କରୋନା ଆକ୍ରାନ୍ତ ଛୋଟପିଲାଙ୍କ ପାଇଁ ମାର୍ଗଦର୍ଶିକା ଜାରି: ରେମଡେସିଭିର ବ୍ୟବହାର ମନା…

ନୂଆଦିଲ୍ଲୀ,୧୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ସୁରକ୍ଷା ଲାଗି ସାର୍ବଜନୀକ ଟିକାକରଣ ଜାରି ରହିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ଆକ୍ରାନ୍ତ ଶିଶୁଙ୍କ ପାଇଁ ମାର୍ଗଦର୍ଶିକା ପ୍ରକାଶ ପାଇଛି। ଛୋଟପିଲାଙ୍କ କ୍ଷେତ୍ରରେ ରେମଡେସିଭିର ବ୍ୟବହାର ମନା କରାଯାଇଛି। ରେମଡେସିଭିର ପାର୍ଶ୍ୱ ପ୍ରତିକ୍ରିୟା ଛୋଟ ପିଲାଙ୍କ ଉପରେ କିଭଳି ରହୁଛି ସେ ନେଇ ପ୍ରର୍ଯ୍ୟାପ୍ତ ତଥ୍ୟ ଉପଲବ୍ଧ ନ ଥିବାରୁ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

ସେହିପରି ଜରୁରୀ କ୍ଷେତ୍ରରେ ସିଟି ସ୍କାନ୍‌ କରାଯିବାକୁ ମହାନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ବିନା ଲକ୍ଷଣ କ୍ଷେତ୍ରରେ ଷ୍ଟେରଏଡ୍‌ର ବ୍ୟବହାରକୁ ମଧ୍ୟ ମନା କରାଯାଇଛି। ଛୋଟ ପିଲାଙ୍କ ଅକ୍ସିଜେନ୍‌ ସ୍ତର ଯାଞ୍ଚ୍‌ ପାଇଁ ୬ ମିନିଟ୍‌ର ଓ୍ବାର୍କ ଆଉଟ୍‌ କରାଯିବାକୁ ମାର୍ଗଦର୍ଶିକାରେ କୁହାଯାଇଛି। ୯୪ ପ୍ରତିଶତରୁ କମ୍‌ ସାଚୁରେଶନ କ୍ଷେତ୍ର ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ସାଧାରଣ କରୋନା ସଂକ୍ରମଣ ଲକ୍ଷଣ ପ୍ରକାଶ ପାଉଥିବା ଛୋଟ ପିଲାଙ୍କୁ ସେମାନଙ୍କ ଶରୀର ଓଜନର ପ୍ରତି କିଲୋଗ୍ରାମ୍‌ ହିସାବରେ ୧୦-୧୫ ମିଲିଗ୍ରାମ୍‌ ପାରାସିଟାମଲ ୪ରୁ ୬ ଘଣ୍ଟା ଅନ୍ତରରେ ଦେବାକୁ କୁହାଯାଇଛି। ମଧ୍ୟମ ଆକ୍ରାନ୍ତ କ୍ଷେତ୍ରରେ ଅକ୍ସିଜେନ ଦେବାକୁ ମାର୍ଗଦର୍ଶିକାରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକର ଦରମା ଦାନକଲେ ‘ନିରତାର’ କର୍ମଚାରୀ

କଣ୍ଟାପଡ଼ା,୧୫ା୪(ଡି.ଏନ୍‌.ଏ.) : କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନରେ ଓଲଟପୁରଠାରେ ଥିବା ଦିବ୍ୟାଙ୍ଗ ସ୍ବାସ୍ଥ୍ୟ ଓ ଗବେଷଣା କେନ୍ଦ୍ର ଓ ପାରାମେଡିକାଲ...

ରାମଦାସ ଅଠୱାଲେଙ୍କୁ କରୋନା

ମୁମ୍ବାଇ,୨୭।୧୦:ରିପବ୍ଲିକାନ ପାର୍ଟି ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋଟିଏ ଦିନ...

କରୋନା ଭୟ: ସଂକ୍ରମଣ ପୂର୍ବରୁ ନିଜକୁ ଅଲଗା କରି ରଖିଲେ ମୋଦିଙ୍କ ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୩: କରୋନା ଭାଇରସ ଏବେ ବିଶ୍ୱପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଚାଇନା ପରେ ଏବେ ଇଟାଲି, ଇରାନରେ ସବୁଠାରୁ ଅଧିକ ପରିମାଣରେ ଲୋକ କରୋନାରେ...

ଅରୁଣାଚଳରେ ପୁଣି ଖଣ୍ଡୁ ସରକାର

ଇଟାନଗର, ୩୦ା୫(ପି.ଟି.): ଅରୁଣାଚଳ ପ୍ରଦେଶର ଦଶମ ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ ଭାଜପା ନେତା ପେମା ଖଣ୍ଡୁ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଦୋର୍ଜି ଖଣ୍ଡୁ କନ୍‌ଭେନଶନ...

କୋଭିଡ-୧୯ ମୁକାବିଲା: ୫୧ ଲକ୍ଷ ଟଙ୍କା ଦେବ ସିସିଆଇ

ମୁମ୍ବାଇ,୧୭।୪(ପି.ଟି.): କୋଭିଡ୍‌-୧୯ ମୁକାବିଲାରେ ଏବେ ସାମିଲ ହୋଇଛି କ୍ରିକେଟ କ୍ଲବ ଅଫ୍‌ ଇଣ୍ଡିଆ (ସିସିଆଇ)। କରୋନା ଭାଇରସ ମୁକାବିଲା ପାଇଁ ସିସିଆଇ ୫୧ ଲକ୍ଷ ଟଙ୍କା...

ବିନା ପାସ୍‌ରେ ଓଡ଼ିଶାରେ ପ୍ରବେଶ ମନା, ଭୁଲ ରୁଟ୍‌ରେ ଗଲେ ସିଜ୍‌ ହେବ ବସ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୩।୫(ବ୍ୟୁରୋ): ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀମାନଙ୍କୁ ସୁରୁଖୁରୁରେ ଫେରାଇ ଆଣିବା ସହ କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ...

କରୋନାରେ ସଂକ୍ରମିତ ହେବାକୁ ଆୟୋଜିତ ହେଉଛି ପାର୍ଟି

କରୋନା ସଂକ୍ରମଣ ଯୋଗୁ ଏବେ ସମଗ୍ର ବିଶ୍ୱ ଚିନ୍ତାରେ। ତେବେ କରୋନା ଦ୍ୱାରା ଆମେରିକା ସବୁଠାରୁ ଅଧିକ କ୍ଷତି ସହିଛି। ଏଠାରେ କରୋନା ସଂକ୍ରମିତଙ୍କ ସହ...

କାହିଁକି ଲଣ୍ଡା ହୋଇଯିବେ ବୋଲି ଧମକ ଦେଇଥିଲେ ସୁଷମା

ନୂଆଦିଲ୍ଲୀ, ୭।୮: ବରିଷ୍ଠ ଭାଜପା ନେତ୍ରୀ ସୁଷମା ସ୍ବରାଜଙ୍କ ନିଧନରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ସର୍ବଦଳ ନିର୍ବିଶେଷରେ ଶେଷ ଦର୍ଷନ ପାଇଁ ତାଙ୍କ ବାସଭବନରେ...

Advertisement


Archives

Model This Week

Why Dharitri