Posted inଜାତୀୟ

ତ୍ରିପୁରା-ନାଗାଲାଣ୍ଡ-ମେଘାଳୟରେ ଫେବୃୟାରୀରେ ବିଧାନସଭା ନିର୍ବାଚନ ପାଇଁ ଇସିଙ୍କ ପ୍ରସ୍ତୁତି…

ନୂଆଦିଲ୍ଲୀ,୮।୧ : ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗଙ୍କର ଏକ ୧୬ ଜଣିଆ ଦଳ ଜାନୁଆରୀ ୧୧ରେ ତ୍ରିପୁରାରେ ପହଞ୍ଚି ବିଧାନସଭା ନିର୍ବାଚନର ପ୍ରସ୍ତୁତି ସମୀକ୍ଷା କରିବେ। ଏହି ଦଳ ନାଗାଲାଣ୍ଡ ଏବଂ ମେଘାଳୟ ମଧ୍ୟ ଗସ୍ତ କରିବେ। ଫେବୃଆରୀ ଦ୍ୱିତୀୟ ସପ୍ତାହ ପୂର୍ବରୁ ଆୟୋଗ ଏହି ରାଜ୍ୟଗୁଡିକରେ ନିର୍ବାଚନ କରିବାକୁ ଯୋଜନା କରୁଛନ୍ତି।

ତ୍ରିପୁରାର ମୁଖ୍ୟ ନିର୍ବାଚନ ଅଧିକାରୀ କିରଣ ଗିତ୍ତେ କହିଛନ୍ତି ଯେ ଆୟୋଗର ଟିମ ତିନି ଜଣ ନିର୍ବାଚନ କମିଶନର ଏବଂ ଅନ୍ୟ ୧୩ ଜଣ ଅଧିକାରୀଙ୍କୁ ନେଇ ଗଠିତ ହେବ। ଜାନୁଆରୀ ୧୧ରେ, ଆୟୋଗ ଦଳ ରାଜନୈତିକ ଦଳ, ନିର୍ବାଚନ ଅଧିକାରୀ ଏବଂ ଅନ୍ୟମାନଙ୍କ ସହ ଏକ ବୈଠକ କରିବେ। ଏହା ପରେ ଦଳ ଜାନୁଆରୀ ୧୨ ରେ ମେଘାଳୟ ଅଭିମୁଖେ ଯାତ୍ରା କରିବେ। ଜାନୁଆରୀ ୧୩ରେ ଶିଲଂରେ ରାଜନୈତିକ ଦଳ ଏବଂ ଅଧିକାରୀଙ୍କ ସହ ଏକ ବୈଠକ ହେବ। ଜାନୁଆରୀ ୧୪ ରେ, ଦଳ ନାଗାଲାଣ୍ଡ ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ।

ଦିଲ୍ଲୀ ଫେରିବା ପରେ ଆୟୋଗ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡ ପାଇଁ ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା କରିପାରନ୍ତି। ଫେବୃଆରୀ ୧୫ରୁ ସିବିଏସଇ ବୋର୍ଡ ପରୀକ୍ଷା ଆରମ୍ଭ ହେବ। ତେଣୁ ଆୟୋଗ ଫେବୃଆରୀ ଦ୍ୱିତୀୟ ସପ୍ତାହ ପୂର୍ବରୁ ଏହି ରାଜ୍ୟଗୁଡିକରେ ନିର୍ବାଚନ କରିବାକୁ ଯୋଜନା କରୁଛନ୍ତି।

ତ୍ରିପୁରାରେ ହେବାକୁ ଥିବା ବିଧାନସଭା ର୍ନିବାଚନରେ ଭୋଟ ହାର ବୃଦ୍ଧି କରିବାକୁ ନିର୍ବାଚନ ଆୟୋଗ ପ୍ରସ୍ତୁତ ହେଉଛନ୍ତି। ଭୋଟରଙ୍କ ସଂଖ୍ୟା ୯୦ ପ୍ରତିଶତରୁ ଅଧିକ ବୃଦ୍ଧି କରିବାକୁ ଆୟୋଗ ମିଶନ-୯୨୯ ଉପରେ କାର୍ଯ୍ୟ କରିବାକୁ ଯାଉଛି। ଏଥିପାଇଁ ୯୨୯ ମତଦାନ କେନ୍ଦ୍ର ଉପରେ ଧ୍ୟାନ ଦିଆଯିବ। ନିର୍ବାଚନ ଆୟୋଗର ଜଣେ ଅଧିକାରୀ କହିଛନ୍ତି ଯେ ୨୦୧୮ ବିଧାନସଭା ନିର୍ବାଚନରେ ଏହି ବୁଥଗୁଡିକରେ ୮୯ ପ୍ରତିଶତରୁ କମ ମତଦାନ ରେକର୍ଡ କରାଯାଇଛି। ବର୍ତ୍ତମାନ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଁ ସଚେତନତା ଅଭିଯାନ ସହିତ ନିର୍ବାଚନ ଅଧିକାରୀମାନେ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କୁ ଭେଟି ଭୋଟ ଦେବାକୁ ନିବେଦନ କରିବେ।

ଏଥି ସହିତ ମେଘାଳୟର ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ମଧ୍ୟ ଅଧିକରୁ ଅଧିକ ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରେ ଯୋଡିବାରେ ନିୟୋଜିତ ଅଛନ୍ତି। ସିଇଓଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଭିନ୍ନ ଜିଲାରେ ଭୋଟର ପଞ୍ଜିକରଣ ଡ୍ରାଇଭ ଆରମ୍ଭ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

ହ୍ୟାକ ହୋଇପାରିବନି ଇଭିଏମ, କରାଯାଇ ପାରିବନି ଟ୍ୟାମ୍ପରିଂ, ସୁପ୍ରିମକାର୍ଟରେ ନିର୍ବାଚନ କମିଶନଙ୍କ ସ୍ପଷ୍ଟ ଉତ୍ତର

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ରେ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବର୍ତ୍ତମାନ ୨୪ଘଣ୍ଟାରୁ କମ ସମୟ ବାକି ଅଛି।...

‘ଦକ୍ଷିଣ ଭାରତରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ନୂଆଦିଲ୍ଲୀ,୧୮।୪: ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ଦଳ ତଥା ବିରୋଧୀ ଦଳ ପକ୍ଷରୁ ଅନେକ ଦାବି କରାଯାଉଛି। ଗୋଟିଏ ପଟେ ଏନଡିଏ ୪୦୦ଟି ସିଟ...

କଂଗ୍ରେସର ‘ରାହୁଲୟାନ’ ନା ଲଞ୍ଚ ହୋଇପାରିଲା ନା ଲ୍ୟାଣ୍ଡ କରିପାରିଲା: ରାଜନାଥ

ପନ୍ତନମଥିଟ୍ଟା,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଶଙ୍ଖନାଦ ହୋଇଛି ଏବଂ ପ୍ରଥମ ପର୍ଯ୍ୟାୟ ଭୋଟ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ହେବ। ସେପଟେ କେନ୍ଦ୍ର ପ୍ରତିରକ୍ଷା...

ଟିକେଟ୍‌ ମିଳିବାର ୮ ଦିନ ପରେ ଦଳରୁ ବହିଷ୍କୃତ ହେଲେ ପ୍ରାର୍ଥୀ

ଲକ୍ଷ୍ନୌ,୧୮।୪: ବହୁଜନ ସମାଜ ପାର୍ଟୀ ପ୍ରାର୍ଥୀ ରାକେଶ କୁମାର କୁଶୱାହା ବାରୁଆଙ୍କୁ ଝାନସୀ-ଲଲିତପୁର ଲୋକ ସଭା ଆସନରୁ ଟିକେଟ୍‌ ଦେବାର ୮ ଦିନ ପରେ ଦଳରୁ...

ମୋ ଭୋଟ ବି ମ୍ୟାଡାମଙ୍କ ବୁଥକୁ ଟ୍ରାନ୍ସଫର କରି ଦିଅନ୍ତୁ, ଭାଇରାଲ ହେଉଛି ଏହି ନିର୍ବାଚନ ଅଧିକାରୀଙ୍କ ଫଟୋ

ନୂଆଦିଲ୍ଲୀ,୧୮।୪: ଦେଶରେ ଗଣତନ୍ତ୍ରର ମହାନ ପର୍ବ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଆସନ୍ତାକାଲି...

ଜେଲରେ ମିଠା-ଆମ୍ବ ଖାଉଛନ୍ତି କେଜରିଓ୍ବାଲ, କାହିଁକି କୋର୍ଟଙ୍କୁ ଏମିତି କହିଲେ ଇଡି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବାକୁ ଅନୁମତି ମାଗିଥିବା ଆବେଦନ ଉପରେ ଇଡି ରାଉଜ ଆଭେନ୍ୟୁ କୋର୍ଟରେ...

ନିର୍ବାଚନ ପ୍ରଚାର ଛାଡି ଏହି ବ୍ୟକ୍ତିଙ୍କ ଜନ୍ମଦିନ ପାଳନ କରିବାକୁ ଗଲେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚରମ ସୀମାରେ ରହିଛି। ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଶୁକ୍ରବାର ହେବାକୁ ଯାଉଛି। ଏଥିପାଇଁ ନିର୍ବାଚନ ପ୍ରଚାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri