ଭୋଟ ପ୍ରତି ପଛଘୁଞ୍ଚା ରାଜଧାନୀର ଶିକ୍ଷିତ ଭୋଟର

ଭୁବନେଶ୍ୱର,୨୬।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସହରୀ ଉଚ୍ଚଶିକ୍ଷିତ ଭୋଟର ରହୁଛନ୍ତି। ଅଧିକାଂଶ ଦେଶ ବିଦେଶର କଥା ଉପରେ ଟିପ୍ପଣୀ ଦେବା ସହିତ ରାଜନୀତିକୁ ନେଇ ବହୁ ଆଲୋଚନା ସମାଲୋଚନା କରୁଥିବାର ଦେଖାଯାଇଥାଏ। ତେଣୁ ଗଣତନ୍ତ୍ରର ମହାପର୍ବ ଭୋଟଦାନରେ ସେମାନେ ନିଶ୍ଚିତ ପକ୍ଷେ ନିଜର ମତ ସାବ୍ୟସ୍ତ କରିବା ସହ ଯୋଗ୍ୟ ପ୍ରତିନିଧିଙ୍କୁ ବାଛିବେ ବୋଲି ସମସ୍ତଙ୍କ ଧାରଣା ଥାଏ। ମାତ୍ର ଏହି ପାଠୁଆ ଉଚ୍ଚଶିକ୍ଷିତ ତଥାକଥିତ ବ୍ୟକ୍ତିବିଶେଷମାନେ ଭୋଟଦାନ ଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟକୁ ଅଯଥା ବା ସମୟର ବରବାଦ ଛଡ଼ା ଅନ୍ୟ କିଛି ଭାବୁନାହାନ୍ତି। ଯେଉଁ କାରଣରୁ ମତଦାନ ଅଧିକାର ସାବ୍ୟସ୍ତ କରିବା ସମୟରେ ଏମାନଙ୍କୁ ଦେଖିବାକୁ ମିଳି ନ ଥାଏ। ଫଳରେ ପ୍ରତି ନିର୍ବାଚନରେ ଭୁବନେଶ୍ୱରରେ ମତଦାନ ହାର ସବୁଠାରୁ କମ୍‌ ରହୁଛି। ମହାନଗର ନିର୍ବାଚନ ହେଉ ଅବା ସାଧାରଣ ନିର୍ବାଚନ ରାଜ୍ୟର ଅନ୍ୟ ଅଞ୍ଚଳ ତୁଳନାରେ ସବୁଥିରେ ପଛରେ ରହୁଛନ୍ତି ରାଜଧାନୀବାସୀ। ଏଠାରେ ମତଦାନ ହାର ୫୦ ପ୍ରତିଶତ ଟପିପାରୁନାହିଁ।
ଦୀର୍ଘ ୭ ବର୍ଷ ପରେ ବିଏମ୍‌ସି ନିର୍ବାଚନ ହୋଇଥିବାରୁ ରାଜଧାନୀବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଥିଲା। ସହରର ପ୍ରତିନିଧିମାନଙ୍କୁ ବାଛିବା ପାଇଁ ଶିକ୍ଷିତ ତଥା ସଚେତନ ଭୋଟର ଆଗେଇ ଆସିବେ ବୋଲି ଆଶା ଥିଲା। ମାତ୍ର ଏଥର ମଧ୍ୟ ସବୁଥର ଭଳି ନିରାଶ ହେବାକୁ ପଡିଛି। ମାତ୍ର ୪୩.୩୦ ପ୍ରତିଶତ ଭୋଟର ନିଜ ମତଦାନ କରିଛନ୍ତି। ସହରରେ ମୋଟ ୭ଲକ୍ଷ ୨୫ ହଜାର ୭୬୫ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୩ଲକ୍ଷ ୯୪ହଜାର ୫୧୦ଜଣ ପୁରୁଷ ଥିବାବେଳେ ୩ଲକ୍ଷ ୩୦ହଜାର ୮୧୫ଜଣ ମହିଳା ଏବଂ ୪୪୦ଜଣ ଅନ୍ୟାନ୍ୟ ବର୍ଗର ଭୋଟର ରହିଛନ୍ତି। ତେବେ ମାତ୍ର ୩ଲକ୍ଷ ୧୪ହଜାର ୨୬୮ ଜଣ ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ୧ଲକ୍ଷ ୭୦ହଜାର ୧୩୭ ପୁରୁଷ ଥିବାବେଳେ ୧ଲକ୍ଷ ୪୪ହଜାର ୭୯ଜଣ ମହିଳା ଏବଂ ୫୨ଜଣ ତୃତୀୟ ଲିଙ୍ଗୀ ରହିଛନ୍ତି। ଏହା କେବଳ ଚଳିତ ବର୍ଷର ଘଟଣା ନୁହେଁ, ୨୦୧୪ ପୌର ନିର୍ବାଚନରେ ଭୁବନେଶ୍ବରରେ ମତଦାନ ହାର ୪୩.୩୦% ଥିବାବେଳେ ୨୦୦୮ରେ ଏହା ୩୮.୨୯% ଏବଂ ୨୦୦୩ରେ ୪୮.୮% ରହିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଭୁବନେଶ୍ବରରେ ମତଦାନ ହାର ମାତ୍ର ୪୫% ରହିଥିଲା। ସେଥିମଧ୍ୟରୁ ଅଧିକାଂଶ ଭୋଟର ବସ୍ତି ଅଞ୍ଚଳର ଥିଲେ। ରାଜଧାନୀର ବିଭିନ୍ନ ବସ୍ତି ଅଞ୍ଚଳରେ ପ୍ରାୟ ଅଢେଇ ଲକ୍ଷ ଭୋଟର ରହୁଥିବାରୁ ରାଜନେତାମାନେ ସେହି ଅଞ୍ଚଳକୁ ଅଧିକ ଫୋକସ୍‌ କରୁଛନ୍ତି। ଗୋଟେପଟେ ବସ୍ତି ଭୋଟ୍‌କୁ ହାତେଇବା ପାଇଁ ବିଭିନ୍ନ ସରକାରୀ ଯୋଜନା ପ୍ରଣୟନ କରାଯାଉଛି। ଅନ୍ୟପଟେ ସହରରେ ରହୁଥିବା ବଡ଼ବଡ଼ିଆ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ସେପରି କିଛି ଯୋଜନା କରାଯାଉନାହିଁ ବା ଏମାନେ ସରକାରୀ ଯୋଜନା ଉପରେ ନିର୍ଭରଶୀଳ ନୁହନ୍ତି। ତେଣୁ ନିର୍ବାଚନ କିଏ ଜିତିଲା ନ ଜିତିଲା ସେଥିରେ ସେମାନଙ୍କର କୌଣସି ଫରକ ପଡୁନାହିଁ ବୋଲି ଭାବୁଛନ୍ତି। ମତଦାନ ପ୍ରତି ଲୋକଙ୍କ ଆଗ୍ରହ ବଢାଇବା ପାଇଁ ସମ୍ପୃକ୍ତ ଦିନକୁ ସରକାରୀ ଛୁଟି ରୂପେ ଘୋଷଣା କରାଯାଉଛି। ମାତ୍ର ଏହା ସତ୍ତ୍ୱେ ଅଧିକାଂଶ ଲୋକ ଭୋଟ୍‌ ଦେବାକୁ ନ ଯାଇ ବରଂ ଖାଇପିଇ ଛୁଟି ପାଳନ କରିବାକୁ ପସନ୍ଦ କରୁଛନ୍ତି। ଫଳରେ ଗତ ଦୁଇ ଦଶନ୍ଧି ଧରି ଭୁବନେଶ୍ବରରେ ମତଦାନ ହାର ରାଜ୍ୟର ଅନ୍ୟ ଅଞ୍ଚଳ ତୁଳନାରେ କମ ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

କନ୍ଧମାଳ ସମସ୍ୟା ନେଇ ‘ବିଚାର ମନ୍ଥନ’, ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହନୁମାନ ମନ୍ଦିର ପ୍ରାଙ୍ଗଣସ୍ଥିତ ସଭାଗୃହରେ ସୋମବାର ‘ବିଚାର ମନ୍ଥନ’ ନାମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲାର…

ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ଜୀବନ: ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ କୁଲୁଥିପାଲି ଗାଁ ନିକଟ ରାସ୍ତାରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି।…

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?