Posted inଜାତୀୟ

ପତ୍ନୀଙ୍କୁ ଇଡିର ନୋଟିସ ପରେ ସଞ୍ଜୟ କହିଲେ ଘରେ ଥିବା ମହିଳାଙ୍କୁ ଟାର୍ଗେଟ କରିବା କାପୁରଷତାର ପରିଚୟ

ମୁମ୍ବାଇ,୨୮ ।୧୨: ପିଏମ୍‌ସି ଘୋଟାଲା ମାମଲାରେ ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ଇଡି ପକ୍ଷରୁ ନୋଟିସ ଜାରି କରାଯିବା ପରେ ରାଗିଯାଇଛନ୍ତି ସଞ୍ଜୟ । ସୋମବାର ସଞ୍ଜୟ କହିଛନ୍ତି । ଗତ ଏକ ବର୍ଷ ହେବ ଶରଦ ପାୱାର, ଏକନାଥ ଖଡସେ ଓ ପ୍ରତାପ ସରନଇକଙ୍କୁ ନୋଟିସ ମିଳିଛି । ଆଉ ଏବେ ସମସ୍ତେ ମୋ ନାଁକୁ ନେଇ ଚର୍ଚ୍ଚା କରୁଛନ୍ତି । ଏମାନେ ସମସ୍ତେ ମହାରାଷ୍ଟ୍ରରେ ସରକାର ଗଠନ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତେବେ ଏହା ସବୁ କେବଳ କାଗଜ ଖଣ୍ଡ ଆଉ କିଛି ନୁହେଁ । ଏବେ ଘରେ ଥିବା ମହିଳାଙ୍କୁ ଟାର୍ଗେଟ କରିବା କେବଳ କାପୁରଷତାର ପରିଚୟ । ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ସଞ୍ଜୟ ଏମିତି କାମକୁ ଆଦୌ ଭୟ କରନ୍ତି ନାହିଁ । ସେ କହିଛନ୍ତି କେବଳ ରାଜନୈତିକ ଖେଳ ଯୋଗୁ ତାଙ୍କ ପତ୍ନୀଙ୍କ ନାଁରେ ସମନ ପଠାଯାଇଛି । ଇଡି କେନ୍ଦ୍ର ସରକାରଙ୍କ ଇସାରାରେ ପରିଚାଳିତ ହେଉଛି । ହେଲେ ଆମେ ଆଇନର ଅବମାନନା କରିବୁ ନାହିଁ । ସଞ୍ଜୟ ଆହୁରି ମଧ୍ୟ କହିଛନ୍ତି ମୋ ସହ ପଙ୍ଗା ନିଅନ୍ତୁ ନାହିଁ କାରଣ ମୁଁ ଲଙ୍ଗଳା ଲୋକ ତା’ ସହ ଶିବସୈନିକ ମଧ୍ୟ । ମୋ ନିକଟରେ ଭାଜପାର ଫାଇଲ ରହିଛି । ଯଦି ମୁଁ ଏହାକୁ ବାହାର କରିବି ତେବେ ସେମାନେ ଦେଶଛାଡି ଚାଲିଯିବେ । ମୋ ନିକଟରେ ଏବେ ୧୨୧ ଲୋକଙ୍କ ନାଁ ରହିଛି । ଆଉ ଏହାକୁ ଇଡିକୁ ହସ୍ତାନ୍ତର କଲେ ଇଡି ୫ ବର୍ଷ ପର୍ଯ୍ୟନ୍ତ ଏହା ଉପରେ କାମ କରିବ । ସେତେବେଳେ ଯାଇ ଇଡି ଜାଣିପାରିବ ଯେ ସେ କାହାଠାରୁ ପଙ୍ଗା ନେଉଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନଙ୍କ ଗଦାମାଡ଼ରେ ମାନଚିତ୍ରରୁ ଲିଭି ଯିବ ନେପାଳ

ନୂଆଦିଲ୍ଲୀ, ୧୫।୭: ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ମନ୍ତବ୍ୟ ନେଇ ବାବରୀ ମସଜିଦ୍‌ କମିଟି ସଦସ୍ୟ ଇକବାଲ୍‌ ଅନସାରୀ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି...

ଭୟାବହ ଅଗ୍ନିକାଣ୍ଡ:୨ ମୃତ

ମୁମ୍ବାଇ,୭।୧୧: ମୁମ୍ବାଇର କାନ୍ଦିବାଲି ଅଞ୍ଚଳରେ ଶନିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମଥୁରାଦାସ ରୋଡରେ ଥିବା ହଂସା ହେରିଟେଜ ନାମକ ଏକ ୧୫ ମହଲା...

ସାଧାରଣତନ୍ତ୍ର ଦିବସ ୨୦୨୨: ଅନୁପ୍ରବେଶ ଉଦ୍ୟମରେ ଅଛନ୍ତି ଶହେରୁ ଊର୍ଦ୍ଧ୍ୱ ଆତଙ୍କବାଦୀ

ନୂଆଦିଲ୍ଲୀ,୨୪ ।୧: ସୀମା ସୁରକ୍ଷା ବଳର ମହା ନିରିକ୍ଷକ ଡିକେ ବୁରା କହିଛନ୍ତି, ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ର ବିରୋଧି ତତ୍ତ୍ୱକୁ ନେଇ ସମସ୍ୟା ଉପୁଜାଇବା ଧମକକୁ...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଧାମି

ଡେରାଡୁନ,୨୩।୩: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ବୁଧବାର ଶପଥ ଗ୍ରହଣ କରିଛନ୍ତି ପୁଷ୍କର ସିଂ ଧାମି। ଡେରାଡୁନର ପ୍ୟାରେଡ ଗ୍ରାଉଣ୍ଡରେ ତାଙ୍କୁ ରାଜ୍ୟପାଳ ଗୁରୁମିତ ସିଂଙ୍କ ଶପଥ...

କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତି

ନୂଆଦିଲ୍ଲୀ,୨୯।୭: ମେଡିକାଲ ପାଠ ପଢା ପାଇଁ ଆଗ୍ରହୀ ଛାତ୍ରୀଛାତ୍ରଙ୍କୁ ବଡ ଉପହାର ଦେଇଛନ୍ତି ମୋଦି ସରକାର। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି କହିଛନ୍ତି...

ମାସ୍କ ପିନ୍ଧି ପୋଲିଂବୁଥ୍‌ରେ ଭୋଟର: ସପ୍ତମ ପର୍ଯ୍ୟାୟ ମତଦାନ ଜାରି…

କୋଲକାତା,୨୬।୪: କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ସପ୍ତମ ପର୍ଯ୍ୟାୟ ମତଦାନ ସୋମବାର ସକାଳ ୭ଟାଠାରୁ ଆରମ୍ଭ ହୋଇଛି। ଭୋଟରମାନେ ମାସ୍କ୍‌...

କପିଲଙ୍କୁ ଭାଜପାରେ ଯୋଗଦେବାକୁ ପରାମର୍ଶ ଦେଲେ ଅଠଓ୍ବାଲେ

ନୂଆଦିଲ୍ଲୀ,୨।୯: କଂଗ୍ରେସରେ ଚିଠିକୁ ନେଇ ବିବାହ ସୃଷ୍ଟି ହୋଇଥିବାବେଳେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ ଏଥିରୁ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି। ସେ କଂଗ୍ରେସର ବରିଷ୍ଠ...

ମନ୍ଦିର ପାଇଁ ଅଢେଇ କୋଟିର ଜମି ଦାନ କଲେ ମୁସଲମାନ ପରିବାର

ପାଟନା,୨୨ ।୩: ବିହାରର ଏକ ମୁସଲମାନ ପରିବାର ଭାଇଚାରାର ଏକ ଅନନ୍ୟ ଉଦାହରଣ ପାଲଟିଛନ୍ତି । ରାଜ୍ୟର ପୂର୍ବ ଚମ୍ପାରନ ଜିଲାର କୈଥବଲିୟା ଅଞ୍ଚଳରେ ନିର୍ମାଣ...

Advertisement
Archives

Model This Week