Posted inଜାତୀୟ

ନିଲମ ଗୋରେଙ୍କୁ ନେତା କଲେ ଏକନାଥ ଶିନ୍ଦେ, ପାର୍ଟି ଅଧ୍ୟକ୍ଷ ପରେ ସବୁଠାରୁ ବଡ ପଦ

ମୁମ୍ବାଇ,୮।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନିଲମ ଗୋରେଙ୍କୁ ଶିବସେନାର ନେତା ନିଯୁକ୍ତ କରିଛନ୍ତି। ଦଳ ଅଧ୍ୟକ୍ଷ ପରେ ସବୁଠାରୁ ବରିଷ୍ଠ ନେତାଙ୍କୁ ଏହି ପଦ ଦିଆଯାଇଥାଏ। ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ତଥା ଉଦ୍ଧବ ଠାକରେ ଦଳର ନେତା ନୀଲମ ଗୋରେ ଶୁକ୍ରବାର ଅର୍ଥାତ୍‌ ଜୁଲାଇ ୭ରେ ମୁମ୍ବାଇର ଏକନାଥ ଶିନ୍ଦେ ନେତୃତ୍ୱାଧୀନ ଶିବସେନାରେ ଯୋଗ ଦେଇଥିଲେ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହକର୍ମୀ ଗୋରେ ମୁମ୍ବାଇରେ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କ ଉପସ୍ଥିତିରେ ଶାସକ ଦଳରେ ଯୋଗ ଦେଇଥିଲେ। ସେ ଶିନ୍ଦେ ଶିବିରରେ ଯୋଗ ଦେଇଥିବା ବିଧାନ ପରିଷଦର ତୃତୀୟ ଶିବସେନା ସଦସ୍ୟ।
ପିଟିଆଇର ସୂଚନା ଅନୁଯାୟୀ ଗୋରେ ଏହି ଅବସରରେ କହିଛନ୍ତି ଯେ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନା ସଠିକ ଦିଗରେ ଗତି କରୁଛି। ମହିଳାଙ୍କ ସମସ୍ୟା ତଥା ରାଜ୍ୟ ଓ ଦେଶର ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ମୁଁ ଶିବସେନାରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ଶିନ୍ଦେ ଗୋରେ ତାଙ୍କ ଦଳରେ ଯୋଗଦେବାକୁ ଏକ ଐତିହାସିକ ବିକାଶ ବୋଲି କହିଛନ୍ତି।
ଅଜିତ ପାୱାରଙ୍କ ନେତୃତ୍ୱରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଏକ ବିଭାଗ ମହାରାଷ୍ଟ୍ର ସରକାରରେ ଯୋଗଦେବା ପରେ ଶିନ୍ଦେ ନେତୃତ୍ୱାଧୀନ ଶିବସେନାରେ ଅସନ୍ତୋଷ ଦେଖାଦେଇଛି। ଶିବସେନା (ଶିନ୍ଦେ ଦଳ) ର ବହୁ ନେତା ଅଜିତ ପାୱାରଙ୍କ ସରକାରରେ ଯୋଗ ଦେଇଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରାଜିତ ନେତାମାନେ ସରକାରୀ ଆବାସ ଖାଲି ନ କଲେ ଗଣିବାକୁ ପଡ଼େ ୧୦ ଲକ୍ଷ ଯାଏ ଜରିମାନା, ଜାଣନ୍ତୁ କିଏ ଜାରି କରେ ନୋଟିସ?

ନୂଆଦିଲ୍ଲୀ,୧୬।୬: ଲୋକ ସଭା ନିର୍ବାଚନ ଶେଷ ହୋଇଛି। ଏବେ ନୂଆ ସରକାର ମଧ୍ୟ ଗଠନ ହୋଇଛି। ଏମିତିରେ ଅନେକ ଏମ୍‌ପି ପୁଣିଥରେ ବିଜୟ ମୁକୁଟ ପିନ୍ଧିଥିବା...

ଯେବେ ଏନଡିଏର ଲୋକ ସଭା ବାଚସ୍ପତି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେବାକୁ ଦେଇଥିଲେ ଅନୁମତି, ଭାଙ୍ଗି ଯାଇଥିଲା ବାଜପେୟୀ ସରକାର

ନୂଆଦିଲ୍ଲୀ,୧୬।୬: ଲୋକ ସଭା ନିର୍ବାଚନ ଫଳାଫଳ ପରେ ପିଏମ ମୋଦିଙ୍କ ନେତୃତ୍ୱ ଏନଡିଏ ସରକାର ପୁଣି କ୍ଷମତାକୁ ଫେରିଛି। ଏବେ ଏନଡିଏର ସହଯୋଗୀ ଦଳ ଲୋକ...

ଜାତୀୟ ସୁରକ୍ଷା ପରାମର୍ଶଦାତା କ’ଣ? କିଏ କରିଥାଏ NSAର ନିଯୁକ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଅଜିତ ଡୋଭାଲଙ୍କ ଉପରେ ବିଶ୍ୱାସ ଦର୍ଶାଇ ତାଙ୍କୁ ପୁଣିଥରେ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଭାବେ ନିଯୁକ୍ତ କରିଛନ୍ତି। ଏହା...

ରାହୁଲ ଓ୍ବାୟନାଡ ଆସନ ଛାଡ଼ିଲେ ପ୍ରିୟଙ୍କା ହେବେ ପ୍ରାର୍ଥୀ! ଆଗାମୀ ୩ ଦିନରେ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୬।୬: ୨୦୨୪ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଟି ଆସନରୁ ଲଢ଼ିଥିଲେ। ଉଭୟ ରାଏବରେଲି ଏବଂ ଓ୍ବାୟନାଡ ଆସନରେ ସେ ବିଜେତା ହୋଇଛନ୍ତି। ଏବେ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ପାଖ ଘର

ଇମ୍ଫାଲ,୧୬।୬: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳି ଉଠିଲା ରାଜଧାନୀ ଇମ୍ଫାଲରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ସରକାରୀ ଆବାସ।...

ଫ୍ରିଜ୍‌ରୁ ମିଳିଥିଲା ଗୋମାଂସ, ୧୧ ଜଣଙ୍କ ଘର ଉପରେ ବୁଲ୍‌ଡୋଜର ଚଢ଼ାଇଲା ପୋଲିସ

ଭୋପାଳ,୧୬।୬: ମଧ୍ୟପ୍ରଦେଶର ମଣ୍ଡଳାରେ ୧୧ଜଣଙ୍କ ଘରେ ଥିବା ଫ୍ରିଜ୍‌ରୁ ଗୋମାଂସ ମିଳିଥିଲା। ପ୍ରଶାସନ ପକ୍ଷରୁ ଉକ୍ତ ଘରଗୁଡ଼ିକୁ ବୁଲଡୋଜର ଚଳାଇ ଭାଙ୍ଗି ଦିଆଯାଇଛି। ଏପରିକି ପୋଲିସ...

ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ଆଜି ଜମ୍ମୁ କଶ୍ମୀର ଗସ୍ତ କରିବେ ଅମିତ ଶାହା

ଜମ୍ମୁ କଶ୍ମୀର,୧୬।୬: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ରବିବାର ଜମ୍ମୁକଶ୍ମୀର ଗସ୍ତ କରିବେ। ସେଠାରେ ସେ...

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା: ୧୮ ଗିରଫ

ପାଟନା,୧୫ା୬: ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି)-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ସହ ବ୍ୟାପକ ଅନିୟମିତତା ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri