ଚାପରେ ଶିକ୍ଷାନୁଷ୍ଠାନ

ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ଅନ୍ୟତମ ବୃହତ୍ତମ ବ୍ୟବସ୍ଥା, ଯାହା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ସ୍ତରରେ ବିଭକ୍ତ। ବର୍ତ୍ତମାନ ଏହା ଜାତୀୟ ଶିକ୍ଷାନୀତି-୨୦୨୦ ଦ୍ୱାରା ପରିଚାଳିତ, ଯାହା ଶିକ୍ଷାକୁ ବ୍ୟବହାରିକ ଏବଂ ରୋଜଗାରକ୍ଷମ କରିବା ଉପରେ ଗୁରୁତ୍ୱ ଦେଇଥାଏ। ଯେଉଁ ଦେଶରେ ଶିକ୍ଷାର ଅଗ୍ରଗତି ଯେତିକି ଅଧିକ, ସେ ଦେଶ ସେତିକି ବିକଶିତ ବୋଲି ଗଣାଯାଏ। ଶିକ୍ଷା ବ୍ୟକ୍ତିକୁ ପୂର୍ଣ୍ଣତା ପ୍ରଦାନ କରିଥାଏ। ଏକ ସର୍ବସ୍ପର୍ଶୀ ଶିକ୍ଷା ବ୍ୟବସ୍ଥା ସମାଜରେ ସମ୍ପୂର୍ଣ୍ଣତା ଆଣିବାରେ ସହାୟକ ହୋଇଥାଏ। ଶିକ୍ଷା ହେଉଛି ସେହି ମୂଳଦୁଆ, ଯାହା ଉପରେ ଏକ ପ୍ରଗତିଶୀଳ, ସମବେଶୀ ଏବଂ ସମୃଦ୍ଧ ସମାଜ ଗଠନ କରାଯାଏ। ପ୍ରାଥମିକ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ପୁଞ୍ଜି ନିବେଶ ହେଉଛି ରାଜ୍ୟର ଭବିଷ୍ୟତ ପାଇଁ ଏକ ବିଶେଷ ବିନିଯୋଗ, ଯାହାକି ଜ୍ଞାନ, ନବସୃଜନ, ନିଯୁକ୍ତି ସୁଯୋଗ ଏବଂ ସାମାଜିକ ସଶକ୍ତୀକରଣକୁ ପ୍ରୋତ୍ସାହିତ କରିଥାଏ। ଏହା ହେଉଛି ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ, ଯଦ୍ଦ୍ବାରା ସରକାର ସମତାଗତ ସୁଯୋଗ ସୃଷ୍ଟି କରିପାରିବେ ଏବଂ ପ୍ରତ୍ୟେକ ଯୋଗ୍ୟ ଛାତ୍ରୀଛାତ୍ରଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣତା ହାସଲ କରିବାରେ ସକ୍ଷମ କରିପାରିବେ। ଦେଶର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ଯେଉଁଥିରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର (ଆର୍‌ଟିଇ) ଏବଂ ଓଡ଼ିଶାରେ ‘ମୋ ସ୍କୁଲ୍‌’ ଭଳି ସମ୍ପ୍ରତି ଚଳିତ ଶିକ୍ଷାବର୍ଷରୁ ‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି ଯୋଜନା ମାଧ୍ୟମରେ କେ.ଜି.ରୁ ପି.ଜି. ପର୍ଯ୍ୟନ୍ତ ଦେୟମୁକ୍ତ ଶିକ୍ଷା ଅଭିଯାନ ସାମିଲ କରାଯାଇଛି। ଜ୍ଞାନ ଶକ୍ତି ଦ୍ୱାରା ସଶକ୍ତ ଯୁବପିଢ଼ି ଗଢ଼ିବା ଓ ସମୃଦ୍ଧ ଓଡ଼ିଶା ନିର୍ମାଣ ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ହେବ। ଯାହାଫଳରେ ପ୍ରତିବର୍ଷ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ୩୨ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ଏହି ଯୋଜନାରେ ଉପକୃତ ହେବେ। ଆର୍ଥିକ ଅଭାବରୁ ଅଧାରୁ ପାଠ ଛାଡ଼ୁଥିବା ଛାତ୍ରୀଛାତ୍ରଙ୍କ ହାର ହ୍ରାସ କରିବା ପାଇଁ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। କୌଣସି ଛାତ୍ରୀଛାତ୍ର ଯେପରି ଆର୍ଥିକ ଅବସ୍ଥାରେ ଶିକ୍ଷାରୁ ଦୂରେଇ ନ ଯିବେ, ସେଥିପାଇଁ ଏହି ଯୋଜନା କରଯାଇଛି। ରାଜ୍ୟର ଛାତ୍ରୀଛାତ୍ରମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷାକୁ ଅଧିକ ସହଜଲଭ୍ୟ, ସମାନତାଭିତ୍ତିକ ଏବଂ ସୁଲଭ କରିବା ପାଇଁ ରାଜ୍ୟ ସରକାରଙ୍କର ଏହା ଏକ ଐତିହାସିକ ପଦକ୍ଷେପ।
‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି’ ମାର୍ଗଦର୍ଶିକା ପରିଚାଳନା ନିୟମାବଳୀ ଓଡ଼ିଶା ସରକାରଙ୍କ ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ପ୍ରଶାସନିକ ନିୟନ୍ତ୍ରଣାଧୀନ ସମସ୍ତ ଯୋଗ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ପ୍ରଯୁଜ୍ୟ। ଏହି ଯୋଜନା ୨୦୨୬-୨୭ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହୋଇ ୨୦୩୦-୩୧ ଶିକ୍ଷାବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ, ଯାହାକି ପ୍ରାରମ୍ଭିକ ଭାବେ ୫ ବର୍ଷ ନିମନ୍ତେ ବଳବତ୍ତର ରହିବ। ଓଡ଼ିଆରେ ଏକ ଜନଶ୍ରୁତି ପ୍ରବାଦ ‘କାହାର ପୁଷ ମାସ ତ କାହାର ସର୍ବନାଶ’ର ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପାର୍ଶ୍ୱରେ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଖୁସିର ସମୟ ହୋଇଥିବାବେଳେ, ଅନ୍ୟ ପାଶର୍‌ବରେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ପାଇଁ ତାହା ସମ୍ପୂର୍ଣ୍ଣ ବିନାଶକାରୀ ବା ଦୁଃଖଦାୟକ ପରିସ୍ଥିତି ସୃଷ୍ଟି ହବାକୁ ଯାଉଛି। ରାଜ୍ୟରେ ଅଙ୍ଗନଓ୍ବାଡିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପୂର୍ବରୁ ଦେୟମୁକ୍ତ ଥିବାରୁ ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନର ସ୍ବପ୍ନକୁ ସାକାର କରିଛନ୍ତି। ଆର୍ଥିକ ଅଭାବ ଅନଟନ ଯୋଗୁ ଯେପରି କୌଣସି ଯୋଗ୍ୟ ଛାତ୍ରୀଛାତ୍ର ଶିକ୍ଷାରୁ ବଞ୍ଚତ୍ତ ନ ହୁଅନ୍ତି, ତାହା ନିଶ୍ଚିତ କରିବା ପାଇଁ ଏହି ଯୋଜନାର ପରିକଳ୍ପନା କରାଯାଇଛି। ସମାଜରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ପଛୁଆ ବର୍ଗର ପରିବାରଗୁଡ଼ିକ ଉପରୁ ଆର୍ଥିକ ବୋଝ ହ୍ରାସ କରି ଏହି ଯୋଜନା ନାମଲେଖା କ୍ଷେତ୍ରରେ ବୃଦ୍ଧି କରିବ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ଉପସ୍ଥାନରେ ସୁଧାର ଆସିବ। ପାଠପଢ଼ା ଅଧାରୁ ଛାଡ଼ିବା ହାର ହ୍ରାସ ହେବ। ଅଧିକରୁ ଅଧିକ ଛାତ୍ରୀଛାତ୍ର ବିନା କୌଣସି ବାଧାରେ ଉଚ୍ଚଶିକ୍ଷା ଜାରି ରଖିବାରେ ସକ୍ଷମ ହେବେ।
ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟରେ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ, ଅଣ-ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ, ଘରୋଇ (ଅନୁଦାନବିହୀନ/ ସ୍ବ-ଅର୍ଥଲଗାଣ) ଉଚ୍ଚ ଶିକ୍ଷାନୁଷ୍ଠାନ କାର୍ଯ୍ୟ କରୁଛି। ଏହି ଯୋଜନାର ସୀମିତ ଉଦ୍ଦେଶ୍ୟ ନିମନ୍ତେ ‘ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ’ କହିଲେ ସମୟ ସମୟରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବିଭିନ୍ନ ଗ୍ରାଣ୍ଟ-ଇନ୍‌-ଏଡ୍‌ ବା ଅନୁଦାନ-ପ୍ରଦାନ ନିର୍ଦ୍ଦେଶନାମା ଅଧୀନରେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଭାବରେ ଘୋଷିତ ହୋଇଥିବା ମହାବିଦ୍ୟାଳୟଗୁଡ଼ିକୁ ବୁଝାଇଥାଏ। ଏହି ମହାବିଦ୍ୟାଳୟକୁ ସରକାରଙ୍କଠାରୁ କେବଳ ଅଧ୍ୟାପକ ଓ କର୍ମଚାରୀଙ୍କ ଦରମା ମିଳିଥାଏ। ମହାବିଦ୍ୟାଳୟର ଦୈନନ୍ଦିନ ପରିଚାଳନା କରିବା, ଅତିଥି ଅଧ୍ୟାପକ ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଦରମା ପୈଠ କରିବା ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଛାତ୍ରୀଛାତ୍ରଙ୍କ ନାମଲେଖା ଶୁଳ୍କ ଓ ଉନ୍ନୟନ ଶୁଳ୍କ ବାବଦରେ ଯେଉଁ ଅର୍ଥ ନିଆଯାଇଥଏ, ସେହି ଅର୍ଥ ଠିକ୍‌ ସମୟରେ ଭରଣା କରାଯାଇ ପରିଚାଳନା କରାଯାଇଥାଏ। ରାଜ୍ୟ ସରକାରଙ୍କ ଶିକ୍ଷାନୁଷ୍ଠାନକୁ ଟଙ୍କା ଫେରସ୍ତ ୧୦%, ୧୫% ଓ ବକେୟା ୭୫% (ପ୍ରତ୍ୟେକ ତ୍ରୈମାସରେ ୨୫%) ମାର୍ଗଦର୍ଶିକା ନିର୍ଦ୍ଦେଶାବଳୀ ଅତ୍ୟନ୍ତ ନିରୁତ୍ସାହିତ, ଶିକ୍ଷାନୁଷ୍ଠାନ ପରିଚାଳନା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବ। ସରକାରଙ୍କ ମାଗଣା ଶିକ୍ଷାନୀତି ଏବେ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଗଲାଣି। ଅନୁଦାନପ୍ରାପ୍ତ ବିଦ୍ୟାଳୟ, ଉଭୟ ୬୬୨ ଓ ୪୮୮ ବର୍ଗର ମହାବିଦ୍ୟାଳୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ବିଭିନ୍ନ ସମସ୍ୟା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସମାଧାନର ସୂତ୍ର ବାହାର ନ କରି, ହଠାତ୍‌ ଏପରି ଦେୟମୁକ୍ତ ଶିକ୍ଷା ଘୋଷଣା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶିକ୍ଷାବିତ୍‌ମାନେ ମତପୋଷଣ କରିଛନ୍ତି। ଏହି ବର୍ଗରେ କାର୍ଯ୍ୟରତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କୁ ଚାକିରି ସର୍ତ୍ତାବଳୀ, ଅବସର ପରେ ଅବସରକାଳୀନ ସୁବିଧା ସୁଯୋଗ ଓ ଭତ୍ତା ପ୍ରଦାନ କରିବାକୁ ଉଚ୍ଚ ନ୍ୟାୟାଳୟ ଏବଂ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶନାମା ଜାରି କରିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉ ନାହିଁ। ନ୍ୟାୟାଳୟର ଆଦେଶନାମାକୁ ଭ୍ରମରେ ପକାଇବା ଏକ ମାଧ୍ୟମ ହୋଇପାରେ ବୋଲି କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ୱାରା ବୃହତ୍ତମ ପୁଞ୍ଜିନିବେଶ ମଧ୍ୟରୁ ଏହା ଅନ୍ୟତମ। ଏହା ଦ୍ୱାରା ପ୍ରତିବର୍ଷ ୩୨ ଲକ୍ଷରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଉପକୃତ ହେବେ। ସେମାନଙ୍କ ପରିବାରର ଆର୍ଥିକ ବୋଝ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇବ। ଏହି ପ୍ରୟାସ ଜାତୀୟ ଶିକ୍ଷାନୀତି ୨୦୨୦, ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ର ଉଦ୍ଦେଶ୍ୟକୁ ପୂରଣ କରିବାରେ ସହାୟକ ହେବ। ‘ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି’ କେବଳ ଏକ ଶୁକ୍ଳ ଛାଡ଼ କାର୍ଯ୍ୟକ୍ରମ ନୁହେଁ ବରଂ ଆର୍ଥିକ ପୃଷ୍ଠଭୂମି ନିର୍ବିଶେଷରେ ଓଡ଼ିଶାର ପ୍ରତ୍ୟେକ ଶିଶୁ ଏବଂ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଗ୍ରହଣର ସମାନ ସୁଯୋଗ ମିଳିବ। ଏହାକୁ ନିଶ୍ଚିତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପ୍ରୟାସ ଶିକ୍ଷା ମାଧ୍ୟମରେ ପ୍ରତ୍ୟେକ ପରିବାରକୁ ସଶକ୍ତ କରିବ। ଜ୍ଞାନ, ସୁଯୋଗ ଓ ସାମଗ୍ରିକ ବିକାଶ ଉପରେ ଆଧାରିତ ଏକ ‘ବିକଶିତ ଓଡ଼ିଶା’ର ସଂକଳ୍ପକୁ ସାକାର କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାର ପ୍ରମାଣ। ରାଜ୍ୟରେ ପ୍ରାଥମିକ ଏବଂ ଉଚ୍ଚଶିକ୍ଷାକୁ ବିକଶିତ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ତଥାପି ଆଦିବାସୀ ଅଞ୍ଚଳରେ ଶିକ୍ଷାର ଗୁଣବତ୍ତା ଏବଂ ଭିତ୍ତିଭୂମି ବିକାଶ ଏବଂ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ଶିକ୍ଷାଗତ ପାର୍ଥକ୍ୟ ଏକ ବଡ଼ ଆହ୍ବାନ ଦେଖାଦେଇଛି।
ମୋ: ୯୪୩୭୯୫୫୫୬୮

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?