ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକଟସ୍ଥ ବ୍ରିଜ ଠାରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ମଧ୍ୟରେ ଋଷିକୁଲ୍ୟା ନଦୀକୂଳରେ ପଥର ବାଜ ନିର୍ମାଣ କରାଯାଇଥିଲା । କିଛି ବର୍ଷ ହେଲା ଏହି ସଡ଼କ ପୋଲ ନିର୍ମାଣ କରାଯାଇଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଦାମୋଦରପୁର ଠାକୁରାଣୀ ମନ୍ଦିର ନିକଟରେ ଏକ ଶଙ୍ଖ ନିକଟରେ ପଥର ବନ୍ଧ ଦବିଯାଇଥିବା ଦେଖିବାକୁ ମିଳିଛି ।
ତେବେ ଏହା ଦ୍ବାରା ଆଗାମୀ ଦିନରେ ବନ୍ୟା ଜଳ ଦାମୋଦର ପୁର ଗ୍ରାମରେ ପଶିବ । ତୁରନ୍ତ ନିର୍ମାଣ କରାନଗଲେ ଶଙ୍ଖଟି ଭୁଶୁଡି ଯିବାର ଆଶଙ୍କା ପ୍ରକାଶ ପାଇଛି । ତତ ସହିତ ଦବି ଯାଇଥିବା ପଥର ବାଜ ଉପରେ ରହିଥିବା ରାସ୍ତା ନଷ୍ଟ ହୋଇପଡିବାର ସମ୍ଭାବନା ରହିଛି । ଉକ୍ତ ରାସ୍ତା ଦେଇ ପ୍ରତିଦିନ ଉକ୍ତ ରାସ୍ତା ଦେଇ ମତ୍ସ୍ୟଜୀବୀ ଓ ଅଂଚଳବାସୀ ଯିବାଆସିବା ଆସିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବ । ତେଣୁ ତୁରନ୍ତ ବିଭାଗିୟ କର୍ତ୍ତୃପକ୍ଷ ମରାମତି କରିବା ଦିଗରେ ପଦକ୍ଷେପ ନେବା ପାଇଁ ବିଜେଡି ଏନଏସି ଯୁବ ସଭାପତି ସୁଧୀର କୁମାର ପାଢ଼ୀ ଦାବି କରିଛନ୍ତି ।

