Posted inଫୁରସତ

ଇକୋଫ୍ରେଣ୍ଡ୍‌ଲି ‘ଅଳକାନନ୍ଦା କ୍ରୁଜ୍‌’

ବାରାଣସୀର ପ୍ରସିଦ୍ଧ ବାବା ବିଶ୍ୱନାଥ ମନ୍ଦିରରେ ଅନୁଷ୍ଠିତ ଦେବ ଦୀପାବଳି ଉତ୍ସବରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଅଳକାନନ୍ଦା କ୍ରୁଜ୍‌’ରେ ଜଳଯାତ୍ରା କରିଥିଲେ। ଏହା ପରେ ଏହି ଭବ୍ୟ ଜାହାଜକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପୃଥିବୀର ସବୁଠାରୁ ପୁରାତନ ସହର ଦେଇ ପ୍ରବାହିତ ଗଙ୍ଗା ନଦୀରେ ଥିବା ଏହି କ୍ରୁଜ୍‌ରେ ପଞ୍ଚତାରକା ହୋଟେଲ ଭଳି ସମସ୍ତ ସୁବିଧା ରହିଛି। କେବଳ ଏତିକି ନୁହେଁ, ଏହାର ଆଭ୍ୟନ୍ତରୀଣ ପରିବେଶ ମଧ୍ୟ ଇକୋ ଫ୍ରେଣ୍ଡ୍‌ଲି।

ବାରାଣସୀ: ହିନ୍ଦୁ ସଂସ୍କୃତିର ସପ୍ତତୀର୍ଥ ମଧ୍ୟରେ ଅନ୍ୟତମ ବାରାଣସୀ। ଗଙ୍ଗାଘାଟ ଲାଗି ଏହା ଯେତିକି ପ୍ରସିଦ୍ଧ, ଏଠାରେ ନିୟୋଜିତ ‘ଅଳକାନନ୍ଦା କ୍ରୁଜ୍‌’ ଲାଗି ସେତିକି ଚର୍ଚ୍ଚିତ। ବାରାଣସୀର ଅଶୀଘାଟଠାରୁ ରାଜଘାଟ ପର୍ଯ୍ୟନ୍ତ ଚାଲୁଥିବା ଏହି ବିଳାସମୟ ଜାହାଜରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ।
୨,୦୦୦ ବର୍ଗଫୁଟ ବିଶିଷ୍ଟ ‘ଅଳକାନନ୍ଦା କ୍ରୁଜ୍‌’ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ। ଏକ ଫାଇବ୍‌ ଷ୍ଟାର ହୋଟେଲରେ ଯେଉଁ ସବୁ ସୁବିଧା ରହିଥାଏ, ଡବଲ ଡେକର ବିଶିଷ୍ଟ ଏହି କ୍ରୁଜ୍‌ରେ ସେସବୁ ରହିଛି। ଏହାର ଝରକାଗୁଡ଼ିକ ଖୁବ୍‌ ବଡ଼, ଯାହା ସହାୟତାରେ ଯାତ୍ରୀମାନେ ଗଙ୍ଗାନଦୀରେ ଜଳଯାତ୍ରାକୁ ସ୍ମୃତିମଧୁର କରିପାରିବେ। ସକାଳେ ଅଶୀ ଘାଟରେ ହେଉଥିବା ସୁବହ-ଏ-ବନାରସ ଏବଂ ସନ୍ଧ୍ୟାରେ ଦଶାଶ୍ୱମେଧ ଘାଟରେ ଗଙ୍ଗା ଆଳତିର ଦୃଶ୍ୟକୁ ଅତି ନିକଟରୁ କ୍ରୁଜ୍‌ ଦେଖାଇଥାଏ।
କ୍ରୁଜ୍‌ର ତଳ ଡେକ୍‌ରେ ୬୦ ଏବଂ ଉପର ଡେକ୍‌ରେ ୩୦ ଜଣ ବସିବା ସୁବିଧା ରହିଛି। ଯାତ୍ରୀଙ୍କ ଲାଗି ଏଠାରେ ସ୍ବାଦିଷ୍ଠ ବ୍ୟଞ୍ଜନ ବ୍ୟବସ୍ଥା ମଧ୍ୟ ଉପଲବ୍ଧ। ଷ୍ଟ୍ରିଟ୍‌ଫୁଡ୍‌ଠାରୁ ଆରମ୍ଭ କରି ଶାକାହାର ଏବଂ ଅନ୍ୟ ସୁଆଦିଆ ଖାଦ୍ୟ ଅର୍ଡର ଅନୁଯାୟୀ ଯୋଗାଇ ଦିଆଯାଏ। କ୍ରୁଜ୍‌ର ଦ୍ୱିତୀୟ ମହଲାରେ ଅତ୍ୟାଧୁନିକ ରେଷ୍ଟୁରାଣ୍ଟ ରହିଛି। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ତାଳେ ତାଳେ ଏଥିରେ ଜଳଯାତ୍ରା ପର୍ଯ୍ୟଟକଙ୍କୁ ଅଧିକ ଆମୋଦିତ କରିଥାଏ। ‘ଅଳକାନନ୍ଦା କ୍ରୁଜ୍‌’ରେ ଯାତ୍ରା ଲାଗି ଜଣକା ୭୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। ଏଥିସହ ଟ୍ୟାକ୍ସ ଏବଂ ଖାଦ୍ୟପେୟଜନିତ ଅନ୍ୟ ଖର୍ଚ୍ଚ ଅଲଗା ରହିଛି। କ୍ରୁଜ୍‌ ଦୈନିକ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଯାତ୍ରା କରେ। ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଗଙ୍ଗା ଆଳତି ଦେଖିବା ଲାଗି ଏଥିରେ ଯାତ୍ରା କରିବାକୁ ପ୍ରାଥମିକତା ଦେଇଥାନ୍ତି। ଅପରାହ୍ନରେ କ୍ରୁଜ୍‌ରେ କର୍ପୋରେଟ ମିଟିଂ ପାର୍ଟି ଲାଗି ବୁକ୍‌ କରାଯାଇଥାଏ। କରୋନାଜନିତ ଲକ୍‌ଡାଉନ କାରଣରୁ ‘ଅଳକାନନ୍ଦା କ୍ରୁଜ୍‌’ର ସେବା ପ୍ରଭାବିତ ହୋଇଥିଲା। ତେବେ କୋଭିଡ୍‌ କଟକଣା ଅନୁଯାୟୀ ଏହାକୁ ପୁନର୍ବାର ଆରମ୍ଭ କରାଯାଇଛି। ଷ୍ଟାର୍ଟଅପ୍‌ ଇଣ୍ଡିଆ ଆନୁକୂଲ୍ୟରେ ନିର୍ମାଣ କରାଯାଇଥିବା ଏହି କ୍ରୁଜ୍‌ ପ୍ରସ୍ତୁତରେ ରିଭର ବୋଟ୍‌ କମ୍ପାନୀ ‘ନର୍ଡିକ୍‌ କ୍ରୁଜ୍‌ଲାଇନ’ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଛି। ଗଙ୍ଗା ଆଳତି ଦର୍ଶନ କରିବାକୁ ପୃଥିବୀରୁ ଲକ୍ଷାଧିକ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଆସୁଥିବାବେଳେ ସେମାନଙ୍କୁ ସୁବିଧା ଯୋଗାଇଦେବା ଏହି ଅତ୍ୟାଧୁନିକ କ୍ରୁଜ୍‌ର ଉଦ୍ଦେଶ୍ୟ।
ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବାକୁ କେନ୍ଦ୍ର ସରକାର ଅଭିଯାନ ଆରମ୍ଭ କରିଛନ୍ତି। ଏଥିଲାଗି ବହୁ କୋଟି ଟଙ୍କାର ପ୍ରକଳ୍ପ ‘ନମାମି ଗଙ୍ଗେ’ କାର୍ଯ୍ୟକାରୀ କରାଯାଇଛି। ତେଣୁ ‘ଅଳକାନନ୍ଦା କ୍ରୁଜ୍‌’ରେ ଯାତ୍ରା କରିବା ସମୟରେ ନଦୀଜଳ ଯେପରି ପ୍ରଦୂଷିତ ନ ହେବ, ସେଥିଲାଗି ବିଶେଷ ଧ୍ୟାନ ଦିଆଯାଇଛି। ଶୌଚ କରିବା ଲାଗି ଏଠାରେ ରହିଛି ବାୟୋ ଟଏଲଟ୍‌ ବ୍ୟବସ୍ଥା। ଖାଦ୍ୟପେୟ ପରେ ବର୍ଜ୍ୟବସ୍ତୁ ପାଣିରେ ନ ପକାଇବାକୁ କଡ଼ା ନିୟମ କରାଯାଇଛି। ବିଭିନ୍ନ ବର୍ଜ୍ୟ ଲାଗି ପୃଥକ୍‌ ଡଷ୍ଟବିନ ରହିଛି। କ୍ରୁଜ୍‌ର ଇଞ୍ଜିନ୍‌କୁ ପରିବେଶ ଅନୁକୂଳ ଭଳି ନିର୍ମାଣ କରାଯାଇଛି। ଏହା ସାଉଣ୍ଡପ୍ରୁଫ୍‌ ମଧ୍ୟ, ଯାହା ପର୍ଯ୍ୟଟକଙ୍କ ଯାତ୍ରାକୁ ଅଧିକ ଆରାମଦାୟକ କରିଥାଏ। ସେହିପରି ଜରୁରିକାଳୀନ ସମୟରେ ଯାତ୍ରୀଙ୍କ ଲାଗି ସୁରକ୍ଷା ଜ୍ୟାକେଟ, ଲାଇଫ୍‌ଗାର୍ଡ ସମେତ ଲାଇଫ୍‌ ବୋଟ ବ୍ୟବସ୍ଥା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri