ଦୁର୍ବଳ ହେଉଛି ପୃଥିବୀର ଚୁମ୍ବକୀୟ କ୍ଷେତ୍ର

”ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ ଏବଂ ଦିଗ ଅନବରତ ବଦଳୁଥାଏ। ଅଧ୍ୟୟନରୁ ଜଣାପଡିଛି ଯେ, ବିଗତ ୨୦୦ ବର୍ଷ ମଧ୍ୟରେ ଏହାର ସାମର୍ଥ୍ୟ ପ୍ରାୟ ୯ ଶତାଂଶ ହ୍ରାସ ପାଇଲାଣି। ଫଳରେ ଆଫ୍ରିକା ଏବଂ ଦକ୍ଷିଣ ଆମେରିକା ମଧ୍ୟରେ ଏକ ବୃହତ ଅଞ୍ଚଳରେ ଚୁମ୍ବକୀୟ ତୀବ୍ରତା ହ୍ରାସ ପାଇଛି। ଏହାକୁ ‘ଦକ୍ଷିଣ ଆଟଲାଣ୍ଟିକ୍‌ ଅସଂଗତି’ ବୋଲି କୁହାଯାଉଛି।

“ଆମ ଗ୍ରହ ପୃଥିବୀକୁ ଏକ ସୁରକ୍ଷାକବଚ ରୂପେ ଏହାର ଆଭ୍ୟନ୍ତରରୁ ମହାକାଶ ପର୍ଯ୍ୟନ୍ତ ପରିବ୍ୟାପ୍ତ ରହି ସୌରବାୟୁରେ ଥିବା ଉଚ୍ଚ ଶକ୍ତିସମ୍ପନ୍ନ ବୈଦ୍ୟୁତିକ କଣିକା ଏକ ଶକ୍ତିଶାଳୀ ମହାଜାଗତିକ ରଶ୍ମିର ଘାତକ ପ୍ରଭାବରୁ ରକ୍ଷା କରୁଛି ଏହାର ଚୁମ୍ବକୀୟ କ୍ଷେତ୍ର। ଫଳରେ ଏହାର ପୃଷ୍ଠରେ ଜୀବ ଜଗତଟିଏ ସୃଷ୍ଟି ହେବା ଏବଂ ତାହା ବିକଶିତ ହେବା ସମ୍ଭବପର ହୋଇପାରିଛି। ଭୂପୃଷ୍ଠର ପ୍ରାୟ ୩୦୦୦ କିମି ତଳେ ଭୂଗର୍ଭ କେନ୍ଦ୍ରର ବାହ୍ୟ ସ୍ତରରେ ରହିଛି ତରଳ, ଲୌହ ଏବଂ ନିକେଲ୍‌ର ଏକ ମିଶ୍ରଣ। ଏହା ସଦାସର୍ବଦା ଘୂର୍ଣ୍ଣନରତ। ଫଳରେ ସାଇକେଲର ଡାଇନୋମା ଭଳି କାର୍ଯ୍ୟ କରି ଏଥିରୁ ଉତ୍ପନ୍ନ ହେଉଥିବା ବୈଦ୍ୟୁତିକ ପ୍ରବାହ ହେତୁ ଏହି ଚୁମ୍ବକୀୟ କ୍ଷେତ୍ରର ସୃଷ୍ଟି, ଯାହାକି କ୍ରମାଗତ ଭାବେ ପରିବର୍ତ୍ତନଶୀଳ।
ପୃଥିବୀର ଘୂର୍ଣ୍ଣନ ଅକ୍ଷ ଦଣ୍ଡ ସହିତ ପ୍ରାୟ ୧୧ ଡିଗ୍ରୀ କୋଣ ଅଙ୍କନ କରି ତଳେ ରହିଥିବା ଏକ ଚୁମ୍ବକୀୟ ଦ୍ୱିମେରୁର କ୍ଷେତ୍ର ଦ୍ୱାରା ଏହାକୁ ସୂଚିତ କରାଯାଏ। ମନେକରାଯାଏ ସତେଯେପରି ସେହି କୋଣ ଅଙ୍କନ କରି ଏକ ବିଶା ଦଣ୍ଡ ଚୁମ୍ବକ ପୃଥିବୀର କେନ୍ଦ୍ରରେ ରହିଛି। ଏହାର ଦୁଇଟିଯାକ ମେରୁ ପୃଥିବୀର ଭୌଗୋଳିକ ମେରୁ ନିକଟରେ ଚୁମ୍ବକୀୟ ଉତ୍ତରମେରୁ ରହିଥିବା କଳ୍ପନା କରାଯାଏ।
ତାହା ଧୀର ଗତିରେ କ୍ରମାଗତ ଭାବେ ଗତିକରିଥାଆନ୍ତି, କିନ୍ତୁ ଖୁବ୍‌ ମନ୍ଥର ହୋଇଥିବାରୁ ସାଧାରଣ କମ୍ପାସରେ ଧରା ପଡ଼ନ୍ତି ନାହିଁ। ତେବେ ହାରାହାରି କେତେ ଶହ-ହଜାର ବର୍ଷ ବ୍ୟବଧାନରେ ଅନିୟମିତ ଭାବେ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଦିଗ ବଦଳାଇ ବିପରୀତ ଦିଗାଭିମୁଖୀ ହୁଏ। ଫଳରେ ଉତ୍ତର ଓ ଦକ୍ଷିଣ ଚୁମ୍ବକୀୟ ମେରୁମାନେ ପରସ୍ପର ସ୍ଥାନ ବଦଳାଇଥାଆନ୍ତି। ଏହା ଶିଳାଖଣ୍ଡମାନଙ୍କ ଉପରେ ଏପରି କିଛି ସୂଚନା ଛାଡି ଯାଆନ୍ତି, ଯାହାକି ମହାଦେଶୀୟ ଭୂ-ଚଳନ ଏବଂ ମହାସାଗରମାନଙ୍କର ଚଟାଣଗୁଡିକର ଚଳନ ଅଧ୍ୟୟନ କରିବାରେ ସାହାଯ୍ୟ କରେ।
ପୃଥିବୀର ଆୟୋନୋସ୍ପିୟର ଉପରକୁ ରହିଛି ମାଗ୍ନେଟୋସ୍ପିୟର ; ଯାହାକି ସଂଜ୍ଞା ଅନୁସାରେ ହେଲା ମହାକାଶ ମଧ୍ୟକୁ ଏହାର ଚୁମ୍ବକୀୟ କ୍ଷେତ୍ରର ବ୍ୟାପ୍ତି। ଏହା ବ୍ୟାପି ରହିଛି ହଜାର ହଜାର କି.ମି. ଊର୍ଦ୍ଧ୍ୱକୁ। ସୌରବାୟୁ ଏବଂ ମହାଜାଗତିକ ରଶ୍ମିରେ ଥିବା ବୈଦ୍ୟୁତିକ କଣିକାଠାରୁ ଏହା ପୃଥିବୀକୁ ସୁରକ୍ଷା ପ୍ରଦାନ କରୁ ନ ଥିଲେ ସେଗୁଡିକ ଓଜନ ସ୍ତର ସମେତ ଉପର ବାୟୁମଣ୍ଡଳକୁ ଛେଦ କରି ଦେଉଥାନ୍ତେ।
ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ ଏବଂ ଦିଗ ଅନବରତ ବଦଳୁଥାଏ। ଅଧ୍ୟୟନରୁ ଜଣାପଡିଛି ଯେ, ବିଗତ ୨୦୦ ବର୍ଷ ମଧ୍ୟରେ ଏହାର ସାମର୍ଥ୍ୟ ପ୍ରାୟ ୯ ଶତାଂଶ ହ୍ରାସ ପାଇଲାଣି। ଫଳରେ ଆଫ୍ରିକା ଏବଂ ଦକ୍ଷିଣ ଆମେରିକା ମଧ୍ୟରେ ଏକ ବୃହତ ଅଞ୍ଚଳରେ ଚୁମ୍ବକୀୟ ତୀବ୍ରତା ହ୍ରାସ ପାଇଛି। ଏହାକୁ ‘ଦକ୍ଷିଣ ଆଟଲାଣ୍ଟିକ୍‌ ଅସଂଗତି’ ବୋଲି କୁହାଯାଉଛି।
ଏହି ଅଞ୍ଚଳର ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ ୧୯୭୦ରୁ ୨୦୨୦ ମଧ୍ୟରେ ପ୍ରାୟ ୨୪,୦୦୦ ନାନୋଟେସଲାରୁ ୨୨,୦୦୦କୁ ହ୍ରାସ ପାଇଛି ଏବଂ ଅସଙ୍ଗତି ବଢ଼ିବା ସଙ୍ଗେ ସଙ୍ଗେ ବର୍ଷକୁ ପ୍ରାୟ ୨୦ କିମି ହାରରେ ପଶ୍ଚିମ ଦିଗରେ ଗତି କରିବାକୁ ଲାଗିଛି। ପୁନଶ୍ଚ ବିଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବନିମ୍ନ ତୀବ୍ରତାର ଆଉ ଏକ କେନ୍ଦ୍ର ଦକ୍ଷିଣ-ପଶ୍ଚିମ ଆଫ୍ରିକା ଉପରେ ସୃଷ୍ଟି ହୋଇଛି। ଅତଏବ ଦକ୍ଷିଣ ଆଟଲାଣ୍ଟିକ ଅସଙ୍ଗତି ଦୁଇ ଭାଗରେ ବିଭାଜିତ ହୋଇପାରେ ବୋଲି ଏଥିରୁ ମନେ ହେଉଛି।
ଆଗରୁ ସୂଚିତ କରାଯାଇଛି ଯେ, ପୃଥିବୀ ଚୁମ୍ବକୀୟ କ୍ଷେତ୍ରକୁ ଏକ ଶକ୍ତିଶାଳୀ ଦ୍ୱି-ମେରୁଯୁକ୍ତ ଚୁମ୍ବକଦଣ୍ଡ ରୂପେ ମନେ କରାଯାଏ, ଯାହାକି ଏହାର ଘୂର୍ଣ୍ଣନ ଅକ୍ଷ ପ୍ରତି ପ୍ରାୟ ୧୧ ଡିଗ୍ରୀ କୋଣ ଅଙ୍କନ କରିଥାଏ। ତେବେ ଦକ୍ଷିଣ ଆଟଲାଣ୍ଟିକ ଅସଙ୍ଗତିର ଅଭିବୃଦ୍ଧି ସୂଚନା ଦିଏ ଯେ, ଏହି କ୍ଷେତ୍ର ସୃଷ୍ଟି ପ୍ରକ୍ରିୟା ଅଧିକ ଜଟିଳ। ସାଧାରଣ ଦ୍ୱି-ଧ୍ରୁବୀୟ ପ୍ରତିରୂପ ବର୍ତ୍ତମାନ ବିକଶିତ ହୋଇଥିବା ଦ୍ୱିତୀୟ ସର୍ବନିମ୍ନତାକୁ ବ୍ୟାଖ୍ୟା କରିପାରେ ନାହିଁ। ତେବେ ବର୍ତ୍ତମାନ ଏହା ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି। ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ, ଏହାର ପରିଣାମ ହେବ ପୃଥିବୀର ଚୁମ୍ବକୀୟ ମେରୁମାନଙ୍କର ଦିଗ ପରିବର୍ତ୍ତନ। ଅର୍ଥାତ୍‌ ଏହାର ଦକ୍ଷିଣ ମେରୁ ଏବଂ ଉତ୍ତରମେରୁ ପରସ୍ପର ମଧ୍ୟରେ ସ୍ଥାନ ପରିବର୍ତ୍ତନ କରିଥାଆନ୍ତି। ଆମ ଗ୍ରହରେ ଏଭଳି ଘଟଣା ପ୍ରାୟ ୨୫୦,୦୦୦ରୁ ୩୦୦,୦୦୦ ବର୍ଷ ବ୍ୟବଧାନରେ ଅନେକବାର ଘଟିଛି। ଭୂପୃଷ୍ଠ ଉପରେ ଏହା କୌଣସି ବିପଦର କାରଣ ହେଲାଭଳି ମନେହୁଏ ନାହିଁ। ତେବେ ଏହାର ପରିବେଶ ଏତଦ୍ୱାରା ବେଶ୍‌ ପ୍ରଭାବିତ ହେବାର ସମ୍ଭାବନା ରହିଛି।
ପ୍ରଥମତଃ ମେରୁମାନଙ୍କ ଦିଗ ପରିବର୍ତ୍ତନ ପ୍ରକ୍ରିୟା ଚାଲିଥିଲା ବେଳେ ସେ ଦୁଇଟି ଗୋଟିଏ ସ୍ଥାନକୁ କିଛି ସମୟ ପାଇଁ ଆସିପାରନ୍ତି। ଏ ସମୟରେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ ଶୂନରେ ପହଞ୍ଚତ୍ପାରେ। ଅତଏବ ତାହା ବାୟୁମଣ୍ଡଳକୁ ମହାଜାଗତିକ କଣିକା ଏବଂ ସୌରବାୟୁରୁ ସୁରକ୍ଷା ଦେବାକୁ ସମର୍ଥ ହୋଇ ନ ପାରେ। ଫଳରେ ସେଗୁଡିକ କିଛି ମାତ୍ରାରେ ଭୂପୃଷ୍ଠ ପର୍ଯ୍ୟନ୍ତ ଆସି ଜୀବ ଏବଂ ଉଦ୍ଭିଦମାନଙ୍କର ଜୈବିକ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରନ୍ତି।
ଦ୍ୱିତୀୟତଃ ଏହାଦ୍ୱାରା ପୃଥିବୀ କକ୍ଷରେ ପରିକ୍ରମଣ କରୁଥିବା କୃତ୍ରିମ ଉପଗ୍ରହ ବା ମହାକାଶଯାନ ଗଭୀର ଭାବରେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଅତଏବ ସେଗୁଡିକ ଉପରେ ନିର୍ଭରଶୀଳ ଇଣ୍ଟରନେଟ୍‌, ମୋବାଇଲ ଫୋନ୍‌, ଟେଲିଭିଜନ ଆଦି ସେଥିରୁ ଠିକ୍‌ ରୂପେ ସୂଚନା ପାଇପାରିବେ ନାହିଁ। ଏପରିକି ଉଡାଜାହାଜଗୁଡ଼ିକ ଉଡ଼ିବା ସମୟରେ ଦିଗ ଓ ଦୂରତ୍ୱ ଗଣନା ପ୍ରକ୍ରିୟା ମଧ୍ୟ ଏହାଦ୍ୱାରା ବ୍ୟାହତ ହୋଇପାରେ।
ତୃତୀୟତଃ ପରିବ୍ରାଜୀ ପକ୍ଷୀ ଏବଂ କେତେକ ପ୍ରାଣୀ ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ଆଶ୍ରାକରି ଦିଗନିର୍ଣ୍ଣୟ କରିଥାଆନ୍ତି। ଏହାର ସାମର୍ଥ୍ୟ ହ୍ରାସ ପାଇଲେ କିମ୍ବା କିଛି କାଳ ପାଇଁ ଶୂନ ହୋଇଗଲେ ସେମାନେ ଏହି କାର୍ଯ୍ୟ କରିପାରିବେ ନାହିଁ।
ଏହାବ୍ୟତୀତ ଏହାର ପ୍ରାୟ ସମସ୍ତ ଇଲେକଟ୍ରୋନିକ୍‌ ଯନ୍ତ୍ରପାତି ଉପରେ କିଛି ନା କିଛି ପ୍ରଭାବ ରହିବ ବୋଲି ଆଶା କରାଯାଏ। ତେବେ ସେସବୁଗୁଡ଼ିକ ଆଜି ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ରୂପେ ନିର୍ଦ୍ଧାରଣ କରାଯାଇପାରିବ ନାହିଁ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା

-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ : ୯୯୩୭୩୦୧୪୩୦


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?