Advertisement
Posted inଜାତୀୟ

ବିକାଶ ଦୁବେଙ୍କ ୧୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨ା୧୧(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କ ୧୦ କୋଟି ଟଙ୍କା ମୂଲ୍ୟର ବେନାମୀ ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଜବତ କରିଛି। ପୋଲିସ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ଗ୍ୟାଙ୍ଗଷ୍ଟର ତାଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ନାମରେ ଏହି ସମ୍ପତ୍ତି କିଣିଥିଲେ। ଦୁବେଙ୍କ ଘନିଷ୍ଠ ଜୟକାନ୍ତଙ୍କ ନାମରେ କାନପୁର ଓ ଏହାର ଆଖପାଖ ଅଞ୍ଚଳରେ ଏହି ସମ୍ପତ୍ତି ରହିଥିଲା। ଇଡି ଚଢ଼ାଉ ବେଳେ ଦୁବେଙ୍କ ନାମରେ ୨୮ରୁ ଊର୍ଦ୍ଧ୍ୱ ବେଆଇନ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ସୂଚନାଯୋଗ୍ୟ, ୨୦୨୦ ଜୁଲାଇ ୩ରେ ଗ୍ୟାଙ୍ଗଷ୍ଟର ଦୁବେଙ୍କ କାନ୍‌ପୁରସ୍ଥିତ ଘର ଉପରେ ଚଢ଼ାଉ କରିବା ଲାଗି ପୋଲିସ ଟିମ୍‌ ଯାଇଥିବାବେଳେ ସେ ଓ ତାଙ୍କ ସହଯୋଗୀମାନଙ୍କ ଗୁଳିରେ ୮ ଜଣ ପୋଲିସ ପ୍ରାଣ ହରାଇଥିଲେ। ଏହାର ସପ୍ତାହେ ମଧ୍ୟରେ ପୋଲିସ ଏନ୍‌କାଉଣ୍ଟରରେ ଦୁବେ ଓ ତାଙ୍କ ଗ୍ୟାଙ୍ଗ୍‌ର ୫ ସଦସ୍ୟ ନିହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱବିଦ୍ୟାଳୟରେ ପ୍ରଦାନ କରାଯାଉଥିବା ଶିକ୍ଷା ସମାଜରେ ହୋଇଥାଏ ପ୍ରତିଫଳିତ: ପ୍ରଧାନ ବିଚାରପତି

ନାଗପୁର,୧୮।୧: ବିଶ୍ୱବିଦ୍ୟାଳୟ ଇଟା ଏବଂ ସିମେଣ୍ଟରେ ନିର୍ମାଣ କରାଯାଇଥିବା ଏକ ଉତ୍ପାଦନ କେନ୍ଦ୍ର ନୁହେଁ। ଏଠାରେ ପ୍ରଦାନ କରାଯାଉଥିବା ଶିକ୍ଷା ହିଁ ପରବର୍ତ୍ତୀ ସମୟରେ ଶିକ୍ଷାର୍ଥୀଙ୍କ...

ପଶ୍ଚିମବଙ୍ଗ ଡାକ୍ତରଙ୍କୁ ଆଇଏମ୍‌ଏର ସମର୍ଥନ: ୧୭ରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ନୂଆଦିଲ୍ଲୀ,୧୫ା୬(ପି.ଟି.) କୋଲକାତାରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ୪ ଦିନ ଧରି ଚାଲିଥିବା ଆନ୍ଦୋଳନ ବ୍ୟାପକ ହୋଇଛି। ଡାକ୍ତରମାନଙ୍କ ଆନ୍ଦୋଳନକୁ ବିଭିନ୍ନ ମହଲରୁ ସମର୍ଥନ ମିଳିଛି।...

ଏମିତି ଗାଁ ଯେଉଁଠି ଘରେ ଘରେ ଭିନ୍ନକ୍ଷମ

ଉତ୍ତରପ୍ରଦେଶର ଆଗ୍ରାଠାରୁ ୨୦ କିଲୋମିଟର ଦୂର ଗ୍ବାଲିୟର ରୋଡରେ ବରୋଲି ଅହିର ବ୍ଲକ୍‌ର ୧୧ଟି ଗାରଁ ଦୁଃଖ କହିଲେ ନ ସରେ। ଏହି ସବୁ ଗାଁରେ...

ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ

ଉଜ୍ଜୈନ,୪।୪: ମଧ୍ୟପ୍ରଦେଶର ଉଜ୍ଜୈନରେ ଏକ ହସ୍ପିଟାଲରେ ନିଆଁ ଲାଗିଯାଇଛି। ରବିବାର ସକାଳ ୧୧.୩୦ ସମୟରେ ପାଟିଦାର ଫ୍ରିଗଞ୍ଜର ପାଟିଦାର ହସ୍ପିଟାଲରେ ନିଆଁ ଲାଗିଯାଇଥିଲା। ଏହି ଘଟଣା...

ଶ୍ରୀଲଙ୍କା ଭଳି ପରିସ୍ଥିତିକୁ ସାମ୍ନା କରିବାକୁ ପଡିବ ମୋଦିଙ୍କୁ: ଟିଏମସି ବିଧାୟକ

କୋଲକାତା,୧୦ ।୭: ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ବେଳକୁ ବେଳ ଖରାପ ହେବାରେ ଲାଗିଛି । ଏବେ ପରିସ୍ଥିତି ଏପରି ହୋଇଛି ଯେ ଶେଷକୁ ରାଷ୍ଟ୍ରପତିଙ୍କୁ ଅଣ୍ଡରଗ୍ରାଉଣ୍ଡ...

ଶାହିନ୍‌ ବାଗ୍‌ ପ୍ରଦର୍ଶନ ପଛରେ ୨ ଯାଆଁଳା ଭାଇ କେଜ୍‌ରିଓ୍ବାଲ-ରାହୁଲ: ଭାଜପା

ନୂଆଦିଲ୍ଲୀ,୨୩।୧: ଦିଲ୍ଲୀର ଶାହିନ୍‌ ବାଗ୍‌ଠାରେ ଦୀର୍ଘ ଦିନ ହେଲା ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ପ୍ରଦର୍ଶନ ଜାରି ରହିଛି। ଏନେଇ ଭାଜପା ପକ୍ଷରୁ ଆମ୍‌ ଆଦ୍‌ମୀ...

ଦେଶରେ ଏବେ ଭୟର ବାତାବରଣ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୭।୧୧: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ବର୍ତ୍ତମାନ ମହାରାଷ୍ଟ୍ର ଦେଇ ଯାଉଛି। ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଖବରଦାତା ସମ୍ମିଳନୀ କରି ମୋଦି...

ଦ୍ରୌପଦୀ ମୁର୍ମୁଙ୍କ ବିଜୟକୁ ନେଇ ଭାଜପା ଆଶ୍ୱସ୍ତ, ବିଜୟୀ ଘୋଷଣା ହେବା ପରେ ସାରା ଦେଶର ଆଦିବାସୀ ଗାଁରେ ପାଳନ ହେବ ଉତ୍ସବ

ନୂଆଦିଲ୍ଲୀ,୧୪ ।୭: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କ ବିଜୟକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଏକ ପ୍ରକାର ଆଶ୍ୱସ୍ତ ରହିଛି । ଯେମିତି...

Advertisement
Archives

Model This Week