Posted inଫୁରସତ

ରୋଜଗାର ଟଙ୍କାରେ ମୋ ଆଡମିଶନ ହୋଇଥିଲା: ଡ. ତ୍ରିନାଥ ପଟ୍ଟନାୟକ

ନୟାଗଡ଼ ଜିଲାର ଓଡଗାଁରେ ମୋ ଜନ୍ମ। ସ୍ଥାନୀୟ ରଘୁନାଥ ବିଦ୍ୟାପୀଠରୁ ଏକାଦଶ ପାସ୍‌ କରିବା ପରେ ପୁରୀ ସଂସ୍କୃତ ବିଶ୍ବବିଦ୍ୟାଳୟରେ ପଢ଼ି ସେଠାରୁ ସଂସ୍କୃତରେ ପିଜି ସାରିଥିଲି। ସଂସ୍କୃତ ବ୍ୟତୀତ ହିନ୍ଦୀରେ ବି ମୁଁ ରାଷ୍ଟ୍ରଭାଷା ରତ୍ନ ଏବଂ ସାହିତ୍ୟ ରତ୍ନ ପାଇଛି। ତା’ ସହିତ ଭାରତୀୟ ତନ୍ତ୍ରଶାସ୍ତ୍ର (ହିନ୍ଦୀ ଭାଷାରେ) ଉପରେ ଥେସିସ୍‌ ଲେଖି ୧୯୯୫ରେ ଡକ୍ଟରେଟ ଡିଗ୍ରୀ ହାସଲ କରିଛି। ସେଥିପାଇଁ ମୋର ଶିକ୍ଷକତା ଜୀବନ ଏଇ ହିନ୍ଦୀରୁ ଆରମ୍ଭ ହୋଇଛି। ନିଆଳିର କାଳିଆଘାଇସ୍ଥିତ ଏସ୍‌.ଏସ୍‌.କେ. ବିଦ୍ୟାପୀଠରେ ୧୯୭୮ରେ ହିନ୍ଦୀ ଶିକ୍ଷକ ଭାବେ ଯୋଗଦେଇ ସେହିଠାରୁ ହିଁ ୨୦୦୯ରେ ଚାକିରିରୁ ଅବସର ନେଇଥିଲି। ତେବେ ଚାକିରି ଜୀବନ ଆରମ୍ଭ ହେବାର ବହୁ ପୂର୍ବରୁ ଅର୍ଥାତ ଦଶମ ଶ୍ରେଣୀରେ ପଢ଼ିଲାବେଳେ ‘ପାର୍ବତୀ ତପସ୍ୟା’ ନାମରେ ମୋର ଏକ କାବ୍ୟ ପ୍ରକାଶ ପାଇଥିଲା। ଆଉ ଏହାକୁ ଯିଏ ପ୍ରକାଶ କରିଥିଲେ, ସିଏ ଖୁସି ହୋଇ ମୋତେ ସେତେବେଳେ ୨୦୦ ଟଙ୍କା ଦେଇଥିଲେ। କହିବାକୁ ଗଲେ ସେଇଟା ହିଁ ଥିଲା ମୋ ଜୀବନର ପ୍ରଥମ ରୋଜଗାର। ସେହି ଟଙ୍କାଟି ମୋର ସଂସ୍କୃତ ବିଶ୍ବବିଦ୍ୟାଳୟରେ ଆଡମିଶନ୍‌ ନେବାରେ ଖର୍ଚ୍ଚ ହୋଇଥିଲା। ତେବେ ଏହି ଲେଖାଲେଖି ପାଇଁ ପ୍ରେରଣା ମୋ ବୋଉଠାରୁ ପାଇଥିଲି। ସପ୍ତମ ଶ୍ରେଣୀରେ ପଢ଼ିଲା ବେଳେ ପ୍ରଥମେ କବିତା ଲେଖିଲି। କ୍ରମେ ଗପ, ପ୍ରବନ୍ଧ, ଉପନ୍ୟାସ, ନାଟକ, କାବ୍ୟ ତଥା ବିବିଧ ଲେଖାମାନ ଲେଖିବା ଆରମ୍ଭ କଲି। ୟା’ ଭିତରେ ମୋର ଅନେକ ଗପ, କବିତା ଓ ପ୍ରବନ୍ଧ ବିଭିନ୍ନ ଖବରକାଗଜ ତଥା ପତ୍ରପତ୍ରିକାରେ ପ୍ରକାଶ ପାଇସାରିଲାଣି। ତା’ଛଡା କାବ୍ୟ, କବିତା, ଗପ, ପ୍ରବନ୍ଧ, ଉପନ୍ୟାସ, ନାଟକ, ବାସ୍ତୁଶାସ୍ତ୍ର, ପୁରାଣଶାସ୍ତ୍ର, ରୋଗର ଘରୋଇ ଉପଚାର ତଥା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ଉପରେ ଆଧାର କରି ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ପୁସ୍ତକ ବି ମୋର ପ୍ରକାଶିତ ହୋଇସାରିଲାଣି। ମୋର ପ୍ରକାଶିତ କେତୋଟି ପ୍ରମୁଖ ପୁସ୍ତକ ମଧ୍ୟରେ ରହିଛି: ବ୍ୟାଘ୍ର ସୁନ୍ଦରୀର ଅଭିସାର, ଶହେଟି ରାତି ଶହେଟି ପ୍ରୀତି, ଚନ୍ଦ୍ରକାନ୍ତା, ଦଗ୍ଧ ଗୋଲାପର କଥା, କାଳିଦାସ ଗ୍ରନ୍ଥାବଳୀ, କବିସୂର୍ଯ୍ୟ ଗ୍ରନ୍ଥାବଳୀ, ଯଦୁମଣି ଗ୍ରନ୍ଥାବଳୀ, ରାଧାନାଥ ଗ୍ରନ୍ଥାବଳୀ, ଦୀନକୃଷ୍ଣ ପଦ୍ୟାବଳୀ, ବାସ୍ତୁଶାସ୍ତ୍ର, ଭାରତୀୟ ସଂସ୍କୃତିରେ ଦେବୀ ଓ ଦେବତା ମହିମା, ଭାରତୀୟ ପୁରାଣ କଥା, ପୁରାଣ ତତ୍ତ୍ବଶାସ୍ତ୍ର, ଝଡ଼ାଫୁଙ୍କା, ରୁଦ୍ରାକ୍ଷ, ତୁଳସୀ, ଗୃହସ୍ଥ ଗୀତା, ଔଷଧୀୟ ବୃକ୍ଷଲତା, ଆମ ଶରୀରର ରୋଗ, ସରଳ ଯୋଗରୁ ରୋଗ ମୁକ୍ତି, ମହାକବି ମହର୍ଷି ବାଲ୍ମୀକି, ମହାକବି ବ୍ୟାସଦେବ, ଅମ୍ଳାନ ପ୍ରତିଭା ରାଜୀବ ଗାନ୍ଧୀ ଇତ୍ୟାଦି ଅନ୍ୟତମ। ସେହିପରି ଓଡ଼ିଶାର ଲୋକପ୍ରିୟ ‘ପୁରାଣ ପତ୍ରିକା’ର ମୁଁ ହେଉଛି ପ୍ରତିଷ୍ଠାତା। ଏପରିକି ଦୀର୍ଘ ୩୫ ବର୍ଷ ଧରି ଏହି ପତ୍ରିକାର ମୁଁ ସମ୍ପାଦନା ଦାୟିତ୍ୱ ମଧ୍ୟ ତୁଲାଇଛି। ତେବେ ଏତିକି କହିବି ଏହି ଲେଖାଲେଖିର ଧାରା ମୋତେ ସମାଜରେ ଏକ ପରିଚିତି ଦେଇଛି, ତେଣୁ ନିଷ୍ପତ୍ତି ନେଇଛି ଜିଇଥିବା ଯାଏ ମୋର କଲମ ଚାଳନାକୁ କେବେ ବି ବନ୍ଦ କରିବି ନାହିଁ। ବର୍ତ୍ତମାନ ମୁଁ ନିଆଳିରେ ବସବାସ କରୁଛି। ଆଉ ସେଠାରେ ମୋର ଏକ ପାଠାଗାର ରହିଛି, ଯେଉଁଥିରେ ଗବେଷଣା ନିମନ୍ତେ ସାତ ହଜାରରୁ ଅଧିକ ବିଭିନ୍ନ ଭାଷାରେ ପୁସ୍ତକ ଅଛି। ଫୁର୍‌ସତ୍‌ ସମୟ ମୋର ଏହି ପାଠାଗାରରେ ହିଁ କଟିଥାଏ।
-ଅମ୍ବ୍ରିତା

 


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri