ମୋହନ ମାଝୀଙ୍କ ମନ୍ତ୍ରୀମାନେ କେତେ ପାଠ ପଢିଛନ୍ତି?

ଭୁବନେଶ୍ୱର,୧୨।୬: ରାଜ୍ୟରେ ଆଜିଠୁ ଭାଜପା ସରକାରଙ୍କ ଯୁଗ ଆରମ୍ଭ ହୋଇଛି । ଜନତା ମଇଦାନରେ ଆୟୋଜିତ ଶପଥ ସମାରୋହରେ ଭାଜପା ବିଧାୟକ ଦଳ ନେତା ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ତାଙ୍କ ସହ ୨ଜଣ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା, ୮ଜଣ କ୍ୟାବିନେଟ ମନ୍ତ୍ରୀ ଓ ୫ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି । ତେବେ ମନ୍ତ୍ରିମଣ୍ଡଳରେ ମୋଟ ୧୨ଟି ଜିଲାକୁ ପ୍ରତିନିଧିତ୍ୱ ମିଳିଥିବାବେଳେ ପ୍ରଥମଥର ଜିତିଥିବା ୭ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି । ଏକମାତ୍ର ମହିଳା ଭାବେ ମନ୍ତ୍ରିମଣ୍ଡଳରେ ସାମିଲ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତିଙ୍କୁ ମିଶାଇଲେ ପ୍ରଥମ ଥର ଜିତି ମନ୍ତ୍ରୀ ହୋଇଥିବା ବିଧାୟକଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।

ମୋହନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ଥିବା ସମସ୍ତ ମନ୍ତ୍ରୀଙ୍କ ହାରାହାରି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଡିଗ୍ରୀ । ଆଉ ସବୁଠୁ କମ ବୟସର ମନ୍ତ୍ରୀ ଭାବେ ସୂର୍ଯ୍ୟବଂଶୀ ସୂରଜ ଓ ବୟୋଜ୍ୟେଷ୍ଠ ମନ୍ତ୍ରୀ ଭାବେ କେଭି ସିଂହଦେଓ ରହିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ମାଝି କଳାରେ ସ୍ନାତକ କରିବା ସହ ଆଇନରେ ଡିଗ୍ରୀ ହାସଲ କରିଛନ୍ତି।
ସେହିପରି ପ୍ରଥମ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଦିଲ୍ଲୀ ୟୁନିଭରସିଟିରେ କଳାରେ ସ୍ନାତକ କରିଛନ୍ତି। ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଆଇନରେ ଡିଗ୍ରୀ ହାସଲ କରିବା ସହ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଅଛନ୍ତି। ଏଥିସହ ପ୍ରଶାସନିକ ସେବାରେ ମାଷ୍ଟର ଡିଗ୍ରୀ କରିଛନ୍ତି।

ଏହିକ୍ରମରେ କ୍ୟାବିନେଟ ମନ୍ତ୍ରୀ ସୁରେଶ ପୁଜାରୀ ଭୌତିକ ବିଜ୍ଞାନରେ ମାଷ୍ଟର କରିବା ସହ ଏଲଏଲବି ଓ Labour Law and Personnel Management ରେ ପିଜି ଡିପ୍ଲୋମା କରିଛନ୍ତି। ମନ୍ତ୍ରୀ ରବି ନାରାୟଣ ନାୟକ କେବଳ ଦ୍ୱାଦଶ ପାସ୍‌ କରିଛନ୍ତି। ନିତ୍ୟାନନ୍ଦ ଗଣ୍ଡ ଇତିହାସରେ ସ୍ନାତକୋତ୍ତର କରିବା ସହ ଲ’ କରିଛନ୍ତି। ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ନାତକୋତ୍ତର ଯାଏ ପଢିଛନ୍ତି। ମନ୍ତ୍ରୀ ପୃଥିୀରାଜ ହରିଚନ୍ଦନ ପ୍ରାଣୀ ବିଜ୍ଞାନରେ ମାଷ୍ଟର କରିଛନ୍ତି। ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦର୍ଶନରେ ଡିଗ୍ରୀ କରିବା ସହ ପ୍ରାଣୀ ବିଜ୍ଞାନରେ ପିଏଚଡି କରିଛନ୍ତି। ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଜ୍ଞାନରେ ବ୍ୟାଚଲର କରିଛନ୍ତି। ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଆୟୁର୍ବେଦିକ ମେଡିଶିନ ଓ ସର୍ଜରୀରେ ବ୍ୟାଚଲର କରିଛନ୍ତି।

ରାଷ୍ଟ୍ରମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ସିଭିଲ ଇଞ୍ଜିନିୟରିଂରେ ଡିପ୍ଲୋମା କରିଛନ୍ତି। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବି.ଟେକ୍‌ କରିବା ସହ ଏଲଏଲବି କରିଛନ୍ତି। ଗୋକୁଳା ନନ୍ଦ ମଲ୍ଲିକ ସ୍ନାତକ କରିଛନ୍ତି। ସମ୍ପଦ ଚନ୍ଦ୍ର ସ୍ବାଇଁ ଏମବିଏ କରିଛନ୍ତି। ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଦର୍ଶନରେ ଡିଗ୍ରୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri