ICAIର ବଡ଼ ଘୋଷଣା! ଏବେ ବର୍ଷକୁ ଦୁଇଥର ନୁହେଁ ତିନି ଥର ଦେଇପାରିବେ CA ପରୀକ୍ଷା, ଜାଣନ୍ତୁ ସବିଶେଷ

ନୂଆଦିଲ୍ଲୀ,୯।୩: ଚାଚାର୍ଡ ଆକାଉଣ୍ଟାଣ୍ଟ(ସିଏ) ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ଇନଷ୍ଟିଚ୍ୟୁଟ ଅଫ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ୍‌ ଇଣ୍ଡିଆ (ଆଇସିଏଆଇ) ଶୁକ୍ରବାର ସିଏର ଫାଉଣ୍ଡେସନ ଏବଂ ଇଣ୍ଟରମିଡିଏଟ୍‌ ପରୀକ୍ଷାକୁ ନେଇ ଏକ ବଡ଼ ଘୋଷଣା କରିଛି। ଆଇସିଏଆଇ ଏବେ ସିଏ ଫାଉଣ୍ଡେଶନ ଏବଂ ସିଏ ଇଣ୍ଟରମିଡିଏଟ୍‌ ପରୀକ୍ଷା ବର୍ଷକୁ ତିନିଥର କରିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପରୀକ୍ଷା ବର୍ଷକୁ ମାତ୍ର ଦୁଇଥର ଆୟୋଜିତ ହେଉଥିଲା। ହେଲେ ମାର୍ଚ୍ଚ ୭ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ୪୩୦ ତମ ବୈଠକରେ ଆଇସିଏଆଇ ଏହି ନିଷ୍ପତ୍ତି ନେଇଛି।

ନୂତନ ବ୍ୟବସ୍ଥାରେ ଜାନୁଆରୀ, ମେ-ଜୁନ ଏବଂ ସେପ୍ଟେମ୍ବରରେ ସିଏର ଫାଉଣ୍ଡେଶନ ଏବଂ ଇଣ୍ଟରମିଡିଏଟ୍‌ ପରୀକ୍ଷା ଅନୁଷ୍ଠିତ ହେବ। ଏହା ପୂର୍ବରୁ ମେ-ଜୁନ ଏବଂ ନଭେମ୍ବର-ଡିସେମ୍ବର ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେଉଥିଲା। ଏବେ ଅଧିକ ଥର ପରୀକ୍ଷା କରିବା ଦ୍ୱାରା ଛାତ୍ରଛାତ୍ରୀମାନେ ଅଧିକ ଥର ପରୀକ୍ଷା ଦେବାର ସୁଯୋଗ ପାଇବେ ବୋଲି କୁହାଯାଉଛି।

ଇନଷ୍ଟିଚ୍ୟୁଟ ଅଫ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍‌ ଅଫ ଇଣ୍ଡିଆ (ଆଇସିଏଆଇ) ଏହାର ପ୍ରେସ ବିଜ୍ଞପ୍ତିରେ କହିଛି ଯେ ଛାତ୍ରଛାତ୍ରୀଙ୍କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ନୂତନ ପରିବର୍ତ୍ତନ ପରେ ପରୀକ୍ଷା ପରିଚାଳନା ପାଇଁ ସମୟ ବ୍ୟବଧାନ ୬ ମାସରୁ ୪ ମାସକୁ ହ୍ରାସ ପାଇବ। ଏହା ସହିତ ଛାତ୍ରମାନେ ପରୀକ୍ଷାରେ ଉପସ୍ଥିତ ହେବାକୁ ଅଧିକ ସୁଯୋଗ ପାଇବେ। ତେବେ ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କର ପରୀକ୍ଷା ଅଧ୍ୟୟନ ସମାପ୍ତ କରିଛନ୍ତି ସେମାନଙ୍କୁ ପରୀକ୍ଷା ପାଇଁ ଅତିରିକ୍ତ ୨ ମାସ ଅପେକ୍ଷା କରିବାକୁ ପଡିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ଜୁନ-ମେରେ ହେବାକୁ ଥିବା ସିଏ ପରୀକ୍ଷାର ଅନ୍ତିମ ତାରିଖ ଆଇସିଏଆଇ ପ୍ରକାଶ କରିଛି। ଏପର୍ଯ୍ୟନ୍ତ ୪,୩୬,୫୦୦ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ପଞ୍ଜିକୃତ କରିଛନ୍ତି । ସିଏ ଫାଉଣ୍ଡେଶନ ପରୀକ୍ଷା ୨୦-୨୬ ଜୁନ ୨୦୨୪ ରୁ ଅନୁଷ୍ଠିତ ହେବ। ସିଏ ଇଣ୍ଟରମିଡିଏଟ୍‌ ଉଭୟ ଗ୍ରୁପ୍‌ର ତାରିଖ ଭିନ୍ନ ଏବଂ ସେଗୁଡିକ ୩-୧୩ ମେ ମଧ୍ୟରେ ଅନୁଷ୍ଠିତ ହେବ। ସିଏ ଫାଇନାଲ ପରୀକ୍ଷା ମଧ୍ୟ ମେ ମାସରେ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri