Posted inଜାତୀୟ

ଦାଉଦ୍‌ଙ୍କ ଭଉଣୀଙ୍କ ଘରେ ଇଡ଼ି ଚଢ଼ାଉ, ରାଜନୈତିକ ଲିଙ୍କର ଖିଅ ଖୋଜା ଜାରି..

ମୁମ୍ବାଇ, ୧୫।୨ : ଅଣ୍ଡରୱାଲର୍‌ଡ କାର୍ଯ୍ୟକଳାପ, ବେଆଇନ ସମ୍ପତ୍ତି କ୍ରୟ ବିକ୍ରୟ ତଥା ହାୱାଲା କାରବାର ସହ ଜଡିତ ମନି ଲଣ୍ଡରିଂ ମାମଲାର ଯାଞ୍ଚ ଅନ୍ତର୍ଗତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମୁମ୍ବାଇର ୯ ଟି ଏବଂ ଠାଣେର ଗୋଟିଏ ସ୍ଥାନରେ ଚଢ଼ାଉ କରିଛି। ଅଣ୍ଡରୱାଲର୍‌ଡ ଡନ ଦାଉଦ୍‌ ଇବ୍ରାହିମଙ୍କ ସ୍ବର୍ଗତ ଭଉଣୀ ହସିନା ପାର୍କରଙ୍କ ଘରେ ଏହି ଚଢ଼ାଉ କରାଯାଇଛି। ଏହା ସହିତ ଅର୍ଥ ହେରଫେର ମାମଲାରେ ଛୋଟା ଶକିଲଙ୍କ ଶଳାଙ୍କୁ ଇଡି ଗିରଫ କରିଛି।

ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ଦ୍ୱାରା ପଞ୍ଜିକୃତ ହୋଇଥିବା ଏଫଆଇଆର୍‌ ଉପରେ ଇଡ଼ି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଇଡି ସୂତ୍ର ଅନୁଯାୟୀ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଏବଂ ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ୍‌ ଇବ୍ରାହିମ୍‌ଙ୍କ ବିରୋଧରେ ଥିବା ହାୱାଲା, ଚୋରା ଚାଲାଣ ଏବଂ ବେଆଇନ ସମ୍ପତ୍ତି କାରବାର ସମ୍ବନ୍ଧୀୟ ପ୍ରମାଣ ଇଡ଼ି ଖୋଜୁଛି।

ଏହି ସନ୍ଦେହଜନକ କାରବାର ସହିତ କିଛି ରାଜନୈତିକ ଲିଙ୍କ ମଧ୍ୟ ଇଡ଼ିର ରାଡାରରେ ରହିଛି। ରାଜନୈତିକ ଲିଙ୍କର ଖିଅ ଖୋଜିବା ପାଇଁ ଇଡ଼ି ପକ୍ଷରୁ ଏହୀ ଚଢ଼ାଉ କରାଯାଇଥିବା କୁହାଯାଉଛି। ସୂତ୍ରରୁ ପ୍ରକାଶ ଯେ ଅଣ୍ଡରୱାଲର୍‌ଡର କିଛି ପଳାତକ ଏବଂ ରାଜନେତାଙ୍କ ବିରୋଧ ମଧ୍ୟ ତଦନ୍ତ ଜାରି ରହିଛି। ଇଡ଼ି ପକ୍ଷରୁ ଇକବାଲ ମିର୍ଚିଙ୍କ ସମ୍ପତ୍ତି ଜବତ କରିବା ପରେ ଏହା ଅଣ୍ଡରୱାଲର୍‌ଡ ଉପରେ ଆଉ ଏକ ପ୍ରମୁଖ ପଦକ୍ଷେପ ଭାବେ ଦେଖାଯାଉଛି।
ଦାଉଦ୍‌ ଇବ୍ରାହିମଙ୍କ ଭଉଣୀ ସ୍ବର୍ଗତ ହସିନା ପାର୍କରଙ୍କ ଘରେ ଇଡି ଅଧିକାରୀଙ୍କ ଏକ ଟିମ ସକାଳେ ପହଞ୍ଚି ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ କିଛି ଗୁପ୍ତ କାଗଜ ପତ୍ର ଜବତ କରାଯାଇଥିବା ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ମିଳୁନି ପାନୀୟଜଳ, ସଫା ହେଉନି ଶୌଚାଳୟ

ଝାରସୁଗୁଡ଼ା, ୭ା୧୦(ଆଶିଷ ରଞ୍ଜନ ଦାଶ):ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମି ସୁଦୃଢ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ପ୍ରଶାସନିକ ଅବହେଳା ଯୋଗୁ ଝାରସୁଗୁଡ଼ା…

ଆସନ୍ତା ୮ରେ ଓଡ଼ିଶା ବନ୍ଦ ଡାକରା: ଡିଇଏଲ୍‌ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

କଟକ,୭।୧୦(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ (ଡିଇଏଲ୍‌ଇଡି) ପରୀକ୍ଷା ଗତ ୩ ତାରିଖରୁ ଆରମ୍ଭ ହୋଇଛି। ଅଦ୍ୟାବଧି ଏହି…

ଝଡବର୍ଷା ସମ୍ଭାବନା: ୯ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର, ୭ା୧୦ (ବନ୍ଦନା ସେଠୀ):ଆଶ୍ବିନରେ ଅନୁଭୂତ ହେଉଛି ବୈଶାଖ ତାତି। ବର୍ଷା ଛାଡ଼ୁ ଛାଡ଼ୁ ତାପମାତ୍ରାରେ ଲଗାତର ବୃଦ୍ଧି ଘଟି ୩୭ ଡିଗ୍ରୀ ପାଖାପାଖି ହୋଇଛି। ଫଳରେ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୧୦(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଚଳିତମାସ ୧୩ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…

ଅଭାବ ଆଗରେ ହାର୍‌ ମାନିଲାନି ସ୍ବପ୍ନ: ଶାଢ଼ି ପିନ୍ଧି ଖାଲିପାଦରେ ୧,୬୦୦ ମିଟର ଦୌଡ଼ିଲେ ମହିଳା

ରାଞ୍ଚି, ୭ା୧୦:ପରିସ୍ଥିତି ଯେତେ ପ୍ରତିକୂଳ ହେଉନା କାହିଁକି ମନରେ ଦୃଢ଼ ଇଚ୍ଛାଶକ୍ତି ଓ ସାହସ ଥିଲେ କୌଣସି ବି ବାଧାବିଘ୍ନ ଆପଣଙ୍କୁ ଲକ୍ଷ୍ୟରେ ପହଞ୍ଚତ୍ବାରୁ ଅଟକାଇ ପାରିବନାହିଁ।…

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?