Posted inଜାତୀୟ

୪୭୪ ଅଣସ୍ବୀକୃତ ଦଳକୁ ତାଲିକାରୁ ବାଦ୍‌ଦେଲେ ଇସି

ନୂଆଦିଲ୍ଲୀ,୨୦ା୯: ଗତ ୬ ବର୍ଷ ମଧ୍ୟରେ ଆଦୌ ନିର୍ବାଚନ ଲଢ଼ି ନ ଥିବା ସମେତ ନିୟମାବଳୀର ଉଲ୍ଲଂଘନ କରିଥିବା ଆଉ ୪୭୪ଟି ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ (ଆର୍‌ୟୁପିପି)କୁ ନିର୍ବାଚନ କମିଶନ (ଇସି) ଶୁକ୍ରବାର ତାଲିକାରୁ ବାଦ୍‌ ଦେଇଛନ୍ତି। ଗତ ଅଗଷ୍ଟ ୯ରେ ପ୍ରଥମ ପର୍ଯ୍ୟାୟରେ ୩୩୪ ପଞ୍ଜୀକୃତ ଅଣସ୍ବୀକୃତିପ୍ରାପ୍ତ ଦଳଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଥିଲା। ଏହିପରି ୨ ପର୍ଯ୍ୟାୟରେ ଇସି ମୋଟ ୮୦୮ଆର୍‌ୟୁପିପିକୁ ତାଲିକାରୁ ବାଦ୍‌ ଦେଲେଣି। ଏହି ଦଳଗୁଡ଼ିକ ବାଦ୍‌ ପଡ଼ିବା ପରେ ବର୍ତ୍ତମାନ ପଞ୍ଜୀକୃତ ଅଣସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ ସଂଖ୍ୟା ୨,୦୪୬କୁ ହ୍ରାସ ପାଇଛି। ଏହାକୁ ବାଦ୍‌ ଦେଇ ୬ଟି ସ୍ବୀକୃତିପ୍ରାପ୍ତ ଜାତୀୟ ଦଳ ଓ ୬୭ଟି ରାଜ୍ୟ ଦଳ ରହିଛି।
ଭାରତରେ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୨୯ଏ ଅଧୀନରେ ରାଜନୈତିକ ଦଳଗୁଡ଼ିକ ପଞ୍ଜୀକୃତ ହୋଇଥାନ୍ତି। ଥରେ ପଞ୍ଜୀକୃତ ହୋଇଗଲେ ଦଳଗୁଡ଼ିକୁ ନିର୍ବାଚନୀ ଚିହ୍ନ ଓ ଟିକସ ରିହାତି ଆଦି କେତେକ ସୁବିଧା ମିଳିଥାଏ। ତେବେ ଗାଇଡ୍‌ଲାଇନରେ ସ୍ପଷ୍ଟ କରିଦିଆଯାଇଛି ଯେ ଯଦି କୌଣସି ଦଳ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ି ନ ଥିବ, ତାହାକୁ ପଞ୍ଜୀକୃତ ଦଳ ତାଲିକାରୁ ବାଦ୍‌ ଦିଆଯିବ। ନିୟମାବଳୀ ଉଲ୍ଲଂଘନ କରିଥିବା ଦଳଗୁଡ଼ିକୁ ବାଦ୍‌ ଦେବା ଲାଗି ନିର୍ବାଚନ କମିଶନ ଜୁନ୍‌ରୁ ଦେଶବ୍ୟାପୀ ଉଦ୍ୟମ ଆରମ୍ଭ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶରୁ ସର୍ବାଧିକ ୧୨୧ଟି ଦଳ ତାଲିକାରୁ ବାଦ୍‌ ପଡ଼ିଥିବାବେଳେ ମହାରାଷ୍ଟ୍ରରୁ ୪୪, ତାମିଲନାଡୁରୁ ୪୨, ଦିଲ୍ଲୀରୁ ୪୦, ପଞ୍ଜାବରୁ ୨୧, ମଧ୍ୟପ୍ରଦେଶରୁ ୨୩, ବିହାରରୁ ୧୫, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶରୁ ୧୭ଟି ଲେଖାଏ ଏବଂ ଓଡ଼ିଶାରୁ ୭ ଦଳଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ସୀମାରେ ଜମା ହେଲେ ଶତାଧିକ ବାଂଲାଦେଶୀ, ଶୁଭେନ୍ଦୁ ସରକାରଙ୍କ ଆକ୍ସନ ପରେ ସୀମାନ୍ତରେ ହଲଚଲ!

କୋଲକାତା,୨୦।୬ : ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା, ନାଗପୁର ଛାତ୍ରଙ୍କୁ ଆବୁଧାବି ପରୀକ୍ଷା କେନ୍ଦ୍ର

ନାଗପୁର,୨୦ା୬: ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ…

ଗାଁକୁ ପଶି ଆସିଲା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୦।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଜଙ୍ଗଲକ୍ଷୟ ହେବା ଯୋଗୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ଏହି ପରିପ୍ରେକ୍ଷୀରେ ଏକ ଭାଲୁ କୋକସରା ଫରେଷ୍ଟ ସେକ୍ସନ ଚିକିଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri