କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ ଏକ୍‌ମୋ ମେଶିନ

ଭୁବନେଶ୍ୱର, ୧୦ା୬(ବ୍ୟୁରୋ): କରୋନାରେ ଗୁରୁତର ରୋଗୀଙ୍କ ପାଇଁ ଏବେ ଏକ୍‌ମୋ ଚିକିତ୍ସା ଜରୁରୀ ହୋଇପଡୁଛି। ରାଜ୍ୟରେ କୌଣସି ସରକାରୀ ହସ୍ପିଟାଲରେ ଏହି ମେଶିନ ନ ଥିବାରୁ ବହୁ ରୋଗୀ ଚିକିତ୍ସା ପାଇଁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହେଉଛନ୍ତି। ତେଣୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଏକ୍‌ମୋ ମେଶିନ ପ୍ରତିଷ୍ଠା ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏସ୍‌ସିବି ମେଡିକାଲ ସମେତ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଏହି ଚିକିତ୍ସା ସେବା ଉପଲବ୍ଧ ହେବ। ରାଜ୍ୟକୁ ଆବଶ୍ୟକ ମେଶିନ ଯୋଗାଣ, ସ୍ଥାପନ ଓ ବ୍ୟବହାର ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଭାରତରେ ଏହି ମେଶିନ ଉତ୍ପାଦନ ହେଉ ନାହିଁ। ତେଣୁ ବିଦେଶରୁ ମେଶିନ ଆଣିବା ପ୍ରକ୍ରିୟା ଚାଲିଥିବା ଡିଏମ୍‌ଇଟି ସି.ବି.କେ. ମହାନ୍ତି କହିଛନ୍ତି।
ଗୁରୁତର ରୋଗୀଙ୍କ ଫୁସ୍‌ଫୁସ୍‌ ଓ ହୃତ୍‌ପିଣ୍ଡ ଠିକ୍‌ରେ କାମ କରୁ ନ ଥିଲେ ଏକ୍ସଟ୍ରାକର୍ପୋରିଲ୍‌ ମେମ୍ବ୍ରାନ୍‌ ଅକ୍ସିଜେନେଶନ (ଏକ୍‌ମୋ) ମେଶିନର ଆବଶ୍ୟକ ପଡ଼େ। ବାହାରୁ ଅକ୍ସିଜେନ ଦିଆଗଲେ ବି ଯଦି ଫୁସ୍‌ଫୁସ୍‌ ଶରୀରକୁ ଯୋଗାଇବାରେ ବିଫଳ ହୁଏ କିମ୍ବା ଭେଣ୍ଟିଲେଟର ଲାଗିବା ପରେ ଯଦି ଶରୀରୁ ଅଙ୍ଗାରକାମ୍ଳ ନିର୍ଗତ ନ ହୁଏ କିମ୍ବା ହୃତ୍‌ପିଣ୍ଡ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ରକ୍ତ ଯୋଗାଣରେ ବିଫଳ ହୁଏ, ସେତେବେଳେ ମଧ୍ୟ ଏକ୍‌ମୋ ମେଶିନ ବ୍ୟବହାର ହୋଇଥାଏ। ଓଡ଼ିଶାରେ ମାତ୍ର ଦୁଇଟି ଘରୋଇ ହସ୍ପିଟାଲରେ ଏକ୍‌ମୋ ମେଶିନ ରହିଥିଲେ ମଧ୍ୟ ରାଜ୍ୟର କୌଣସି ସରକାରୀ ମେଡିକାଲରେ ଏହି ଚିକିତ୍ସା ଉପଲବ୍ଧ ନାହିଁ। ଫଳରେ ସପ୍ତାହ ମଧ୍ୟରେ ୩ ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କୁ ଏୟାରଲିଫ୍ଟିଂ କରାଯାଇସାରିଲାଣି। ପ୍ରଥମେ ଗଞ୍ଜାମର ଅମ୍ରିତ ପ୍ରଧାନଙ୍କୁ ଚେନ୍ନାଇକୁ ଏୟାରଲିଫ୍ଟିଂ କରାଯାଇଥିବାବେଳେ ମଙ୍ଗଳବାର ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଓ ବୁଧବାର ଭଦ୍ରକର ଅଭିଷେକ ମହାପାତ୍ରଙ୍କୁ କୋଲକାତାକୁ ଏୟାରଲିଫ୍ଟିଂ କରାଯାଇଛି। ଆଗକୁ ଏହି ଚିକିତ୍ସା ପାଇବାକୁ ଥିବା ରୋଗୀଙ୍କ ସଂଖ୍ୟା ବଢ଼ିଲେ ସ୍ଥିତି ଅସମ୍ଭାଳ ହୋଇଯିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଏହି ଚିକିତ୍ସା ପାଇଁ ଯାଉଥିବା ରୋଗୀଙ୍କ ଲାଗି ଦିନକୁ ପ୍ରାୟ ୨ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନ ଅଣ୍ଡାଖାଇ ୧୪ ଛାତ୍ରୀଛାତ୍ର ଅସୁସ୍ଥ

ଖଣ୍ଡପଡ଼ା,୧୮ା୭(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ବାଣପୁର ପଞ୍ଚାୟତ ଅଧୀନ ଘଣାଶାଳିଆ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅଣ୍ଡା ଖାଇ ବୁଧବାର ୧୪ ଛାତ୍ରୀଛାତ୍ର ଅସୁସ୍ଥ...

୨୪ରେ ଢେଙ୍କାନାଳ ଲକ୍ଷ୍ମୀପୂଜା ଭସାଣି

ଢେଙ୍କାନାଳ ଅଫିସ,୨୨ା୧୦ ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବର ଭସାଣି ଉତ୍ସବ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଜିଲା କାର୍ଯ୍ୟାଳୟର ସଦ୍‌ଭାବନା ଗୃହରେ...

୧୪ ଗ୍ରାମ ବ୍ରାଉନସୁଗାର ଜବତ: ଗିରଫ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଖୋର୍ଦ୍ଧା ଅଫିସ,୨୭ା୯: ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ସ୍ବପ୍ନେଶ୍ୱର ମନ୍ଦିର ନିକଟରୁ ଗୁରୁବାର ଗିରଫ କରିଥିବା କୋରାପୁଟ ଜିଲା ଜୟପୁରର ଟି....

ବାଘ ଛାଲ ବିକ୍ରି ପାଇଁ ହେଉଥିଲା ଡିଲ୍‌, ଧରାପଡ଼ିଲେ ଯୁବକ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଭୁବନେଶ୍ୱରର ବରମୁଣ୍ଡାରେ କଲରା ପତରିୟା ବାଘ ଛାଲ ବିକ୍ରି ପାଇଁ ମଙ୍ଗଳବାର ଡିଲ୍‌ ଚାଲିଥିଲା। ଏହି ସମୟରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ...

ଗଜପତି ମହାରାଜାଙ୍କ ଭ୍ରମଣ ପୁସ୍ତକ ‘ମାଜେଷ୍ଟିକ୍‌ ମାରା’କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଭ୍ରମଣ ପୁସ୍ତକକୁ ଉନ୍ମୋଚନ କରିଛନ୍ତି। କେନିଆର ମଶାଇ ମାରା ଅଭୟାରଣ୍ୟର ଭ୍ରମଣ ଅନୁଭୂତିକୁ...

ବିଜିୟୁର ନବାଗତ ବିଏଜେଏମ୍‌ସି ଏବଂ ଏମ୍‌ଏଜେଏମ୍‌ସି ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ଡିଜିଟାଲ ଗଣମାଧ୍ୟମ ସାମ୍ବାଦିକତାର ଭବିଷ୍ୟତ

ଭୁବନେଶ୍ୱର,୩।୮(ବ୍ୟୁରୋ): ବିର୍ଲା ଗ୍ଲୋବାଲ ୟୁନିଭରସିଟିର ବିର୍ଲା ସ୍କୁଲ ଅଫ କମ୍ୟୁନିକେଶନ ପକ୍ଷରୁ ନବାଗତ ସପ୍ତମ ବ୍ୟାଚ୍‌ର ଏମ୍‌ଏଜେଏମ୍‌ସି ଏବଂ ତୃତୀୟ ବ୍ୟାଚ୍‌ର ବିଏଜେଏମ୍‌ସି(ଅନର୍ସ) ଛାତ୍ରୀଛାତ୍ରମାନଙ୍କର ସ୍ବାଗତ...

ରୋଗୀଙ୍କ ହାତରେ ଲାଗିବ ଷ୍ଟାମ୍ପ, ବ୍ୟାଣ୍ଡ: ଗର୍ଭବତୀ, ଶିଶୁଙ୍କ ଟେଷ୍ଟ ନେଗେଟିଭ ଆସିଲେ ଯାଇପାରିବେ ଘରକୁ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଡିସ୍‌ଜାର୍ଚ୍ଚ ପଲିସିରେ ରାଜ୍ୟ ସରକାର ଆଉ ଟିକେ କଠୋର ହୋଇଛନ୍ତି। ଓଡ଼ିଶାରେ ଡିସ୍‌ଚାର୍ଜ ପରେ ୭ ଦିନ ପରିବର୍ତ୍ତେ ୧୪...

ହୋମ୍‌ଓ୍ବାର୍କ କରି ନ ଥିବାରୁ ଦଣ୍ଡ:ଛାତ୍ରଙ୍କୁ ଶ୍ରେଣୀକକ୍ଷରେ ବନ୍ଦକରି ପଳାଇଲେ ଶିକ୍ଷୟିତ୍ରୀ

ଜୟପୁର,୧୧।୯(ଡି.ଏନ୍‌.ଏ.):ହୋମଓ୍ବାର୍କ କରି ନ ଥିବାରୁ ଷ୍ଟାଣ୍ଡାର୍ଡ଼ ଓ୍ବାନ୍‌ର ଜଣେ କୋମଳମତି ଛାତ୍ରଙ୍କୁ ଶ୍ରେଣୀକକ୍ଷରେ ଲାଇଟ୍‌ ଓ ଫ୍ୟାନ୍‌ ଅଫ୍‌କରି କବାଟ ଦେଇ ପଳାଇଛନ୍ତି ଶିକ୍ଷୟିତ୍ରୀ। ଛାତ୍ର...

Advertisement
Archives

Model This Week