Posted inଜାତୀୟ

ନିଲମ ଗୋରେଙ୍କୁ ନେତା କଲେ ଏକନାଥ ଶିନ୍ଦେ, ପାର୍ଟି ଅଧ୍ୟକ୍ଷ ପରେ ସବୁଠାରୁ ବଡ ପଦ

ମୁମ୍ବାଇ,୮।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନିଲମ ଗୋରେଙ୍କୁ ଶିବସେନାର ନେତା ନିଯୁକ୍ତ କରିଛନ୍ତି। ଦଳ ଅଧ୍ୟକ୍ଷ ପରେ ସବୁଠାରୁ ବରିଷ୍ଠ ନେତାଙ୍କୁ ଏହି ପଦ ଦିଆଯାଇଥାଏ। ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ତଥା ଉଦ୍ଧବ ଠାକରେ ଦଳର ନେତା ନୀଲମ ଗୋରେ ଶୁକ୍ରବାର ଅର୍ଥାତ୍‌ ଜୁଲାଇ ୭ରେ ମୁମ୍ବାଇର ଏକନାଥ ଶିନ୍ଦେ ନେତୃତ୍ୱାଧୀନ ଶିବସେନାରେ ଯୋଗ ଦେଇଥିଲେ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହକର୍ମୀ ଗୋରେ ମୁମ୍ବାଇରେ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କ ଉପସ୍ଥିତିରେ ଶାସକ ଦଳରେ ଯୋଗ ଦେଇଥିଲେ। ସେ ଶିନ୍ଦେ ଶିବିରରେ ଯୋଗ ଦେଇଥିବା ବିଧାନ ପରିଷଦର ତୃତୀୟ ଶିବସେନା ସଦସ୍ୟ।
ପିଟିଆଇର ସୂଚନା ଅନୁଯାୟୀ ଗୋରେ ଏହି ଅବସରରେ କହିଛନ୍ତି ଯେ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନା ସଠିକ ଦିଗରେ ଗତି କରୁଛି। ମହିଳାଙ୍କ ସମସ୍ୟା ତଥା ରାଜ୍ୟ ଓ ଦେଶର ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ମୁଁ ଶିବସେନାରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ଶିନ୍ଦେ ଗୋରେ ତାଙ୍କ ଦଳରେ ଯୋଗଦେବାକୁ ଏକ ଐତିହାସିକ ବିକାଶ ବୋଲି କହିଛନ୍ତି।
ଅଜିତ ପାୱାରଙ୍କ ନେତୃତ୍ୱରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଏକ ବିଭାଗ ମହାରାଷ୍ଟ୍ର ସରକାରରେ ଯୋଗଦେବା ପରେ ଶିନ୍ଦେ ନେତୃତ୍ୱାଧୀନ ଶିବସେନାରେ ଅସନ୍ତୋଷ ଦେଖାଦେଇଛି। ଶିବସେନା (ଶିନ୍ଦେ ଦଳ) ର ବହୁ ନେତା ଅଜିତ ପାୱାରଙ୍କ ସରକାରରେ ଯୋଗ ଦେଇଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୦-୫୦୦ ଟଙ୍କିଆ ନୋଟ୍‌କୁ ନେଇ RBIର ବଡ଼ ଆଲର୍ଟ; ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୪।୭: ବଜାରରୁ କିଣାକିଣି କରିବା ପରେ ମିଳୁଥିବା ଖୁଚୁରା ପଇସାର ଯାଞ୍ଚ ଆମେ ପ୍ରାୟତଃ ତରତରରେ କରିନଥାଉ। କିନ୍ତୁ ଜାଲ ନୋଟର ବଢୁଥିବା ଚଳନ ମଧ୍ୟରେ ଆପଣଙ୍କର…

IND vs ENG: ଶେଷ ହେବାକୁ ଯାଉଛି ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ପାଇଁ ଅପେକ୍ଷା, ମାଞ୍ଚେଷ୍ଟରରେ ମିଳିବ ସୁଯୋଗ!

ନୂଆଦିଲ୍ଲୀ,୪।୭: ସମଗ୍ର କ୍ରିକେଟ ଜଗତ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁକୁ ଉତ୍ସାହର ସହିତ ଅପେକ୍ଷା କରିଛି। ତାଙ୍କୁ ଆୟରଲ୍ୟାଣ୍ଡ ବିପକ୍ଷରେ କିମ୍ବା ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ରେ ସୁଯୋଗ…

ଘୋଡାହାଡ ଡ଼୍ୟାମରୁ ଛଡାଯିବ ପାଣି: ନଦୀ ତଟବର୍ତ୍ତିି ଗ୍ରାମକୁ ସତର୍କ

ଦିଗପହଣ୍ଡି,୪|୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି।ଏହାର ପ୍ରଭାବରେ ଶନିବାର ଠାରୁ  ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ…

ଟେଲିଗ୍ରାମକୁ ନେଇ ସରକାର କଠୋର; ଫିଲ୍ମ ସହ OTT ବିଷୟବସ୍ତୁର ପାଇରେସି ରୋକିବା ପାଇଁ ପଠାଇଲେ ନୋଟିସ

ନୂଆଦିଲ୍ଲୀ,୪।୭: କେନ୍ଦ୍ର ସରକାର ଫିଲ୍ମ ଏବଂ OTT ପ୍ଲାଟଫର୍ମରୁ ବଢୁଥିବା ଅନଲାଇନ ପାଇରେସି ସମ୍ପର୍କରେ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରିପୋର୍ଟ…

ଖୋଲିଲା ମାଛକୁଣ୍ଡ ଜଳଭଣ୍ଡାରର ପ୍ରଥମ ଗେଟ୍: ନିଷ୍କାସିତ ହେଲା ବର୍ଷାଜଳ

ଲମତାପୁଟ, ୪।୭: ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଶନିବାର ଚଳିତ ବର୍ଷ ପ୍ରଥମ ଥର ପାଇଁ…

Ali Khamenei Funeral: ଆୟାତୋଲ୍ଲା ଅଲି ଖାମେନେଇଙ୍କ ସହିତ ତାଙ୍କ ୧୪ ମାସର ନାତୁଣୀଙ୍କୁ ଦିଆଯିବ ଶେଷ ବିଦାୟ; ସର୍ବୋଚ୍ଚ ନେତାଙ୍କ ପାଖରେ ରଖାଯାଇଛି ପରିବାର କଫିନ

ତେହରାନ,୪।୭: ଶୁକ୍ରବାର (ଜୁଲାଇ 3, 2026), ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ହଜାର ହଜାର ଲୋକ ଇରାନର ରାଜଧାନୀ ତେହରାନରେ…

ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ୍‌

ବାଲେଶ୍ୱର, ୪।୭( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ – ବାଲିଆପାଳ ରାସ୍ତାର ଦରଡା ପେଟ୍ରୋଲ ପମ୍ପରୁ ଶୁକ୍ରବାର ବିଳମ୍ୱିତ ରାତିରେ…

ଭାବପ୍ରବଣ ହୋଇ ପ୍ରଶଂସକଙ୍କୁ ଏମିତି ସରପ୍ରାଇଜ୍‌ ଦେଲେ ରୋନାଲ୍ଡୋ: ଜିତିଲେ ହୃଦୟ

ନୂଆଦିଲ୍ଲୀ,୪।୭: ପର୍ତ୍ତୁଗାଲ ୨୦୨୬ ଫିଫା ବିଶ୍ୱକପରେ ରାଉଣ୍ଡ ଅଫ ୧୬ରେ ପହଞ୍ଚିଛି। ଏଠାରେ ସେମାନେ ସ୍ପେନ ସହିତ ମୁକାବିଲା କରିବାକୁ ଯାଉଛନ୍ତି। କ୍ରିଷ୍ଟିଆନୋ ରୋନାଲ୍ଡୋ ପୂର୍ବରୁ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri