ଏଇ ଭାରତରେ

ଏଥର ଚଢ଼ିବେ ବାଉଁଶ ସାଇକେଲ। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିତ୍ବ, କିନ୍ତୁ ସତ। ଏମିତିକା ସାଇକେଲ ନିର୍ମାଣ କରିଛନ୍ତି ମହାରାଷ୍ଟ୍ରର ଏକ ଦମ୍ପତି। ଭାରତୀୟ ବାୟୁସେନାର ପୂର୍ବତନ ପାଇଲଟ ଶଶିଶଙ୍କର ପାଠକ ଏବଂ ତାଙ୍କ ସ୍ତ୍ରୀ ଦେବିକା ବାଉଁଶ ସାଇକେଲ ନିର୍ମାଣ କରିବା ଲାଗି ୨୦୧୬ରେ ‘ବାମ୍ବୋଚି’ କମ୍ପାନୀ ଆରମ୍ଭ କରିଥିଲେ। ଏବେ ଏହି କମ୍ପାନୀ ଦୁଇ ସିଟ୍‌ ବିଶିଷ୍ଟ ବୈଦ୍ୟୁତିକ ଓ ଫୋଲ୍‌ଡିଂ ବାଉଁଶ ସାଇକେଲ ତିଆରି କରୁଛି। ପ୍ରଥମେ ପାଠକ ପୁଣେଠାରୁ ୬୦ କି.ମି. ଦୂର ତାଙ୍କ ଗାଁ ଫାର୍ମରେ ବାଉଁଶର ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଥିତ୍ଲେ। ପରେ ଏକ ଟେଲିଭିଜନ ଶୋ’ରେ ଏଭଳି ସାଇକେଲ ବିଷୟରେ ଜାଣିବା ପରେ ଏହାର ନିର୍ମାଣ ଆରମ୍ଭ କରିଥିଲେ। ଦୁଇ ବର୍ଷ ପରେ ସେ ଏହାର ପ୍ରତିକୃତି ନିର୍ମାଣ କରିବାକୁ ସକ୍ଷମ ହେଲେ। ପାଠକ ପ୍ରଥମେ ତାଙ୍କ ପାଇଁ ଓ ପରେ ବ୍ୟବସାୟିକ ଲକ୍ଷ୍ୟ ନେଇ ଏହି ସାଇକେଲ ତିଆରି କରୁଛନ୍ତି। ସାଇକେଲର ମୂଲ୍ୟ ରଖିଛନ୍ତିି ୧,୦୫,୦୦୦ ଟଙ୍କା। ଉପତ୍ାଦନ ବଢ଼ିଲେ ଏହାର ମୂଲ୍ୟ କମିବ ବୋଲି କହିଛନ୍ତି ପାଠକ। ସାଇକେଲରେ ଏକା ପ୍ରକାରର ୨୫ଟି ଫ୍ରେମ, ଟାୟାର ଓ ଟ୍ୟୁବ ଲଗାଯାଇଛି। ଏହା ରେନ୍‌ ରେଜିଷ୍ଟାଣ୍ଟ। ବାଉଁଶ ନିର୍ମିତ ଇ-ସାଇକେଲରେ ଲିଥିୟମ ବ୍ୟାଟେରି ଖଞ୍ଜାଯାଇଛି। ଥରେ ଚାର୍ଜ ହେଲେ ଏହା ଯାଉଛି ୭୦କିମି। ଫ୍ରାନ୍ସର ପ୍ରଫେଶନାଲ ସାଇକ୍ଲିଷ୍ଟ ପ୍ୟାଟ୍ରିକ ଲିଫେରି ପାଠକଙ୍କଠାରୁ ବାଉଁଶ ସାଇକେଲ ନିର୍ମାଣ କୌଶଳ ଶିକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

ଏଇ ଭାରତରେ

ପ୍ରଦ୍ୟୋତ ଭୋଲେଟି ଗରିବ ଓ ଅସହାୟ ପିଲାଙ୍କୁ ମାଗଣାରେ ବାସ୍କେଟବଲ ପ୍ରଶିକ୍ଷଣ ଦେଉଛନ୍ତି। ସେ ଡ୍ରିବଲ ଏକାଡେମୀ ମାଧ୍ୟମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ…

ନୂଆ ପିଢ଼ି ପାଇଁ ଅପରିଚିତ ଅକ୍ଷର

ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ; ଏହା ଏକ ଜାତିର ସଭ୍ୟତା, ସଂସ୍କୃତି, ଇତିହାସ ଓ ଅସ୍ମିତାର ବାହକ। ମଣିଷର ଚିନ୍ତାଧାରା, ସୃଜନଶୀଳତା ଏବଂ ସାଂସ୍କୃତିକ…

ବ୍ୟାଙ୍କ ଜାତୀୟକରଣର ପୃଷ୍ଠଭୂମି

ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କାୟା ବିସ୍ତାର କରି ୧୭୭୦ ମସିହାରେ କଲିକତାରେ ବ୍ୟାଙ୍କ ଅଫ୍‌ ହିନ୍ଦୁସ୍ତାନ ନାମକ ବାଣିଜି୍ୟକ ବ୍ୟାଙ୍କ ଖୋଲିଥିଲା। ଏ ବ୍ୟାଙ୍କ ତିଷ୍ଠି…

ଆନ୍ଦୋଳନର ତିନୋଟି କଥା

କକ୍‌ରୋଚ୍‌ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନକୁ ନେଇ ମୋ ମନକୁ କିଛି କଥା ବା ବିଚାର ଆସୁଛି। ପ୍ରଥମ କଥା ହେଉଛି, ସୋନମ ୱାଙ୍ଗଚୁକଙ୍କ ସମେତ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri