ସଲମାନ୍‌ ପାଇଁ ଗାଡ଼ିର ଟାୟାର କ୍ଷତିକାରକ: ଦେଉଛି ବଡ଼ ବିପଦର ସଙ୍କେତ

ଯାନବାହାନର ଟାୟାର ଯୋଗୁ ମାଛଙ୍କର ମଧ୍ୟ କ୍ଷତି ହୋଇଥାଏ। ନିକଟରେ ହୋଇଥିବା ଏକ ଗବେଷଣାରେ ଗବେଷକଙ୍କ ଦ୍ୱାରା ଏହି ଦାବି କରାଯାଇଛି। ଟାୟାରରେ ବ୍ୟବହୃତ ବିଷାକ୍ତ ରାସାୟନିକ ପଦାର୍ଥ ନଦୀ ଜଳକୁ ପ୍ରଦୂଷିତ କରିଥାଏ। ଏହି ପ୍ରଦୂଷଣ ନଦୀର ମାଛ ପାଇଁ କ୍ଷତିକାରକ ପ୍ରମାଣିତ ହୋଇଛି। କେବଳ ଏତିକି ନୁହେଁ, ଗବେଷକମାନେ ଚେତାବନୀ ଦେଇଛନ୍ତି, ଯଦି ଏଭଳି ପରିସ୍ଥିତି ଲାଗିରହେ ଅତ୍ୟନ୍ତ ବିପଦଜନକ ହୋଇପାରେ।

ସାଇନ୍ସ ଜର୍ନାଲରେ ପ୍ରକାଶିତ ଏହି ଗବେଷଣାରେ ଜଣାପଡିଛି ଯେ, ନଦୀରେ ବିଷାକ୍ତ କାରଣରୁ ସଲମାନ୍‌ ମାଛ ମରୁଛନ୍ତି। ଏହି ମାଛଗୁଡ଼ିକ ଟାୟାରରେ ବ୍ୟବହୃତ ଏକ ରାସାୟନିକ ପଦାର୍ଥ ଲାଗି ମରୁଛନ୍ତି। ଏହି ନିର୍ଦ୍ଦିଷ୍ଟ ପଦାର୍ଥ ଟାୟାରକୁ ମଜବୁତ୍‌ କରିବା ଲାଗି ବ୍ୟବହୃତ ହୁଏ। ଟାୟାରା ଘସିହେବାରୁ ଏକ ବିଶାକ୍ତ ପଦାର୍ଥ ବାହାରିଥାଏ। ଏହା ପାଣିରେ ମିଶି ନଦୀରେ ପହଞ୍ଚିଥାଏ, ଯାହାଦ୍ୱାରା ଜଳ ପ୍ରଦୂଷିତ ହୁଏ।

ଯୁକ୍ତରାଷ୍ଟ୍ରର ଆମେରିକାରେ ହୋଇଥିବା ଏହି ଗବେଷଣାରୁ ଜଣାପଡ଼ିଛି ଯେ ୬ପିପିଡି ନାମକ ବିପଜ୍ଜନକ ରାସାୟନିକ ପଦାର୍ଥ ଲାଗି ମାଛ ମରୁଛନ୍ତି। ସଲମାନ ମାଛ ସ୍ବଚ୍ଛ ଜଳରେ ଜନ୍ମଗ୍ରହଣ କରନ୍ତି, ଯେଉଁଠାରେ ସେମାନେ ଜୀବନର ପ୍ରଥମ ବର୍ଷ ବିତାଇଥା’ନ୍ତି। ଯାହା ପରେ ସେମାନେ ଖୋଲା ସମୁଦ୍ରକୁ ଚାଲି ଯାନ୍ତି। କିନ୍ତୁ ଏହି ମାଛଗୁଡିକର ୦.୧ ପ୍ରତିଶତ ସ୍ବଚ୍ଛ ଜଳରେ ଅଣ୍ଡା ଦିଅନ୍ତି। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ସଲମାନ ମାଛଗୁଡିକ ପ୍ରଜନନ ପୂର୍ବରୁ ମରୁଛନ୍ତି। ଏହା ବଡ଼ ବିପଦର ସଙ୍କେତ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri