Posted inଖେଳ

ତୃତୀୟ ଟାଇଟଲ ଲକ୍ଷ୍ୟରେ ଜର୍ମାନୀ

ଭୁବନେଶ୍ୱର,୮ା୧ (ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର-ରାଉରକେଲାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ ୨୦୨୩ରେ ଅଂଶଗ୍ରହଣ କରିବା ପାଇଁ ଶନିବାର ଭୁବନେଶ୍ୱରରେ ପହଞ୍ଚିଛି ଦୁଇ ଦୁଇ ଥର ବିଶ୍ୱ ଚାମ୍ପିୟନ ଜର୍ମାନୀ। ଓଡ଼ିଶାରେ ଖେଳାଯାଇଥିବା ପୂର୍ବ ସଂସ୍କରଣରେ ଜର୍ମାନୀ ୫ମ ସ୍ଥାନରେ ରହିଥିଲା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଜର୍ମାନୀ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ପୁଲ୍‌ ବି’ରେ ଜାପାନ, ବେଲଜିୟମ ଏବଂ କୋରିଆ ସହିତ ଜର୍ମାନୀ ସ୍ଥାନ ପାଇଛି। ଜାନୁୟାରୀ ୧୪ ତାରିଖରେ ଜାପାନ ବିପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ଦଳ ନିଜର ଅଭିଯାନ ଆରମ୍ଭ କରିବ। ଦଳ ୨୦୦୨ ଓ ୨୦୦୬ରେ କ୍ରମାଗତ ଦୁଇଥର ଚାମ୍ପିୟନ ହୋଇଥିବା ବେଳେ ପୁନର୍ବାର ଏହି ସଫଳତା ଦୋହରାଇବାକୁ ପ୍ରୟାସ କରିବ।

ଓଡ଼ିଶାରେ ଖେଳିବା ପାଇଁ ଉତ୍ସାହୀ
ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍‌କୁ ନେଇ ଖେଳାଳିମାନେ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ଜର୍ମାନୀ ଦଳର ଅଧିନାୟକ ମ୍ୟାଟ୍ସ ଗ୍ରାମ୍ବଶ୍‌। ୨୦୨୦ ପରେ ଦଳ ନୂତନ କୋଚ ଆଣ୍ଡ୍ରେ ହେନିଙ୍ଗ୍ସଙ୍କ ଅଧୀନରେ କଡା ପରିଶ୍ରମ କରିଛି। ବିଗତ ୮ ମାସ ମଧ୍ୟରେ ନୂଆ କୋଚଙ୍କ ଅଧୀନରେ ଦଳ ୧୮ ମ୍ୟାଚ ଖେଳିଥିବା ବେଳେ ଏଥିରୁ ୧୩ଟିରେ ବିଜୟୀ ହୋଇଛି। ବିଶ୍ୱକପ୍‌ରେ ମଧ୍ୟ ଦଳ ସମାନ ପ୍ରଦର୍ଶନ ଦୋହରାଇବାକୁ ପ୍ରୟାସ କରିବ ବୋଲି ସେ କହିଛନ୍ତି। ୨୦୧୮ ସଂସ୍କରଣରେ ଦଳ ପଞ୍ଚମ ସ୍ଥାନରେ ଟୁର୍ନାମେଣ୍ଟ ଶେଷ କରିଥିବା ବେଳେ ଚଳିତ ବର୍ଷ ନିଜର ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପ୍ରୟାସ କରିବ ବୋଲି ସେ କହିଛନ୍ତି। ଓଡ଼ିଶାରେ ହକି ଖେଳିବା ସର୍ବଦା ଚ୍ୟାଲେଞ୍ଜପୂର୍ଣ୍ଣ ରହିଥାଏ। ବିଶ୍ୱକପ୍‌ ପାଇଁ ଦଳର ପ୍ରସ୍ତୁତି ଚମତ୍କାର ରହିଛି। ନିକଟରେ ସ୍ପେନ୍‌ରେ ଅନୁଷ୍ଠିତ ଷଡ଼ରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଦଳର ପ୍ରଦର୍ଶନ ମଧ୍ୟ ଚମତ୍କାର ରହିଥିଲା ବୋଲି କହିଛନ୍ତି ଗ୍ରାମ୍ବଶ୍‌। ଦଳ ନିଜ ପ୍ରଦର୍ଶନରେ ସାମାନ୍ୟ ଉନ୍ନତି ଆଣିବା ସହିତ ତୃତୀୟ ବିଶ୍ୱକପ୍‌ ହାସଲ କରିବାକୁ ପ୍ରୟାସ କରିବୁ ବୋଲି ସେ କହିଛନ୍ତି।

ଡିଫେନ୍ସ ଅଧିକ ସଶକ୍ତ
ଏହି ବୃହତ୍‌ ଟୁର୍ନାମେଣ୍ଟ ପୂର୍ବରୁ ଜର୍ମାନୀ ଦଳ ଏହାର ପ୍ରସ୍ତୁତି ଜୋରଦାର କରିଛି ବୋଲି କହିଛନ୍ତି କୋଚ୍‌ ଆଣ୍ଡ୍ରେ ହେନିଙ୍ଗ୍ସ। ପ୍ରସ୍ତୁତି ଶିବିରରେ ରକ୍ଷଣଭାଗ ଖେଳାଳି ସର୍ବାଧିକ ପରିଶ୍ରମ କରିଥିବା ବେଳେ ଦଳ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ଟେକ୍‌ନିକ୍‌ ଦୃଷ୍ଟିରୁ ସମସ୍ତ ଖେଳାଳି ମଧ୍ୟ ବେଶ୍‌ ସଶକ୍ତ ବୋଲି ହେନିଙ୍ଗ୍ସ କହିଛନ୍ତି। ଦଳର ଖେଳାଳିଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଥିବା ବେଳେ ଆମେ ପ୍ରାରମ୍ଭିକ ଭାବରେ ସେମିଫାଇନାଲ ଳକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?