କଳାହାଣ୍ଡି ବିକାଶରେ ଶିକ୍ଷା

ଡ. ଜୟଦେବ ସାହୁ

ଶିକ୍ଷା ହିଁ ପ୍ରଗତିର ଚାବିକାଠି। ଶିକ୍ଷା ମାଧ୍ୟମରେ ସମାଜରେ ନବଜାଗରଣ ଆସେ। ସମାଜର ଅନ୍ଧବିଶ୍ୱାସ, କୁସଂସ୍କାର ପ୍ରଭୃତି ଅହିତକାରୀ କୁପ୍ରଥା ଦୂର ହୁଏ। ନେଲ୍‌ସନ ମଣ୍ଡେଲାଙ୍କ ମତରେ ଶିକ୍ଷା ସବୁଠୁ ଶକ୍ତିଶାଳୀ ଅସ୍ତ୍ର, ଯାହାର ପ୍ରୟୋଗରେ ପୃଥିବୀରେ ସବୁ ପ୍ରକାର ପରିବର୍ତ୍ତନ ଅଣାଯାଇପାରେ। ଶିକ୍ଷାର ସଂଜ୍ଞା ଦେବାକୁ ଯାଇ ସଂସ୍କୃତ ସାହିତ୍ୟ କହେ -ନାସ୍ତି ବିଦ୍ୟାସମଂ ବନ୍ଧୁ ନାସ୍ତି ବିଦ୍ୟାସମଂ ସୁହୃଦ୍‌, ନାସ୍ତି ବିଦ୍ୟାସମଂ ବିତ୍ତମ ନାସ୍ତି ବିଦ୍ୟାସମଂ ସୁଖମ୍‌। ତେଣୁ ଶିକ୍ଷା ହିଁ ଜାତି ଓ ଦେଶର ଉନ୍ନତି କରିପାରେ। ୧୯୮୫ ଜୁଲାଇ ୩୧ର ଇଣ୍ଡିଆ ଟୁଡେ ପତ୍ରିକାରେ କଳାହାଣ୍ଡି ଜିଲାର ଏକ ନକାରାତ୍ମକ ଚିତ୍ର ବର୍ଣ୍ଣିତ ହୋଇଥିଲା। ଯେଉଁଥିରେ କଳାହାଣ୍ଡି ଜିଲାକୁ ଏକ ଦରିଦ୍ର ବୁଭୁକ୍ଷିତ ଜିଲା ଭାବରେ ଚିତ୍ରଣ କରାଯାଇ କିପରି କ୍ଷୁଧା ନିବାରଣ ପାଇଁ ଛୁଆ ବିକ୍ରି କରାଯାଉଥିଲା ଏବଂ କିଭଳି ଜଙ୍ଗଲରେ ମିଳୁଥିବା କନ୍ଦମୂଳ ଖାଇ ଲୋକେ ବଞ୍ଚୁ ଥିଲେ ତାହା ଲେଖା ଯାଇଥିଲା। ମାତ୍ର ଶିକ୍ଷାର ବିକାଶ ଫଳରେ କେମିତି କଳାହାଣ୍ଡି ଜିଲା ମାତ୍ର ୩୫ ବର୍ଷରେ ଆଜି ଏକ ଶସ୍ୟଶ୍ୟାମଳା ଏବଂ ଶସ୍ୟ ରପ୍ତାନିକାରୀ ଭୂଖଣ୍ଡରେ ପରିଣତ ହୋଇପାରିଛି ତାହା ବିଚାରଯୋଗ୍ୟ। ଶିକ୍ଷା ଯେ ଅସମ୍ଭବକୁ ସମ୍ଭବ, ଅନୁନ୍ନତକୁ ଉନ୍ନତ କରିପାରେ, ତାହା ବର୍ତ୍ତମାନର ଉନ୍ନତ କଳାହାଣ୍ଡି ଜିଲାରୁ ସ୍ପଷ୍ଟ ଜାଣିହୁଏ।
ବର୍ତ୍ତମାନର କଳାହାଣ୍ଡି ପୁରାତନ ଦକ୍ଷିଣ କୋଶଳ ରାଜ୍ୟର ଏକ ଅଂଶବିଶେଷ ଥିଲା। ପରବର୍ତ୍ତୀ ସମୟରେ ନାଗବଂଶୀ ରାଜାମାନଙ୍କ ଦ୍ୱାରା ଦୀର୍ଘଦିନ ଧରି ଶାସିତ ହୋଇଥିଲା। ତେବେ ପ୍ରାଚୀନ କାନ୍ତାରକ ବା କାରୁଣ୍ଡମଣ୍ଡଳ ଏକ ଉନ୍ନତ ଓ ପ୍ରାଚୁର୍ଯ୍ୟଭରା ରାଜ୍ୟ ଥିଲା ବୋଲି ଇତିହାସରୁ ଜଣାଯାଏ। ମାଣିକ୍ୟ ଭଳି ମୂଲ୍ୟବାନ୍‌ ପଥର ଏହି ଗଡ଼ଜାତ ରାଜ୍ୟରେ ରହିଥିବା କଥା ଐତିହାସିକମାନେ ମତପୋଷଣ କରନ୍ତି। ୧୯୪୯ ନଭେମ୍ବର ୧ରେ କଳାହାଣ୍ଡି ଗଡ଼ଜାତ ରାଜ୍ୟ ଭାରତବର୍ଷରେ ମିଶିଲା ଏବଂ ବର୍ତ୍ତମାନର କଳାହାଣ୍ଡି ଜିଲାର ଜନ୍ମ ହେଲା। ତେବେ ରାଜରାଜୁଡ଼ା ଶାସନ କାଳରେ ଶିକ୍ଷାର ବିଶେଷ ଅଗ୍ରଗତି ଘଟି ନ ଥିଲା। ଲୋକେ ଶିକ୍ଷା ଅଭାବରେ ନିଜ ହକ୍‌ ସମ୍ପର୍କରେ ଅବଗତ ନ ଥିଲେ। ତେଣୁ ରାଜାମାନଙ୍କ ମନୋମୁଖି ଶାସନର ଶିକାର ହେଉଥିଲେ। ଅପରପକ୍ଷରେ ଦୁର୍ଭିକ୍ଷ, ଅନଟନ ମାଣିକ୍ୟ ଭଣ୍ଡାର କଳା ଓ ସଂସ୍କୃତିରେ ରୁଦ୍ଧିମନ୍ତ କଳାହାଣ୍ଡିକୁ ତଳିତଳାନ୍ତ କରିଦେଇଥିଲା। ଏହାସତ୍ତ୍ୱେ କଳାହାଣ୍ଡି ରାଜା ଫତେନାରାୟଣ ଦେଓଙ୍କ ଉଦ୍ୟମ କ୍ରମେ ୧୮୬୦ରେ ଚାରିଟି ପ୍ରାଥମିକ ବିଦ୍ୟାଳୟ ଖୋଲିଲା ଏବଂ ଏହା କଳାହାଣ୍ଡିରେ ଶିକ୍ଷାର ପ୍ରଦୀପ ପ୍ରଜ୍ୱଳନ କଲା କଳାହାଣ୍ଡି ରାଜାଙ୍କ ଦ୍ୱାରା ୧୯୧୬ରେ ପ୍ରଥମ ଉଚ୍ଚ ବିଦ୍ୟାଳୟ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ଭବାନୀପାଟନାଠାରେ ପ୍ରତିଷ୍ଠିତ ହେଲା। ଗଡ଼ଜାତ ରାଜ୍ୟ ମିଶ୍ରଣ ସମୟରେ କଳାହାଣ୍ଡିରେ ୧୧୮ଟି ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇ ପାରିଥିଲା। ୧୯୬୦-୬୧ ବେଳକୁ ଏହି ସଂଖ୍ୟା ୯୧୬ରେ ପହଞ୍ଚତ୍ ପାରିଲା। କିନ୍ତୁ ସେଇ ସମୟରେ କଳାହାଣ୍ଡିରେ ସର୍ବମୋଟ ଶିକ୍ଷକ ସଂଖ୍ୟା ଥିଲା ୧୩୬୭, ଯେଉଁଥିରୁ ମାତ୍ର ୧୧ ଜଣ ଥିଲେ ମହିଳା। ଏଥିରୁ ଅନୁମାନ କରାଯାଇପାରେ, କଳାହାଣ୍ଡିରେ ଶିକ୍ଷା ବ୍ୟବସ୍ଥା କେତେ ଅବହେଳିତ ହୋଇ ରହିଥିଲା। ମାତ୍ର ଏବେ ଅଛି ୩୭୪୦ ପ୍ରାଥମିକ ବିଦ୍ୟାଳୟ, ୪୨୯୮ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୩୮୦୪ ଉଚ୍ଚ ବିଦ୍ୟାଳୟ, ପ୍ରାୟ ୧୦୦ ମହାବିଦ୍ୟାଳୟ, ଗୋଟିଏ ଯାନ୍ତ୍ରିକ ମହାବିଦ୍ୟାଳୟ, ଗୋଟିଏ କୃଷି ବିଦ୍ୟାଳୟ, ଏକ ପ୍ରସ୍ତାବିତ ମେଡିକାଲ କଲେଜ ଏବଂ ଗୋଟିଏ ବିଶ୍ୱବିଦ୍ୟାଳୟ। ୧୯୮୦ ପରେ କଳାହାଣ୍ଡିରେ ଶିକ୍ଷାର ବିକାଶ ଅତି ଦ୍ରୁତ ଗତିରେ ଆଗେଇ ଚାଲିଛି।
ଶିକ୍ଷାର ବିକାଶ ହେତୁ କଳାହାଣ୍ଡିରେ ନବଜାଗରଣ ଆସିଲା ଏବଂ ଶିକ୍ଷିତ ଲୋକେ ଶିକ୍ଷାର ଅଗ୍ରଗତି ପାଇଁ ଚେଷ୍ଟିତ ହେଲେ। କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଲା। ଲୋକମାନଙ୍କ ଦାବି ଫଳରେ ୧୯୯୮ରେ ଇନ୍ଦ୍ରାବତୀ ଜଳ ପ୍ରକଳ୍ପ, ୧୯୭୬ ରେ ଉତେଇ ଜଳପ୍ରକଳ୍ପ ୧୯୯୯ରେ ରେତ ଜଳପ୍ରକଳ୍ପ ଏବଂ ୧୭୮ କ୍ଷୁଦ୍ର ଜଳପ୍ରକଳ୍ପ ପ୍ରତିଷ୍ଠିତ ହେଲା ଓ କଳାହାଣ୍ଡି ଜିଲାକୁ ଶସ୍ୟଶ୍ୟାମଳା କରି ଓଡ଼ିଶାରେ ଧାନ ଉତ୍ପାଦନରେ ଦ୍ୱିତୀୟ ସ୍ଥାନରେ ଆସୀନ କଲା। ଏହାଦ୍ୱାରା ଲୋକମାନଙ୍କ ଜୀବନ ଧାରଣ ମାନଦଣ୍ଡରେ ଅଭୂତପୂର୍ବ ଉନ୍ନତି ଆସିଲା। ଦେଶର ମାନଚିତ୍ରରେ ଏକ ନୂଆ ପରିଚୟ ସୃଷ୍ଟି କଲା କଳାହାଣ୍ଡି। ଏକ ଆକଳନରୁ ଜଣାପଡ଼େ ଯେ, ବର୍ତ୍ତମାନ ଏକ ହଜାରରୁ ଊର୍ଦ୍ଧ୍ୱ କମ୍ପ୍ୟୁଟର ଇଞ୍ଜିନିୟର କେବଳ ବାଙ୍ଗାଲୋର ସହରରେ କାର୍ଯ୍ୟରତ। କିଛି ବର୍ଷ ହେଲା ପ୍ରତିବର୍ଷ ଇଣ୍ଡିଆନ୍‌ ସିଭିଲ ସର୍ଭିସରେ ଦୁଇ ତିନି ଜଣ କୃତକାର୍ଯ୍ୟ ହେଉଛନ୍ତି। ଦୁଇରୁ ତିନିଜଣ ପ୍ରତିବର୍ଷ ଆଇଆଇଟି, ବିଟ୍ସ ଓ ଜେଏନ୍‌ୟୁ ଭଳି ଖ୍ୟାତିସମ୍ପନ୍ନ ଜାତୀୟ ଅନୁଷ୍ଠାନକୁ ପ୍ରବେଶ କରୁଛନ୍ତି। ଏବେ ପୃଥିବୀର ବିଭିନ୍ନ ଦେଶରେ ୨୦୦ରୁ ଅଧିକ ଏନ୍‌ଆରଆଇ ଅଛନ୍ତି। ଏହା କଳାହାଣ୍ଡି ପାଇଁ କମ୍‌ ଗର୍ବର କଥା ନୁହେଁ।
ତେବେ ଏତିକିରେ ସନ୍ତୁଷ୍ଟି ଲାଭ କଲେ କଳାହାଣ୍ଡିର ବାସ୍ତବିକ ବିକାଶ ହୋଇ ପାରିବ ନାହିଁ। ସାକ୍ଷରତା କ୍ଷେତ୍ରରେ ଉନ୍ନତି ଘଟିଥିଲେ ସୁଦ୍ଧା ଏଯାବତ୍‌ ଓଡ଼ିଶାର ସାକ୍ଷରତା ହାରଠାରୁ କମ୍‌। ୨୦୧୧ ଜନଗଣନା ହିସାବରେ ଓଡ଼ିଶାରେ ସାକ୍ଷରତା ହାର ୭୨.୯% ଥିଲା ବେଳେ କଳାହାଣ୍ଡିରେ ଏହି ସଂଖ୍ୟା ୫୯.୭୨%। ପୁରୁଷଙ୍କ ସାକ୍ଷରତା ହାର ୭୧.୯୦% ଥିଲାବେଳେ ମହିଳାଙ୍କ ହାର ମାତ୍ର ୪୬.୬୮%। ୧୯୪୧ ଜନଗଣନା ଅନୁସାରେ କଳାହାଣ୍ଡିର ସାକ୍ଷରତା ହାର ଥିଲା ୬.୩%। ଏହାକୁ ତୁଳନା କଲେ ଜଣାଯାଏ, କଳାହାଣ୍ଡି ସାକ୍ଷରତାରେ ପ୍ରଗତି କରିଛି, କିନ୍ତୁ ଏବେବି ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ପାଇଁ ଅନେକ ରାସ୍ତା ବାକି ଅଛି।
କଳାହାଣ୍ଡିର ୪୭% ଲୋକ ଆଦିବାସୀ ଓ ଦଳିତ ସମ୍ପ୍ରଦାୟର। ତେଣୁ ସେମାନଙ୍କ ଉନ୍ନତିରେ ହିଁ କଳାହାଣ୍ଡିର ଉନ୍ନତି। ଏହି ବର୍ଗର ମହିଳାମାନଙ୍କ ସଂଖ୍ୟା ପୁରୁଷଙ୍କ ସଂଖ୍ୟାଠୁ ଅଧିକ (୫୦.୪୦%)। ଆକଳନରୁ ଜଣାପଡ଼େ ଯେ, ମୋଟ ଜନସଂଖ୍ୟାର ୩୯.୧୦% ମହିଳା (୩ ଲକ୍ଷ ୨ ହଜାର ୯୦୯) ନିରକ୍ଷର। ୧୯୩୫-୩୬ ରେ କେବଳ ଗୋଟିଏ ବିଦ୍ୟାଳୟ ଏମାନଙ୍କ ପାଇଁ ପ୍ରତିଷ୍ଠା ହୋଇଥିଲା। ୧୯୧୪ରେ ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କ ସଂଖ୍ୟା ଥିଲା ୧,୧୫୧ ଓ ଏଥିରୁ ଝିଅଙ୍କ ସଂଖ୍ୟା ଥିଲା ମାତ୍ର ୧୮୩। ଏବେ ଏହି ସଂଖ୍ୟାରେ ବହୁ ଉନ୍ନତି ଘଟିଛି। କଳାହାଣ୍ଡିରେ ଏବେ ୪୨ଟି ସେବାଶ୍ରମ ସ୍କୁଲ ଅଛି। କିନ୍ତୁ ଏବେବି ଅନେକ ଆଦିବାସୀ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଯାଉନାହାନ୍ତି। ଏହାର ଅନେକ କାରଣ ମଧ୍ୟରେ ଦାରିଦ୍ର୍ୟ, ଅନ୍ୟ ଭାଷାରେ ଶିକ୍ଷାଦାନ, ଯୋଗାଯୋଗର ଅଭାବ, ଦୁର୍ଗମ ଅଞ୍ଚଳ, ନିଜ ଭାଷାଭାଷୀ ଶିକ୍ଷକ ଅଭାବ, ଶୀଘ୍ର ବିବାହ, ମା’ବାପାଙ୍କ ଉଦାସୀନତା ଆଦି ମୁଖ୍ୟ। ଏପର୍ଯ୍ୟନ୍ତ ଆଦିବାସୀ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସଂଖ୍ୟା ମାତ୍ର ୧୬.୫% ପ୍ରାଥମିକ ବିଦ୍ୟାଳୟରେ ଓ ଏହି ସଂଖ୍ୟା ୧୧.୪୭% ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏହି ସଂଖ୍ୟା ବଢ଼ିଲେ ହିଁ କଳାହାଣ୍ଡିରେ ଶିକ୍ଷାର ବହୁଳ ପ୍ରସାର ଘଟିବ। ଯେଉଁ ୫୬% ଆଦିବାସୀ ଝିଅ ବିଦ୍ୟାଳୟ ଛାଡ଼ୁଛନ୍ତି, ତାଙ୍କୁ ବିଦ୍ୟାଳୟରେ ରଖିପାରିଲେ ହିଁ ଆହୁରି ବିକାଶ ଘଟିବ।
କଳାହାଣ୍ଡି ଏବେ ଧାତବ ଦ୍ରବ୍ୟ ଓ କପା ମଧ୍ୟ ରପ୍ତାନି କରୁଛି। ଓଡ଼ିଶାର ୪୦% କପା କେବଳ କଳାହାଣ୍ଡିରୁ ମିଳେ। ସାହିତ୍ୟ, କଳା ଓ ସଂସ୍କୃତି କ୍ଷେତ୍ରରେ କଳାହାଣ୍ଡିର ଅବଦାନ ବହୁତ ବେଶୀ। ଓଡ଼ିଆ ସାହିତ୍ୟର କାଳଜୟୀ ସ୍ରଷ୍ଟା ପ୍ରଫେସର ଭୁବନେଶ୍ୱର ବେହେରା, ନାଟ୍ୟ ରଶ୍ମି ପ୍ରଫୁଲ୍ଲ ରଥ, ପର୍ଶୁରାମ ମୁଣ୍ଡ, ଔପନ୍ୟାସିକ ରାସବିହାରୀ ବେହେରା, କବି ଓ ଔପନ୍ୟାସିକ ଅଖିଳ ନାୟକ, ନାଟ୍ୟକାର ପରମେଶ୍ୱର ମୁଣ୍ଡଙ୍କ ବାସସ୍ଥାନ କଳାହାଣ୍ଡି। ଘୁମୁରା ପାଇଁ ପ୍ରସିଦ୍ଧି ଲାଭ କରିଥିବା କଳାର ହାଣ୍ଡି କଳାହାଣ୍ଡି ଯେ ମା’ ମାଣିକେଶ୍ୱରୀଙ୍କ ଆଶୀର୍ବାଦରେ ଆହୁରି ବିକଶିତ ହେବ, ଏଥିରେ ସନ୍ଦେହ ନାହଁି।
– କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ଭବାନୀପାଟଣା
ମୋ: ୭୯୭୮୯୯୦୦୧୬


Enter your email to get our daily news in your inbox.

All Right Reserved By Dharitri.Com

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri