ଭୋଟ ପ୍ରତି ପଛଘୁଞ୍ଚା ରାଜଧାନୀର ଶିକ୍ଷିତ ଭୋଟର

ଭୁବନେଶ୍ୱର,୨୬।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସହରୀ ଉଚ୍ଚଶିକ୍ଷିତ ଭୋଟର ରହୁଛନ୍ତି। ଅଧିକାଂଶ ଦେଶ ବିଦେଶର କଥା ଉପରେ ଟିପ୍ପଣୀ ଦେବା ସହିତ ରାଜନୀତିକୁ ନେଇ ବହୁ ଆଲୋଚନା ସମାଲୋଚନା କରୁଥିବାର ଦେଖାଯାଇଥାଏ। ତେଣୁ ଗଣତନ୍ତ୍ରର ମହାପର୍ବ ଭୋଟଦାନରେ ସେମାନେ ନିଶ୍ଚିତ ପକ୍ଷେ ନିଜର ମତ ସାବ୍ୟସ୍ତ କରିବା ସହ ଯୋଗ୍ୟ ପ୍ରତିନିଧିଙ୍କୁ ବାଛିବେ ବୋଲି ସମସ୍ତଙ୍କ ଧାରଣା ଥାଏ। ମାତ୍ର ଏହି ପାଠୁଆ ଉଚ୍ଚଶିକ୍ଷିତ ତଥାକଥିତ ବ୍ୟକ୍ତିବିଶେଷମାନେ ଭୋଟଦାନ ଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟକୁ ଅଯଥା ବା ସମୟର ବରବାଦ ଛଡ଼ା ଅନ୍ୟ କିଛି ଭାବୁନାହାନ୍ତି। ଯେଉଁ କାରଣରୁ ମତଦାନ ଅଧିକାର ସାବ୍ୟସ୍ତ କରିବା ସମୟରେ ଏମାନଙ୍କୁ ଦେଖିବାକୁ ମିଳି ନ ଥାଏ। ଫଳରେ ପ୍ରତି ନିର୍ବାଚନରେ ଭୁବନେଶ୍ୱରରେ ମତଦାନ ହାର ସବୁଠାରୁ କମ୍‌ ରହୁଛି। ମହାନଗର ନିର୍ବାଚନ ହେଉ ଅବା ସାଧାରଣ ନିର୍ବାଚନ ରାଜ୍ୟର ଅନ୍ୟ ଅଞ୍ଚଳ ତୁଳନାରେ ସବୁଥିରେ ପଛରେ ରହୁଛନ୍ତି ରାଜଧାନୀବାସୀ। ଏଠାରେ ମତଦାନ ହାର ୫୦ ପ୍ରତିଶତ ଟପିପାରୁନାହିଁ।
ଦୀର୍ଘ ୭ ବର୍ଷ ପରେ ବିଏମ୍‌ସି ନିର୍ବାଚନ ହୋଇଥିବାରୁ ରାଜଧାନୀବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଥିଲା। ସହରର ପ୍ରତିନିଧିମାନଙ୍କୁ ବାଛିବା ପାଇଁ ଶିକ୍ଷିତ ତଥା ସଚେତନ ଭୋଟର ଆଗେଇ ଆସିବେ ବୋଲି ଆଶା ଥିଲା। ମାତ୍ର ଏଥର ମଧ୍ୟ ସବୁଥର ଭଳି ନିରାଶ ହେବାକୁ ପଡିଛି। ମାତ୍ର ୪୩.୩୦ ପ୍ରତିଶତ ଭୋଟର ନିଜ ମତଦାନ କରିଛନ୍ତି। ସହରରେ ମୋଟ ୭ଲକ୍ଷ ୨୫ ହଜାର ୭୬୫ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୩ଲକ୍ଷ ୯୪ହଜାର ୫୧୦ଜଣ ପୁରୁଷ ଥିବାବେଳେ ୩ଲକ୍ଷ ୩୦ହଜାର ୮୧୫ଜଣ ମହିଳା ଏବଂ ୪୪୦ଜଣ ଅନ୍ୟାନ୍ୟ ବର୍ଗର ଭୋଟର ରହିଛନ୍ତି। ତେବେ ମାତ୍ର ୩ଲକ୍ଷ ୧୪ହଜାର ୨୬୮ ଜଣ ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ୧ଲକ୍ଷ ୭୦ହଜାର ୧୩୭ ପୁରୁଷ ଥିବାବେଳେ ୧ଲକ୍ଷ ୪୪ହଜାର ୭୯ଜଣ ମହିଳା ଏବଂ ୫୨ଜଣ ତୃତୀୟ ଲିଙ୍ଗୀ ରହିଛନ୍ତି। ଏହା କେବଳ ଚଳିତ ବର୍ଷର ଘଟଣା ନୁହେଁ, ୨୦୧୪ ପୌର ନିର୍ବାଚନରେ ଭୁବନେଶ୍ବରରେ ମତଦାନ ହାର ୪୩.୩୦% ଥିବାବେଳେ ୨୦୦୮ରେ ଏହା ୩୮.୨୯% ଏବଂ ୨୦୦୩ରେ ୪୮.୮% ରହିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଭୁବନେଶ୍ବରରେ ମତଦାନ ହାର ମାତ୍ର ୪୫% ରହିଥିଲା। ସେଥିମଧ୍ୟରୁ ଅଧିକାଂଶ ଭୋଟର ବସ୍ତି ଅଞ୍ଚଳର ଥିଲେ। ରାଜଧାନୀର ବିଭିନ୍ନ ବସ୍ତି ଅଞ୍ଚଳରେ ପ୍ରାୟ ଅଢେଇ ଲକ୍ଷ ଭୋଟର ରହୁଥିବାରୁ ରାଜନେତାମାନେ ସେହି ଅଞ୍ଚଳକୁ ଅଧିକ ଫୋକସ୍‌ କରୁଛନ୍ତି। ଗୋଟେପଟେ ବସ୍ତି ଭୋଟ୍‌କୁ ହାତେଇବା ପାଇଁ ବିଭିନ୍ନ ସରକାରୀ ଯୋଜନା ପ୍ରଣୟନ କରାଯାଉଛି। ଅନ୍ୟପଟେ ସହରରେ ରହୁଥିବା ବଡ଼ବଡ଼ିଆ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ସେପରି କିଛି ଯୋଜନା କରାଯାଉନାହିଁ ବା ଏମାନେ ସରକାରୀ ଯୋଜନା ଉପରେ ନିର୍ଭରଶୀଳ ନୁହନ୍ତି। ତେଣୁ ନିର୍ବାଚନ କିଏ ଜିତିଲା ନ ଜିତିଲା ସେଥିରେ ସେମାନଙ୍କର କୌଣସି ଫରକ ପଡୁନାହିଁ ବୋଲି ଭାବୁଛନ୍ତି। ମତଦାନ ପ୍ରତି ଲୋକଙ୍କ ଆଗ୍ରହ ବଢାଇବା ପାଇଁ ସମ୍ପୃକ୍ତ ଦିନକୁ ସରକାରୀ ଛୁଟି ରୂପେ ଘୋଷଣା କରାଯାଉଛି। ମାତ୍ର ଏହା ସତ୍ତ୍ୱେ ଅଧିକାଂଶ ଲୋକ ଭୋଟ୍‌ ଦେବାକୁ ନ ଯାଇ ବରଂ ଖାଇପିଇ ଛୁଟି ପାଳନ କରିବାକୁ ପସନ୍ଦ କରୁଛନ୍ତି। ଫଳରେ ଗତ ଦୁଇ ଦଶନ୍ଧି ଧରି ଭୁବନେଶ୍ବରରେ ମତଦାନ ହାର ରାଜ୍ୟର ଅନ୍ୟ ଅଞ୍ଚଳ ତୁଳନାରେ କମ ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri