‘ମୋତେ ହତ୍ୟାକାରୀ ଦର୍ଶାଇବାକୁ ଉଦ୍ୟମ ଚାଲିଛି’

ନୟାଗଡ ଅଫିିସ/ଭୁବନେଶ୍ୱର,୧୪ା୧୨ (ବ୍ୟୁରୋ):ନୟାଗଡ଼ ସଦର ଥାନା ଅଧୀନ ଯଦୁପୁରର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡର ତଦନ୍ତ କରୁଥିବା ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନଁାରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ର ସରୋଜ ସେଠୀ। ତାଙ୍କୁ ହତ୍ୟାକାରୀ ଦର୍ଶାଇ ଫସାଇବାକୁ ଉଦ୍ୟମ ଚାଲିଛି। ଏଥିପାଇଁ ଧମକଚମକ ଦିଆଯିବା ସହ ୫ ଲକ୍ଷ ଟଙ୍କା ଲୋଭ ଦେଖାଉଥିବା ନେଇ ସରୋଜ ରବିବାର ଗଣମାଧ୍ୟମ ଆଗରେ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି।
ଯଦୁପୁରର ବାସିନ୍ଦା ସରୋଜ କହିଛନ୍ତି ଯେ, ‘ମୁଁ ସତ କଥା କହି ହଇରାଣ ହେଉଛି। ମୋ ପରିବାର ଫସିଯାଇଛୁ। ଭଉଣୀର ବାହାଘର ଏହି ଡିସେମ୍ବର ମାସରେ କିପରି ହେବ ସେନେଇ ଆମେ ଚିନ୍ତିତ ହୋଇପଡିଛୁ। ଅପହରଣ ପୂର୍ବଦିନ ଜୁଲାଇ ୧୩ରେ ପରୀ ଆମ ଘର ପାଖ ଜାମୁକୋଳି ଗଛ ନିକଟକୁ ଆସି କୋଳି ଗୋଟାଉଥିଲା ବୋଲି ତା’ର ମା’ବାପାଙ୍କୁ କହିଥିଲି। ଏହାପରେ ନିର୍ଯାତନା ଓ ମାଡ଼ ଖାଇବା ସହ ଚାପରେ ରହିଛି। ମୃତଦେହ ଉଦ୍ଧାର ପରଦିନ ଜୁଲାଇ ୨୫ରେ ମୋତେ ପୋଲିସ ଜେରା ପାଇଁ ଡାକିନେଲା। ନୟାଗଡ ସଦର ଥାନାରେ ଆଇଆଇସି ରୀନାରାଣୀ ସାହୁ, ଏସ୍‌ଡିପିଓଙ୍କ ଉପସ୍ଥିତିରେ ଜଣେ ଗୋରା ଓ ଚଷମା ପିନ୍ଧା ଅଫିସର ମୋତେ ମାଡ଼ ମାରିଲେ। ପରେ ଡିସେମ୍ବର ୨ରେ ଏସ୍‌ଆଇଟି ଅଧିକାରୀମାନେ ଆସି ଆମ ଘରୁ ଚାର୍ଜରେ ବସିଥିବା ନାନୀର ମୋବାଇଲ ଫୋନ ନେଇଗଲେ। ମୋତେ ସର୍କିଟ ହାଉସ୍‌ରେ ଅରୁଣ ବୋଥ୍ରା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଜେରା କରିଲେ। ପ୍ରମାଣ ମିଳିଛି, ତୁମେ ପରୀକୁ ମାରିଛ କହି ଚାପ ପ୍ରୟୋଗ କଲେ। ହତ୍ୟା କରିଛ ବୋଲି ସ୍ବୀକାର ନ କଲେ ହତ୍ୟାକାରୀ ବୋଲି ଫସେଇ ଦେବାକୁ ଧମକ ଦେଲେ। ଆଗକୁ ବଡ଼ ଅସୁବିଧା ହେବ ବୋଲି ଡରାଇଲେ। ନ ମାନିଲେ ଫିଙ୍ଗରପ୍ରିଣ୍ଟ, ଡିଏନ୍‌ଏ ଓ ରକ୍ତ ନମୁନା ମିଶାଇ ହତ୍ୟାକରୀ ବୋଲି ପ୍ରମାଣ କରିଦେବୁ ବୋଲି କହିଲେ। ଆମ କଥା ମାନ। ସାବାଳକ ହେଲେ ବି ବାଳ ଅପରାଧୀ କରିଦେବୁ। ୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ। ଫାଶୀ ହେବନି କି ଜେଲ ଯିବାକୁ ପଡିବନି ବୋଲି ଆଶ୍ୱାସନା ଦେଲେ । ନିର୍ଭୟା କେସ୍‌ର ଉଦାହରଣ ଦେଇ ମୋବାଇଲରେ ଏହାର କିଛି ଦୃଶ୍ୟ ଦେଖାଇଲେ । ନିର୍ଭୟା ଘଟଣାର ବାଳ ଅପରାଧୀ ଖସିଲା ପରି ଖସାଇଦେବୁ କହିଲେ। ମୁଁ ପୂରା ଭୟଭୀତ ଥିବାବେଳେ ହଉ ଚାଲିଯାଅ କହି ଛାଡିଦେଲେ। ୧୦ ତାରିଖରେ ଘରକୁ ଆସି ନେଇଯାଇଥିବା ମୋବାଇଲ ଫୋନ୍‌ର ପାସ୍‌ୱାର୍ଡ ମାଗିଲେ। ଆମେ ଲକ୍‌ କରିନୁ କହିବା ପରେ ଚାଲିଗଲେ। ୧୨ ତାରିଖରେ ଆସି ଘର ଭିତରେ ଅଢ଼େଇ ଘଣ୍ଟା ରହିଲେ। ମୋର ପ୍ୟାଣ୍ଟ, ଶାର୍ଟ, ତକିଆ, ଚଡି, ବେଡ୍‌, ବେଡଶିଟ୍‌ ଓ ନାନୀର ଗାମୁଛା ନେଇଗଲେ। କହିଲେ ମୋବାଇଲ ପାସ୍‌ୱାର୍ଡ ଖୋଲିଯାଇଛି। ତୁମକୁ ଶୀଘ୍ର ଫେରାଇ ଦିଆଯିବ। ତେବେ ମୋବାଇଲ ଫେରାଉ ନାହାନ୍ତି। ମୁଁ ଯଦି ଦୋଷୀ ମୋତେ ଗିରଫ କରାଯାଉ। ହେଲେ ସତ୍ୟ ଥାଇ ଏସ୍‌ଆଇଟି ପଦକ୍ଷେପ ନେଉ। ମୋତେ ପୂର୍ବପରି ଆଉ ଭୟଭୀତ ନ କରୁ। ମୋ ପାଠପଢ଼ା ଉପରେ ଏହାର ପ୍ରଭାବ ପଡୁଛି।’ ସରୋଜଙ୍କ ଏଭଳି ଅଭିଯୋଗରେ କେତେ ସତ୍ୟତା ରହିଛି ତାହା ତଦନ୍ତସାପେକ୍ଷ। ଅନ୍ୟପକ୍ଷରେ ଏହାକୁ ନେଇ ଚର୍ଚ୍ଚା ହେଉଛି ଯେ, ବିରୋଧୀଙ୍କ ମୁହଁ ବନ୍ଦ କରିବା ପାଇଁ ତୁରନ୍ତ ପରୀ ହତ୍ୟାକାଣ୍ଡ ଫାଇଲ୍‌ କ୍ଲୋଜ କରିବାକୁ ଉଦ୍ୟମ କରାଯାଉଛି।
ଅନ୍ୟପକ୍ଷରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା। ସେ କହିଛନ୍ତି ଯେ, ତଦନ୍ତ ସମୟରେ ସରୋଜଙ୍କ ଉପରେ ବହୁ ସନ୍ଦେହ ସୃଷ୍ଟି ହୋଇଛି। ପଚରାଉଚରା ବେଳେ ସେ ସହଯୋଗ କରୁ ନ ଥିବାବେଳେ ନିଜର ମୋବାଇଲ ପାସ୍‌ଓ୍ବାର୍ଡ ଜାଣି ନ ଥିବା କହୁଛନ୍ତି। ୫ ଲକ୍ଷ ଟଙ୍କା ଲୋଭ ଦେଖାଇବା କଥା ମନଗଢ଼ା। ଏଥିରୁ ତାଙ୍କ ଉପରେ ସନ୍ଦେହ ଅଧିକ ବଢ଼ୁଛି। ଆମେ ଆଇନ ଅନୁଯାୟୀ ତଦନ୍ତ ଚଳାଇଛୁ, ଯେଭଳି ପରୀର ପରିବାରକୁ ନ୍ୟାୟ ମିଳିପାରିବ ବୋଲି ବୋଥ୍ରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?