଗତ କିଛି ବର୍ଷ ମଧ୍ୟରେ UPI ଡିଜିଟାଲ ପେମେଣ୍ଟକୁ ବେଶ ସହଜ କରିଦେଇଛି। ଆର୍ଥିକ ବର୍ଷ (FY) ୨୦୧୬-୧୭ ରେ ଯେଉଁଠି UPI ମାଧ୍ୟମରେ ପ୍ରାୟ ୨ କୋଟି ଟ୍ରାଞ୍ଜାକ୍ସନ ହୋଇଥିଲା, ସେଠାରେ ଆର୍ଥିକ ବର୍ଷ ୨୦୨୫-୨୬ ରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୪,୧୬୨ କୋଟିରୁ ଅଧିକ ହୋଇଛି। ସେହିପରି କାରବାରର ମୋଟ ମୂଲ୍ୟ ମଧ୍ୟ ୦.୦୭ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ପ୍ରାୟ ୩୧୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?