‘ମୋତେ ହତ୍ୟାକାରୀ ଦର୍ଶାଇବାକୁ ଉଦ୍ୟମ ଚାଲିଛି’

ନୟାଗଡ ଅଫିିସ/ଭୁବନେଶ୍ୱର,୧୪ା୧୨ (ବ୍ୟୁରୋ):ନୟାଗଡ଼ ସଦର ଥାନା ଅଧୀନ ଯଦୁପୁରର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡର ତଦନ୍ତ କରୁଥିବା ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନଁାରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ର ସରୋଜ ସେଠୀ। ତାଙ୍କୁ ହତ୍ୟାକାରୀ ଦର୍ଶାଇ ଫସାଇବାକୁ ଉଦ୍ୟମ ଚାଲିଛି। ଏଥିପାଇଁ ଧମକଚମକ ଦିଆଯିବା ସହ ୫ ଲକ୍ଷ ଟଙ୍କା ଲୋଭ ଦେଖାଉଥିବା ନେଇ ସରୋଜ ରବିବାର ଗଣମାଧ୍ୟମ ଆଗରେ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି।
ଯଦୁପୁରର ବାସିନ୍ଦା ସରୋଜ କହିଛନ୍ତି ଯେ, ‘ମୁଁ ସତ କଥା କହି ହଇରାଣ ହେଉଛି। ମୋ ପରିବାର ଫସିଯାଇଛୁ। ଭଉଣୀର ବାହାଘର ଏହି ଡିସେମ୍ବର ମାସରେ କିପରି ହେବ ସେନେଇ ଆମେ ଚିନ୍ତିତ ହୋଇପଡିଛୁ। ଅପହରଣ ପୂର୍ବଦିନ ଜୁଲାଇ ୧୩ରେ ପରୀ ଆମ ଘର ପାଖ ଜାମୁକୋଳି ଗଛ ନିକଟକୁ ଆସି କୋଳି ଗୋଟାଉଥିଲା ବୋଲି ତା’ର ମା’ବାପାଙ୍କୁ କହିଥିଲି। ଏହାପରେ ନିର୍ଯାତନା ଓ ମାଡ଼ ଖାଇବା ସହ ଚାପରେ ରହିଛି। ମୃତଦେହ ଉଦ୍ଧାର ପରଦିନ ଜୁଲାଇ ୨୫ରେ ମୋତେ ପୋଲିସ ଜେରା ପାଇଁ ଡାକିନେଲା। ନୟାଗଡ ସଦର ଥାନାରେ ଆଇଆଇସି ରୀନାରାଣୀ ସାହୁ, ଏସ୍‌ଡିପିଓଙ୍କ ଉପସ୍ଥିତିରେ ଜଣେ ଗୋରା ଓ ଚଷମା ପିନ୍ଧା ଅଫିସର ମୋତେ ମାଡ଼ ମାରିଲେ। ପରେ ଡିସେମ୍ବର ୨ରେ ଏସ୍‌ଆଇଟି ଅଧିକାରୀମାନେ ଆସି ଆମ ଘରୁ ଚାର୍ଜରେ ବସିଥିବା ନାନୀର ମୋବାଇଲ ଫୋନ ନେଇଗଲେ। ମୋତେ ସର୍କିଟ ହାଉସ୍‌ରେ ଅରୁଣ ବୋଥ୍ରା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଜେରା କରିଲେ। ପ୍ରମାଣ ମିଳିଛି, ତୁମେ ପରୀକୁ ମାରିଛ କହି ଚାପ ପ୍ରୟୋଗ କଲେ। ହତ୍ୟା କରିଛ ବୋଲି ସ୍ବୀକାର ନ କଲେ ହତ୍ୟାକାରୀ ବୋଲି ଫସେଇ ଦେବାକୁ ଧମକ ଦେଲେ। ଆଗକୁ ବଡ଼ ଅସୁବିଧା ହେବ ବୋଲି ଡରାଇଲେ। ନ ମାନିଲେ ଫିଙ୍ଗରପ୍ରିଣ୍ଟ, ଡିଏନ୍‌ଏ ଓ ରକ୍ତ ନମୁନା ମିଶାଇ ହତ୍ୟାକରୀ ବୋଲି ପ୍ରମାଣ କରିଦେବୁ ବୋଲି କହିଲେ। ଆମ କଥା ମାନ। ସାବାଳକ ହେଲେ ବି ବାଳ ଅପରାଧୀ କରିଦେବୁ। ୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ। ଫାଶୀ ହେବନି କି ଜେଲ ଯିବାକୁ ପଡିବନି ବୋଲି ଆଶ୍ୱାସନା ଦେଲେ । ନିର୍ଭୟା କେସ୍‌ର ଉଦାହରଣ ଦେଇ ମୋବାଇଲରେ ଏହାର କିଛି ଦୃଶ୍ୟ ଦେଖାଇଲେ । ନିର୍ଭୟା ଘଟଣାର ବାଳ ଅପରାଧୀ ଖସିଲା ପରି ଖସାଇଦେବୁ କହିଲେ। ମୁଁ ପୂରା ଭୟଭୀତ ଥିବାବେଳେ ହଉ ଚାଲିଯାଅ କହି ଛାଡିଦେଲେ। ୧୦ ତାରିଖରେ ଘରକୁ ଆସି ନେଇଯାଇଥିବା ମୋବାଇଲ ଫୋନ୍‌ର ପାସ୍‌ୱାର୍ଡ ମାଗିଲେ। ଆମେ ଲକ୍‌ କରିନୁ କହିବା ପରେ ଚାଲିଗଲେ। ୧୨ ତାରିଖରେ ଆସି ଘର ଭିତରେ ଅଢ଼େଇ ଘଣ୍ଟା ରହିଲେ। ମୋର ପ୍ୟାଣ୍ଟ, ଶାର୍ଟ, ତକିଆ, ଚଡି, ବେଡ୍‌, ବେଡଶିଟ୍‌ ଓ ନାନୀର ଗାମୁଛା ନେଇଗଲେ। କହିଲେ ମୋବାଇଲ ପାସ୍‌ୱାର୍ଡ ଖୋଲିଯାଇଛି। ତୁମକୁ ଶୀଘ୍ର ଫେରାଇ ଦିଆଯିବ। ତେବେ ମୋବାଇଲ ଫେରାଉ ନାହାନ୍ତି। ମୁଁ ଯଦି ଦୋଷୀ ମୋତେ ଗିରଫ କରାଯାଉ। ହେଲେ ସତ୍ୟ ଥାଇ ଏସ୍‌ଆଇଟି ପଦକ୍ଷେପ ନେଉ। ମୋତେ ପୂର୍ବପରି ଆଉ ଭୟଭୀତ ନ କରୁ। ମୋ ପାଠପଢ଼ା ଉପରେ ଏହାର ପ୍ରଭାବ ପଡୁଛି।’ ସରୋଜଙ୍କ ଏଭଳି ଅଭିଯୋଗରେ କେତେ ସତ୍ୟତା ରହିଛି ତାହା ତଦନ୍ତସାପେକ୍ଷ। ଅନ୍ୟପକ୍ଷରେ ଏହାକୁ ନେଇ ଚର୍ଚ୍ଚା ହେଉଛି ଯେ, ବିରୋଧୀଙ୍କ ମୁହଁ ବନ୍ଦ କରିବା ପାଇଁ ତୁରନ୍ତ ପରୀ ହତ୍ୟାକାଣ୍ଡ ଫାଇଲ୍‌ କ୍ଲୋଜ କରିବାକୁ ଉଦ୍ୟମ କରାଯାଉଛି।
ଅନ୍ୟପକ୍ଷରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା। ସେ କହିଛନ୍ତି ଯେ, ତଦନ୍ତ ସମୟରେ ସରୋଜଙ୍କ ଉପରେ ବହୁ ସନ୍ଦେହ ସୃଷ୍ଟି ହୋଇଛି। ପଚରାଉଚରା ବେଳେ ସେ ସହଯୋଗ କରୁ ନ ଥିବାବେଳେ ନିଜର ମୋବାଇଲ ପାସ୍‌ଓ୍ବାର୍ଡ ଜାଣି ନ ଥିବା କହୁଛନ୍ତି। ୫ ଲକ୍ଷ ଟଙ୍କା ଲୋଭ ଦେଖାଇବା କଥା ମନଗଢ଼ା। ଏଥିରୁ ତାଙ୍କ ଉପରେ ସନ୍ଦେହ ଅଧିକ ବଢ଼ୁଛି। ଆମେ ଆଇନ ଅନୁଯାୟୀ ତଦନ୍ତ ଚଳାଇଛୁ, ଯେଭଳି ପରୀର ପରିବାରକୁ ନ୍ୟାୟ ମିଳିପାରିବ ବୋଲି ବୋଥ୍ରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାହସ ଭରିଲା ଯୁଦ୍ଧାବସାନ ବାଦ୍ୟ

ଭୁବନେଶ୍ୱର,୧।୨(ବ୍ୟୁରୋ): ପତାକା ଅବତରଣ ଉତ୍ସବ ୭ମ ବାଟାଲିୟନ ପଡିଆରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସୈନିକମାନଙ୍କୁ ଉତ୍ସାହିତ...

୫ ଦିନ ହେଲା ପଞ୍ଚାୟତ ଅଫିସରେ ତାଲା

ଲାଞ୍ଜିଗଡ଼,୧।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତରେ ୫ ମାସରୁ ଊଦ୍ଧ୍ୱର୍ର୍ ହେଲା ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗଙ୍କୁ ଭତ୍ତା ମିଳିନାହିଁ।...

ଅଜଣା ରୋଗପୋକରୁ ଉଜୁଡ଼ିବ ଫସଲ

ସମ୍ବଲପୁର,୧୭ା୧୦(ବ୍ୟୁରୋ): ଧାନକେଣ୍ଡା ବାହାରି କ୍ଷୀର ଢୋକିବା ସମୟ ଚାଷୀଙ୍କୁ ବେଶ୍‌ ଖୁସି ଆଣିଦେଇଥାଏ। ବିଲରେ ଧାନ କେଣ୍ଡା ବାହାରୁଥିବା ଫସଲକୁ ଦେଖି ସେ ତା’ର ସବୁ...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି

ଭୁବନେଶ୍ୱର,୮।୧୨: ବାତ୍ୟା ‘ଜୱାଦ’ ଫଳରେ ବହୁ ଜିଲାର ଚାଷୀଭାଇମାନେ ନାହିଁ ନ ଥିବା କ୍ଷତିର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ଓ ଅନ୍ୟାନ୍ୟ ସୁବିଧା,...

CORONAVIRUS UPDATE: ରାଜ୍ୟରେ ଆଉ ୨୩ କରୋନା ପଜିଟିଭ୍‌ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ସକାଳେ ଆଉ ୨୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ...

ଲକଡାଉନକୁ ଫୁ, ଗଁାରେ ଏକାଠି ଚାଲିଛି ତାସ୍‌ ଖେଳ

ନିରାକରାପୁର,୩।୪(ଡି.ଏନ.ଏ.)- କରୋନା ମୁକାବିଲା ଲାଗି ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିବାବେଳେ ନିରାକାରପୁର ଅଞ୍ଚଳରେ କେତେଜଣ ଲୋକ ଏହାକୁ ବେଖାତିର କରୁଥିବାର ଦେଖିବାକୁ ମିଳିଛି। ଲକଡାଉନର ଅର୍ଥ...

ପରିବାରର ୬ଜଣଙ୍କୁ ହତ୍ୟା ମାମଲାର ରାୟ ପ୍ରକାଶ: ୬ ଦୋଷୀଙ୍କୁ ଆଜୀବନ ଜେଲ

ଚମ୍ପୁଆ/ଯୋଡ଼ା, ୧।୧୧(ଡି.ଏନ.ଏ.)-ଆଜକୁ ୫ ବର୍ଷ ତଳେ କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ଯୋଡ଼ା ଥାନା ଅନ୍ତର୍ଗତ ଲହଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିଲା ା...

ଅଠରନଳାରେ ବଢ଼ୁଛି ବଟି ଆଦାୟ

ପୁରୀ ଅଫିସ,୧୨।୮: ପୁରୀ ଅଠରନଳା ଛକରେ ଥିବା ଅଟୋ ଷ୍ଟାଣ୍ଡରେ ଚାଳକମାନଙ୍କୁ ବଟି ମଗାଯାଉଥିବା ଅଭିଯୋଗ ହେଉଛି। ଯାତ୍ରୀଙ୍କୁ ଅଠରନଳା ଛକରୁ ଉଠାଇଲେ ଅଟୋ ପିଛା...

Advertisement
Archives

Model This Week