Posted inଫୁରସତ

ଇକୋଫ୍ରେଣ୍ଡ୍‌ଲି ‘ଅଳକାନନ୍ଦା କ୍ରୁଜ୍‌’

ବାରାଣସୀର ପ୍ରସିଦ୍ଧ ବାବା ବିଶ୍ୱନାଥ ମନ୍ଦିରରେ ଅନୁଷ୍ଠିତ ଦେବ ଦୀପାବଳି ଉତ୍ସବରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଅଳକାନନ୍ଦା କ୍ରୁଜ୍‌’ରେ ଜଳଯାତ୍ରା କରିଥିଲେ। ଏହା ପରେ ଏହି ଭବ୍ୟ ଜାହାଜକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପୃଥିବୀର ସବୁଠାରୁ ପୁରାତନ ସହର ଦେଇ ପ୍ରବାହିତ ଗଙ୍ଗା ନଦୀରେ ଥିବା ଏହି କ୍ରୁଜ୍‌ରେ ପଞ୍ଚତାରକା ହୋଟେଲ ଭଳି ସମସ୍ତ ସୁବିଧା ରହିଛି। କେବଳ ଏତିକି ନୁହେଁ, ଏହାର ଆଭ୍ୟନ୍ତରୀଣ ପରିବେଶ ମଧ୍ୟ ଇକୋ ଫ୍ରେଣ୍ଡ୍‌ଲି।

ବାରାଣସୀ: ହିନ୍ଦୁ ସଂସ୍କୃତିର ସପ୍ତତୀର୍ଥ ମଧ୍ୟରେ ଅନ୍ୟତମ ବାରାଣସୀ। ଗଙ୍ଗାଘାଟ ଲାଗି ଏହା ଯେତିକି ପ୍ରସିଦ୍ଧ, ଏଠାରେ ନିୟୋଜିତ ‘ଅଳକାନନ୍ଦା କ୍ରୁଜ୍‌’ ଲାଗି ସେତିକି ଚର୍ଚ୍ଚିତ। ବାରାଣସୀର ଅଶୀଘାଟଠାରୁ ରାଜଘାଟ ପର୍ଯ୍ୟନ୍ତ ଚାଲୁଥିବା ଏହି ବିଳାସମୟ ଜାହାଜରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ।
୨,୦୦୦ ବର୍ଗଫୁଟ ବିଶିଷ୍ଟ ‘ଅଳକାନନ୍ଦା କ୍ରୁଜ୍‌’ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ। ଏକ ଫାଇବ୍‌ ଷ୍ଟାର ହୋଟେଲରେ ଯେଉଁ ସବୁ ସୁବିଧା ରହିଥାଏ, ଡବଲ ଡେକର ବିଶିଷ୍ଟ ଏହି କ୍ରୁଜ୍‌ରେ ସେସବୁ ରହିଛି। ଏହାର ଝରକାଗୁଡ଼ିକ ଖୁବ୍‌ ବଡ଼, ଯାହା ସହାୟତାରେ ଯାତ୍ରୀମାନେ ଗଙ୍ଗାନଦୀରେ ଜଳଯାତ୍ରାକୁ ସ୍ମୃତିମଧୁର କରିପାରିବେ। ସକାଳେ ଅଶୀ ଘାଟରେ ହେଉଥିବା ସୁବହ-ଏ-ବନାରସ ଏବଂ ସନ୍ଧ୍ୟାରେ ଦଶାଶ୍ୱମେଧ ଘାଟରେ ଗଙ୍ଗା ଆଳତିର ଦୃଶ୍ୟକୁ ଅତି ନିକଟରୁ କ୍ରୁଜ୍‌ ଦେଖାଇଥାଏ।
କ୍ରୁଜ୍‌ର ତଳ ଡେକ୍‌ରେ ୬୦ ଏବଂ ଉପର ଡେକ୍‌ରେ ୩୦ ଜଣ ବସିବା ସୁବିଧା ରହିଛି। ଯାତ୍ରୀଙ୍କ ଲାଗି ଏଠାରେ ସ୍ବାଦିଷ୍ଠ ବ୍ୟଞ୍ଜନ ବ୍ୟବସ୍ଥା ମଧ୍ୟ ଉପଲବ୍ଧ। ଷ୍ଟ୍ରିଟ୍‌ଫୁଡ୍‌ଠାରୁ ଆରମ୍ଭ କରି ଶାକାହାର ଏବଂ ଅନ୍ୟ ସୁଆଦିଆ ଖାଦ୍ୟ ଅର୍ଡର ଅନୁଯାୟୀ ଯୋଗାଇ ଦିଆଯାଏ। କ୍ରୁଜ୍‌ର ଦ୍ୱିତୀୟ ମହଲାରେ ଅତ୍ୟାଧୁନିକ ରେଷ୍ଟୁରାଣ୍ଟ ରହିଛି। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ତାଳେ ତାଳେ ଏଥିରେ ଜଳଯାତ୍ରା ପର୍ଯ୍ୟଟକଙ୍କୁ ଅଧିକ ଆମୋଦିତ କରିଥାଏ। ‘ଅଳକାନନ୍ଦା କ୍ରୁଜ୍‌’ରେ ଯାତ୍ରା ଲାଗି ଜଣକା ୭୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। ଏଥିସହ ଟ୍ୟାକ୍ସ ଏବଂ ଖାଦ୍ୟପେୟଜନିତ ଅନ୍ୟ ଖର୍ଚ୍ଚ ଅଲଗା ରହିଛି। କ୍ରୁଜ୍‌ ଦୈନିକ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଯାତ୍ରା କରେ। ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଗଙ୍ଗା ଆଳତି ଦେଖିବା ଲାଗି ଏଥିରେ ଯାତ୍ରା କରିବାକୁ ପ୍ରାଥମିକତା ଦେଇଥାନ୍ତି। ଅପରାହ୍ନରେ କ୍ରୁଜ୍‌ରେ କର୍ପୋରେଟ ମିଟିଂ ପାର୍ଟି ଲାଗି ବୁକ୍‌ କରାଯାଇଥାଏ। କରୋନାଜନିତ ଲକ୍‌ଡାଉନ କାରଣରୁ ‘ଅଳକାନନ୍ଦା କ୍ରୁଜ୍‌’ର ସେବା ପ୍ରଭାବିତ ହୋଇଥିଲା। ତେବେ କୋଭିଡ୍‌ କଟକଣା ଅନୁଯାୟୀ ଏହାକୁ ପୁନର୍ବାର ଆରମ୍ଭ କରାଯାଇଛି। ଷ୍ଟାର୍ଟଅପ୍‌ ଇଣ୍ଡିଆ ଆନୁକୂଲ୍ୟରେ ନିର୍ମାଣ କରାଯାଇଥିବା ଏହି କ୍ରୁଜ୍‌ ପ୍ରସ୍ତୁତରେ ରିଭର ବୋଟ୍‌ କମ୍ପାନୀ ‘ନର୍ଡିକ୍‌ କ୍ରୁଜ୍‌ଲାଇନ’ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଛି। ଗଙ୍ଗା ଆଳତି ଦର୍ଶନ କରିବାକୁ ପୃଥିବୀରୁ ଲକ୍ଷାଧିକ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଆସୁଥିବାବେଳେ ସେମାନଙ୍କୁ ସୁବିଧା ଯୋଗାଇଦେବା ଏହି ଅତ୍ୟାଧୁନିକ କ୍ରୁଜ୍‌ର ଉଦ୍ଦେଶ୍ୟ।
ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବାକୁ କେନ୍ଦ୍ର ସରକାର ଅଭିଯାନ ଆରମ୍ଭ କରିଛନ୍ତି। ଏଥିଲାଗି ବହୁ କୋଟି ଟଙ୍କାର ପ୍ରକଳ୍ପ ‘ନମାମି ଗଙ୍ଗେ’ କାର୍ଯ୍ୟକାରୀ କରାଯାଇଛି। ତେଣୁ ‘ଅଳକାନନ୍ଦା କ୍ରୁଜ୍‌’ରେ ଯାତ୍ରା କରିବା ସମୟରେ ନଦୀଜଳ ଯେପରି ପ୍ରଦୂଷିତ ନ ହେବ, ସେଥିଲାଗି ବିଶେଷ ଧ୍ୟାନ ଦିଆଯାଇଛି। ଶୌଚ କରିବା ଲାଗି ଏଠାରେ ରହିଛି ବାୟୋ ଟଏଲଟ୍‌ ବ୍ୟବସ୍ଥା। ଖାଦ୍ୟପେୟ ପରେ ବର୍ଜ୍ୟବସ୍ତୁ ପାଣିରେ ନ ପକାଇବାକୁ କଡ଼ା ନିୟମ କରାଯାଇଛି। ବିଭିନ୍ନ ବର୍ଜ୍ୟ ଲାଗି ପୃଥକ୍‌ ଡଷ୍ଟବିନ ରହିଛି। କ୍ରୁଜ୍‌ର ଇଞ୍ଜିନ୍‌କୁ ପରିବେଶ ଅନୁକୂଳ ଭଳି ନିର୍ମାଣ କରାଯାଇଛି। ଏହା ସାଉଣ୍ଡପ୍ରୁଫ୍‌ ମଧ୍ୟ, ଯାହା ପର୍ଯ୍ୟଟକଙ୍କ ଯାତ୍ରାକୁ ଅଧିକ ଆରାମଦାୟକ କରିଥାଏ। ସେହିପରି ଜରୁରିକାଳୀନ ସମୟରେ ଯାତ୍ରୀଙ୍କ ଲାଗି ସୁରକ୍ଷା ଜ୍ୟାକେଟ, ଲାଇଫ୍‌ଗାର୍ଡ ସମେତ ଲାଇଫ୍‌ ବୋଟ ବ୍ୟବସ୍ଥା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?