ମାନସିକତାରେ ପରିବର୍ତ୍ତନ ଲୋଡ଼ା

ଡା. ସତ୍ୟକାମ ମହାପାତ୍ର

କରୋନା ମହାମାରୀର ପ୍ରଥମ ଲହର ଆରମ୍ଭ ହେବାର କିଛି ମାସ ପରେ ଯେତେବେଳେ ପରିସ୍ଥିତି ଅନେକ ମାତ୍ରାରେ ଭଲ ହୋଇ ଆସୁଥିଲା, ସେତିକି ବେଳେ ପୁଣି ଥରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆରମ୍ଭ ହୋଇଛି। ଗତ ଏକ ମାସ ହେବ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦ୍ୱିତୀୟ ଲହରରେ ସବୁ ସଂକ୍ରମଣ ଯେ ନୂଆ ପ୍ରକାରର ଭୂତାଣୁ ଦ୍ୱାରା ହେଉଛି ତାହା ନୁହେଁ, କିଛି ସଂକ୍ରମଣ ପୁରୁଣା ସାର୍ସ କୋଭିଡ୍‌-୨ ଭୂତାଣୁ ଦ୍ୱାରା ଓ କିଛି ସଂକ୍ରମଣ ନୂଆ ମ୍ୟୁଟାଣ୍ଟ ଭୂତାଣୁ ଦ୍ୱାରା ହେଉଛି। ପ୍ରଥମ ଲହରରେ ଲୋକଙ୍କଠାରେ ଯେଉଁ ପ୍ରକାରର ଲକ୍ଷଣ ସବୁ ଦେଖିବାକୁ ମିଳୁଥିଲା, ଦ୍ୱିତୀୟ ଲହରରେ ତା’ଠାରୁ କିଛି ଅଲଗା ପ୍ରକାରର ଲକ୍ଷଣ ଦେଖିବାକୁ ମିଳୁଛି। ଏଥର ଯୁବବର୍ଗ ଓ ଛୋଟ ପିଲାମାନେ ଅଧିକ ସଂକ୍ରମିତ ହେଉଛନ୍ତି। ସଂକ୍ରମଣ ବଢ଼ିବାର ସବୁଠାରୁ ବଡ଼ କାରଣ ହେଲା କୋଭିଡ୍‌ ନିୟମାବଳୀର ଉଲ୍ଲଂଘନ। ଯେତେବେଳେ କରୋନା ସଂକ୍ରମଣ ସଂଖ୍ୟା ଆମ ଦେଶରେ କମି ଆସିଥିଲା, ସେତେବେଳେ ଲୋକମାନେ ଭାବିଲେ ଏହି ମହାମାରୀର ଅନ୍ତ ଘଟିଲା; ଯାହା ଫଳରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରଖିବା କିମ୍ବା ବାରମ୍ବାର ହାତ ଧୋଇବା ସମ୍ପୂର୍ଣ୍ଣ ବନ୍ଦ କରି ଦେଲେ। ପୁଣି ସର୍ବସାଧାରଣ ଜାଗାରେ ଭିଡ଼ କରିବା ଆରମ୍ଭ କରି ଦେଲେ; ଯାହାଦ୍ୱାରା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଲା। ଯେତେବେଳେ ଦ୍ୱିତୀୟ ଲହର ଆରମ୍ଭ ହେଲା, ସେତେବେଳେ ସରକାରଙ୍କ ତରଫରୁ କୋଭିଡ୍‌ ଗାଇଡଲାଇନ ମାନିବା ପାଇଁ ଲୋକଙ୍କୁ ବାରମ୍ବାର କୁହାଯାଇଥିଲା। କିନ୍ତୁ ଲୋକମାନେ ଦୋକାନ ବଜାରରେ ଅଯଥା ଭିଡ଼ କରିବା ବନ୍ଦ କଲେ ନାହିଁ। ଏବେ ମଧ୍ୟ ପ୍ରତିଦିନ ସକାଳୁ ପରିବା କିଣିବା, ମାଛ ମାଂସ କିଣିବା, ସଉଦା ଆଣିବା ପାଇଁ ଦୋକାନରେ ଭିଡ଼ କରିବାର ବଦଭ୍ୟାସ ସେମାନେ ଆଦୌ ଛାଡ଼ି ପାରି ନାହାନ୍ତି। ସମସ୍ତେ ସପ୍ତାହକୁ ଥରେ ବଜାରକୁ ଯାଇ ଦରକାରୀ ଜିନିଷ ନେଇ ଆସିଲେ ଆମେ ଅନେକ ପରିମାଣରେ ଅଯଥା ଭିଡ଼କୁ କମାଇ ପାରନ୍ତେ। ପୂର୍ବ ବର୍ଷ ମଧ୍ୟ ଏହି ଭଳି ପରିସ୍ଥିତି ଉପୁଜି ଥିଲା କିନ୍ତୁ ଆମେ ନିଜର ଅଭିଜ୍ଞତାରୁ କିଛି ବିଶେଷ ଶିଖିପାରିଲେ ନାହିଁ।
ଲୋକଙ୍କ ମନରେ କରୋନା ମହାମାରୀକୁ ନେଇ ଅନେକ ଭୁଲ୍‌ ଧାରଣା ଅଛି। କିଛି ଲୋକ ଭାବୁଥିଲେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ ଅଧିକ। ସେମାନଙ୍କୁ କେବେ ସଂକ୍ରମଣ ହେବ ନାହିଁ; ଯାହା ଫଳରେ ସେମାନେ ଆଦୌ ମାସ୍କ ବ୍ୟବହାର କରୁ ନ ଥିଲେ। ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିଲେ ମଧ୍ୟ ମାସ୍କ ବ୍ୟବହାର ନିହାତି ଜରୁରୀ। ଲୋକମାନେ ଭାବୁଥିଲେ ଟିକା ନେଇଗଲେ ଆଉ କରୋନା ସଂକ୍ରମଣ ହେବ ନାହିଁ। କିନ୍ତୁ କିଛି ଲୋକଙ୍କୁ ଟିକା ନେଲା ପରେ ମଧ୍ୟ ସଂକ୍ରମଣ ଦେଖାଦେଉଛି। ଟିକା ନିଶ୍ଚିତ ଭାବରେ ଆପଣଙ୍କୁ ଅନେକ ପରିମାଣର ସୁରକ୍ଷା ଦେବ, କିନ୍ତୁ ଟିକା ନେଲା ପରେ ମଧ୍ୟ ଆପଣଙ୍କୁ ସମସ୍ତ କୋଭିଡ୍‌ ନିୟମାବଳୀ ମାନିବାକୁ ପଡ଼ିବ। ଗତ କିଛି ମାସ ହେବ ଯେତେବେଳେ ସଂକ୍ରମଣ ହାର କମି ଯାଇଥିଲା, ସେତେବେଳେ ସମସ୍ତେ ଭାବୁଥିଲେ ଯେ ସବୁକିଛି ପୂର୍ବ ଭଳି ଠିକ୍‌ଠାକ୍‌ ହୋଇଗଲା, ଯାହା ଫଳରେ ଲୋକେ ଅନେକ ମାତ୍ରାରେ କୋଭିଡ୍‌ ନିୟମାବଳୀକୁ ଉଲ୍ଲଂଘନ କଲେ। ଏହାଦ୍ୱାରା ଦ୍ୱିତୀୟ ଲହର ଖୁବ୍‌ ଶୀଘ୍ର ଭୟାନକ ରୂପ ଗ୍ରହଣ କଲା।
ଲୋକମାନଙ୍କ ମନରେ ଏବେ ପ୍ରଶ୍ନ ଉଠୁଛି ଯେ କରୋନା ସଂକ୍ରମଣ କ’ଣ କେବେ ବନ୍ଦ ହେବ ନାହିଁ, ଭବିଷ୍ୟତରେ କ’ଣ ଏଭଳି ଲହର ପ୍ରତିବର୍ଷ ଆସୁଥିବ, ଦୁନିଆ କ’ଣ କରୋନା ମହାମାରୀ ଦ୍ୱାରା ଶେଷ ହୋଇଯିବ? କିନ୍ତୁ ଆମକୁ ବୁଝିବାକୁ ପଡ଼ିବ ଯେ ପର୍ଯ୍ୟନ୍ତ ଆମେ ସାବଧାନ ନ ହୋଇଛୁ ସେ ପର୍ଯ୍ୟନ୍ତ କରୋନା ମହାମାରୀଠାରୁ ଆମକୁ ମୁକ୍ତି ମିଳିବ ନାହିଁ। ଆମ ସମସ୍ତଙ୍କ ପାଇଁ ପୁଣି ଥରେ ଏକ କଠିନ ସମୟ ଆସିଛି। କରୋନା ବିରୋଧରେ ଲଢ଼େଇ କରିବାକୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ମାନସିକ ସ୍ତରରେ ଦୃଢ଼ତା ଆଣିବାକୁ ହେବ। ଏହି ଲଢ଼େଇ ଆମେ ଗତ ଏକ ବର୍ଷ ହେଲା ଲଢ଼ି ଆସୁଥିଲୁ। ନିଜର ପୂର୍ବ ଅଭିଜ୍ଞତାକୁ ନେଇ ଆମକୁ ଆହୁରି ମଜଭୁତ ହୋଇ କରୋନା ବିରୋଧରେ ଲଢ଼େଇ ଜାରି ରଖିବାକୁ ପଡ଼ିବ। ଅତ୍ୟଧିକ ଛାନିଆ ବା ଭୟଭୀତ ହୁଅନ୍ତୁ ନାହିଁ କିମ୍ବା ଅତ୍ୟଧିକ ବେପରୁଆ ହୋଇ ଯାଅନ୍ତୁ ନାହିଁ। ସବୁଠାରୁ ପ୍ରମୁଖ ପଦକ୍ଷେପ ହେଲା ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍‌ ନିୟମାବଳୀକୁ ସବୁବେଳେ ମାନିବା; ଯାହାଦ୍ୱାରା ଆମେ କରୋନା ଠାରୁ ଦୂରେଇ ରହିପାରିବା।
ଆମକୁ ନିଜର ସଂଯମତା ବଢ଼ାଇବାକୁ ପଡ଼ିବ। ଆହୁରି ଅଧିକ ସାବଧାନ ହେବାକୁ ପଡ଼ିବ। ଆମେ ଯଦି ନିଜର ମାନସିକତାକୁ ପରିବର୍ତ୍ତନ ନ କରିବା ତେବେ କରୋନା ମହାମାରୀ ଖୁବ୍‌ କମ୍‌ ଦିନ ମଧ୍ୟରେ ଏକ ସୁନାମିର ରୂପ ନେବ; ଯାହାଦ୍ୱାରା ଆମକୁ ଶାରୀରିକ ଓ ମାନସିକ ରୂପରେ ଅନେକ କ୍ଷତି ସହିବାକୁ ପଡ଼ିବ।
ମାନସିକ ରୋଗ ବିଶେଷଜ୍ଞ, କଟକ
ମୋ-୮୮୯୫୨୯୩୯୯୭


Enter your email to get our daily news in your inbox.

All Right Reserved By Dharitri.Com

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri