ଦୁର୍ବଳ ହେଉଛି ପୃଥିବୀର ଚୁମ୍ବକୀୟ କ୍ଷେତ୍ର

”ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ ଏବଂ ଦିଗ ଅନବରତ ବଦଳୁଥାଏ। ଅଧ୍ୟୟନରୁ ଜଣାପଡିଛି ଯେ, ବିଗତ ୨୦୦ ବର୍ଷ ମଧ୍ୟରେ ଏହାର ସାମର୍ଥ୍ୟ ପ୍ରାୟ ୯ ଶତାଂଶ ହ୍ରାସ ପାଇଲାଣି। ଫଳରେ ଆଫ୍ରିକା ଏବଂ ଦକ୍ଷିଣ ଆମେରିକା ମଧ୍ୟରେ ଏକ ବୃହତ ଅଞ୍ଚଳରେ ଚୁମ୍ବକୀୟ ତୀବ୍ରତା ହ୍ରାସ ପାଇଛି। ଏହାକୁ ‘ଦକ୍ଷିଣ ଆଟଲାଣ୍ଟିକ୍‌ ଅସଂଗତି’ ବୋଲି କୁହାଯାଉଛି।

“ଆମ ଗ୍ରହ ପୃଥିବୀକୁ ଏକ ସୁରକ୍ଷାକବଚ ରୂପେ ଏହାର ଆଭ୍ୟନ୍ତରରୁ ମହାକାଶ ପର୍ଯ୍ୟନ୍ତ ପରିବ୍ୟାପ୍ତ ରହି ସୌରବାୟୁରେ ଥିବା ଉଚ୍ଚ ଶକ୍ତିସମ୍ପନ୍ନ ବୈଦ୍ୟୁତିକ କଣିକା ଏକ ଶକ୍ତିଶାଳୀ ମହାଜାଗତିକ ରଶ୍ମିର ଘାତକ ପ୍ରଭାବରୁ ରକ୍ଷା କରୁଛି ଏହାର ଚୁମ୍ବକୀୟ କ୍ଷେତ୍ର। ଫଳରେ ଏହାର ପୃଷ୍ଠରେ ଜୀବ ଜଗତଟିଏ ସୃଷ୍ଟି ହେବା ଏବଂ ତାହା ବିକଶିତ ହେବା ସମ୍ଭବପର ହୋଇପାରିଛି। ଭୂପୃଷ୍ଠର ପ୍ରାୟ ୩୦୦୦ କିମି ତଳେ ଭୂଗର୍ଭ କେନ୍ଦ୍ରର ବାହ୍ୟ ସ୍ତରରେ ରହିଛି ତରଳ, ଲୌହ ଏବଂ ନିକେଲ୍‌ର ଏକ ମିଶ୍ରଣ। ଏହା ସଦାସର୍ବଦା ଘୂର୍ଣ୍ଣନରତ। ଫଳରେ ସାଇକେଲର ଡାଇନୋମା ଭଳି କାର୍ଯ୍ୟ କରି ଏଥିରୁ ଉତ୍ପନ୍ନ ହେଉଥିବା ବୈଦ୍ୟୁତିକ ପ୍ରବାହ ହେତୁ ଏହି ଚୁମ୍ବକୀୟ କ୍ଷେତ୍ରର ସୃଷ୍ଟି, ଯାହାକି କ୍ରମାଗତ ଭାବେ ପରିବର୍ତ୍ତନଶୀଳ।
ପୃଥିବୀର ଘୂର୍ଣ୍ଣନ ଅକ୍ଷ ଦଣ୍ଡ ସହିତ ପ୍ରାୟ ୧୧ ଡିଗ୍ରୀ କୋଣ ଅଙ୍କନ କରି ତଳେ ରହିଥିବା ଏକ ଚୁମ୍ବକୀୟ ଦ୍ୱିମେରୁର କ୍ଷେତ୍ର ଦ୍ୱାରା ଏହାକୁ ସୂଚିତ କରାଯାଏ। ମନେକରାଯାଏ ସତେଯେପରି ସେହି କୋଣ ଅଙ୍କନ କରି ଏକ ବିଶା ଦଣ୍ଡ ଚୁମ୍ବକ ପୃଥିବୀର କେନ୍ଦ୍ରରେ ରହିଛି। ଏହାର ଦୁଇଟିଯାକ ମେରୁ ପୃଥିବୀର ଭୌଗୋଳିକ ମେରୁ ନିକଟରେ ଚୁମ୍ବକୀୟ ଉତ୍ତରମେରୁ ରହିଥିବା କଳ୍ପନା କରାଯାଏ।
ତାହା ଧୀର ଗତିରେ କ୍ରମାଗତ ଭାବେ ଗତିକରିଥାଆନ୍ତି, କିନ୍ତୁ ଖୁବ୍‌ ମନ୍ଥର ହୋଇଥିବାରୁ ସାଧାରଣ କମ୍ପାସରେ ଧରା ପଡ଼ନ୍ତି ନାହିଁ। ତେବେ ହାରାହାରି କେତେ ଶହ-ହଜାର ବର୍ଷ ବ୍ୟବଧାନରେ ଅନିୟମିତ ଭାବେ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଦିଗ ବଦଳାଇ ବିପରୀତ ଦିଗାଭିମୁଖୀ ହୁଏ। ଫଳରେ ଉତ୍ତର ଓ ଦକ୍ଷିଣ ଚୁମ୍ବକୀୟ ମେରୁମାନେ ପରସ୍ପର ସ୍ଥାନ ବଦଳାଇଥାଆନ୍ତି। ଏହା ଶିଳାଖଣ୍ଡମାନଙ୍କ ଉପରେ ଏପରି କିଛି ସୂଚନା ଛାଡି ଯାଆନ୍ତି, ଯାହାକି ମହାଦେଶୀୟ ଭୂ-ଚଳନ ଏବଂ ମହାସାଗରମାନଙ୍କର ଚଟାଣଗୁଡିକର ଚଳନ ଅଧ୍ୟୟନ କରିବାରେ ସାହାଯ୍ୟ କରେ।
ପୃଥିବୀର ଆୟୋନୋସ୍ପିୟର ଉପରକୁ ରହିଛି ମାଗ୍ନେଟୋସ୍ପିୟର ; ଯାହାକି ସଂଜ୍ଞା ଅନୁସାରେ ହେଲା ମହାକାଶ ମଧ୍ୟକୁ ଏହାର ଚୁମ୍ବକୀୟ କ୍ଷେତ୍ରର ବ୍ୟାପ୍ତି। ଏହା ବ୍ୟାପି ରହିଛି ହଜାର ହଜାର କି.ମି. ଊର୍ଦ୍ଧ୍ୱକୁ। ସୌରବାୟୁ ଏବଂ ମହାଜାଗତିକ ରଶ୍ମିରେ ଥିବା ବୈଦ୍ୟୁତିକ କଣିକାଠାରୁ ଏହା ପୃଥିବୀକୁ ସୁରକ୍ଷା ପ୍ରଦାନ କରୁ ନ ଥିଲେ ସେଗୁଡିକ ଓଜନ ସ୍ତର ସମେତ ଉପର ବାୟୁମଣ୍ଡଳକୁ ଛେଦ କରି ଦେଉଥାନ୍ତେ।
ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ ଏବଂ ଦିଗ ଅନବରତ ବଦଳୁଥାଏ। ଅଧ୍ୟୟନରୁ ଜଣାପଡିଛି ଯେ, ବିଗତ ୨୦୦ ବର୍ଷ ମଧ୍ୟରେ ଏହାର ସାମର୍ଥ୍ୟ ପ୍ରାୟ ୯ ଶତାଂଶ ହ୍ରାସ ପାଇଲାଣି। ଫଳରେ ଆଫ୍ରିକା ଏବଂ ଦକ୍ଷିଣ ଆମେରିକା ମଧ୍ୟରେ ଏକ ବୃହତ ଅଞ୍ଚଳରେ ଚୁମ୍ବକୀୟ ତୀବ୍ରତା ହ୍ରାସ ପାଇଛି। ଏହାକୁ ‘ଦକ୍ଷିଣ ଆଟଲାଣ୍ଟିକ୍‌ ଅସଂଗତି’ ବୋଲି କୁହାଯାଉଛି।
ଏହି ଅଞ୍ଚଳର ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ ୧୯୭୦ରୁ ୨୦୨୦ ମଧ୍ୟରେ ପ୍ରାୟ ୨୪,୦୦୦ ନାନୋଟେସଲାରୁ ୨୨,୦୦୦କୁ ହ୍ରାସ ପାଇଛି ଏବଂ ଅସଙ୍ଗତି ବଢ଼ିବା ସଙ୍ଗେ ସଙ୍ଗେ ବର୍ଷକୁ ପ୍ରାୟ ୨୦ କିମି ହାରରେ ପଶ୍ଚିମ ଦିଗରେ ଗତି କରିବାକୁ ଲାଗିଛି। ପୁନଶ୍ଚ ବିଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବନିମ୍ନ ତୀବ୍ରତାର ଆଉ ଏକ କେନ୍ଦ୍ର ଦକ୍ଷିଣ-ପଶ୍ଚିମ ଆଫ୍ରିକା ଉପରେ ସୃଷ୍ଟି ହୋଇଛି। ଅତଏବ ଦକ୍ଷିଣ ଆଟଲାଣ୍ଟିକ ଅସଙ୍ଗତି ଦୁଇ ଭାଗରେ ବିଭାଜିତ ହୋଇପାରେ ବୋଲି ଏଥିରୁ ମନେ ହେଉଛି।
ଆଗରୁ ସୂଚିତ କରାଯାଇଛି ଯେ, ପୃଥିବୀ ଚୁମ୍ବକୀୟ କ୍ଷେତ୍ରକୁ ଏକ ଶକ୍ତିଶାଳୀ ଦ୍ୱି-ମେରୁଯୁକ୍ତ ଚୁମ୍ବକଦଣ୍ଡ ରୂପେ ମନେ କରାଯାଏ, ଯାହାକି ଏହାର ଘୂର୍ଣ୍ଣନ ଅକ୍ଷ ପ୍ରତି ପ୍ରାୟ ୧୧ ଡିଗ୍ରୀ କୋଣ ଅଙ୍କନ କରିଥାଏ। ତେବେ ଦକ୍ଷିଣ ଆଟଲାଣ୍ଟିକ ଅସଙ୍ଗତିର ଅଭିବୃଦ୍ଧି ସୂଚନା ଦିଏ ଯେ, ଏହି କ୍ଷେତ୍ର ସୃଷ୍ଟି ପ୍ରକ୍ରିୟା ଅଧିକ ଜଟିଳ। ସାଧାରଣ ଦ୍ୱି-ଧ୍ରୁବୀୟ ପ୍ରତିରୂପ ବର୍ତ୍ତମାନ ବିକଶିତ ହୋଇଥିବା ଦ୍ୱିତୀୟ ସର୍ବନିମ୍ନତାକୁ ବ୍ୟାଖ୍ୟା କରିପାରେ ନାହିଁ। ତେବେ ବର୍ତ୍ତମାନ ଏହା ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି। ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ, ଏହାର ପରିଣାମ ହେବ ପୃଥିବୀର ଚୁମ୍ବକୀୟ ମେରୁମାନଙ୍କର ଦିଗ ପରିବର୍ତ୍ତନ। ଅର୍ଥାତ୍‌ ଏହାର ଦକ୍ଷିଣ ମେରୁ ଏବଂ ଉତ୍ତରମେରୁ ପରସ୍ପର ମଧ୍ୟରେ ସ୍ଥାନ ପରିବର୍ତ୍ତନ କରିଥାଆନ୍ତି। ଆମ ଗ୍ରହରେ ଏଭଳି ଘଟଣା ପ୍ରାୟ ୨୫୦,୦୦୦ରୁ ୩୦୦,୦୦୦ ବର୍ଷ ବ୍ୟବଧାନରେ ଅନେକବାର ଘଟିଛି। ଭୂପୃଷ୍ଠ ଉପରେ ଏହା କୌଣସି ବିପଦର କାରଣ ହେଲାଭଳି ମନେହୁଏ ନାହିଁ। ତେବେ ଏହାର ପରିବେଶ ଏତଦ୍ୱାରା ବେଶ୍‌ ପ୍ରଭାବିତ ହେବାର ସମ୍ଭାବନା ରହିଛି।
ପ୍ରଥମତଃ ମେରୁମାନଙ୍କ ଦିଗ ପରିବର୍ତ୍ତନ ପ୍ରକ୍ରିୟା ଚାଲିଥିଲା ବେଳେ ସେ ଦୁଇଟି ଗୋଟିଏ ସ୍ଥାନକୁ କିଛି ସମୟ ପାଇଁ ଆସିପାରନ୍ତି। ଏ ସମୟରେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ ଶୂନରେ ପହଞ୍ଚତ୍ପାରେ। ଅତଏବ ତାହା ବାୟୁମଣ୍ଡଳକୁ ମହାଜାଗତିକ କଣିକା ଏବଂ ସୌରବାୟୁରୁ ସୁରକ୍ଷା ଦେବାକୁ ସମର୍ଥ ହୋଇ ନ ପାରେ। ଫଳରେ ସେଗୁଡିକ କିଛି ମାତ୍ରାରେ ଭୂପୃଷ୍ଠ ପର୍ଯ୍ୟନ୍ତ ଆସି ଜୀବ ଏବଂ ଉଦ୍ଭିଦମାନଙ୍କର ଜୈବିକ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରନ୍ତି।
ଦ୍ୱିତୀୟତଃ ଏହାଦ୍ୱାରା ପୃଥିବୀ କକ୍ଷରେ ପରିକ୍ରମଣ କରୁଥିବା କୃତ୍ରିମ ଉପଗ୍ରହ ବା ମହାକାଶଯାନ ଗଭୀର ଭାବରେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଅତଏବ ସେଗୁଡିକ ଉପରେ ନିର୍ଭରଶୀଳ ଇଣ୍ଟରନେଟ୍‌, ମୋବାଇଲ ଫୋନ୍‌, ଟେଲିଭିଜନ ଆଦି ସେଥିରୁ ଠିକ୍‌ ରୂପେ ସୂଚନା ପାଇପାରିବେ ନାହିଁ। ଏପରିକି ଉଡାଜାହାଜଗୁଡ଼ିକ ଉଡ଼ିବା ସମୟରେ ଦିଗ ଓ ଦୂରତ୍ୱ ଗଣନା ପ୍ରକ୍ରିୟା ମଧ୍ୟ ଏହାଦ୍ୱାରା ବ୍ୟାହତ ହୋଇପାରେ।
ତୃତୀୟତଃ ପରିବ୍ରାଜୀ ପକ୍ଷୀ ଏବଂ କେତେକ ପ୍ରାଣୀ ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ଆଶ୍ରାକରି ଦିଗନିର୍ଣ୍ଣୟ କରିଥାଆନ୍ତି। ଏହାର ସାମର୍ଥ୍ୟ ହ୍ରାସ ପାଇଲେ କିମ୍ବା କିଛି କାଳ ପାଇଁ ଶୂନ ହୋଇଗଲେ ସେମାନେ ଏହି କାର୍ଯ୍ୟ କରିପାରିବେ ନାହିଁ।
ଏହାବ୍ୟତୀତ ଏହାର ପ୍ରାୟ ସମସ୍ତ ଇଲେକଟ୍ରୋନିକ୍‌ ଯନ୍ତ୍ରପାତି ଉପରେ କିଛି ନା କିଛି ପ୍ରଭାବ ରହିବ ବୋଲି ଆଶା କରାଯାଏ। ତେବେ ସେସବୁଗୁଡ଼ିକ ଆଜି ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ରୂପେ ନିର୍ଦ୍ଧାରଣ କରାଯାଇପାରିବ ନାହିଁ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା

-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ : ୯୯୩୭୩୦୧୪୩୦


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

ବରଗଡ଼ କେନାଲରେ ଆସିବ ପାଣି, ଏହି ମୁହୂର୍ତ୍ତରେ ଖୋଲିବ ଗେଟ…

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ଆସନ୍ତା ଜୁଲାଇ ମାସ ୨ତାରିଖ ସକାଳ ୯ଟାରୁ ପାଣି ଛଡାଯିବ । ଏହାକୁ ଦୃଷ୍ଟିରେ ରଖି ଏହି କେନାଲ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri