Posted inଫୁରସତ

ଏହି ଲଙ୍କା ଖାଇଲେ ଚାଲିଯାଇପାରେ ଜୀବନ

ଲଙ୍କାର ରାଗ ଅନୁସାରେ ଏହାର ପ୍ରକାର ଭେଦ ଓ ନାମକରଣ ବି ହୋଇଥାଏ। ଖାଦ୍ୟ ଖାଇବାବେଳେ ଅନେକଙ୍କୁ ରାଗ ଲଙ୍କା ଗୋଟେ ନିହାତି ଆବଶ୍ୟକ ହୋଇଥାଏ। କିନ୍ତୁ ଜାଣନ୍ତି କି ଏମିତି ବି ଏକ ଲଙ୍କା ଅଛି ଯାହା ଏତେ ରାଗ ଯେ ତାକୁ ଖାଇଲେ ମୃତ୍ୟୁ ହୋଇପାରେ। ସେହି ଲଙ୍କାର ନାମ ହେଉଛି ‘ରିପର୍‌’। ଏହି ଲଙ୍କା ସାଧାରଣ ଲଙ୍କାଠାରୁ ୧୫୦୦ଗୁଣ ଅଧିକ ରାଗ ଅଟେ। ଏହାକୁ ଯଦି କେହି ଏକାଥରେ ଖାଇ ଦିଅନ୍ତି ତେବେ ପାଟି ପୋଡିବା, ଲଗାତର ଲୁହ ବୋହିବା, ପେଟରେ ଭୟାନକ ଯନ୍ତ୍ରଣା, ପ୍ରବଳ ଜ୍ୱର ଭଳି ସମସ୍ୟା ସହ ଗଳା ଶୁଖିଯାଏ, ବାନ୍ତି ହୁଏ, ବେକ ଓ ମୁଣ୍ଡରେ ବ୍ୟଥା ବି ହୋଇପାରେ। ଏମିତି କି ମସ୍ତିଷ୍କର ଶିରା ସଙ୍କୁଚିତ ମଧ୍ୟ ହୋଇପାରେ। ତେବେ ଜାଣନ୍ତି କି, ଯେଉଁ ଲଙ୍କାର ଗୋଟିଏ ଖାଇବା ଅସମ୍ଭବ ସେଥିରୁ ୩ଟି ଲଙ୍କା ମାତ୍ର ୧୦ ସେକେଣ୍ଡରେ ଖାଇ ଜଣେ ବ୍ୟକ୍ତି ରେକର୍ଡ କରିଛନ୍ତି। ସେ ହେଉଛନ୍ତି କାନାଡାର ମାଇକ ଜ୍ୟାକ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ iPhone ଧରିଥିଲା କୁନି ପୁଅ, ବୋଟିଂ ସମୟରେ କରିଦେଲା ଏମିତି କାଣ୍ଡ, ୟୁଜର୍ସ ଦେଖି…

ପିଲାମାନଙ୍କ ଦୁଷ୍ଟାମୀର ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହୁଏ, କିନ୍ତୁ ଏଥର ଜଣେ କୁନି ପିଲା ଏମିତି କାରନାମା କରିଛି ଯାହା ୟୁଜର୍ସଙ୍କୁ ଚକିତ କରିଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri