କଂଗ୍ରେସକୁ ବଡ଼ ଝଟ୍‌କା: ୪୬ ବର୍ଷ ପରେ ଦଳର ହାତ ଛାଡ଼ିଲେ ଅଶ୍ୱିନୀ କୁମାର

ଚଣ୍ଡିଗଡ଼,୧୫।୨: ପଞ୍ଜାବ ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶ୍ୱିନୀ କୁମାର ୪୬ବର୍ଷ ପରେ ଦଳରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଅନ୍ୟପଟେ ଇସ୍ତଫା ଦେବା ପରେ ଅଶ୍ୱିନୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଟୁଇଟରରେ ସେ ଟୁଇଟ କରି ଲେଖିଛନ୍ତି, ଏହା ଏକ ସହଜ ନିଷ୍ପତ୍ତି ନୁହେଁ, କିନ୍ତୁ ନିଜର ସମ୍ମାନ ଓ ଅସ୍ତିତ୍ୱକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନେଇଛି। ଦଳର ନେତୃତ୍ୱ ଭାବିବା ଉଚିତ୍‌ ଯେ, ଦଳର ବିଶ୍ୱସ୍ତ ଲୋକମାନେ କାହିଁକି ଦଳକୁ ଧୀରେ ଧୀରେ ବିଦାୟ ଦେଉଛନ୍ତି। ମୁଁ ମୋର ସମ୍ମାନ ଏବଂ ଅସ୍ତିତ୍ୱକୁ ନଜରରେ ରଖି ଏହି ନିଷ୍ପତ୍ତି ନେଇଛି। ସେ ଆହୁରି ମଧ୍ୟ କହିଛନ୍ତି, ମୋର କାନ୍ଧ ଏତେ ଶକ୍ତିଶାଳୀ ନୁହେଁ ଯେ, ଏଭଳି ଉଦାସୀନତାର ଭାର ବହନ କରିପାରିବ। କଂଗ୍ରେସ ଆଉ ପୂର୍ବ ଭଳି ଦଳ ନାହିଁ। ଆଗାମୀ ଦିନରେ କଂଗ୍ରେସ ଦଳର ରାଜନୈତିକ ଭୂମିକା ଆହୁରି ହ୍ରାସ ପାଇବ। ଅଧିକ ଶକ୍ତି ସହିତ ସେ ରାଜନୀତି କରିବେ ଏବଂ ନିଜର ଭାଗ୍ୟ ଲେଖିବେ। ଆଜି ଦେଶର ଲୋକଙ୍କୁ ଯୋଡ଼ି ରଖିପାରୁଥିବା ଏକ ରାଜନୀତି ଆବଶ୍ୟକ ବୋଲି ଅଶ୍ୱିନୀ କୁମାର କହିଛନ୍ତି। । ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ଅଶ୍ୱିନୀ କୁମାର କଂଗ୍ରେସ ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ଏକ ଇସ୍ତଫା ପତ୍ର ପଠାଇଥିଲେ। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, କଂଗ୍ରେସ ଦଳରୁ ବାହାରେ ରହି ସେ ଦେଶର ସେବା କରିପାରିବେ। ତେଣୁ ସେ ଦଳରୁ ଇସ୍ତଫା ଦେଉଛନ୍ତି। ଅପରପକ୍ଷେ ସେ ଏବେ ଅନ୍ୟ କେଉଁ ଦଳରେ ଯୋଗଦେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହନିଟ୍ରାପ୍‌ରେ ଫସିଲେ ଡିଆର୍‌ଡିଓର ବୈଜ୍ଞାନିକ

ମୁମ୍ବାଇ,୪।୫: ପାକିସ୍ତାନର ଏଜେଣ୍ଟଙ୍କୁ ଦେଶର ଗୁପ୍ତ ସୂଚନା ଦେବା ମାମଲାରେ ମହାରାଷ୍ଟ୍ରର ଆଣ୍ଟି ଟେରରଜିମ୍‌ ସ୍କ୍ବାଡ(ଏଟିଏସ) ଗୁରୁବାର ଡିଆର୍‌ଡିଓର ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କୁ ପୁଣେରୁ ଗିରଫ...

ଆଜି ଭାଗ୍ୟ ନିର୍ଣ୍ଣୟ

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଦୀର୍ଘ ପ୍ରତୀକ୍ଷାର ଘଟିବ ଅନ୍ତ। ମାସାଧିକ କାଳ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ(ଇଭିଏମ୍‌)ରେ ବନ୍ଦ ହୋଇ ରହିଥିବା ପ୍ରାର୍ଥୀଙ୍କ ଭାଗ୍ୟ ଗୁରୁବାର ଫିଟିବ। ୨୦୧୯ ନିର୍ବାଚନ...

ଏଲଆଇସି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ମୁମ୍ବାଇ,୭।୫: ମୁମ୍ବାଇର ସାନ୍ତାକ୍ରୁଜରେ ଥିବା ଏଲଆଇସି କାର୍ଯ୍ୟାଳୟ ଭବନରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ତେବେ ଅଫିସରେ କୌଣସି କର୍ମଚାରୀ ନଥିବା କାରଣରୁ କୌଣସି ମୃତାହତ...

୧୧୩ ଦେଶରୁ ୭୧ରେ ଭାରତ

ନୂଆଦିଲ୍ଲୀ, ୨୧ା୧୦: ନିକଟରେ ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟରେ ଭାରତ ପଡ଼ୋଶୀ ପାକିସ୍ତାନଠାରୁ ଖରାପ ପ୍ରଦର୍ଶନ କରିଥିବାବେଳେ ବିଶ୍ୱ ଖାଦ୍ୟ ସୁରକ୍ଷା ସୂଚକାଙ୍କ(ଜିଏଫ୍‌ଏସ୍‌)-୨୦୨୧ରେ ମଧ୍ୟ...

ପବଜୀ ବ୍ୟାନ୍‌ ଆଶଙ୍କାରେ ନେଲା ଏମିତି ପଦକ୍ଷେପ

ଭାରତରେ ପ୍ରତିବନ୍ଧକକୁ ଏଡାଇବା ପାଇଁ ପବଜୀ ମୋବାଇଲ ୟୁଜର୍ସଙ୍କ ଗୋପନୀୟତା ନୀତିକୁ ଅପଡେଟ୍‌ କରିଛି। ଭାରତରେ ଚାଇନାର ଆପ ନିଷେଧକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ...

ନିୟନ୍ତ୍ରଣ ହରାଇଲା ହେଲିକପ୍ଟର: ଲାଣ୍ଡିଂ ନ କରି ଦିଲ୍ଲୀ ଫେରିଗଲେ ବାଲକ୍‌ ନାଥ୍‌

ଅଲଓ୍ବର,୩୦।୬: ରାଜସ୍ଥାନ ଅଲଓ୍ବର ଲୋକ ସଭା ଆସନର ଭାଜପା ଏମ୍‌ପି ବାବା ବାଲକ୍‌ ନାଥ୍‌ଙ୍କ ହେଲିକପ୍ଟର ନିୟନ୍ତ୍ରଣ ହରାଇବାରୁ ଏହା ଲାଣ୍ଡିଂ ନ କରି ପାରି...

ନଦୀରେ ବୁଡି ଚାଲିଗଲା ୭ ଜୀବନ

ଚେନ୍ନାଇ,୫।୬: ତାମିଲନାଡୁର କୋଡାଲୁରୁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। କୁଡାଲୋର ଜିଲାାର ଗାଡିଲାମ ନଦୀରେ ବୁଡି ତିନି ପିଲାଙ୍କ ସମେତ ୭ ଜଣଙ୍କ ସଲିଳ...

‘ମୁଁ ବିଧାୟକଙ୍କ ଝିଅ, ମୋତେ ଛାଡିଦିଅ’

ବେଙ୍ଗାଲୁରୁ,୧୦।୬: କର୍ନାଟକରେ ଭାଜପା ବିଧାୟକ ଅରବିନ୍ଦ ନିମ୍ବାୱାଲୀଙ୍କ ଝିଅ ଟ୍ରାଫିକ୍‌ ପୋଲିସଙ୍କ ଝଗଡା କରିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ପୋଲିସ...

Advertisement
Archives

Model This Week